କାର୍ପାଲ ଟନେଲ ସିଣ୍ଡ୍ରୋମ

କାର୍ପାଲ ଟନେଲ ସିଣ୍ଡ୍ରୋମ (ସିଟିଏସ) ରୋଗ ନାମ ଦିଆଯାଏ ଯେତେବେଳେ ମଣିବନ୍ଧର କାର୍ପାଲ ଟନେଲରେ ଥିବା ମେଡ଼ିଆନ ସ୍ନାୟୁ ଚିପି ହୋଇ ଲକ୍ଷଣ ପ୍ରକାଶ ପାଏ । ମୂଖ୍ୟ ଲକ୍ଷଣ ସମୂହ: - ପ୍ରାଭାବିତ ବୃଦ୍ଧାଙ୍ଗୁଳି, ତର୍ଜନୀ ଆଙ୍ଗୁଠି, ମଝି ଆଙ୍ଗୁଠି, ମୁଦି ଅଙ୍ଗୁଳିର ବୃଦ୍ଧାଙ୍ଗୁଳି ପାଖରେ ଯନ୍ତ୍ରଣା, କାଲୁଆ ଓ ଝିମଝିମ ହୁଏ । ଲକ୍ଷଣ ଧୀରେ ଧୀରେ ଆରମ୍ଭ ହୁଏ ଓ ରାତିରେ ହୁଏ । ଯନ୍ତ୍ରଣା ବାହୁ ପର୍ଯ୍ୟନ୍ତ ଅନୁଭବ ହୁଏ । ହାତ ମୁଠାଶକ୍ତି ଦୁର୍ବଳ ହୋଇଯାଏ ଓ ଥେନାର ଏମିନେନ୍ସ ନଷ୍ଟ ହୋଇଯାଏ । ଅର୍ଦ୍ଧକ ରୋଗୀଙ୍କର ଉଭୟ ପଟେ ଏହି ରୋଗ ହୁଏ ।

କାର୍ପାଲ ଟନେଲ ସିଣ୍ଡ୍ରୋମ
କାର୍ପାଲ ଟନେଲ ସିଣ୍ଡ୍ରୋମ
ମଣିବନ୍ଧର ଅନୁପ୍ରସ୍ଥ(transverse) ବିଭାଜନ । ମେଡ଼ିଆନ ସ୍ନାୟୁ ହଳଦିଆ ରଙ୍ଗ । କାର୍ପାଲ ଟନେଲରେ ଅସ୍ଥି, ଆକୁଞ୍ଚନୀ ଉପବନ୍ଧନୀ ବା ଫ୍ଲେକ୍‌ସର ରେଟିନାକୁଲମ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOrthopedic surgery, plastic surgery
ଆଇସିଡ଼ି-୧୦G56.0
ଆଇସିଡ଼ି-୯-ସିଏମ୍354.0
ଓଏମ୍‌ଆଇଏମ୍115430
ରୋଗ ଡାଟାବେସ2156
ମେଡ଼ିସିନ-ପ୍ଲସ000433
ଇ-ମେଡ଼ିସିନorthoped/455 pmr/21 emerg/83 radio/135
MeSHD002349

ଏହି ରୋଗର ସଙ୍କଟଦାୟକ ଅବସ୍ଥା ମଧ୍ୟରେ ମୋଟାପଣ, ପୁନଃପୌନିକ ମଣିବନ୍ଧଦ୍ୱାରା କାର୍ଯ୍ୟ, ଗର୍ଭାବସ୍ଥାରିଉମାଟଏଡ ଆର୍ଥ୍ରାଇଟିସ ଉଲ୍ଲେଖନୀୟ । ହାଇପୋଥାଇରଏଡିଜ୍ମ ଏହାର ଏକ ସମ୍ଭାବିତ ସଙ୍କଟ ଥିବାର ପ୍ରମାଣ ମିଳୁଛି । ଏଥିରେ ଡାଏବେଟିସର ଭୂମିକା ଅସ୍ପଷ୍ଟ ଅଛି । ଜନ୍ମ ନିରୋଧ ପିଲ ଏହି ସଙ୍କଟକୁ ପ୍ରଭାବିତ କରେନି । ଏହି ସଙ୍କଟର ବିଭିନ୍ନ କାର୍ଯ୍ୟ ମଧ୍ୟରେ କମ୍ପ୍ୟୁଟର କାମ, କମ୍ପନଶୀଳ ଉପକରଣ ଓ ଯୋର ମୁଠା ଆବଶ୍ୟକ କରୁଥିବା କର୍ମ ଉଲ୍ଲେଖନୀୟ । ରୋଗୀର ଲକ୍ଷଣ, ଚିହ୍ନ, ନିର୍ଦ୍ଦିଷ୍ଟ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ଇଲେକ୍ଟ୍ରୋଡାଏଗନୋଷ୍ଟିକ ପରୀକ୍ଷା ସାହାଯ୍ୟରେ ନିଧାର୍ଯ୍ୟ କରାଯାଏ । ବୃଦ୍ଧାଙ୍ଗୁଳି ମୂଳରେ ସ୍ୱଳ୍ପ ମାଂସପେଶୀ (muscle wasting) ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।

