କମ୍ପ୍ୟୁଟର କିବୋର୍ଡ଼

କମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ କ୍ୱେରଟି(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q,W,E,R,T,Yରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡ଼ିଏ କି(Key) ବା କୁଞ୍ଚିର ସମାହାର । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ (Electronic Switch)ଦ୍ୱାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ (Input) ଉପକରଣ ଅଟେ ।

କମ୍ପ୍ୟୁଟର କିବୋର୍ଡ଼
କି-ବୋର୍ଡ଼ରେ ଏକ "କି"କୁ ଟିପା ଯାଉଛି।

ଅନେକ ବିକଳ୍ପ ନିବେଶକାରୀ(Input) ଉପକରଣ ଯଥା କମ୍ପ୍ୟୁଟର ମାଉସ, ଟାବଲେଟ ଉପକରଣ, ଅକ୍ଷର ଚିହ୍ନକ ଯନ୍ତ୍ର , ଶବ୍ଦ ଚିହ୍ନକ ଯନ୍ତ୍ର ଇତ୍ୟାଦି ବାହାରିଥିଲେ ମଧ୍ୟ କି-ବୋର୍ଡ଼ ଆଜି ମଧ୍ୟ ମଣିଷଦ୍ୱାରା ସର୍ବାଧିକ ବ୍ୟବହୃତ ନିବେଶକାରୀ(Input) ଉପକରଣ ଭାବେ ପରିଚିତ ।

ପ୍ରତ୍ୟେକ "କି" ବା "କୁଞ୍ଚି" ଏକ ଏକ ଅକ୍ଷରକୁ ପ୍ରତିଫଳିତ କରେ। "କି"କୁ ଥରେ ଚିପିଲେ ସେହି "କି"ରେ ଥିବା ଅକ୍ଷରକୁ ଥରେ ମାତ୍ର ଦେଖାଏ । କିନ୍ତୁ ଏକାଧିକ ପ୍ରତୀକକୁ ଦେଖେଇବା ପାଇଁ ଆମକୁ ଅନେକ ଗୁଡ଼ିଏ "କି" ଏକା ସଙ୍ଗେ ଅଥବା ଗୋଟେ ପରେ ଗୋଟେ ଏକ କ୍ରମାନୁସାରେ ଟିପିବାକୁ ପଡ଼େ । ଏକ କମ୍ପ୍ୟୁଟର କି-ବୋର୍ଡ଼ ଅକ୍ଷର (a-z),ସଂଖ୍ୟା (0-9), ଚିହ୍ନାକ୍ଷର(!,@,# ,+ ଇତ୍ୟାଦି) ଏବଂ ଅନ୍ୟ "କି"ର ସମାହାର, ଯାହାକୁ ଦବେଇଲେ କମ୍ପ୍ୟୁଟର ମଧ୍ୟକୁ ସୂଚନା (Information) ତଥା ଆଦେଶ (Command) ଯାଇଥାଏ ।

ସାଧାରଣତଃ କି-ବୋର୍ଡ଼କୁ "ଶବ୍ଦ କାର୍ଯ୍ୟବାହକ" (Word Processor) ବା "ଲେଖା ସମ୍ପାଦକ" (Text Editor)ରେ ଲେଖିବା ନିମନ୍ତେ ବ୍ୟବହାର କରାଯାଏ । କିନ୍ତୁ ଆଧୁନିକ କମ୍ପ୍ୟୁଟରରେ "କି"ର ବ୍ୟବହାର ସଫ୍ଟୱେର ଉପରେ ନିର୍ଭର କରେ। କମ୍ପ୍ୟୁଟର ନିଜେ "କି"ର ଅଲଗା ଅଲଗା ବ୍ୟବହାରକୁ ଜାଣିରଖେ ଏବଂ ସେହି ବାଟରେରେ ସଫ୍ଟୱେର ପରିଚାଳିତ ହୁଏ । ବର୍ତ୍ତମାନ ଆମେ କି-ବୋର୍ଡ଼ରେ ଟାଇପ କରିବା ଛଡ଼ା କମ୍ପ୍ୟୁଟର ଉପରେ ପର୍ଯ୍ୟବେଷିତ ଖେଳ (Computer Game) ବି ଖେଳିପାରୁଛେ । ଆଜିକାଲି ଖେଳିବା ପାଇଁ ସ୍ୱତନ୍ତ୍ର "କି-ବୋର୍ଡ଼" ମଧ୍ୟ ମିଳୁଛି । କି-ବୋର୍ଡ଼କୁ କମ୍ପ୍ୟୁଟରର ସଂଚାଳକ ପ୍ରଣାଳୀ (Operating System)କୁ ଆଦେଶ ଦେବାପାଇଁ ବ୍ୟବହାର କରାଯାଏ ଯଥା ମାଇକ୍ରୋସଫ୍ଟ ଉଇଣ୍ଡୋଜର କଣ୍ଟ୍ରୋଲ-ଅଲ୍ଟ-ଡିଲିଟ କି ଗୁଡ଼ିକର ସମଷ୍ଟି ବ୍ୟବହାର କମ୍ପ୍ୟୁଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକୁ (Computer Programs) ବନ୍ଦ କରିବାରେ ସାହାଯ୍ୟ କରେ । କି-ବୋର୍ଡ଼ କେବଳ ଗୋଟିଏ ହିଁ ବାଟ ଯାହା କମାଣ୍ଡ-ଲାଇନ-ଇଣ୍ଟରଫେସଦ୍ୱାରା ଆଦେଶ(Command) ପଠାଇ ଥାଏ ।

ଇତିହାସ

ଯଦିଓ ଆମେ ଟାଇପରାଇଟରର କି-ବୋର୍ଡ଼କୁ କମ୍ପ୍ୟୁଟର କି-ବୋର୍ଡ଼ର ପୂର୍ବଜ କହିପାରିବା, କିନ୍ତୁ ଦୁହିଙ୍କ ମଧ୍ୟରେ ଏତିକି ପାର୍ଥକ୍ୟ ଏହା ଯେ ଟାଇପ ରାଇଟରର କି-ବୋର୍ଡ଼ ଲେଖିବା ପାଇଁ ହେଇଥିଲା ବେଳେ କମ୍ପ୍ୟୁଟର କି-ବୋର୍ଡ଼ ଲେଖିବା ତଥା ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ଅଟେ ଯାହାକି ଦୁଇଟି ମୁଖ୍ୟ ଯନ୍ତ୍ରର ବ୍ୟବହାରରୁ ତିଆରିହେଇଛି ସେଗୁଡ଼ିକ ହେଲା ଟେଲିପ୍ରିଣ୍ଟର ଓ କିପଞ୍ଚ ।

୧୮୭୦ର ଆରମ୍ଭରୁ ଟେଲିପ୍ରିଣ୍ଟର ଭଳି ଯନ୍ତ୍ର ଗୁଡ଼ିକ ସେୟାର ବଜାରରେ ବ୍ୟବହୃତ ହେଉଥିଲା ଯେଉଁଥିରେ କି-ବୋର୍ଡ଼ରୁ ତଥ୍ୟ ଟିକର ଟେପକୁ ଟେଲିଗ୍ରାଫ ରେଖାଦ୍ୱାରା ଛପା ଯାଉଥିଲା । ଏହି ଟେଲିପ୍ରିଣ୍ଟରକୁ ୧୯୦୩-୧୯୧୦ରେ ଆମେରିକୀୟ ଯନ୍ତ୍ରଶିଳ୍ପୀ ଚାର୍ଲ୍ସ କ୍ରମ ଓ ତାଙ୍କ ପୁତ୍ର ହାଉଆର୍ଡ କ୍ରମ, ଫ୍ରାଙ୍କ ପର୍ନେଙ୍କ ସହିତ ମିଶି ବିକଶିତ କରିଥିଲେ। ଯଦିଓ ମୂଳଯନ୍ତ୍ରକୁ ରୟାଲ ଅର୍ଲ ହାଉସ ଆଉ ଫ୍ରେଡରିକ ଜି. କ୍ରୀଡ ଅଲଗା ଅଲଗା ଭାବେ ବିକଶିତ କରିଥିଲେ ।

ହେର୍ମାନ ହୋଲ୍ଲେରିଥ ପ୍ରଥମେ କିପଞ୍ଚ ଯନ୍ତ୍ର ବାହାର କରିଥିଲେ ଯାହା ପରେ ୧୯୩୦ରେ ଟାଇପ ରାଇଟରରେ ବ୍ୟବହାର ହୋଇଥିଲା ।

ବିଂଶତମ ଶତାବ୍ଦୀରେ ଟେଲିପ୍ରିଣ୍ଟର Point-to-Point ଓ Multipoint ସମ୍ପର୍କ ସ୍ଥାପନା (Communication)ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଯେତେବେଳେ କି କିପଞ୍ଚ ବା ପୁରୁଣା କିବୋର୍ଡ ତଥ୍ୟକୁ ଭର୍ତ୍ତି କରିବା ଓ ତାକୁ ସମ୍ଭାଳି ରଖିବାର ଭୂମିକା ଗ୍ରହଣ କରିଥିଲା। ପ୍ରଥମେ ଯେତେବେଳେ କମ୍ପ୍ୟୁଟର ବାହାରିଥିଲା ସେଥିରେ ବୈଦ୍ୟୁତିକ ଟାଇରାଇଟର ବ୍ୟବହାର କରାଯାଉଥିଲା ଯଥା ଏନିଆକ କମ୍ପ୍ୟୁଟର ଯାହା ଇନପୁଟ ଭାବେ କିପଞ୍ଚକୁ ବ୍ୟବହାର କରୁଥିଲା ଏବଂ ଯାହା ଟାଇପ ତାହା ଏକ କାଗଜରେ ଲେଖା ହେଇ ଆଉଟପୁଟରେ ବାହାରୁଥିଲା ଯେତେବେଳେକି ବାଇନାକ ଏକ ବୈଦ୍ୟୁତିକ ଯନ୍ତ୍ରଚାଳିଳ (Electromechanical) ଟାଇପରାଇଟର ଯାହାର ଚୁମ୍ବକୀୟ ଟେପକୁ ତଥ୍ୟ ଇନପୁଟ ତଥା ଆଉଟପୁଟରେ ବ୍ୟବହାର କରାଯାଉଥିଲା ।

