ମହାକାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମହାକାଳୀ—ସ୍ତ୍ରୀ)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମହାନ୍+କାଳ) ସମ୍ପାଦନା

୧. ରୂଦ୍ର; ସୃଷ୍ଟିର ଅନ୍ତକର ଶିବ —୧. Ṡiba in his character of the Destroyer of the universe.
୨. ଉଜ୍ଜୟିନିସ୍ଥ ପ୍ରସିଦ୍ଧ ଶିବ ଲିଙ୍ଗ —୨. Name of the phallic image of Ṡiba in Ujjain.

[ଦ୍ରଷ୍ଟବ୍ୟ —ମେଘଦୂତର ୩— ୩୮: ଶ୍ଳୋକମାନଙ୍କରେ କବି କାଳିଦାସ ଉଜ୍ଜୟିନୀର ଓ ସେଠାରେ ପ୍ରତିଷ୍ଠିତ ମହାକକାଳ ଲିଙ୍ଗଦଙ୍କର ବର୍ଣ୍ଣନା, ମନ୍ଦିର ଓ ପୂଜା ବିଷୟ ମନୋହର ରୂପରେ ବର୍ଣ୍ଣି ଅଛନ୍ତି]

୩. ଅନନ୍ତକାଳ ୧ (ଦେବତାରୂପେ କଳ୍ପିତ) —୩. The Eternity (personified).
୪. ମହାଦୁର୍ଭିକ୍ଷ; ଦେଶବ୍ୟାପୀ ଦୁର୍ଭିକ୍ଷ — ୪. A very great famine.
୫. ଭୈରବ ବିଶେଷ —୫. Name of Bh&aline;i̱raba.
୭. କୁଷ୍ମାଣ୍ଡାଦି ବର୍ଗର ଦୀର୍ଘ ବନ୍ୟପ୍ରତାନୀ ବିଶେଷ ଓ ତହିଁର ଫଳ (ଶବ୍ଦ କଳ୍ପ— ଦ୍ରୂମ) —୭. Encumis Madraspatams; Trichosanthes Palmata. Colocynth; Citrriullus Colocynthas.

[ଦ୍ରଷ୍ଟବ୍ୟ —ଏଥିର ପତ୍ର ପାଞ୍ଚଆଙ୍ଗୁଳି, ପତ୍ରର ତଳ ପାଖ ରୋମହୀନ, ଫୁଲ ପୀତବର୍ଣ୍ଣ; ଫଳଗୁଡ଼ିକକ ଦେଖିବାକୁ ଛୋଟ ବେଲ ପରି ଗୋଲ ଓ ପାଚିଲେ ଖୁବ୍ ନାଲି, କିନ୍ତୁ ଫଳ ଭିତରେ ଗୋବର ପରି କୃଷ୍ଣବର୍ଣ୍ଣ ବିଷାକ୍ତ ରସ ଥାଏ ଏହି ଲତାକୁ ଓଡ଼ିଆରେ ପାଞ୍ଚକେଡ଼— ମେଇଆ କହନ୍ତି ଫଳ କ୍ଷୁଦ୍ର ଓ ବୃହତ୍ ଭବେଦରେ ଏହା ଦୁଇପ୍ରକାର ବୈଦ୍ୟଶାସ୍ତ୍ର ମତରେ ଏହା ତିକ୍ତରସ, କଟୁବିପାକ, ସାରକ, ଲଘୁ ଓ ଉଷ୍ଣବୀର୍ଯ୍ୟ ଏହା କାମଳା, ପିତ୍ତ, କଫ, ପ୍ଳୀହା ଉଦର ରୋଗ, ଶ୍ୱାସ, କାସ କୁଷ୍ଠ, ଗୁଳ୍ମ,

ଗ୍ରନ୍ଥି, ବ୍ରଣ, ପ୍ରମେହ, ମୃଢ଼ଗର୍ଭ, ଆମଦୋଷ, ଗଳଗଣ୍ଡ ଓ ବିଷ ନାଶକ (ଦ୍ରବ୍ୟଗୁଣ) 

ଏହାର ଫଳ ବାହାରେ ଦେଖିବାକୁ ଅତି ସୁନ୍ଦର ଓ ନାଲି, କିନ୍ତୁ ଫଳଭିତରେ ଗୋବର ଭଳି ବିଷାକ୍ତ ଶସ ଥିବାରୁ, ମୁଖରେ ମଧୁର ଭାଷୀ କିନ୍ତୁ ଅନ୍ତରରେ କପଟତା ପୂର୍ଣ୍ଣ ବ୍ୟକ୍ତିଙ୍କୁ ଲୋକେ ମହାକାଳ ଫଳ ସଙ୍ଗେ ତୁଳନା କରନ୍ତି]

୮. ଶିବଙ୍କର ଏକ ପୁତ୍ର —୮. Name of a son of Ṡiba.

