ଖଜ୍ଜିଆର: ହିମାଚଳ ପ୍ରଦେଶର ଏକ ଶୈଳ ନିବାସ

ଖଜ୍ଜିଆର ( ହିନ୍ଦୀ ରେ खज्जियार) , ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶରେ ଅବସ୍ଥିତ ଏକ ଶୈଳ ନିବାସ । ଚମ୍ବା ଜିଲ୍ଲାରେ ଥିବା ଏହି ସହର ଡେଲହାଉସୀଠାରୁ  ପ୍ରାୟ 24 କିଲୋମିଟର ଦୂରରେ ଅବସ୍ଥିତ ।  

ଖଜ୍ଜିଆର ଏକ ଛୋଟ ପାର୍ବତ୍ୟ ଚଟାଣ ଉପରେ ଅବସ୍ଥିତ । ଏହା ମଧ୍ୟରେ ଏକ ସାନ ହ୍ରଦ ମଧ୍ୟ ରହିଛି । ଏହି ହ୍ରଦକୁ ଏକ ଝରଣା ଦେଇ ଜଳ ପ୍ରବେଶ କରିଥାଏ । ବୁଡୁବୁଦିଆ ଜଙ୍ଗଲ ଓ ଘଞ୍ଚ ଜଙ୍ଗଲରେ ଘେରା ହେଇଥିବା ଏହି ଶୈଳନିବାସ ସମୁଦ୍ରପତ୍ତନଠାରୁ ୬,୫୦୦ ଫୁଟ ଉଛରେ ରହିଛି । ପଶ୍ଚିମ ହିମାଳୟର ଧଉଳାଧାର ପର୍ବତ ଶ୍ରେଣୀର ପାଦ ଦେଶରେ ଥିବା ଏହି ଶୈଳନିବାସ ଅଞ୍ଚଳରୁ ପର୍ବତର ଶିକ୍ଷାର ଦୃଷ୍ଟିଗୋଚର ହୁଏ । ଏଠାରେ ଥିବା ଅରଣ୍ୟକୁ  କାଲାଟପ ଖଜ୍ଜିଆର ଅଭୟାରଣ୍ୟ କୁହାଯାଏ । ଖଜ୍ଜିଆରକୁ ଏକ ବିରଳ ଶୈଳନିବାସ କୁହା ଯାଏ , କାରଣ ଏଠାରେ ସବୁଜିମା ସହିତ ହ୍ରଦ ଓ ପରିବେଶ ମଧ୍ୟ ରହିଛି । 

ଖଜ୍ଜିଆରକୁ ନିକଟତମ ସହର ଡେଲହଉସୀଠାରୁ ରାସ୍ତାରେ ବସ ଯୋଗେ ୧ ଘଣ୍ଟାରେ ପହଞ୍ଚି ହେଇଥାଏ । 

ମିନି ସ୍ୱିଜରର୍ଲାଣ୍ଡ

ଖଜ୍ଜିଆର: ମିନି ସ୍ୱିଜରର୍ଲାଣ୍ଡ, ରହଣି ସୁବିଧା , ଯାତାୟତ  
ହିମାଚଳପ୍ରଦେଶର ସ୍ୱୀଜରଲାଣ୍ଡ 

ଜୁଲାଇ ୭, ୧୯୯୨ରେ ତତ୍କାଳୀନ ସ୍ୱୀଜରଲାଣ୍ଡର ଭାଇସ କାଉନ୍ସିଲର ଓ ଭାରତର ସ୍ୱୀଜରଲାଣ୍ଡର ଦୂତାବାସର ମୁଖ୍ୟ ୱିଲିଟି ॰ ବ୍ଳାଜର ଖଜଯର ଭ୍ରମଣରେ ଆସି ଏହାର ସୌନ୍ଦର୍ଜ୍ୟକୁ ସ୍ୱୀଜରଲାଣ୍ଡ ସହ ତୁଳନା କରିଥିଲେ ଓ ଏହାକୁ 'ମିନି ସ୍ୱୀଜରଲାଣ୍ଡ ' ନାମ ଦେଇଥିଲେ । ସେ ସେଠାରେ ଏକ ବୋର୍ଡ ମଧ୍ୟ ଲଗେଇଥିଲେ ଯହିଁରେ " ଏଠାରୁ ସ୍ୱୀଜରଲାଣ୍ଡର ଦୂରତା ୬୧୯୪ କିଲୋମିଟର ବୋଲି ଲେଖା ଥିଲା । ତାଙ୍କରଦ୍ୱାରା ଖଜ୍ଜିଆର ବିଷୟ ପ୍ରଚାର ହେଲା ପରେ ଖଜ୍ଜିଆର ବିଶ୍ୱ ପର୍ଯ୍ୟଟନ ମେପରେ ଆସିଲା । ସ୍ମାରକୀ ହିସାବରେ ବ୍ଳାଜର ଏଠାରୁ ସିଲାଖଣ୍ଡ ମନ ନେଇଥିଲେ , ଯାହା ଆଜି ଭି ସ୍ୱିସ ପାର୍ଲାମେନ୍ଟ ଭବନ ବାହାରେ ସଜ୍ଜିତ ହେଇ ଅଛି । 