କିବୋର୍ଡ଼ର ପ୍ରକାରଭେଦ

ଅବିକଳ "କି"ର ସଂଖ୍ୟା କିବୋର୍ଡ଼ର ଆକାର ନିରୂପଣ କରିବାର ଏକ ପ୍ରମୁଖ ଭୂମିକା ଯଥା ସଂଖ୍ୟା ଲେଖିବା ପାଇଁ ଅଲଗା କିବୋର୍ଡ଼ ।

କିବୋର୍ଡ଼ର ଆକାର ମଧ୍ୟ ତାହା ଉପରେ ନିର୍ଭର କରେ ଯାହା ଦୁଇ ପ୍ରକାରର ଟାଇପକୁ ପ୍ରଶ୍ରୟ ଦିଏ ଯଥା ବହୁତ ଗୁଡ଼ିଏ "କି"କୁ ଏକାଧାରରେ ଟାଇପ କରିବା ଅଥବା ଗୋଟିଏ "କି"କୁ ଏକାଧିକ ଥର ଟାଇପ କରିବା । କିବୋର୍ଡ ଯାହାର କିଛି "କି" ଥାଏ ତାକୁ ଆମେ "କିପ୍ୟାଡ" ବୋଲି କହିଥାଉ ।

କିବୋର୍ଡ଼ର ଆକାର ଆଉ ଏକ କାରଣ ଉପରେ ମଧ୍ୟ ନିର୍ଭର କରେ ତାହା ହେଉଛି "କି" ଗୁଡ଼ିକ ମଧ୍ୟରେ ଥିବା ଦୂରତା । "କି"ର ଆକାର ସେତିକି ହବା ଦରକାର ଯାହାଫଳରେ ତାହା ଅଙ୍ଗୁଳି ସହ ଖାପ ଖୁଆଇବାରେ ସହଜ ହବ । ଛୋଟ ଛୋଟ "କି " ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

ମାନକ

କମ୍ପ୍ୟୁଟର କିବୋର୍ଡ଼ 
ଉଇଣ୍ଡୋଜ ୭ ଡେସ୍କଟପ କମ୍ପ୍ୟୁଟର ପାଇଁ କମ୍ପ୍ୟୁଟର କିବୋର୍ଡ଼

ଡେସ୍କଟପ କିବୋର୍ଡ଼ ଯଥା ଯୁକ୍ତରାଷ୍ଟ୍ରର ପାରମ୍ପରିକ କିବୋର୍ଡ଼ରେ ୧୦୧ଟି "କି" ଏବଂ ଉଇଣ୍ଡୋଜ କିବୋର୍ଡ଼ରେ ୧୦୪ଟି 'କି" ଥାଏ ଯେଉଁଥିରେ ଅକ୍ଷର, ସ୍ୱତନ୍ତ୍ର ଚିହ୍ନ ଓ ବିଭିନ୍ନ ପ୍ରକାର ଫଙ୍କସନ କି ଥାଏ । ଏକ ଆନ୍ତର୍ଜାତୀୟ ସାଧାରଣ୧୦୨/୧୦୫ "କି" ବିଶିଷ୍ଟ କିବୋର୍ଡ଼ରେ ଦୁଇଟି ଲେଖାଏଁ Shift, Enter, Control, Alt "କି" ଥାଏ । କମ୍ପ୍ୟୁଟର କିବୋର୍ଡ଼ ଦେଖିବାକୁ ଟାଇପରାଇଟର କିବୋର୍ଡ଼ ଭଳି କିନ୍ତୁ ଏଥିରେ କିଛି ଅତିରିକ୍ତ "କି" ଥାଏ । ମାନକ USB କିବୋର୍ଡ଼ ଅଣ-ଡେସ୍କଟପ ଯନ୍ତ୍ରରେ ଲାଗିପରିବ ।

ଲାପଟପ ଆକାର

କମ୍ପ୍ୟୁଟର କିବୋର୍ଡ଼ 
ଲାପଟପ ପାଇଁ କମ ଦୂରତା ବିଶିଷ୍ଟ ସ୍ୱତନ୍ତ୍ର କିବୋର୍ଡ଼

ଲାପଟପ ତଥା ନୋଟବୁକର କିବୋର୍ଡ଼ ଆକାର ଓ ତାମଧ୍ୟରେ ଦୂରତା କମ ଥାଏ ସେହିଅନୁସାରେ "କି"ର ସଂଖ୍ୟା ମଧ୍ୟ କମ ଥାଏ । ସେଥିରେ ସଂଖ୍ୟା ଥିବା କି ଥାଇପାରେ ନଥାଇ ବି ପାରେ ଏବଂ ଫଙ୍କସନାଲ "କି" ସବୁ ନିଜ ଜାଗାରେ ନଥାଇ ଅନ୍ୟଜାଗାରେ ଲାପଟପର ସୁବିଧାନୁସାରେ ଥାଏ ।

ବୁଢ଼ା ଅଙ୍ଗୁଳି ଆକାର (Thumb Sized)

ଯେଉଁ ଛୋଟ ଛୋଟ କମ୍ପ୍ୟୁଟର ଯଥା PDA ଓ ସ୍ମାର୍ଟଫୋନରେ କିବୋର୍ଡ଼ ଲଗେଇବା ସମ୍ଭବପର ନୁହେଁ ସେଥିନିମନ୍ତେ ଭିତର ତିଆରି କିବୋର୍ଡ଼ ଲାଗିଥାଏ । ସେଥିରେ କାମ କରିବାର ଜାଗା କମ ଥାଏ । କୋଡେଡ କିବୋର୍ଡ଼ରେ ଗୋଟିଏ କିରେ ଅନେକ ଗୁଡ଼ିଏ ଅକ୍ଷର ଟାଇପ କରିହୁଏ ଯାହା ସାଧାରଣତଃ ମୋବାଇଲ ଫୋନରେ ବ୍ୟବହାର କରାଯାଏ । ଏହାର ଆକାର ଏତେ ଛୋଟ ଯେ ଏହାକୁ କେବଳ ବୁଢ଼ା ଅଙ୍ଗୁଳିଦ୍ୱାରା ଟାଇପ କରାଯାଏ । ଆଜିକାଲି ଟଚସ୍କ୍ରୀନ କିବୋର୍ଡ଼ ମଧ୍ୟ ଆସିଗଲାଣି ଯାହା ସ୍ପର୍ଶ ସମ୍ବେଦନଶୀଳ । ଏଥିପାଇଁ ସ୍ୱତନ୍ତ୍ର କିବୋର୍ଡ଼ର ଆବଶ୍ୟକତା ପଡ଼େ ନାହିଁ ପରଦା ଉପରେ କିବୋର୍ଡ଼ର ଛବି ଆସିଯାଏ ଆମେ ଯେଉଁ "କି"କୁ ଛୁଇଁଥାଉ ସେହିପରି ଟାଇପ ହୁଏ । ଆଜିକାଲି ଏହି ପ୍ରଣାଳୀ ଲାପପଟପରେ ମଧ୍ୟ ଲାଗୁଛି ଖାଲି ସ୍କ୍ରୀନରେ ଆମେ ଛୁଇଁକରି ଯାହା ଲେଖିବା କଥା ଲେଖୁଚୁ । ଏହାକୁ "ଟାବଲେଟ" କୁହାଯାଏ ।

ମାନକ ବିହୀନ ସଜାଣି ଓ ଏହାର ସ୍ୱତନ୍ତ୍ର ବ୍ୟବହାର

କୋର୍ଡେଡ(Chorded)

ଯେତେବେଳେ ଅନ୍ୟ କିବୋର୍ଡ ଗୁଡ଼ିକ ଗୋଟିଏ "କି"ର ଚାପ ସହିତ ସଂଶ୍ଳିଷ୍ଟ ସେତେବେଳେ କୋର୍ଡେଡ କିବୋର୍ଡର କାମ ଅନେକ ଗୁଡ଼ିଏ "କି" ଚାପର ସମାହାର ସହ ସଂଯୁକ୍ତ।ଯଦିଓ ସେଥିରେ ବହୁତ କମ୍ବିନେସନ ଅଛି କୋର୍ଡେଡ କିବୋର୍ଡରେ ଆମେ କମ "କି"ର ପ୍ରୟୋଗରେ ଅନେକ ଗୁଡ଼ିଏ କାର୍ଯାନୁଷ୍ଠାନକୁ ରୂପ ଦିଏ । କଚେରୀର ରିପୋର୍ଟରମାନେ ଷ୍ଟେନୋଟଇପ ଯନ୍ତ୍ରରେ ଏହି କୋର୍ଡେଡ କିବୋର୍ଡ ବ୍ୟବହାର କରନ୍ତି।ଏହା ରିପୋର୍ଟରଙ୍କୁ ଏତେ ଶୀଘ୍ର ଟାଇପକାରିବାରେ ସହଯୋଗ କରେ ଯେ କହିବାର ବେଗ ଅନୁସାରେ ଶୀଘ୍ର ଶୀଘ୍ର ଟାଇପ କରିହୁଏ ।୨୦୦୭ ଯାଏଁ ଏହି ଷ୍ଟେନୋଗ୍ରାଫ ପରି କୋର୍ଡେଡ କିବୋର୍ଡ ବ୍ୟବହାର ହଉଥିଲା । କେତେଗୁଡ଼ିଏ କିବୋର୍ଡରେ ଗୋଟିଏ "କି"ରେ ଅନେକ ଗୁଡ଼ିଏ ଅକ୍ଷର ଟାଇପ କରିହୁଏ ଯାହାକି ମୋବାଇଲ ଫୋନରେ ବ୍ୟବହାର ହୁଏ । ଏହି କିବୋର୍ଡ ଆଜିକାଲି କମ ବ୍ୟବହାର ହଉଛି କାରଣ ଏଥିରେ ପାରଙ୍ଗମତା ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ ।