[ଦ୍ରଷ୍ଟବ୍ୟ —କାଳିକା ପୁରାଣରେ ଲେଖାଅଛି ଯେ ଏକତା ଦେବତା ମାନେ ଶିବଙ୍କ ବୀର୍ଯ୍ୟକୁ ଧାରଣ କରିବାକୁ ଅଗ୍ନିକୁ କହିବାରୁ ଅଗ୍ନି ତାହା ଧାରଣ କରିବା ସମୟରେ ସେଥିରୁ ଦୁଇ ଟୋପା ଛିଡ଼ିକି ପଡ଼ିଲା ତହିଁରୁ ମହାକାଳ ଓ ଭୃଙ୍ଗୀ ନାମକ ଦୁଇ ପୁତ୍ର ଜନ୍ମ ହେଲେ ଥରେ ଶିବଙ୍କ ସଙ୍ଗେ ବିବାହ କରି ପାର୍ବତୀ ବିହାର ସ୍ଥଳରୁ ବାହାରି ଆସୁଥିବା ସମୟରେ ଏଇ ଦୁଇ ପୁତ୍ର ତାଙ୍କୁ ଦେଖିଲେ ଏଥିରେ ପାର୍ବତୀ କ୍ରୁଦ୍ଧା ହୋଇ ସେ ଦୁହିଙ୍କୁ ଅଭିଶାପ ଦେଲେ ଓ ତହିଁ ଫଳରେ ମହାକାଳ ବେତାଳ ଓ ଭଙ୍ଗୀ ଭୈରବ ରୂପ ଧାରଣ କଲେ —ହିନ୍ଦୀ - ଶ]

ଦେଶଜ - ବିଶେଷ୍ୟ - ସମ୍ପାଦନା

ହିନ୍ଦୁ ମାନଙ୍କର ତୀର୍ଥ ବିଶେଷ —Name of a place Hindu pilgrimage.

[ଉ— ମହାକାଳ କୋଟୀ ତୀର୍ଥ ରହିଅଛନ୍ତି, ତହିଁରେ ସ୍ନାନ କଲେ ହୁଅଇ ମୁକତି କୃଷ୍ଣସିଂହ. ମହାଭାରତ. ବନ]



🔥 Top keywords: ପ୍ରଧାନ ପୃଷ୍ଠାଉଇକିଅଭିଧାନ:ଆଲୋଚନା ସଭାବିଶେଷ:ଖୋଜନ୍ତୁଶବ୍ଦାର୍ଥଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ଓଡ଼ିଆଯୋଗବୋତଲପାଣିରକ୍ତବିଆମାଣପେଜସଂସ୍କୃତିପ୍ରକୃତିଭକ୍ତିସବୁଦମ୍ପତିଅକିଞ୍ଚନଶାଳମାଟିକରଣକଙ୍କରିଳକଣିନଖାଯଶ ରଖିବାଟୋକଣାଠାଆ ଠାଆକେନଦୀଉଚକା ଦେବାକକେଇପୁଅ ଭାଇଭିନ୍ନକଡ଼ବାଶବ୍ଦକଚୁପୋଡ଼ାନାମକତୁରିଆକଞ୍ଚାସୁନାସାନିକଶବୀ ରଖିବାଘଡ଼ଘଡ଼ିକଇଁଚକାକୁଡ଼ିକର୍ଚାଲିପୌଳିଛତରେଇବାପୁହୁଣାକରନ୍ଦାକଣ୍ଟାପିରିକପ୍ରଥାକଡ଼େଇଜୟଶୃଙ୍ଗଖୋଲା ରଖିବାଖଳିଟୋକୋଇପେଣ୍ଟିଆକଉକନାପରିଣାମ ଦର୍ଶୀକଲର୍ କଲର୍ଠାଆକୁ ଠାଆଗତିଗୟଳକଲାଏତ୍କ୍ଷୁର୍ଣ୍ଣକୁକ୍ଷିମ୍ଭରିତିକତଖଣ୍ଟ ମାରିବାଖଣ୍ଡିକାଶ ମାରିବାମହାଭାରତବଉଦଜୁଡ଼ି ହଙ୍କେଇବାଉତ୍କଟକ୍ରତୁଭୁଜଟୋଲକା