ରହଣି ସୁବିଧା 

ଖଜ୍ଜିଆର: ମିନି ସ୍ୱିଜରର୍ଲାଣ୍ଡ, ରହଣି ସୁବିଧା , ଯାତାୟତ  
ଅଗଷ୍ଟ ମାସରେ ଖଜ୍ଜିଆରର ଦୃଶ୍ୟ 
ଖଜ୍ଜିଆର: ମିନି ସ୍ୱିଜରର୍ଲାଣ୍ଡ, ରହଣି ସୁବିଧା , ଯାତାୟତ  
Khajjiar view

ଏଠାରେ ଏକ ହୋଟେଲ ଓ ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗଦ୍ୱାରା ପରିଚାଳିତ କଟେଜ ସବୁ ରହିଛି । ଜଙ୍ଗଲ ଓ PWD ବିଭାଗର ରେସ୍ଟ ହାଉସ ମଧ୍ୟ ରହିଛି । ଆହୁରି କିଛି ହୋଟେଲ ନିର୍ମିତ ହଉଛି ଯାହା ସେ ସ୍ଥାନର ପରିବେଶକୁ ଖାପ ଖାଇ ନ ପରେ । 

ଯାତାୟତ 

ଖଜ୍ଜିଆରକୁ ସୀମିତ ବସ ସେବା ଥିଲେ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଭଡାରେ ଗାଡି ଉପଲବ୍ଧ ହୁଏ । 

ମୁଖ୍ୟ ଆକର୍ଷଣ 

ହ୍ରଦର ଚତୁର୍ପାର୍ଶ୍ୱରେ ଭ୍ରମଣ , ଘୋଡାରେ ଚଢ଼ି ବୁଲିବା , ଟ୍ରେକିଙ୍ଗ କରିବା ଖଜ୍ଜିଆରର ମୁଖ୍ୟ ଆମୋଦକର କ୍ରୀଡ଼ା । 

ଦଉଲାଧର ପର୍ବତ  ଘଞ୍ଚ ଜଙ୍ଗଲରେ ଭରା ଏହି ପର୍ବତ ତଳେ ଖଜ୍ଜିଆର ଥିବାରୁ ଏହି ପର୍ବତର ମନୋରମ ଦୃଶ୍ୟ  ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ । 

ଖଜ୍ଜିନାଗ ମନ୍ଦିର

ହ୍ରଦରୁ କିଛି ଦୂରରେ ଖାଜ୍ଜି ନଗ ମନ୍ଦିର ରହିଛି । ଏହା ୧୨ ଶ ଶତାବ୍ଦୀରେ ନିର୍ମିତ ହେଇଥିବା ଜଣା ପଡେ । ଏହାର ମଣ୍ଡପରେ ପାଣ୍ଡବ ଓ ପରାଜିତ କୌରବ ମାନଙ୍କ ଛବି ରହିଛି । ନାଗଙ୍କୁ ଅର୍ପିତା ଏହି ମନ୍ଦିରରେ ନାଗ ମୂର୍ତି ମଧ୍ୟ ରହିଛି । 