ସଫ୍ଟବେର(Software)

ସଫ୍ଟୱେର କିବୋର୍ଡ ବା ଅନ-ସ୍କ୍ରିନ କିବୋର୍ଡ ଏକ କମ୍ପ୍ୟୁଟର ପ୍ରୋଗ୍ରାମଦ୍ୱାରା ପରିଚାଳିତ ହୁଏ ଯାହାକି କମ୍ପ୍ୟୁଟରର ପରଦା ଉପରେ କିବୋର୍ଡର ଛବି ଦେଖାଏ।ଏହାକୁ ଅଲଗା ଇନପୁଟ ଯନ୍ତ୍ର ମାଉସ (mouse) କିମ୍ବା ଟଚ-ସ୍କ୍ରିନଦ୍ୱାରା ପରିଚାଳନା କରାଯାଏ । ଏହା ସଫ୍ଟୱେରଦ୍ୱାରା ପରିଚାଳିତ ହୁଏ ଯାହା ଆଜି କାଲି ମୋବାଇଲ ଫୋନ ବେଶୀକରି ସ୍ମାର୍ଟଫୋନ, ଟାବଲେଟରେ ବ୍ୟବହାର କରାଯାଏ । ମାଇକ୍ରୋସଫ୍ଟ ଉଇଣ୍ଡୋଜ, ମାକ ଓ.ଏସ ଓ ଲିନକ୍ସର କିଛି ପ୍ରକାର ଓ.ଏସରେ ଅନ-ସ୍କ୍ରିନ କିବୋର୍ଡର ସୁବିଧା ଦେଇଥାଏ ଯାହାକି ମାଉସଦ୍ୱାରା ପରିଚାଳିତ ହେଇଥାଏ ।

ଚଉତାଯାଇପାରୁଥିବା(Foldable)

କମ୍ପ୍ୟୁଟର କିବୋର୍ଡ଼ 
ଏକ ଭଙ୍ଗାଯାଇପାରୁଥିବା କିବୋର୍ଡ଼

ଫୋଲଡ଼େବଲ କିବୋର୍ଡ଼ ବା ଖାଣ୍ଟି ଓଡ଼ିଆରେ ଚଉତାଯାଇପାରୁଥିବା କିବୋର୍ଡ଼ ନରମ ପ୍ଲାଷ୍ଟିକ କିମ୍ପା ସିଲିକନରେ ତିଆରି ହେଇଥାଏ ଯାହାକୁ ଆମେ ସହଜରେ ଚଉତେଇପାରୁଥିବା।ଏହା ସାଧାରଣତଃ ସେହିମାନେ ବ୍ୟବହାର କରନ୍ତି ଯେଉଁମାନେ ବାରମ୍ବାର ଭ୍ରମଣ କରନ୍ତି।ଏହା ସବୁ ପ୍ରକାର ଜାଗାରେ ବ୍ୟବହାର କରିହବ ଏବଂ ଏହାର ଜଳ ପ୍ରତିରୋଧକ କ୍ଷମତା ମଧ୍ୟ ରହିଛି । ଏହା ସାଧାରଣତଃ ପୋର୍ଟେବଲ ଯନ୍ତ୍ର ତଥା ସ୍ମାର୍ଟଫୋନରେ ବ୍ୟବହାର ହୁଏ । କିଛି ପ୍ରକାରତ ପୁରା ଜଳ ଭିତରେ ବ୍ୟବହାର କରିହୁଏ । ସେଥିପାଇଁ ଏହା ଚିକିତ୍ସାଳୟ ତଥା ଗବେଷଣାଗାରରେ ବହୁଳ ଭାବେ ବ୍ୟବହୃତ ହୁଏ ।

ଲେଜରଦ୍ୱାରା ପ୍ରୋଜେକ୍ସନ(Projection (as by laser))

ପ୍ରୋଜେକସନ କିବୋର୍ଡ଼ରେ ଲେଜରଦ୍ୱାରା କିବୋର୍ଡ଼ର ଏକ ଛାଇ ଏକ ସମତଳରେ ପକାଯାଏ । ଏଥିରେ ଏକ କ୍ୟାମେରା ବା ନୀଳ ଲୋହିତ ସମ୍ବେଦକ (sensor) ବ୍ୟବହାର କରାଯାଏ ଛାଇରେ ଅଙ୍ଗୁଳିର ଗତିକୁ ନିରୀକ୍ଷଣ କରିବା ପାଇଁ । ଯେତେବେଳେ ଅଙ୍ଗୁଳି କିବୋର୍ଡ଼ର ଛାଇକୁ ଛୁଇଁ ଥାଏ ସେତେବେଳେ "କି'ଟି ଦବାହେଲା ବୋଲି ଜଣାପଡ଼େ । କିବୋର୍ଡର ଛାଇ ଏକ ଛୋଟ ପ୍ରୋଜେକ୍ଟରରୁ ଆସିଥାଏ । ଯେହେତୁ ଏହା ଏକ ଛାଇ ଟାଇପ କଲା ବେଳେ ଅନୁଭବ କରିହୁଏନି ଯାହାକି ବ୍ୟବହାରକାରୀକୁ ଅସୁବିଧା ସୃଷ୍ଟି କରାଏ । ଏହାର ଅନ୍ୟ ଏକ ମୁଖ୍ୟ ଅସୁବିଧା ହେଲା ଛାଇ ସୃଷ୍ଟି କରିବା ପାଇଁ କେବଳ ସମତଳ ଓ ଅଣ-ପ୍ରତିଫଳିତ କ୍ଷେତ୍ରଟିଏ ଦରକାର ।

ଅପ୍ଟିକାଲ କିବୋର୍ଡ଼ ପ୍ରଯୁକ୍ତି(Optical Keyboard Technology)

ଏହାକୁ ଫଟୋ-ଅପ୍ଟିକାଲ କିବୋର୍ଡ,ଲାଇଟ ରେଶପନସିଭ କିବୋର୍ଡ, ଫଟୋ-ଇଲେକ୍ଟ୍ରିକ କିବୋର୍ଡ ମଧ୍ୟ କହନ୍ତି । ଫଟୋମାନେ ଆଲୋକ । ଏହାମାନେ ଏହି କିବୋର୍ଡର ପ୍ରଯୁକ୍ତିରେ ଆଲୋକର ବ୍ୟବହାର ହୁଏ । ଏହି କିବୋର୍ଡରେ ଆଲୋକ ନିଗର୍ମକ ଯନ୍ତ୍ର (Light Emitting Device) ଓ ଆଲୋକ ସମ୍ବେଦକ (Photo Sensor) ବ୍ୟବହାର ହୁଏ ଆଲୋକଦ୍ୱାରା ବ୍ୟବହ୍ରୁତ ହେଇଥିବା "କି" ଗୁଡ଼ିକୁ ଦେଖିବା ପାଇଁ । ସାଧାରଣତଃ ଏହା ପିସିବି (PCB) ମଧ୍ୟରେ ଥାଏ । ଆଲୋକ ରଶ୍ମି କିବୋର୍ଡର "କି"କୁ ଉଜ୍ଜ୍ୱଳ କରାଏ । ସାଧାରତଃ ଅପ୍ଟିକାଲ କିବୋର୍ଡ ଦୁଇପ୍ରକାର ରଶ୍ମୀ ବ୍ୟବହାର କରିଥାଏ ଗୋଟିଏ ହାଉଛି ସମାନ୍ତରାଳ ରଶ୍ମୀ (Horizontal Beam) ଅନ୍ୟଟି ହଉଛି ଅନୁଲମ୍ବ ରଶ୍ମୀ (Vertical Beam)।

ସଜାଣି

ଆକ୍ଷରିକ(Alphabetic)

କମ୍ପ୍ୟୁଟର କିବୋର୍ଡ଼ 
ଟାଇପରାଇଟରର କିବୋର୍ଡ଼ ଭଳି ଦେଖାଯାଉଥିବା QWERTY କିବୋର୍ଡ଼
କମ୍ପ୍ୟୁଟର କିବୋର୍ଡ଼ 
ଇଂରାଜୀରେ ଟାଇପ କରିବାର ସବୁଠୁ ସହଜ ଓ କମ ପରିଶ୍ରମଯୁକ୍ତ କିବୋର୍ଡ଼

ଅକ୍ଷର,ସଂଖ୍ୟା ଓ ପ୍ରତୀକକୁ ଭିତ୍ତି କରି କିବୋର୍ଡରେ "କି"ର ବିଭିନ୍ନ ପ୍ରକାର ସାଜସଜ୍ଜା ହେଇଥାଏ।ବିଭନ୍ନ ଲୋକଙ୍କଦ୍ୱାରା ବ୍ୟବହାର ସାପେକ୍ଷ ହବାପାଇନ ଏହି ଭିନ୍ନ ଭିନ୍ନ ପ୍ରକାରର ସାଜସଜ୍ଜା କରାଯାଇଥାଏ।ସୁବିଧା ପ୍ରଦାନ ଭିନ୍ନ ଭିନ୍ନ ଭାଷା ଭାଷୀ ଲୋକଙ୍କ ଭିତ୍ତିରେ ହେଇଥାଇପାରେ କିମ୍ବା ସେମାନଙ୍କର କର୍ମକ୍ଷେତ୍ର ଭିନ୍ନ ହେଇଥାଇପାରେ ଯଥା ଗଣିତ, ଅର୍ଥ ସମ୍ବନ୍ଧୀୟ, କମ୍ପ୍ୟୁଟର ପ୍ରୋଗ୍ରାମିଂ ଏବଂ ଅନ୍ୟାନ୍ୟ । ଯୁକ୍ତରାଷ୍ଟ୍ର ଆମେରିକା ନାମିତ କିବୋର୍ଡର ସଜାଣି ଆଜିକାଲି ବିକଳ୍ପ କିବୋର୍ଡ ଭାବେ ଭିନ୍ନ ଅପରେଟିଂ ସିଷ୍ଟମରେ ବ୍ୟବହାର କରାଯାଉଛି ଯଥା Windows,Mac OS X and Linux.।ଟାଇପରାଇଟର ଯୁଗରେ ଯେଉଁ QWERTY କିବୋର୍ଡ ବ୍ୟବହାର କରାଯାଉଥିଲା ଏହା ତାହାର ସୀମାକୁ ବଢ଼େଇଦେଇଥିଲା।

