ବିଶ୍ୱତାପନ

ବିଶ୍ୱତାପନର ପରିଭାଷା: ପୃଥିବୀର ଜଳବାୟୁ ତନ୍ତ୍ରର ହାରାହାରି ତାପମାନରେ ଅବଲୋକିତ ବୃଦ୍ଧି ।

refer to caption
ପୃଥିବୀର ହାରାହାରି ସ୍ଥଳ-ସମୁଦ୍ର ତାପମାନରେ ପରିବର୍ତ୍ତନ ୧୮୮୦ରୁ ୨୦୧୩, ୧୯୫୧–୧୯୮୦ ତୁଳନାରେ. କଳାଗାର ବାର୍ଷିକ ଓ ନାଲି ଗାର ପଞ୍ଚ-ବାର୍ଷିକ ହାରାହାରି ଦର୍ଶାଉଛି. ସବୁଜ ଗାର ଅନିଶ୍ଚିତତା ଦର୍ଶାଉଛି . Source: NASA GISS. (ବଡ଼ ଚିତ୍ର ନିମନ୍ତେ ଦବାନ୍ତୁ)
Map of temperature changes across the world
key to above map of temperature changes
ପଞ୍ଚ-ବାର୍ଷିକ ହାରାହାରି ତାପମାନ(୨୦୦୦-୨୦୦୪) ବୃଦ୍ଧି ୧୯୫୧–୧୯୮୦ ତୁଳନାରେ. Source: NASA Observatory

କାରଣ

  • ସବୁଜ କୋଠରୀ ପ୍ରଭାବ / ଗ୍ରୀନ୍ ହାଉସ୍ ଇଫେକ୍ଟ

ପୃଥିବୀପୃକ୍ଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରିଥାଏ । ସୂର୍ଯ୍ୟରଶ୍ମିର କିଛି ଅଂଶ ପୃଥିବୀଦ୍ୱାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ । ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରିରଖେ । ଫଳରେ ବାୟୁମଣ୍ଡଳର ଉତ୍ତାପ ବଢେ । ଏହାକୁ ସବୁଜ କୋଠରୀ ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ୍ କୁହାଯାଏ । ମିଥେନ୍‌, ଅଙ୍ଗାରକାମ୍ଳ, ଜଳୀୟବାଷ୍ପ, ନାଇଟ୍ରସ୍ ଅକ୍ସାଇଡ୍ ପରି "ଗ୍ରୀନହାଉସ୍ ଗ୍ୟାସ୍‌"ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହି ସବୁ ଗ୍ୟାସର ପରିମାଣ ବଢ଼ି ଯାଇ ପୃଥିବୀକୁ ଏକ "ସବୁଜ କୋଠରୀ"ରେ ପରିଣତ କରି ଦେଇଛି । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରିଛନ୍ତି । ଜାରଣଦ୍ୱାରା ପ୍ରଚୁର ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛଡ଼ାଯାଏ । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଅଧିକ ତାପ ଧରି ରଖେ ଯାହାକି ବିଶ୍ୱତାପନର ପ୍ରମୁଖ କାରଣ ଅଟେ ।

କିଏ କେତେ ପରିମାଣରେ ଦାୟୀ (ସବୁଜ କୋଠରୀ ପ୍ରଭାବ ନିମନ୍ତେ) :

ଅଙ୍ଗାରକାମ୍ଳ ମିଥେନ୍‌ ଜଳୀୟବାଷ୍ପ ଅନ୍ୟାନ୍ୟ
୯-୨୬% ୪-୯% ୩୬-୭୦% ୩-୭%
  • ସୌର ପ୍ରକ୍ରିୟା

ବୈଜ୍ଞାନିକ‎ମାନେ ଦର୍ଶାଇଛନ୍ତି ଯେ ସୌର ଓ ଆଗ୍ନେୟଗିରୀୟ/ଜ୍ୱାଳାମୁଖୀୟ ପ୍ରକ୍ରିୟା "ପ୍ରାକୃତିକ" ବିଶ୍ୱତାପନର ଏକ ପ୍ରମୁଖ କାରଣ ଅଟେ କିନ୍ତୁ ଏହା ବର୍ତ୍ତମାନର କ୍ଷୀପ୍ର ଜଳବାୟୁ ପରିବର୍ତ୍ତନ ନିମନ୍ତେ ଦାୟୀ ନୁହେଁ ।

ପରିଣାମ

ବିଭିନ୍ନ ତଥ୍ୟରୁ ଜଣାପଡେ ଯେ ପୃଥିବୀର ତାପମାତ୍ରା ମାତ୍ର ୦.୫C ବଢ଼ିଥିବାରୁ ଅନେକ ସମସ୍ୟା ଦେଖାଦେଇଛି । ଏବେ ବିଶ୍ୱତାପନ ଯୋଗୁଁ ହିମାଳୟର ଗଙ୍ଗୋତ୍ରୀ ହିମସ୍ରୋତ ତରଳୁ ଅଛି । ବରଫ ତରଳିବା ବିଶ୍ୱତାପନର ଏକ ଭୟକଂର ପରିଣାମ । ଏହା ଯୋଗୁଁ ସମୁଦ୍ର ପତ୍ତନ ବଢୁଛି । ସମୁଦ୍ର ପତ୍ତନରେ ଅଧିକ ବୃଦ୍ଧି ହେଲେ ଉପକୂଳ ଅଚଂଳରେ ସମୁଦ୍ର ଜଳ ପ୍ରବେଶ କରିବ ।ବିଶ୍ୱତାପନ ଯୋଗୁଁ ଅନେକ ଜୀବଜାତି ବିଲୁପ୍ତ ହୋଇଯିବେ ଏବଂ ଏହା ବିଭିନ୍ନ ପରିସଂସ୍ଥାର ଜୈବବିବିଧତାକୁ ହ୍ରାସ କରିଦେବ ।

