ବସୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ+କର୍ତ୍ତୃ. ଉ) ସମ୍ପାଦନା

୧. ଗଣଦେବତାବିଶେଷ (ଏମାନେ ସଂଖ୍ୟାରେ ଆଠ) —୧. A group of eight divine beings Dieties.

[ଦ୍ରଷ୍ଟବ୍ୟ —ମହାଭାରତ ମତରେ ଏମାନଙ୍କ ନାମ—ଧର ବା ଭବ, ଧ୍ରୁବ, ସୋମ, ବିଷ୍ଣୁ, ଅନିଳ, ପ୍ରତ୍ୟୂଷ ଓ ପ୍ରଭବ ବା ପ୍ରଭାସ ଭାଗବତ ମତରେ ଦ୍ରୋଣ, ପ୍ରାଣ. ଧ୍ରୁବ, ଅର୍କ, ଅଗ୍ନି, ଦୋଷ, ବସ୍ତୁ ଓ ବିଭାବସ୍ତୁ; ଏମାନେ ବସୁଦବତା ଓ ଏମାନେ ଦକ୍ଷ ପ୍ରଜାପତିଙ୍କ କନ୍ୟା 'ବସୁ'ଙ୍କ ଗର୍ଭରୁ ତାଙ୍କ ସ୍ୱାମୀ ଧର୍ମଙ୍କ ଔରସରେ ଜନ୍ମିଥିଲେ ଥରେ ବସୁମାନେ ବଶିଷ୍ଠଙ୍କ ନନ୍ଦିନୀ ଗାଈକୁ ଚୋରାଇ ନେବାରୁ ବଶିଷ୍ଠ ଶାପ ଦେଲେ ଓ ତହିଁ ଫଳରେ ସେମାନେ ଶାନ୍ତନୁଙ୍କ ପତ୍ନୀ 'ଗଙ୍ଗା'ଙ୍କ ଗର୍ଭରୁ ଜନ୍ମ ଗ୍ରହଣ କଲେ ଓ ଜନ୍ମ ହେବା କ୍ଷଣି ମାତା ସେମାନଙ୍କ ମଧ୍ୟରୁ ପ୍ରଥମ ୬ ଜଣଙ୍କୁ ଗଙ୍ଗା ନଦୀର ଗର୍ଭକୁ ଫିଙ୍ଗି ଦେଇଥିଲେ, କେବଳ ସପ୍ତମ ଶିଶୁ ଭୀଷ୍ମ ଶାନ୍ତିନୁଙ୍କ ଯୋଗୁଁ ବଞ୍ଚି ଗଲେ

ବେଦରେ ବସୁ ଶବ୍ଦର ପ୍ରୟୋଗ ଅଗ୍ନି, ମରୁତ୍, ଇନ୍ଦ୍ର, ଉଷା, ଅଶ୍ୱୀ, ରୁଦ୍ର, ବାୟୁ, ଓ ଆଦିତ୍ୟଙ୍କ ପ୍ରତି ହୋଇଅଛି ବୃହଦା— ରଣ୍ୟକରେ ପୃଥିବୀ, ବାୟୁ, ଅନ୍ତରୀକ୍ଷ, ଆଦିତ୍ୟ, ଦ୍ୟୌ, ଅଗ୍ନି, ତନ୍ଦ୍ରମା ଓ ନକ୍ଷତ୍ରଙ୍କ ପ୍ରତି ପ୍ରୋୟଗ କରା ଯାଇଅଛି—ହିନ୍ଦୀ - ଶ]

୨. (ବସୁଦେବଙ୍କ ସଂଖ୍ୟାରୁ) 'ଆଠ' ସଂଖ୍ୟା —୯. The number '୮'.
୩. ଏକ କଡ଼ା କଉଡ଼ିମୂଲ୍ୟରେ ଆଠ ଭାଗରୁ ଏକ ଭାଗ —୩. One eight of the value of a cowri or shell-money.
୪. [[ ବସୁଧାରା(୧) (ଦେଖ) - ୪. Basudhārā ୧ (See).
୫. ଧନ — ୫. Riches; wealth.
୬. ଧନପତି କୁବେର —୬. The God of riches.
୭. ଅଗ୍ନି —୭. Fire.
୮. ସୂର୍ଯ୍ୟ —୮. The sun.
୯. ଧନିଷ୍ଠା ନକ୍ଷତ୍ର —୯. The ୨୩rd asterism.
୧. କିରଣ; ରଣ୍ମୀ —୧୦. A ray of light.
୧୧. ବଳ୍ଗା; ଘୋଡ଼ାର ବାଗ ବା ଲଗାମ —୧୧. Rein of a horse.
୧୨. ରାଜା —୧୨. King.
୧୩. ଚେଦିରାଜ — ୧୩. Name of an ancient king of India.
୧୪. ସ୍ୱର୍ଣ୍ଣ ୧୪. Gold.
୧୫. ଲବଣ —୧୫. Salt.
୧୬. ଜଳ —୧୬. Water.
୧୭. କାଳ—ବସୁ ବା କଳବାଇଁଶି ମାଛ —୧୭. A kind of fresh water fish.
୧୮. ରତ୍ନ (ହିନ୍ଦୀ - ଶ) —୧୮. Gem.
୧୯. ଅଗସ୍ତି (ହିନ୍ଦୀ - ଶ) —୧୯. Sesbania Grandiflora (tree).
୨. ଯୋକ୍ର; ଯୋତ ଦଉଡ଼ି (ହିନ୍ଦୀ - ଶ) —୨୦. The rope with which the beasts are tied to the yoke; the tie of a yoke (Apte).
୨୧. ସୁନାମୁଗ (ହିନ୍ଦୀ - ଶ) —୨୧. The yellowish variety of Phaseolus Munga.
୨୨. ବୃକ୍ଷ (ହିନ୍ଦୀ - ଶ) —୨୨. Tree.
୨୩. ଶିବ (ହିନ୍ଦୀ - ଶ) —୨୩. Ṡiba.
୨୪. ସରୋବର (ହିନ୍ଦୀ - ଶ) —୨୪. Tank.
୨୫. ବିଷ୍ଣୁ (ହିନ୍ଦୀ - ଶ) —୨୫. Bishṇu.
୨୬. ବରୁଳ (ବୃକ୍ଷ) (ହିନ୍ଦୀ - ଶ.) —୨୬. Bakuḻa (tree).
୨୭. ସାଧୁ— ପୁରୁଷ; ସଜ୍ଜନ (ହିନ୍ଦୀ - ଶ) —୨୭. A saintly person.
୨୮. ବୃଦ୍ଧି ନାମକ ଔଷଧ (ହିନ୍ଦୀ - ଶ). ୨୮. Lustre; light.
୨୯. ବୃଦ୍ଧି ନାମକ ଔଷଧ (ହିନ୍ଦୀ - ଶ.) —୨୯. A rare- herb.
୩. ଦକ୍ଷପ୍ରଜାପତିଙ୍କ କନ୍ୟା ଓ ଧର୍ମଙ୍କ ସ୍ତ୍ରୀ (ଭାଗବତ) (ହିନ୍ଦୀ - ଶ) —୨୦. Name of the wife of Dharma and daughter of Daksha.