ଟାଇପ କରିବା ସମୟରେ "କି" ଗୁଡ଼ିକ ଟାଇପରାଇଟରରେ ସୁରୁଖୁରୁରେ ଦବୁନଥିଲେ । ଏହାକୁ କ୍ରୀଷ୍ଟୋଫର ସୋଲ୍ସ QWERTY ସଜାଣିରେ କମେଇଦେଇଥିଲେ । ଯେହେତୁ QWERTY ଆଗରୁ ବହୁତ ବ୍ୟବହାର ହଉଥିଲା କମ୍ପ୍ୟୁଟର ବାହାରିଲା ପରେ ଏହି କିପ୍ୟାଡ଼କୁ ବ୍ୟବହାର କରିବାପାଇଁ ସବୁଠୁ ସହଜ ଲାଗିଲା । ବିକଳ୍ପରେ Dvorak Simplified Keyboard ବାହାରିଥିଲା ଯାହାର ବହୁଳ ବ୍ୟବହାର ହେଇପାରିନଥିଲା।

QWERTZ କିବୋର୍ଡ ଜର୍ମାନୀ ତଥା କେନ୍ଦ୍ରୀୟ ଇଉରୋପରେ ବହୁଳ ଭାବେ ବ୍ୟବହାର କରାଗଲା । QWERTY ଓ QWERTZ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ଏଥିରେ Z ଓ Yର ସ୍ଥାନକୁ ଅଦଳବଦଳ କରାଯାଇଥିଲା ଓ ବନ୍ଧନୀ ଭଳିଆ ସ୍ୱତନ୍ତ୍ର ପ୍ରତୀକ ଗୁଡ଼ିକୁ Diaktrial ପ୍ରତୀକଦ୍ୱାରା ଅଦଳବଦଳ କରାଯାଇଥିଲା।

ଇଂରାଜୀ ଭାଷାର ଲିପି ସହ ସ୍ପେନୀୟ ଫ୍ରେଞ୍ଚ ଇତ୍ୟାଦି ଭାଷାର ଲିପି ସହ କିଛିଟା ଅସାମଞ୍ଜସ୍ୟ ରହୁଥିବାରୁ ସେହି ଭାଷା ପାଇଁ ମଧ୍ୟ ସ୍ୱତନ୍ତ୍ର କିବୋର୍ଡ ନିର୍ମାଣ କରାଯାଇଥିଲା । ଉଦାହରଣ ସ୍ୱରୂପ ସ୍ପେନୀୟ ଭାଷାରେ Ñ ñ ପାଇଁ ସ୍ୱତନ୍ତ୍ର "କି" ରହିଲା ସେହିପରି ଫ୍ରେଞ୍ଚ ତଥା ଅନ୍ୟ ଇଉରୋପୀୟ ଭାଷା ପାଇଁ Ç ç ପାଇଁ "କି" ରହିଲା । AZERTY କିବୋର୍ଡ ଫ୍ରାନ୍ସ, ବେଲଜିଅମ ତଥା ସେମାନଙ୍କ ପଡୋଶୀ ଦେଶରେ ବ୍ୟବହାର କରାଗଲା । ଏଥିରେ Q ଓ A, Z ଓ Wର ସ୍ଥାନକୁ ଅଦଳବଦଳ କରାଯାଇଥିଲା । M N ବଦଳରେ Lର ଡାହାଣ ପଟକୁ ଚାଲିଆସିଥିଲା(US କିବୋର୍ଡରେ ଯେଉଁଠି ; : ଚିହ୍ନ ଅଛି) । 0-9 ସଂଖ୍ୟା ଅକ୍ଷରର ବିକଳ୍ପ ଭାବେ ଥିଲା ତାକୁ ଟାଇପ କରିବାପାଇଁ SHIFT ମାରିବାକୁ ପଡୁଥିଲା।

ଏସିଆ ମହାଦେଶରେ ମଧ୍ୟ ଭିନ୍ନ ଭାଷା ପାଇଁ ଅଲଗା ଅଲଗା କିବୋର୍ଡ ବାହାରିଲା । ଜାପାନରେ ଜାପାନୀ ଭାଷା ତଥା ଲାଟିନ ଭାଷାକୁ ଭିତ୍ତି କରି ଅଲଗା କିବୋର୍ଡ ବାହାରିଲା । ଜାପାନର ମୁଦ୍ରାର ପ୍ରତୀକ ¥ (ୟେନ) ପାଇଁ ସ୍ୱତନ୍ତ୍ର "କି" ରହିଲା । ସେହିଭଳି ଆରବ ଦେଶମାନଙ୍କରେ ଲାଟିନ ଓ ଆରବ ଭାଷାକୁ ସମାନ୍ତରାଳ କରି ସ୍ୱତନ୍ତ୍ର କିବୋର୍ଡ ତିଆରି ହେଇଥିଲା ।

କାନାଡା ଭଳି ଦ୍ୱିଭାସୀୟ ଦେଶରେ ଉଭୟ ଇଂରାଜୀ ଓ ଫ୍ରେଞ୍ଚ ଭାଷା ବ୍ୟବହାର ହଉଥିଲା।ତେଣୁ ସେଠାରେ ଫ୍ରେଞ୍ଚ କହୁଥିବା ଲୋକମାନଙ୍କୁ ବହୁ ସମୟରେ କିବୋର୍ଡର ସଜାଣି ବଦଳେଇବାକୁ ପଡୁଥିଲା।ବେଶିକରି ତାଙ୍କର ସ୍ୱରବର୍ଣ "é" କିମ୍ବା "à" ଥରକରେରେ ବ୍ୟବହାର କରିବାପାଇଁ କିବୋର୍ଡ ସ୍ୱତନ୍ତ୍ର ଭାବେ ତିଆରି ହେଲା।ଏହିପରିଭାବେ ଇଂରାଜୀ ବ୍ୟତୀତ ଅନ୍ୟ ଭାଷା ପାଇଁ କିବୋର୍ଡ ସ୍ୱତନ୍ତ୍ର ଭାବେ ତିଆରି କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଥିଲା।

"କି" ପ୍ରକାରଭେଦ

ଅଙ୍କାକ୍ଷରିକ(Alphanumeirc)

କମ୍ପ୍ୟୁଟର କିବୋର୍ଡ଼ 
ହିବ୍ରୁ କିବୋର୍ଡ଼ ଯାହା ବ୍ୟବହାରକାରୀକୁ ଉଭୟ ଅକ୍ଷର ଓ ସଂଖ୍ୟା ଲେଖିବାରେ ସାହାଯ୍ୟ କରେ
କମ୍ପ୍ୟୁଟର କିବୋର୍ଡ଼ 
ControlଓAlt କି ଯାହାର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଥାଏ।
କମ୍ପ୍ୟୁଟର କିବୋର୍ଡ଼ 
Space-cadet keyboardର ବହୁତ ବଦଳକରି "କି" ରହିଥାଏ।

ଟାଇପରାଇଟର ହାଉ କି କମ୍ପ୍ୟୁଟର କିବୋର୍ଡର କାମ ସମାନ ଥାଏ । ଟାଇପରାଇଟରରେ ଯାହା ଟାଇପ କରୁ ସିଧାସଳଖ କାଗଜରେ ବାହରିଥାଏ କିନ୍ତୁ କମ୍ପ୍ୟୁଟରରେ ଯାହା ଟାଇପକରୁ ତାହା ଆଗ କମ୍ପ୍ୟୁଟରର ଫାଇଲରେ ସୁରକ୍ଷିତ ରହେ । ଏହି ଫାଇଲକୁ ଆମେ ଲେଖ ସମ୍ପାଦକ(Text Editor), Data Spreadsheet କହିଥାଉ । ଏହି "କି" ଗୁଡ଼ିକ ଅନ୍ୟ ଏକ ପ୍ରତୀକ ଦେଖେଇଥାଏ ଯେତେବେଳେ ଆମେ ବଦଳକାରୀ କି (Modifier Key) ତଥା Shift କି ବ୍ୟବହାର କରିଥାଉ । ଇଂରାଜୀରେ shift key କିମ୍ବା Caps Lock ବ୍ୟବହାର କଲେ ତାହାର Upper Case ଅକ୍ଷର ଗୁଡ଼ିକ ଆସିଥାଏ । Shift କିଦ୍ୱାରା ସଂଖ୍ୟା ଗୁଡ଼ିକ ସ୍ୱତନ୍ତ୍ର ପ୍ରତୀକ ହିସାବରେ ଆସିଥାଏ । ଅକ୍ଷର, ସଂଖ୍ୟା ଓ ପ୍ରତୀକ ଏଗୁଡ଼ିକର ଅନ୍ୟ କାମ ବି ରହିଛି ଯେତେବେଳେ ଏହା ବଦଳକାରି କି ସହ ଏକସଙ୍ଗେ ଟାଇପ ହୁଅନ୍ତି ।