ଖଜ୍ଜିଆର: ମିନି ସ୍ୱିଜରର୍ଲାଣ୍ଡ, ରହଣି ସୁବିଧା , ଯାତାୟତ  
ଖଜ୍ଜିଆରର ତୃଣଭୂମି 

ଟ୍ରେକିଙ୍ଗ 

ପର୍ଯ୍ୟଟକ ମାନଙ୍କ ପାଇଁ ଖଜ୍ଜିଆରରେ ଟ୍ରେକିଙ୍ଗ ସୁବିଧା ଏକ ମୁଖ୍ୟ ଆକର୍ଷଣ । ଖଜ୍ଜିଆରରୁ ଦୟନକୁଣ୍ଡ ଯାଏ ୩.୫ କିଲୋମିଟରର ସହଜରୁ ମଧ୍ୟମ ଧାରଣର ଟ୍ରେକିଙ୍ଗ ରାସ୍ତା ରହିଛି । ସୁନ୍ଦର ପ୍ରକୃତିକ ପରିବେଶ ମଧ୍ୟ ଦେଇ ଏହି ଟ୍ରେକିଙ୍ଗ ରାସ୍ତାରେ ନବାଗତ ଓ ବାଳକମାନେ ମଧ୍ୟ ଟ୍ରେକିଙ୍ଗ କରି ପାରନ୍ତି । 

ଆଧାର

Tags:

ଖଜ୍ଜିଆର ମିନି ସ୍ୱିଜରର୍ଲାଣ୍ଡଖଜ୍ଜିଆର ରହଣି ସୁବିଧା ଖଜ୍ଜିଆର ଯାତାୟତ ଖଜ୍ଜିଆର ମୁଖ୍ୟ ଆକର୍ଷଣ ଖଜ୍ଜିଆର ଟ୍ରେକିଙ୍ଗ ଖଜ୍ଜିଆର ଆଧାରଖଜ୍ଜିଆରହିମାଚଳ ପ୍ରଦେଶ

🔥 Trending searches on Wiki ଓଡ଼ିଆ:

ଶ୍ରାଦ୍ଧମହାପ୍ରସାଦନବକଳେବରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବଣଭୋଜି ବେଶକବାଟଜାଭା (ପ୍ରୋଗ୍ରାମିଂ ଭାଷା)ସିଦ୍ଧାନ୍ତ ମହାପାତ୍ର୨୦୦୬ସରୋଜିନୀ ନାଇଡୁ୧୯୦୫ଓଡ଼ିଆ ଭାଷା ଆନ୍ଦୋଳନପଲଉଉଇକିପିଡ଼ିଆ ସମୂହର ତାଲିକାନଇ ଆରପାରିପ୍ରଦୀପ କୁମାର ପାଣିଗ୍ରାହୀଅଧର ପଟ୍ଟନାୟକବିଜୟ ଶଙ୍କର ଦାସରଥଯାତ୍ରାରାମକୃଷ୍ଣ ପରମହଂସରବୀନ୍ଦ୍ରନାଥ ଠାକୁରପଖିଆଅଣ୍ଡାଜୟୀ ରାଜଗୁରୁଗ୍ରହକୋଳିରାମାୟଣଘରଶବ୍ଦ (ପଦ)ମୁକୁନ୍ଦ ଦେବରାସନ କାର୍ଡ଼ (ଭାରତ)ସାରଳା ଦାସଲକ୍ଷ୍ମୀନାରାୟଣ ସାହୁନବଗୁଞ୍ଜରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷହେମନ୍ତ କୁମାର ଦାସକୋଣାର୍କପଠାଣି ସାମନ୍ତତପନ କୁମାର ପ୍ରଧାନସୋନପୁର ରାଜ୍ୟଗୋପାଳ କୃଷ୍ଣ ରଥଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଜନ ଗଣ ମନଆଉରଙ୍ଗଜେବକଳାହାଣ୍ଡି ଜିଲ୍ଲାଲୋକ ସଭାଫସ୍‌ଫରସପଣା ସଂକ୍ରାନ୍ତିବୈଜୟନ୍ତ ପଣ୍ଡାଭାରତର ନଦୀ ସମୂହର ତାଲିକାଚନ୍ଦ୍ରଶେଖର ନନ୍ଦଦାମୋଦର ରାଉତମୟୂରଭଞ୍ଜ ଜିଲ୍ଲାଜୟଦେବଓଡ଼ିଆ ଖବରକାଗଜ ତାଲିକାବିନ୍ଦୁଭଦଭଦଳିଆମୁକ୍ତିକାନ୍ତ ମଣ୍ଡଳଖାସି ମାଂସ ତରକାରୀକଳସା ଚଉତିଶାvji40ଆଇଡେଲାଲିସିବକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରବର୍ଟ ହିଲ୍ଭାରତର ସଂସଦରାମାବତାରମ୍ଛତୁ ତରକାରୀ🡆 More