ଶାରୀରିକ କାର୍ଯ୍ୟ କରୁଥିଲେ ଏହି ରୋଗ ସଙ୍କଟ କମିଯାଏ । ମଣିବନ୍ଧ ସ୍ପ୍ଲିଣ୍ଟ (splint) ବା କର୍ଟିକୋସ୍ଟିରଏଡ ଇଞ୍ଜେକସନ ନେଲେ ଲକ୍ଷଣ କମିଯାଏ । ଏନଏସଏଆଇଡି ବା ଗାବାପେଣ୍ଟିନ ଔଷଧଦ୍ୱାରା କିଛି ଉପକାର ହେବା ପ୍ରତୀୟମାନ ହେଉନି । ଅଣଅପରେଶନ ଚିକିତ୍ସା ଅପେକ୍ଷା ଟ୍ରାନ୍‌ସ୍‌ଭର୍ସ କାର୍ପାଲ ଲିଗାମେଣ୍ଟ ଅପରେଶନ କରି କାଟିଦେଲେ ଏକ ବର୍ଷ ପରର ଫଳ ଅଧିକ ଭଲ ଜଣାଯାଉଛି । ଅପରେଶନ ପରେ ସ୍ପ୍ଲିଣ୍ଟ ଆବଶ୍ୟକ ହୁଏନି । ଚୁମ୍ବକ ଥେରାପିଦ୍ୱାରା ଚିକିତ୍ସା ଫଳର କିଛି ଭଲ ପ୍ରମାଣ ମିଳୁନି ।

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୫% ଲୋକଙ୍କର କାର୍ପାଲ ଟନେଲ ସିଣ୍ଡ୍ରୋମ ଥାଏ । ଯୁବା ବୟସ ଓ ମହିଳାମାନଙ୍କର ଏହି ରୋଗ ଅଧିକ ହୁଏ । ଏକ ବର୍ଷ ମଧ୍ୟରେ କୌଣସି ଚିକିତ୍ସା ନ କଲେ ମଧ୍ୟ ୩୩% ଲୋକଙ୍କର ଏହି ରୋଗ ଉପଶମ ହୋଇଯାଏ । ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ପରେ ପ୍ରଥମ କରି କାର୍ପାଲ ଟନେଲର ସିଣ୍ଡ୍ରୋମ ସମ୍ପୁର୍ଣ୍ଣ ବର୍ଣ୍ଣନା କରାଯାଇଥିଲା ।

ଆଧାର

Tags:

ଯନ୍ତ୍ରଣା

🔥 Trending searches on Wiki ଓଡ଼ିଆ:

ବିଶ୍ୱତାପନବୈକୁଣ୍ଠନାଥ ପଟ୍ଟନାୟକଶର୍ଦ୍ଦିରାଜୀବ ଗାନ୍ଧୀବ୍ୟଞ୍ଜନ ବର୍ଣ୍ଣଓଡ଼ିଶାର ପର୍ବପର୍ବାଣିହୃଦାନନ୍ଦ ପାଣିଗ୍ରାହୀହିମାଳୟରଜ ପର୍ବଆଣ୍ଟିବଡିକଳାହାଣ୍ଡି ଜିଲ୍ଲାଭୀମା ଭୂଇଁଆନବୀନ ପଟ୍ଟନାୟକଏ ଭି ସ୍ୱାମୀବ୍ୟାଙ୍କଦୀପକ ମିଶ୍ରଲାଟିନ ଭାଷାଗଜପତି ମହାରାଜାଯଶୋଧାରା ମିଶ୍ରବାଲେଶ୍ୱରନେଲସନ ମଣ୍ଡେଲାମହାବୀର ଜୈନଦିଲ୍ଲୀଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସକମ୍ପ୍ୟୁଟର ବିଜ୍ଞାନତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଓଡ଼ିଆଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଓଡ଼ିଆ ଖାଦ୍ୟପୋତାଗଡ଼ସଂସ୍କୃତଟାଇଫଏଡସୁରେନ୍ଦ୍ର ମହାନ୍ତିପ୍ରଶାନ୍ତ ପଟ୍ଟନାୟକବିପିନ ବିହାରୀ ମିଶ୍ରତୁର୍କୀଇଂରାଜୀ ଭାଷାରାମାୟଣଜଳ ପ୍ରଦୂଷଣବୀର ହନୁମାନ ମନ୍ଦିର, ରାୟଗଡ଼ମାଗୁଣି ଚରଣ କୁଅଁର୧ (ସଂଖ୍ୟା)ଓଡ଼ିଶାର ମାପ ବ୍ୟବସ୍ଥାରଜାବଖରି,ଦଶ ବିଦ୍ୟା ମହଲ,ଉତ୍କଳ ସମ୍ମିଳନୀଭାଇ ଭାଇ୨ ମାର୍ଚ୍ଚହିଙ୍ଗୁଳା ମନ୍ଦିରଶ୍ରୀନିବାସ ରାମାନୁଜନ୫ ଅକ୍ଟୋବର୧୯୭୮ବିଜୁ ପଟ୍ଟନାୟକକାଳୀୟୁକ୍ରେନବିର୍ସା ମୁଣ୍ଡାକନକ ମଞ୍ଜରୀ ମହାପାତ୍ରଓଡ଼ିଶାର ଦଶହରାନୂଆପଡ଼ା ଜିଲ୍ଲାଦଣ୍ଡ ନାଟତୃପ୍ତି ଦାସରାଧାନାଥ ରାୟଲିସବନକାଳୀଚରଣ ପଟ୍ଟନାୟକ୧୯୮୦ୟୁରୋପରାଣୀ ଲକ୍ଷ୍ମୀବାଈରଶ୍ମି ରାଉଳ🡆 More