ସ୍ପେସବାର କିପ୍ୟାଡର ସବା ତଳ ଧାଡ଼ିରେ ଥାଏ ଯାହା ସବୁଠୁ ଲମ୍ବା "କି"। ଅକ୍ଷର, ସଂଖ୍ୟା, ପ୍ରତୀକ ପରି ଏହା ମଧ୍ୟ ଟାଇପରାଇଟରରୁ ଆସିଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଶବ୍ଦ ଶବ୍ଦ ମଧ୍ୟରେ ଦୂରତା ରଖିବା ଯାହାଫଳରେ କି ପଢ଼ିବାରେ ସୁବିଧା ହବ । ଏହା ଯେହେତୁ ଲମ୍ବା ହେଇଥାଏ ଟାଇପ କଲା ବେଳେ ବୁଢ଼ା ଅଙ୍ଗୁଳି ବ୍ୟବହାର କରି ଆମେ ଏହାକୁ ସହଜରେ ବ୍ୟବହାର କରିପାରୁ । ଅପରଟିଙ୍ଗ ସିଷ୍ଟମକୁ ନିର୍ଭର କରି ସ୍ପେସର ବ୍ୟବହାର ବଦଳକାରୀ କି ଭିନ୍ନ ଭିନ୍ନ ଫଳ ଦେଇଥାଏ ଯଥା ୱିଣ୍ଡୋକୁ ବନ୍ଦ କରିବା, ଅଧା ଜାଗା ଛାଡ଼ିବା, ପଛକୁ ଜାଗା ଛାଡ଼ିବା ଇତ୍ୟାଦି ଇତ୍ୟାଦି । ୱେବପେଜରେ ଏହାର ବ୍ୟବହାର ପେଜର ତଳକୁ ଡେଇଁବା କିମ୍ବା ଚେକ ବକ୍ସକୁ ଚିହ୍ନିତ କରିବାରେ ସାହାଯ୍ୟ କରେ । ଯେତେବେଳେ ଆମେ ଗୀତ କିମ୍ବା କଥାଚିତ୍ର ଚଲାଉ ଏହା ତାହାକୁ ସେଇଠି ରଖିବା (Pause) ଓ ସେଇଠୁ ଚଳେଇବା (Resume)ରେ ସାହାଯ୍ୟ କରେ ।

ବଦଳ(Modified)

Modifier କି ଗୁଡ଼ିକ ସ୍ୱତନ୍ତ୍ର "କି' ଯାହା ସାଧାରଣ କାମକୁ ବଦଳେଇଦିଏ।ଯେତେବେଳେ ଦୁଇଟା "କି" ଏକସଙ୍ଗେ ଦବାହୁଏ ଉଦାହରଣ ସ୍ୱରୂପ ମାଇକ୍ରୋସଫ୍ଟ ଉଇଣ୍ଡୋଜରେ ଯେତେବେଳେ + ଦବାହୁଏ କମ୍ପ୍ୟୁଟରର ବର୍ତ୍ତମାନ ଚାଲୁଥିବା ପ୍ରୋଗ୍ରାମ ବନ୍ଦ ହେଇଯାଏ । କିନ୍ତୁ ଖାଲି F4 ଚିପିଲେ କିଛି ହୁଏନି, ତେଣୁ ଏହି "କି" ସହ ଅନ୍ୟ କିଛି ସ୍ୱତନ୍ତ୍ର "କି" ନଚିପିଲେ ଏହାର କୌଣସି କାମ ନଥାଏ ।

Control, Shift, Alt "କି" Modifier "କି" ହିସାବରେ ସବୁଠୁ ବେଶୀ ବ୍ୟବହ୍ରୁତ ହୁଏ । AltGr କି କିଛି ଅତିରିକ୍ତ ପ୍ରତୀକ ଗୁଡ଼ିକୁ ଟାଇପ କରିବା ପାଇଁ ବ୍ୟବହୃତ ହୁଏ । Macintosh ଓ Apple କିବୋର୍ଡ଼ରେ Modifier କି କ୍ରମାନ୍ୱୟରେ Option କି ଓ Command କି ଭାବେ କାମ କରନ୍ତି । MIT କିବୋର୍ଡ଼ରେ Meta କି Modifier ହିସାବରେ ବ୍ୟବହାର ହୁଏ ଏବଂ ଉଇଣ୍ଡୋଜରେ Windows କି ଥାଏ । ଛୋଟ କିବୋର୍ଡ଼ରେ Fn କି ଥାଏ ।

Enter/Return କି ଏକ ଆଦେଶ ଭାବେ କାମ କରେ । ସଫ୍ଟୱେରର ଭିନ୍ନ ଭିନ୍ନ କାମ ଲାଗି Enter କିର ଆବଶ୍ୟକତା ପଡ଼େ । ସାଧାରଣ ଭାବେ ଏକ ପୁରୁଣା ୱେବପେଜ(Webpage)ରୁ ନୂଆ ୱେବପେଜକୁ ଯିବାପାଇଁ ଏହାର ଅବଶ୍ୟକତା ପଡ଼େ । ଟାଇପିଙ୍ଗ ବେଳେ Enter କି ପାରା ଶେଷ ଓ ନୂଆ ପାରା ଆରମ୍ଭରେ ବ୍ୟବହ୍ରୁତ ହୁଏ ।

ଦିଗସୂଚକ ଓ ଟାଇପ କରିବା ଶୈଳୀ(Navigation and Typing Modes)

Navigation ବା ଦିଗସୂଚକ କିରେ ଏମିତି ଅନେକ "କି" ରହିଥାଏ ଯାହା ସ୍କ୍ରିନରେ କର୍ସର(Cursor)ର ଅବସ୍ଥିତିକୁ ଦରକାର ଅନୁସାରେ ବଦଳେଇଥାଏ।ତୀର (Arrow) ଚିହ୍ନିତ "କି" ଗୁଡ଼ିକ ଦିଗ ଅନୁସାରେ କର୍ସରକୁ ଚଳେଇଥାନ୍ତି । Page Scroll "କି" ଯେପରିକି Page Up ଓ Page Down "କି" ପୃଷ୍ଠାକୁ ଉପରତଳ କରିଥାନ୍ତି । କର୍ସରକୁ ତାର ମୂଳ ଅବସ୍ଥିତିକୁ ଫେରାଇବା ପାଇଁ Home "କି" ବ୍ୟବହାର କରାଯାଏ ସେହିପରି କର୍ସରକୁ ସବା ଶେଷରେ ରଖିବା ପାଇଁ End "କି" ବ୍ୟବହାର କରାଯାଏ । Tab କି କର୍ସରକୁ ଏକ tab ଦୂରତା ଯାଏଁ ଘୁଞ୍ଚେଇଦିଏ ।

Insert କି ବର୍ତ୍ତମାନର ଲେଖା ଉପରେ ଆଉଥରେ ଲେଖିବା ପାଇଁ ବ୍ୟବହାର କରାଯାଏ ଏହା କଲାବେଳେ ଏହାର ପରବର୍ତ୍ତୀ ଅକ୍ଷର ଗୁଡ଼ିକ ଗୋଟେ ଗୋଟେ ସ୍ଥାନ ଘୁଞ୍ଚିଯାନ୍ତି । Delete କି କର୍ସର ଡାହାଣ ପଟେ ଥିବା ଅକ୍ଷର ଗୁଡ଼ିକୁ ସଫା କରିଦିଏ । ବହୁତ ଗୁଡ଼ିଏ Notebookରେ Backspace ଆଉ Delete ଗୋଟିଏ କାମ କରେ ଯେହେତୁ ଦୁଇଟି ଯାକ "କି"କୁ ଗୋଟିଏ ଜାଗାରେ ରଖା ହେଇଥାଏ । Backspace କରସର ବାମପଟେ ଥିବା ଅକ୍ଷରକୁ ସଫା କରିଥାଏ ।

Lock "କି" ଗୁଡ଼ିକ କିବୋର୍ଡ଼ର ବିଭିନ୍ନ ଅଂଶକୁ ଅଦରକାରୀ ସମୟରେ ଅକାମୀ କରିଦେଇଥାଏ । ଏଥିରେ ସାଧାରଣତଃ LED ଖଞ୍ଜାଯାଇଥାଏ ଯେଉଁଥିପାଇଁ କି ଜାଣିବାକୁ ସମ୍ଭବ ହେଇଥାଏ ଉକ୍ତ ଅଂଶ ଗୁଡ଼ିକ କାମ କରୁଛି ନା ନାଇଁ । Scroll Lock,Num Lock (ସଂଖ୍ୟାର "କି"ର ବ୍ୟବହାର ଉଦ୍ଦେଶ୍ୟ ରେ) ଓ Caps Lock ଇତ୍ୟାଦି Lock 'କି"ର ଅଂଶ ବିଶେଷ।

ଯନ୍ତ୍ରଚାଳନକାରୀ ଆଦେଶ(System Commands)

SysRq/PrtSc ଆଦେଶ ଗୋଟିଏ "କି"ରେ ରହିଥାଏ । SysRq ବହୁତ ଆଗରୁ ବ୍ୟବହ୍ରୁତ ହେଉଥିଲା ଯନ୍ତ୍ରରେ ହେଉଥିବା ଦୁର୍ଘଟଣା(System Crash)ରୁ ବର୍ତିବା ପାଇଁ । PrtSc କି ସ୍କ୍ରିନର ଏକ ଛବିକୁ ଛପେଇଥାଏ କିନ୍ତୁ ବର୍ତ୍ତମାନ ଏହାକୁ Screenshot କୁହାଯାଏ ଯାହାକୁ ବିଭିନ୍ନ ପ୍ରକଳ୍ପରେ ବ୍ୟବହାର କରାଯାଏ । Break/Pause କି ଆଉ ବହୁଳ ଭାବେ ବ୍ୟବହାର ହଉନି ଆଗରୁ ଏହା Teleprinterରେ ବ୍ୟବହାର କରାଯାଉଥିଲା ଚାଲୁଥିବା କାର୍ଯ୍ୟକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ।ବର୍ତ୍ତମାନ Break କିକୁ ଦୁଇଟି Login Session ଭିତରେ ବଦଳ କରିବା, ଚାଲୁଥିବା ପ୍ରୋଗ୍ରାମକୁ ବନ୍ଦ କରିବା ଓ Modem Connectionକୁ ରଖିବା ।

