ଚାରୁପାଣି

ଚାରୁପାଣି (ଦକ୍ଷିଣ ଭାରତ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ରସମ୍ ନାମରେ ପରିଚିତ) ଦକ୍ଷିଣ ଓଡ଼ିଶାର ଏକ ପାରମ୍ପରିକ ତରଳ ବ୍ୟଞ୍ଜନ । ଦକ୍ଷିଣ ଓଡ଼ିଶା ବିଶେଷ ଭାବେ ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହା ଦୈନିନ୍ଦିନ ଖାଦ୍ୟରେ ଅତିମାତ୍ରାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତ ଭାତ ସହ ଗୋଳାଇ ଖିଆଯାଏ କିମ୍ବା ଅଲଗା ଭାବେ ମସଲା ଝୋଳ/ ଜୁସ୍ ରୂପେ ପିଆଯାଇଥାଏ । ଏହାକୁ କ୍ଷୁଧାବର୍ଧନ/ ଖାଦ୍ୟ ହଜମ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ । ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ଏହା ଏକ ମୁଖ୍ୟ ଖାଦ୍ୟ ।

ଚାରୁ ପାଣି
ଚାରୁପାଣି
ଆରମ୍ଭ
ଅଲଗା ନାଆଁରସମ୍
ମୂଳ ଜାଗାଭାରତ
ଅଞ୍ଚଳଦକ୍ଷିଣ ଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନତେନ୍ତୁଳି (ଲୁଣ/ ସୁଖିଲା ଲଙ୍କା/ ପଞ୍ଚଫୁଟଣ/ ହିଙ୍ଗୁ/ ରସୁଣ/ ଧନିଆ ପତ୍ର/ ଭ୍ରୁସିଙ୍ଗା ପତ୍ର)

ପ୍ରକାର

  • ଟମାଟୋ ରସମ୍
  • ଲେମ୍ବୁ ରସମ୍
  • ଗୋଲମରିଚ ରସମ୍
  • ଅଦା ରସମ୍
  • ବିଟ୍ ରସମ୍
  • ତେନ୍ତୁଳି ରସମ୍
  • ଆମ୍ବୁଲ(ସୁଖା ଆମ୍ବ)ରସମ୍
  • ରସୁଣ ରସମ୍
  • ଜିରା ରସମ୍

ମୁଖ୍ୟ ଉପାଦାନ

  • ତେନ୍ତୁଳି (୨ ଚାମଚ)
  • ଗୋଟା ଟମାଟ
  • ୨ କପ୍ ପାଣି
  • ଲୁଣ (ଆବଶ୍ୟକ ଅନୁଯାୟୀ)
  • ରସୁଣ (୮-୧୦ କୋଳ)
  • ୨-୩ ସୁଖିଲା ଲଙ୍କା
  • ୨-୩ ଚାମଚ ଧନିଆ ପତ୍ର
  • ୧ ଚାମଚ ହିଙ୍ଗ୍
  • ୨ ଚମଚ କଳା ଗୋଲ୍ ମରିଚ
  • ପଞ୍ଚଫୁଟଣ (ସୋରିଷ, ଜିରା, ମେଥି, ଧନିଆ)
  • ଭ୍ରୁସିଙ୍ଗା ପତ୍ର (୨ ଡେମ୍ଫ)
  • ୨ ଚାମଚ ତେଲ
  • ୧/୨ ଚାମଚ ହଳଦୀ ଗୁଣ୍ଡ
  • ପ୍ରଥମେ ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡ ତିଆରି କରନ୍ତୁ