[ଦ୍ରଷ୍ଟବ୍ୟ —ଭାଗବତ ମତରେ ଏ ଦ୍ରୋଣାଦି ଅଷ୍ଟବସୁଙ୍କ ମାତା— ହିନ୍ଦୀ - ଶ]

ସଂସ୍କୃତ - ବିଶେଷଣ - (ପୁଂ ଓ ସ୍ତ୍ରୀ) ସମ୍ପାଦନା

୧. (+କର୍ତ୍ତୃ. ଉ) ଯେ ସବୁଥିରେ ବାସ କରନ୍ତି (ହିନ୍ଦୀ - ଶ) —୧. Living or existing. in all things.
୨. (+ଅଧିକରଣ. ଉ) ଯହିଁରେ ସମସ୍ତଙ୍କର ବାସ (ହିନ୍ଦୀ - ଶ.) —୨. Holding all things.
୩. ମଧୁର —୩. Sweet (Apte).
୪. ଶୁଖିଲା —୪. Dry (Apte)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବଙ୍ଗୀୟ କାୟସ୍ଥଙ୍କର ଉପାଧିବିଶେଷ — ୧. A family title of the Kāyasthas of Bengal.
୨. ପୁରୀଜିଲ୍ଲା ଶାସନୀ ବ୍ରାହ୍ମଣଙ୍କର ବିଶିଷ୍ଟତା ପରିଚାୟକ ସଂଜ୍ଞାବିଶେଷ —୨. A distinctive surname of certain high class Brāhmaṇas of Purī district.

(ଯଥା—ବେସରପୁରିଆ ବସ୍ତୁ)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ଶୁଷ୍କ —୧. Dry.
୨. ମଧୁର —୨. Sweet.

ଦେଶଜ - କ୍ରିୟାପଦ - ସମ୍ପାଦନା

(ବସିବା କ୍ରିୟାର ଅନାଦରାର୍ଥକ ୩ୟ ପୁରୁଷ ଏକବଚନ [ସେ] କର୍ତ୍ତା ସହିତ ପ୍ରଯୁକ୍ତ ରୂପ) (ସେ) ଉପବେଶନ କରୁ —Let him sit.



🔥 Top keywords: ପ୍ରଧାନ ପୃଷ୍ଠାଉଇକିଅଭିଧାନ:ଆଲୋଚନା ସଭାବିଶେଷ:ଖୋଜନ୍ତୁଶବ୍ଦାର୍ଥଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ଓଡ଼ିଆଯୋଗବୋତଲପାଣିରକ୍ତବିଆମାଣପେଜସଂସ୍କୃତିପ୍ରକୃତିଭକ୍ତିସବୁଦମ୍ପତିଅକିଞ୍ଚନଶାଳମାଟିକରଣକଙ୍କରିଳକଣିନଖାଯଶ ରଖିବାଟୋକଣାଠାଆ ଠାଆକେନଦୀଉଚକା ଦେବାକକେଇପୁଅ ଭାଇଭିନ୍ନକଡ଼ବାଶବ୍ଦକଚୁପୋଡ଼ାନାମକତୁରିଆକଞ୍ଚାସୁନାସାନିକଶବୀ ରଖିବାଘଡ଼ଘଡ଼ିକଇଁଚକାକୁଡ଼ିକର୍ଚାଲିପୌଳିଛତରେଇବାପୁହୁଣାକରନ୍ଦାକଣ୍ଟାପିରିକପ୍ରଥାକଡ଼େଇଜୟଶୃଙ୍ଗଖୋଲା ରଖିବାଖଳିଟୋକୋଇପେଣ୍ଟିଆକଉକନାପରିଣାମ ଦର୍ଶୀକଲର୍ କଲର୍ଠାଆକୁ ଠାଆଗତିଗୟଳକଲାଏତ୍କ୍ଷୁର୍ଣ୍ଣକୁକ୍ଷିମ୍ଭରିତିକତଖଣ୍ଟ ମାରିବାଖଣ୍ଡିକାଶ ମାରିବାମହାଭାରତବଉଦଜୁଡ଼ି ହଙ୍କେଇବାଉତ୍କଟକ୍ରତୁଭୁଜଟୋଲକା