DOS, Pascal, C ପ୍ରୋଗ୍ରାମିଂରେ Break କି ବହୁଳ ଭଲବେ ବ୍ୟବାହରେ ହେଇଥାଏ ଯେତେବେଳେ ପ୍ରୋଗ୍ରାମଟି ଆମେ ନଚାହୁଁ ଥିବା ଆଉଟପୁଟ ଦେଇଖେଇବା ପାଇଁ ପ୍ରସ୍ତୁତ ହୁଏ। Break କି ଦାବିଲେ ତାହା ଆଉଟପୁଟ ନଦେଖେଇ ମୂଳ ପ୍ରୋଗ୍ରାମକୁ ଆସିଯାଏ । Linuxରେ ଏହି କାର୍ଯ୍ୟକୁ Ctrl+C ମାରିକି ମଧ୍ୟ କରାଯାଏ ।ଉଇଣ୍ଡୋଜରେ ଉଇଣ୍ଡୋଜ କି ସହ Break ମାରିଲେ System ପ୍ରପର୍ଟି ଦେଖେଇଥାଏ ।

Escape (Esc) କି କିବୋର୍ଡ଼ର ଉପର ଧାଡ଼ିର ବାମପଟେ ଥାଏ।ବର୍ତ୍ତମାନ ଚାଲୁଥିବା ପ୍ରୋଗ୍ରାମକୁ କିମ୍ବା ଯଦି କୌଣସି ଉଇଣ୍ଡୋ ଭୁଲ ବଶତଃ ଖୋଲିଯାଇଛି ତାକୁ Escapeଦ୍ୱାରା ବନ୍ଦ କରିପାରିବା।Escape ପାଇଁ ବ୍ୟବହାର କରାଯାଉଥିବା ଅନ୍ୟ ସବୁ ଶବ୍ଦ ଗୁଡ଼ିକ ହେଲା No, Quit, Cancel କିମ୍ବା Abort । Escape କିର ଅନ୍ୟକିଛି ବ୍ୟବହାର ହେଲା ଏହାକୁ ଆଜି କଲି Web Browswerରେ Stop Bottom ଭାବେ ବ୍ୟବହାର କରାଯାଉଛି । ଉଇଣ୍ଡୋଜରେ ଯେତେବେଳେ Start କି ନଥିଲା Ctrl+Esc ମାରିକି Start Menu ଅଣାହଉଥିଲା।

ଉଇଣ୍ଡୋଜ କିବୋର୍ଡ଼ରେ Menu କି ଥାଏ । ସାଧାରଣ ଭାବେ ଆମେ ମାଉସର Right-Click କରିଲେ ଯେଉଁ ତାଲିକା ପାଉ,ଏହି କି'ଟିକୁ ଟିପିଲେ ସେଇ ତାଲିକା ପାଉ । ଏହି କି ଉପରେ ଏକ ତାଲିକା ସହ କର୍ସରର ଚିତ୍ର ଥାଏ । ଉଇଣ୍ଡୋଜ କି ସହ ଏହି କି ଏକ ସଙ୍ଗେ ବାହାରିଥିଲା । ଯେତେବେଳେ ମାଉସର ଡାହାଣ ପଟ କିମ୍ବା ସମ୍ପୂର୍ଣ୍ଣ ମାଉସ କାମକରେନି ସେତେବେଳେ ଏହି କିକୁ ବ୍ୟବହାର କରାଯାଏ । ଯେତେବେଳେ ଏହି "କି" ବାହାରି ନଥିଲା ଏହାର ବଦଳ କି ଭାବରେ Shift+F10 ଦବାଯାଉଥିଲା।

ଅନ୍ୟାନ୍ୟ

କମ୍ପ୍ୟୁଟର କିବୋର୍ଡ଼ 
ଇଣ୍ଟରନେଟ କରିବା ପାଇଁ ଓ ଶବ୍ଦ ବଢ଼େଇବା ପାଇଁ ସ୍ୱତନ୍ତ୍ର ବୋତାମ ଥିବା କିବୋର୍ଡ଼

ବହୁତ ଗୁଡ଼ିଏ କିବୋର୍ଡ଼ରେ ସଂଖ୍ୟାର "କି" ଅକ୍ଷର "କି" ସମୂହର ଡାହାଣ ପଟେ ଦେଇଥାଏ । ଏହା ସଂଖ୍ୟା ସମେତ ସାଧାର ଗାଣିତିକ ପ୍ରତୀକ ବହନ କରିଥାଏ ଯେପରି ମିଶାଣ (+), ଫେଡାଣ (-), ଗୁଣନ (*), ହରଣ (/) । ଜାପାନୀ ଓ କୋରିୟ କିବୋର୍ଡ଼ ଭାଷା ବଦଳ ପାଇଁ ସ୍ୱତନ୍ତ୍ର "କି" ଥାଏ । କିଛି କିବୋର୍ଡ଼ରେ ପ୍ରବନ୍ଧନ "କି" ଥାଏ (ଉ.ହ:Power କି, Sleepକି ଓ Wakeକି); ଇଣ୍ଟରନେଟ ଏପରି ଇମେଲ ଓ ମଲ୍ଟିମିଡ଼ିଆ ଯେପରି ଶବ୍ଦ ପରିଚାଳନା ଇତ୍ୟାଦି "କି" ମଧ୍ୟ ରହିଥାଏ ।

ଏକାଧିକ ସଜାଣି

ଗୋଟିଏ ଅପରେଟିଂ ସିଷ୍ଟମରେ ଅଲଗା ଅଲଗା ପ୍ରକାରର କିବୋର୍ଡ଼କୁ ଇନଷ୍ଟଲ କରିହେବ ଓ ସେମାନଙ୍କ ଭିତରେ ବଦଳ ମଧ୍ୟ କରିହେବ । ଏହି ବଦଳ ଅପରେଟିଂ ସିଷ୍ଟମର କାର୍ଯ୍ୟ ପ୍ରଣାଳୀକୁ ଉପଯୋଗ କରି ହେଇପାରେ ଅଥବା ବାହାର ଉପଯୋଗଦ୍ୱାରା ହେଇପାରେ । Microsoft Windows, Ubuntu, Linux, and Mac ଅପରେଟିଂ ସିଷ୍ଟମ ଗୁଡ଼ିକ କିବୋର୍ଡର ପ୍ରକାରକୁ ନିଜେ ନିଜେ ବାଛିବାର କ୍ଷମତା ପାଇଥାନ୍ତି କି କେଉଁ କିବୋର୍ଡ଼ ସେମାନଙ୍କ ପାଇଁ ଉପଯୁକ୍ତ ହେବ।

ସଜାଣି ବଦଳକାରୀ ସଫ୍ଟବେର

"କି"କୁ ଦାବିଲା ପରେ ବାହାରୁଥିବା ଅକ୍ଷର କୋଡ ଗୁଡ଼ିକୁ କିବୋର୍ଡ ଡ୍ରାଇଭର ସଫ୍ଟବେର ନିଶ୍ଚିତ କରିଥାଏ । "କି"କୁ ଚାପିଲେ ଏକ ସ୍କାନକୋଡ଼ ତିଆରି ହୁଏ ଯାହାକୁ ଅଙ୍କାକ୍ଷରିକ ପ୍ରତୀକ ରୂପେ ଧରିନିଆଯାଏ । ଅପରେଟିଂ ସିଷ୍ଟମକୁ ଭିତ୍ତି କରି ବହୁତ କିଛି ଉପଯୋଗୀତା ବାହାରିଛି ଯାହା କିବୋର୍ଡରେ ସଜାଣିକୁ ତିଆରି, ସେଥିରେ ମିଶେଇ ପାରିବ ଓ ସେମାନଙ୍କ ମଧ୍ୟରେ ବଦଳ କରିପାରିବ । ଆହୁରି କେତେକ ପ୍ରୋଗ୍ରାମ ରହିଛି ଯାହା କିଛି ଭାଷା ପାଇଁ ତିଆରିହେଇଛି । ଭାଷା ଭିତ୍ତିକ କିବୋର୍ଡ଼କୁ ଭିନ୍ନ ଢାଞ୍ଚାରେ ତିଆରି କରାଯାଏ । ସେହି ଢାଞ୍ଚାକୁ ସମ୍ପାଦନ କରାଯାଇ ନୂଆ ଢାଞ୍ଚା ତିଆରି କରାଯାଇପାରେ ।

ଉଦାହରଣ ସ୍ୱରୂପ ଇଉକେଲେଲେ ଯାହା ମାକରେ ବ୍ୟବହାର ହୁଏ, ସେଥିରେ ମାଇକ୍ରୋସଫ୍ଟରେ କିବୋର୍ଡ଼ ଢାଞ୍ଚା କୁ ବଦଳାଯାଇପାରେ।ସମାନ ପ୍ରକାର ଅନ୍ୟ କିବୋର୍ଡ଼ ହେଲା Avro କିବୋର୍ଡ଼ ଯାହାକି Tavultesoft Keyman Developer ଦ୍ୱାରା ବାହାର କରାଯାଇଛି । ଅନ୍ୟ ଗୁଡ଼ିକ ହେଲା ଉଇଣ୍ଡୋଜ ପାଇଁ Microsoft Keyboard Layout Creator, MountFocus Keyboard Designer,Map Keyboard, KbdEdit, Key Customizer, Keyboard Remapper, Infine Keyboard Commander ଏବଂ ଲିନକ୍ସ ପାଇଁX Neural Switcher, Keyboard Layout Editor ଓ Keyboard Layout Creator।

ଉଜ୍ଜ୍ୱଳୀକରଣ (Illumination)

