ତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବ

ତମ୍ବାଖୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଆଲୋଚନାରେ ଏହାର ସ୍ଥିତି, ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟ ରହିବ । ପ୍ରାଥମିକ ସ୍ତରରେ ସିଗାରେଟ ତମ୍ବାଖୁ ବା ଟବାକୋ ଉପରେ ଏହାର ଅନୁଶୀଳନ କେନ୍ଦ୍ରୀଭୁତ ହୋଇଛି ଓ ଅନ୍ୟାନ୍ୟ ତମ୍ବାଖୁ ଅପେକ୍ଷା ଏହା ଉପରେ ଏହାର ଅଧିକ ଅନୁଶୀଳନ ହୋଇଛି। ସଂସାରରେ ତମ୍ବାଖୁ ହେଉଛି ଏକ ମାତ୍ର ସର୍ବାଧିକ ମୃତ୍ୟୁ ସଙ୍କଟ କାରକ ପଦାର୍ଥ । ହୃତପିଣ୍ଡ, କଲିଜା ଓ ଫୁସଫୁସ ଏହାର ପ୍ରଭାବରେ ଆକ୍ରାନ୍ତ ହୁଅନ୍ତି । ଧୁମ୍ରପାନ ଯୋଗୁ ହୃଦଘାତ, ଷ୍ଟ୍ରୋକ, କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (ପୂର୍ବେ ଏମ୍ଫିସେମା ଓ କ୍ରନିକ ବ୍ରୋଙ୍କାଇଟିସ୍ କୁହାଯାଉଥିଲା), ସ୍ୱର ପେଟିକା, ପାଟି ଓ ଅଗ୍ନାଶୟରେ କର୍କଟ ରୋଗ ହୁଏ । ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁ ହୁଏ । କେତେ ସମୟ ଧରି ଓ କେତେ ସଂଖ୍ୟକ ଧୁମ୍ରପାନ ହେଉଛି ତାହା ଉପରେ ଏହାର ପ୍ରଭାବ ନିର୍ଭର କରେ । ଅଳ୍ପ ବୟସରୁ ଆରମ୍ଭ ଓ ସିଗାରେଟରେ ଥିବା ଟାର ଏହି ରୋଗ ସଙ୍କଟ ବଢ଼େଇ ଦିଏ । ଧୁମପାୟୀଙ୍କ ନିକଟରେ ରହି ଧୁଆଁ ପ୍ରଶ୍ୱାସରେ ନେଲେ ମଧ୍ୟ ସବୁ ବୟସ ନିମନ୍ତେ କ୍ଷତି କାରକ ହୁଏ । ଏହାକୁ ସେକଣ୍ଡ ହ୍ୟାଣ୍ଡ ଧୁମ୍ରପାନ କହନ୍ତି । ଅବିକଶିତ ଦେଶମାନଙ୍କରେ ମିଳୁଥିବା ସିଗାରେଟରେ ଟାର ଅଧିକ ଥାଏ ଓ ଏଥିରେ ଫିଲ୍‌ଟର ନ ଥିବାରୁ ଅଧିକ ସଂଙ୍କଟ ଜନକ ହୁଏ। ଡବ୍ଲ୍ୟୁ,ଏଚ.ଓ.

ହିସାବରେ ୨୦୦୪ ମସିହାରେ ୫.୪ ନିୟୁତ ଓ ବିଂଶ ଶତାବ୍ଦିରେ ୧୦୦ ନିୟୁତ ମୃତ୍ୟୁ ହୋଇଥିଲା । ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍‌ସନ ଆକଳନ ଅନୁସାରେ ତମ୍ବାଖୁ ହେଉଛି ଏକକ ସ୍ୱାସ୍ଥ୍ୟ ସଙ୍କଟ ପ୍ରତିରୋଧକ ଓ ଅକାଳ ମୃତ୍ୟୁର କାରଣ"। ଅନେକ ଦେଶମାନଙ୍କରେ ଏହାର ବ୍ୟବହାର ଓ ବିକ୍ରି ଉପରେ ଅଙ୍କୁଶ ଓ ସତର୍କ ବାର୍ତ୍ତା ମାଧ୍ୟମରେ ତମ୍ବାଖୁ ବ୍ୟବହାର ରୋକିବାକୁ ଚେଷ୍ଟା କରୁଛନ୍ତି ।
ଧୁମ୍ରରେ ଥିବା କର୍କଟ ସୃଷ୍ଟିକାରୀ ପାଇରୋଲାଇଟିକ ପଦାର୍ଥ ଶରୀରରେ ଥିବା ଡି.ଏନ.ଏ. ସହ ଅନୁବନ୍ଧିତ ହୋଇ ଜିନ ମ୍ୟୁଟେସନ କରାଏ । ସିଗାରେଟ ଧୁଆଁରେ ୪୫ ପ୍ରକାର କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଅଛି । ତମ୍ବାଖୁରେ ଥିବା ନିକୋଟିନ ଏକ ମନୋଉତ୍ତେଜକ ଓ ନିଶା ଦ୍ରବ୍ୟ ଅଟେ । ଏହା ବ୍ୟବହାର ଦ୍ୱାର ମଣିଷ ଶାରୀରିକ ଓ ମାନସିକ ନିର୍ଭରଶୀଳ ହୋଇଯାଏ । ଗର୍ଭିଣୀ ଧୁମ୍ରପାନକାରି ମହିଳାଙ୍କର ଗର୍ଭପାତ ହୁଏ, ଗର୍ଭସ୍ଥ ଶିଶୁର ଅକାଳ ଜନ୍ମ ହୁଏ ଓ ଶିଶୁ ସ୍ୱଳ୍ପ ଓଜନ ବିଶିଷ୍ଟ ହୁଏ ଓ ସଡନ ଇନ୍‌ଫ୍ୟାଣ୍ଟ ଡେଥ ସିଣ୍ଡ୍ରୋମ ହେବା ସମ୍ଭାବନା ରହେ । ବୈଜ୍ଞାନିକ ଅନୁଶୀଳନରୁ ଜଣାଯାଇଛି, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଚିହ୍ନି ପାରେ ନାହିଁ, ଫଳରେ ଆକସ୍ମିକ ଅମ୍ଳଜାନ ସଙ୍କଟ ହୁଏ । ଧୁମ୍ରପାନକାରୀ ପୁରୁଷମାନଙ୍କର ନ କରୁଥିବା ପୁରୁଷଙ୍କ ଅପେକ୍ଷା ନପୁଂସକତା ୮୫% ଅଧିକ ଥାଏ । ଲିଙ୍ଗ ଉତ୍ଥାନ ସମସ୍ୟା ମଧ୍ୟ ହୁଏ ।

ତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବ
ତମ୍ବାଖୁ

ଆଧାର

Tags:

ଉଚ୍ଚ ରକ୍ତଚାପକ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜତମ୍ବାଖୁଫୁସଫୁସଷ୍ଟ୍ରୋକହୃତପିଣ୍ଡହୃଦଘାତ

🔥 Trending searches on Wiki ଓଡ଼ିଆ:

ହୃଷୀକେଶ ପଣ୍ଡାଆମ୍ବବିଦୁସ୍ମିତାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଡଙ୍ଗାଦାମୋଦର ରାଉତଦକ୍ଷିଣ କୋରିଆଜଳବାୟୁଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଜୟା ଶର୍ମା (କାର୍ଯ୍ୟକର୍ତ୍ତା)କଟକ ଜିଲ୍ଲାବକ୍ସି ଜଗବନ୍ଧୁରାଜେନ୍ଦ୍ର କିଶୋର ପଣ୍ଡାବର କୋଳିପ୍ରସନ୍ନ ଦାସଗୌତମ ବୁଦ୍ଧଅଖିଳ ମୋହନ ପଟ୍ଟନାୟକଦାଶରଥି ଦାସଓଡ଼ିଶାରେ ଦେବୀପୂଜାର ଐତିହ୍ୟୟୁ ଟ୍ୟୁବସମୀର ରଞ୍ଜନ ଦାଶରବିବାରଗୁରୁ ପ୍ରସାଦ ମହାନ୍ତିବୁଧନ ମୁର୍ମୁମହାପାତ୍ର ନୀଳମଣି ସାହୁକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗଣନ ସଂଖ୍ୟାମନୋଜ ଦାସଶାନ୍ତନୁ କୁମାର ଆଚାର୍ଯ୍ୟସ୍ନେହସାରଖୋର୍ଦ୍ଧା ଜିଲ୍ଲାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରାଧାମୋହନ ଗଡ଼ନାୟକଦିବ୍ୟସିଂହ ଦେବନୀଳକଣ୍ଠ ଦାସପଞ୍ଚସଖାରାମ ନବମୀଜଳ ପ୍ରଦୂଷଣଇମରାନ ଖାଁସର୍ବପଲ୍ଲୀ ରାଧାକୃଷ୍ଣନହନୁମାନ ଚାଳିଶାଲୋକ ସଭାର ବାଚସ୍ପତିନବଯୌବନ ବେଶଆର୍ଯ୍ୟଭଟ୍ଟଓଡ଼ିଆ ଭାଷାୟୁନେସ୍କୋଏକାଦଶୀମନମୋହନ ସାମଲଲାରି ସାଙ୍ଗରସୁନାଭାରତୀୟ ଡାକ ସେବାପଶ୍ଚିମ ବଙ୍ଗବାଲେଶ୍ୱରଚବିଶ ଗୁରୁଜଗନ୍ନାଥଙ୍କ ବେଶଓଡ଼ିଶାର ଇତିହାସଏଡା ଲଭ୍‌ଲେସ୍‌ହୀରାକୁଦ ବନ୍ଧରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୬ ମାର୍ଚ୍ଚକବିସୂର୍ଯ୍ୟ ବଳଦେବ ରଥବିଭୂତି ପଟ୍ଟନାୟକ🡆 More