ତିଆରି ପ୍ରାଣାଳୀ

  • ତେନ୍ତୁଳିକୁ ୧/୨ କପ୍ ଅଳ୍ପ ଗରମ ପାଣିରେ ୨୦-୩୦ ମିନିଟ୍ ଯାଏ ଭିଜାଇ, ସେଥିରୁ ତେନ୍ତୁଳି ଖଦାକୁ ଚିପୁଡି ବାହାର କରି ପାଣିକୁ ଅଲଗା କରି ରଖନ୍ତୁ
  • ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡ ତିଆରି କରନ୍ତୁ
  • କଢାଇରେ ତେଲ ଗରମକରି ସେଥିରେ ଅଳ୍ପ ସୋରିଷ, ଭ୍ରୁସିଙ୍ଗା ପତ୍ର, ସୁଖିଲା ଲଙ୍କା ଓ ହିଙ୍ଗୁକୁ ଫୁଟାନ୍ତୁ
  • ଗୋଟିଏ ଗୋଟା ଟମାଟକୁ ଛୋଟ ଛୋଟ ଆକାରରେ କାଟି ସେହି ଫୁଟଣରେ ପକାଇ, ନରମ ହେବା ଯାଏ କିଛି ସମୟ ଘାଣ୍ଟନ୍ତୁ
  • ୧/୨ ଚାମଚ ହଳଦୀ ଗୁଣ୍ଡ ସହ ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡକୁ ସେଥିରେ ପକାଇ ଘାଣ୍ଟନ୍ତୁ
  • ତେନ୍ତୁଳି ପାଣିରେ, ଆବଶ୍ୟକ ଅନୁଯାୟୀ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସେହି ଫୁଟଣରେ ପକାଇ ଗରମ କରନ୍ତୁ
  • ଚାରୁପାଣି ଗରମ ହୋଇ ଫୁଟି ଆସିବା ମାତ୍ରେ ସେଥିରେ ଧନିଆ ପତ୍ର ପକାଇ ଢାଙ୍କୁଣିରେ ଘୋଡାଇ ଦିଅନ୍ତୁ
  • ବର୍ତ୍ତମାନ ଚାରୁପାଣି ପ୍ରସ୍ତୁତ

ଆଧାର

Tags:

ଚାରୁପାଣି ପ୍ରକାରଚାରୁପାଣି ମୁଖ୍ୟ ଉପାଦାନଚାରୁପାଣି ତିଆରି ପ୍ରାଣାଳୀଚାରୁପାଣି ଆଧାରଚାରୁପାଣିକୋରାପୁଟ ଜିଲ୍ଲାରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ବସନ୍ତ କୁମାରୀ ଦେବୀପଣସଚଳନ୍ତି ଠାକୁରମାର୍କ ଜୁକରବର୍ଗଓଡ଼ିଶାର ଇତିହାସକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜୟନ୍ତୀ ରଥହରେ କୃଷ୍ଣISBN (identifier)କାହ୍ନୁଚରଣ ମହାନ୍ତିରାମ ନବମୀଜାପାନୀ ଭାଷାସୁସ୍ମିତା ରଥ୨୧ବୈଷୟିକ ବିଜ୍ଞାନଧନୁଯାତ୍ରାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକଳ୍ପନା କୁମାରୀ ଦେବୀଜ୍ୟୋତିର୍ଲିଙ୍ଗଓଡ଼ିଶାରେ ଶିଳ୍ପଏ ଭି ସ୍ୱାମୀଆମାଜନ ନ‌ଦୀକଳାହାଣ୍ଡି ଜିଲ୍ଲାବିଶ୍ୱ ନାଟ୍ୟ ଦିବସଭାରତକୋଣାର୍କହିମାଳୟରାଜେନ୍ଦ୍ର ନାରାୟଣ ସିଂହଦେଓସୁଶାସନ ଦିବସଲୁସାକବଳରାମ୧୯୮୪ମହାପ୍ରସାଦ୮ ମାର୍ଚ୍ଚଓଡ଼ିଶାର ଭୂଗୋଳହନୁମାନ ଚାଳିଶାଅନ୍ଧତ୍ୱଯଶୋଧାରା ମିଶ୍ରପୁଷ୍ଟିସାରସାରଳା ଦାସଓଡ଼ିଶାର କଳା୧୯୭୭ୟୁ ଟ୍ୟୁବ୨୧ ମାର୍ଚ୍ଚଜଗନ୍ନାଥକାସ୍ପିଆନ ସାଗରଗୋବିନ୍ଦ ତ୍ରିପାଠୀଅନ୍ତରଙ୍ଗ ସମ୍ପର୍କଭୀମ ପୃଷ୍ଟିସୋଫୋସବୁଭିର/ଭେଲପାଟାସଭିରଗଣନ ସଂଖ୍ୟାସାତକଡ଼ି ହୋତାକଟକବାଗ୍ ଯନ୍ତ୍ରମିଥୁନ (ରାଶି)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୧୯୬୯ଫକୀର ମୋହନ ସେନାପତିସମୟ (କାଳ)ମେଘଦୂତ (ରାଧାନାଥଙ୍କ କାବ୍ୟ)ଓଡ଼ିଶାର ପର୍ବପର୍ବାଣିଜଳ ପ୍ରଦୂଷଣଜଗନ୍ନାଥ ଦାସବିଶ୍ୱନାଥ କରତାରାତାରିଣୀ ମନ୍ଦିରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଆଣ୍ଟିଅକ୍ସିଡାଣ୍ଟଉତ୍କଳ ସମ୍ମିଳନୀ🡆 More