କିବୋର୍ଡ଼ ବା କିପ୍ୟାଡ଼ ଭିତରୁ ସୁସଜ୍ଜିତ ହେଇପାରେ ସ୍ୱତନ୍ତ୍ର ଭାବେ ମୋବାଇଲ ବ୍ୟବହାର ନିମନ୍ତ ବ୍ୟବହାର କରାଯାଉଥିବା ଜିନିଷ ସବୁ। ଅନ୍ଧାର ମଧ୍ୟରେ କିବୋର୍ଡ଼କୁ ବ୍ୟବହାର କରିବାପାଇଁ କେମିତି ସଜାଣି ହବ ଦରକାର ସେ ବ୍ୟବସ୍ଥା ମଧ୍ୟ କରାଯାଇଥାଏ।ଖେଳିବା ପାଇଁ ବ୍ୟବହାର କରାଯାଉଥିବା କି କିବୋର୍ଡ଼ରେ ଲାଇଟ ଥିବା କି ଥାଏ ଏହା ଖେଳାଳି ମାନଙ୍କୁ ଅନ୍ଧାରିଆ କୋଠରି ଭିତରେ କିବୋର୍ଡ଼ରେ ଆଦେଶ ଖୋଜିବାରେ ସାହାଯ୍ୟ କରିଥାଏ । କିଛି କମ୍ପ୍ୟୁଟରରେ କେବଳ ଫଙ୍କସନାଲ କିରେ LED ଥାଏ ଯାହା ବ୍ୟବହାରକାରୀଙ୍କୁ ମନେପକେଇଦିଏ କି ସେହି "କି"ଦ୍ୱାରା ଆରମ୍ଭ କରାଯାଇଥିବା ଫଙ୍କସନ ଏବେ ବି ଚାଲୁଅଛି ।

କମ୍ପ୍ୟୁଟର କିବୋର୍ଡ଼ 
LED ଲାଇଟ ଥିବା କିବୋର୍ଡ଼ ଯାହା ଅନ୍ଧାରରେ ସାହାଯ୍ୟ କରେ

ପ୍ରଯୁକ୍ତି (Technology)

"କି" ସୁଇଚ

କିବୋର୍ଡ଼ରେ ବ୍ୟବହୃତ ସୁଇଚ୍ ଗୁଡ଼ିକର ବିକାଶ ବିଷୟରେ ମଧ୍ୟ ଏକ ନିଆରା ଇତିହାସ ଅଛି। ୧୯୭୦ମସିହାର ପ୍ରାରମ୍ଭିକ କାଳରେ ଧାତବ ଫ୍ରେମ ଉପରେ ଅଲଗା ଅଲଗା ଛୋଟ ଗାତ କରି ସେଥିରେ କି ସୁଇଚ୍ ଗୁଡ଼ିକୁ ଖଞ୍ଜା ଯାଉଥିଲା। ଏ ଗୁଡ଼ିକର ଦାମ୍ ୮୦ରୁ ୧୨୦ ଆମେରିକୀୟ ଡ଼ଲାର ରହିଥିଲା। ଏ ଗୁଡ଼ିକ କମ୍ପ୍ୟୁଟର ଟର୍ମିନାଲ ବା ଡାଟା ଟର୍ମିନାଲ ଆଦି ଜାଗାରେ ବ୍ୟବହାର କରାଯାଉଥିଲା। ତେବେ ଏହାର ପରବର୍ତ୍ତୀକାଳରେ ବିକଶିତ ରିଡ ସୁଇଚ (ବାୟୁଶୂନ୍ୟ ଏକ ଆବଦ୍ଧ କାଚ କେପସୁଲ ଭିତରେ ଖଞ୍ଜା ଯାଇଥିବା ଚୁମ୍ବକୀୟ କି)ଗୁଡ଼ିକ ଲୋକ ପ୍ରିୟ ହୋଇ ପାରିଥିଲା। ଏହି କୌଶଳକୁ ଆଧାର କରି ସି.ପି. କ୍ଲାୟର କମ୍ପାନୀ ସାଧାରଣ ଉପକରଣପାଇଁ ମଧ୍ୟ ରିଡ୍ ସୁଇଚ୍ ବନେଇବା ଆରମ୍ଭ କରିଦେଲା। ଇଲିନୋଇସ୍, ସ୍ପୋକାନେ ୱାସିଂଟନର କି-ଟ୍ରୋନିକ କର୍ପୋରେସନ ଏକ ଅର୍ଧପରିବାହୀ ଭିତରେ ଚୁମ୍ବକୀୟ ଶକ୍ତି ପ୍ରବାହିତ କରି ବୈଦ୍ୟୁତିକ ଊର୍ଜ୍ଜା ସୃଷ୍ଟି କରି ପାରିଲେ ଓ ଏଇ କୌଶଳର ଆଧାରରେ ମାଇକ୍ରୋସୁଇଚରୁ ହଲ-ଇଫେକ୍ଟ ସୁଇଚ୍ ତିଆରି କଲେ। ଏହଛଡ଼ା ଏକ ଇଣ୍ଡକ୍ଟିଭ କୋର ସୁଇଚର ମଧ୍ୟ ନିର୍ମାଣ ହେଲା। ଯାହା ଇଲିନୋଇସ ଟୁଲ ୱାର୍କସ ଅନ୍ତର୍ଗତ ଥିଲା। ୧୦୦ ନିୟୁତ ଥର ଚାପ ସମ୍ଭାଳିବାର କ୍ଷମତା ଏଇ ସୁଇଚ ଗୁଡ଼ିକର ଅଛି ବୋଲି ନିର୍ଦ୍ଧାରଣ କରାଯାଇଥିଲା। ଏହି କି ଗୁଡ଼ିକର ଗତି ୦.୧୮୭ ଇଞ୍ଚ(୪.୭୫ ମି.ମି.) ଗଭୀରତା ଯାଏଁ ଥିଲା। ଏହା ସହିତ ତୁଳନା କଲେ ଜଣାପଡ଼େ ଆଜିର କିବୋର୍ଡ଼ରେ ବ୍ୟବହୃତ କିର ଗତି ୦.୧୧୦ ଇଞ୍ଚ(୨.୭୯ ମି.ମି.) ଗଭୀରତା ପର୍ଯ୍ୟନ୍ତ ହୋଇଥାଏ।

୧୯୭୦ର ମଧ୍ୟବର୍ତ୍ତୀ କାଳରେ କମ୍ ଦାମର ସିଧା-ସମ୍ପର୍କିତ କି ସୁଇଚ୍ ନିର୍ମାଣ କରାଗଲା। ତେବେ ଏହାର ଆୟୁ ତୁଳନାତ୍ମକ ଭାବେ କମ୍ ଥିଲା(ପାଖାପାଖି ୧୦ ନିୟୁତ ଥର)। ତଥାପି ବି ଏହା ଲୋକପ୍ରିୟ ହୋଇ ପାରିଥିଲା।

୧୯୭୮ରେ କି-ଟ୍ରୋନିକ କର୍ପୋରେସନ ପ୍ରତିଟି କି ପାଇଁ ଅଲଗା ଅଲଗା ସୁଇଚ ବଦଳରେ କ୍ୟାପାସିଟାନ୍ସ ଭିତ୍ତିରେ ଏକ ଅଭିନବ କି-ବୋର୍ଡ଼ ନିର୍ମାଣ କଲେ, ଯେଉଁଥିରେ ସବୁଯାକ କି ଏକ ସ୍ପଞ୍ଜପ୍ୟାଡ ଉପରେ ରଖାଯାଉଥିଲା । ଏହି ସ୍ପଞ୍ଜ ପ୍ୟାଡର ଗୋଟିଏ ପାଖରେ ବିଦ୍ୟୁତ ସୁପରିବାହି ଧାତୁ ଝଳା ହୋଇଥିବା ପ୍ଲାଷ୍ଟିକ ଲଗାଯାଇଥିଲା। ଏହା ତଳେ, ପ୍ରତିଟି ‘କି’ର ଠିକ୍ ସାମନାରେ ଅର୍ଦ୍ଧଚନ୍ଦ୍ରାକାର ଆକୃତି ମୁଦ୍ରିତ ସର୍କିଟ ବୋର୍ଡ଼ ରହିଥିଲା । କୌଣସି ବି କି ବା କୁଞ୍ଚିକୁ ଦବାଇଲେ ତାହାର ପ୍ରଭାବ ତଳେ ରହିଥିବା ସର୍କିଟ୍ ବୋର୍ଡ଼ ଉପରେ ନିର୍ଦ୍ଦିଷ୍ଟ ଜାଗାରେ ପଡୁଥିଲା ଓ କ୍ୟାପାସିଟାନ୍ସ ସେଇ ଅନୁସାରେ ବଦଳୁଥିଲା, ଯାହାକୁ ଆଇ. ସି. (integrated circuits – IC) ମାଧ୍ୟମରେ ଚିହ୍ନିତ କରା ଯାଇ ପାରୁଥିଲା। ଏଇ କିବୋର୍ଡ଼ ଗୁଡ଼ିକର ମୂଲ୍ୟ ୬୦ ଡଲାର ରହିଥିଲା ଓ କାଳକ୍ରମେ କି-ଟ୍ରୋନିକ ସର୍ବାଧିକ କିବୋର୍ଡ଼ ନିର୍ମାତା ରୂପେ ଖ୍ୟାତି ଲାଭ କଲା।

ଇତି ମଧ୍ୟରେ ଆଇ.ବି.ଏମ୍.(IBM)ନିଜର ପ୍ୟାଟେଣ୍ଟ କୌଶଳ ଭିତ୍ତିରେ ନିଜସ୍ୱ କି-ବୋର୍ଡ଼ ନିର୍ମାଣ ଆରମ୍ଭ କରିଦେଲା। ପୁରୁଣା ଆଇ.ବି.ଏମ୍. କି-ବୋର୍ଡ଼ର ସୁଇଚ ଗୁଡ଼ିକ ସ୍ପ୍ରିଂ ସାହାଯ୍ୟରେ ନିର୍ମାଣ କରାଯାଇଥିଲା । ବ୍ୟବହାରକାରୀର ଆଙ୍ଗୁଠି ଚାପରେ ସ୍ପ୍ରିଂ ଉପରେଥିବା କୁଞ୍ଚିଟି ଦବିଗଲେ କୁଞ୍ଚିତଳେ ଓ ମୂଖ୍ୟ ବୋର୍ଡ଼ ଉପରେ ଥିବା ସୁପରିବାହୀ ପରଦାଦୁଇଟି ମିଳିତ ହେଉଥିଲେ ଓ ବୈଦ୍ୟୁତିକ ସର୍କିଟ ପରିପୂର୍ଣ୍ଣ ହେଉଥିଲା। ଏହା ଏକ ପ୍ରକାର କ୍ଲିକ୍ ଶବ୍ଦ ସୃଷ୍ଟି କରୁଥିଲା, ଯାହାକୁ ଶୁଣି କୁଞ୍ଚିଟି ଠିକ୍ ଭାବରେ ଚାପି ହୋଇଛି କି ନା, ଟାଇପିଷ୍ଟ ସହଜରେ ଜାଣି ପାରୁଥିଲା।