ପ୍ରତିବେଦନ

  • ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂ ବର୍ତ୍ତମାନ ପୃଥିବୀରେ ବ୍ୟକ୍ତିବିଶେଷ ତଥା ସରକାରଙ୍କ ପାଇଁ ଏକ ମୁଖ୍ୟ ଅନୁଚିନ୍ତା । ଗ୍ରୀନହାଉସ୍ ଗ୍ୟାସର ପରିମାଣ କମାଇବା ନିମନ୍ତେ ଅନେକ ଦେଶ ଚୁକ୍ତିବଦ୍ଧ ହେଲେଣି । United Nations Framework Convention on Climate Change (ୟ.ଏନ୍.ଏଫ୍.ସି.ସି.) ସେପରି ଏକ ପରିବେଶ ସମ୍ବନ୍ଧୀୟ କମିଟି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପରିବେଷ ଉପରେ ମାନବିକ ଅନ୍ତର୍କ୍ଷେପକୁ ଯଥାସମ୍ଭବ ଛୋଟ କରିବା ।
  • ନାସା ଓ ରୋୟାଲ୍ ସୋସାଇଟି ପରି ଅନୁସ୍ଥାନ ଜଳବାୟୁ ଇଞ୍ଜିନିଅରିଙ୍ଗ୍(Climate Engineering)କୁ ଏକ ପ୍ରତିବେଦନ ଭାବରେ ଅନ୍ୱେଷଣ କରୁଛନ୍ତି ।

ଆଧାର

Tags:

ବିଶ୍ୱତାପନ କାରଣବିଶ୍ୱତାପନ ପରିଣାମବିଶ୍ୱତାପନ ପ୍ରତିବେଦନବିଶ୍ୱତାପନ ଆଧାରବିଶ୍ୱତାପନ

🔥 Trending searches on Wiki ଓଡ଼ିଆ:

ନେପୋଲିୟନ ବୋନାପାର୍ଟଇଂରାଜୀ ଭାଷାବିମ୍ବାଧର କୁଅଁରକପିଳେନ୍ଦ୍ର ଦେବସୋମବାରତ୍ରିକୋଣମିତିଯୌନ ସମ୍ଭୋଗକାଶୀ ବିଶ୍ୱନାଥ ମନ୍ଦିରକଳାପାହାଡ଼ଗଣନ ସଂଖ୍ୟାବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୮୬୬୧୫ ଅପ୍ରେଲବିଜୟ ମିଶ୍ରଧାତୁଭୃସଙ୍ଗ ଗଛ୨୧ ମାର୍ଚ୍ଚସାରଳା ମହାଭାରତମାଲଟାରମାଦେବୀ ଚୌଧୁରୀସମ୍ବଲପୁରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମନୋଜ ଦାସଓଡ଼ିଶା୧୫୭୨ସୀତା ବିବାହକାମିନୋ ମିଚିଚାନ୍ଦବାଲିକିଶୋର ପାଣିଗ୍ରାହୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରିକେଟଅଶୋକ (ସମ୍ରାଟ)ବି. ଆର. ଆମ୍ବେଦକରଜିନା ସାମଲସିଂହକୁନ୍ତଳା କୁମାରୀ ସାବତବିଦ୍ୟାଳୟପ୍ରତୀକ୍ଷାରାଧାମୋହନ ଗଡ଼ନାୟକଜୀବସାରବାଲେଶ୍ୱରରାମକୃଷ୍ଣ ନନ୍ଦରଥଯାତ୍ରାପଖାଳଉପେନ୍ଦ୍ର ଭଞ୍ଜଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଖାଦ୍ୟ ଖଣିଜ ଲବଣସରସ୍ୱତୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଶାର ସଂସ୍କୃତିହୀରାକୁଦ ବନ୍ଧଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡତପସ୍ୱିନୀ୧୭୯୫ଦୀନନାଥ ପାଠୀପ୍ଲାଟିପସବଲ୍ଲଭଭାଇ ପଟେଲ୩୪୩୧୧Wikisourceଦୁଃଖୀରାମ ସ୍ୱାଇଁରଘୁନାଥ ପରିଚ୍ଛାଅରବିନ୍ଦ କେଜରିୱାଲଶୁକ୍ରବାରପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଜାନକୀ ବଲ୍ଲଭ ପଟ୍ଟନାୟକଭଗବତ ଗୀତାଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନକ୍ସଲବାଦହଂକଂଶ୍ରୀ ଅରବିନ୍ଦ୬ ଜୁଲାଇଗଣ୍ଡା🡆 More