ପ୍ରଥମ ଇଲେକ୍ଟ୍ରୋନିକ କି-ବୋର୍ଡ଼ର କୁଞ୍ଚିର ଚାପ ୦.୧୮୭ ଇଞ୍ଚ(୪.୭୫ ମି.ମି.) ଗଭୀରତା ପର୍ଯ୍ୟନ୍ତ ଥିଲା। କୁଞ୍ଚିର ଉଚ୍ଚତା ୧୨.୭ ମି.ମି. ଥିଲା ଓ କି-ବୋର୍ଡ଼ଟି ୫ ସେ.ମି. ମୋଟାଥିଲା। ସମୟକ୍ରମେ କୁଞ୍ଚିଚାପର ଗଭୀରତା ଆହୁରି କମ୍ ହେଲା (୦.୧୧୦ ଇଞ୍ଚ(୨.୭୯ ମି.ମି.) ଓ ବଜାରରେ ଏହାର ଚାହିଦା ବଢିଲା। ଯୋଗକୁ କି-ଟ୍ରୋନିକ୍ ଏମିତି ଏକ କି-ବୋର୍ଡ଼ ତିଆରି କରିଥିଲା ଯାହା କେବଳ ଏକ ଇଞ୍ଚ ମୋଟା ଥିଲା। ଆଜିକାଲିତ ଅଧଇଞ୍ଚ ମୋଟାର କି-ବୋର୍ଡ଼ ମାର୍କେଟରେ ମିଳୁଛି ।

କି-ବୋର୍ଡ଼ର ଉପଯୋଗୀତାକୁ ଲକ୍ଷ୍ୟକଲେ କୁଞ୍ଚିର ଅଗ୍ରଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ କୁଞ୍ଚିଗୁଡ଼ିକର ଉପରିଭାଗ ସେ କାଳର ଟାଇପରାଇଟରର କି ପରି, ଥାଳିଭଳି ଚେପଟା ଥିଲା। ଆଉ ଏହି କୁଞ୍ଚି ଉପରେ ଲେଖାଯାଇଥିବା ଅକ୍ଷରଟିର ଆୟୁ ମଧ୍ୟ ସେହି ଅନୁପାତରେ ଅଧିକ ହେବା (ପାଖାପାଖି ଦଶ ନିୟୁତ ଥର)ର ଆବଶ୍ୟକତା ରହିଥିଲା। କାରଣ ଏହା ଉପରେ ହାତ ଆଙ୍ଗୁଳି, ନଖ, ତେଲ, କ୍ରିମ୍ ଲାଗି ଏହାର ସ୍ପଷ୍ଟତାକୁ କ୍ରମେ କ୍ରମେ ଅସ୍ପଷ୍ଟ କରିଦିଏ। ତେଣୁ କୁଞ୍ଚିର ଉପରିଭାଗକୁ ଖୋଦେଇକରି ସେଥିଲେ ରଙ୍ଗ ଭରି ପ୍ରଥମେ ଯେଉଁ କୁଞ୍ଚି ଗୁଡ଼ିକ ତିଆରି ହେଉଥିଲା, ତାକୁ ଲୋକେ ପସନ୍ଦ କଲେ ନାହିଁ, ଫଳରେ ମୋଲ୍ଡେଡ କି ସବୁ ତିଆରି ହେଲା। ଇଞ୍ଜେକ୍ସନ ମୋଲ୍ଂ ନାମକ ପ୍ରଣାଳୀରେ କୁଞ୍ଚି ଓ ସେଥିଲେ ଲେଖାଥିବା ସଙ୍କେତ ବା ଅକ୍ଷରକୁ କ୍ରମାନ୍ୱୟରେ ମୋଲ୍ଡ କରାଯାଉଥିଲା। ଏହା ବ୍ୟୟବହୁଳ ହୋଇଥିବାରୁ ରଙ୍ଗ-ସବ୍ଲିମେସନ ପ୍ରିଣ୍ଟିଂ, ଲେଜର ଖୋଦେଇ ପରି ପ୍ରଣାଳୀ ବିକଶିତ ହେଲା। ଏହାଦ୍ୱାରା ପୁରା କି-ବୋର୍ଡ଼କୁ ଏକା ସାଙ୍ଗରେ ମୁଦ୍ରିତ କରିବା ସମ୍ଭବପର ହୋଇ ପାରିଲା। ପ୍ରଥମେ ପ୍ରଥମେ ସବ୍ଲିମେସନ ପ୍ରିଣ୍ଟିଂ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର କାଳିକୁ କୁଞ୍ଚିର ଉପରିଭାଗରେ ଉତ୍ତାପଦେଇ ଏମିତି ଭାବେ ମୁଦ୍ରିତ କରା ଯାଉଥିଲା ଯେ କାଳିର ଅଣୁ କୁଞ୍ଚିର ଅଣୁକୁ ଭେଦ କରି ଅଙ୍କିତ ହୋଇ ଯାଉଥିଲା। କିନ୍ତୁ ଏହା ଏତେଟା ଲୋକପ୍ରିୟ ହୋଇ ପାରିଲା ନାହିଁ କାରଣ ତେଲ ଲାଗିବାଦ୍ୱାରା ଏହି କାଳି ଚରି ଯାଉଥିଲା। ସେଥିପାଇଁ ପରବର୍ତ୍ତୀ କାଳରେ ଏହାକୁ ରୋକିବାପାଇଁ ମୁଦ୍ରଣ କରିସାରିଲା ପରେ କୁଞ୍ଚିର ଉପରିଭାଗରେ ଏକ ପ୍ରକାର ଆସ୍ତରଣ (କୋଟିଂ) ଦିଆଯାଉଥିଲା। ଏହି କୌଶଳ ଆଧାରରେ ଆଇ.ବି.ଏମ୍. ନିଜର କି-ବୋର୍ଡ଼ ନିର୍ମାଣ ଆରମ୍ଭ କରିଦେଲା ଓ କୁଞ୍ଚିର ଅଗ୍ରଭାଗକୁ ଚେପଟା ନ କରି ସାମାନ୍ୟ ବକ୍ରାକାର (ଗହୀରିଆ) କରିଦେଲା। ଏହି ମୁଦ୍ରଣ ପ୍ରଣାଳୀର ସବୁଠାରୁ ବଡ଼ ଦୁର୍ଗୁଣ ଥିଲା ଯେ ଏହା କେବଳ ଗାଢ଼ରଙ୍ଗର କାଳିକୁ ହାଲକା ରଙ୍ଗର କି-ବୋର୍ଡ଼ ଉପରେ ମୁଦ୍ରଣ କରି ପାରୁଥିଲା ଓ ଏଥିପାଇଁ ବହୁତ ସମୟ ଲାଗୁଥିଲା। ଏହାପରେ ଆଇ.ବି.ଏମ୍. ପ୍ରତ୍ୟେକ କୁଞ୍ଚିର ଅଗ୍ରଭାଗପାଇଁ ସ୍ୱତନ୍ତ୍ର କୁଞ୍ଚି-ଟୋପି (keycap) ତିଆରି କଲା। ଏଥିପାଇଁ ବ୍ୟବହୃତ ପ୍ଲାଷ୍ଟିକ ସାଧାରଣ ଏ.ବି.ଏସ. କି-ବୋର୍ଡ଼ଠାରୁ ଭିନ୍ନ ଥିଲା।

ଅନ୍ତତଃ ଅଳ୍ପ ଦାମର (୧୦ ଡଲାରରୁ କମ୍) ଆଧୁନିକ କି-ବୋର୍ଡ଼ ନିର୍ମାଣ ହେଲା। ଏହା ପଛରେ ତିନୋଟି ଯାନ୍ତ୍ରୀକ କୌଶଳର ପ୍ରମୁଖ ଅବଦାନ ରହିଛି:

  1. "ଏକକ ଢାଞ୍ଚା - ମୋନୋବ୍ଲକ" କି-ବୋର୍ଡ଼ର ପ୍ରାରୂପ, ଯେଉଁଠି ପ୍ରତିଟି କୁଞ୍ଚିପାଇଁ ଅଲଗା ଅଲଗା ଢାଞ୍ଚା ବଦଳରେ ଗୋଟିଏ "ମୋନୋବ୍ଲକ" ଢାଞ୍ଚାର ବ୍ୟବହାର କରାଗଲା । ମୋଲ୍ଡ଼ିଂ କୌଶଳଦ୍ୱାରା ଏହା ସମ୍ଭବ ହୋଇ ପାରିଲା।
  2. ମୋନୋବ୍ଲକ ତଳେ ସମ୍ପର୍କ ସୁଇଚ୍ ପରଦା (contact-switch membrane)ର ପ୍ରଚଳନ। ସୁଇଚର ତଳେ ଓ ମୋନୋବ୍ଲକର ଉପରେ ଥିବା ପରିବାହୀ ପରଦା ଭିତରେ ଏକ ଖାଲି ସ୍ଥାନ ରହିଲା, ଯେପରିକି କୁଞ୍ଚିଟିକୁ ଚାପିଲେ ହିଁ ଏକ ପ୍ରକାର ବୈଦ୍ୟୁତିକ ସମ୍ପର୍କ ସୃଷ୍ଟି ହେବ। ଏଇ ପରଦା ଗୁଡ଼ିକ ବହୁ ପରିମାଣରେ ‘ରିଲ୍ରୁ ରିଲ୍’ ମୁଦ୍ରଣ କଳଦ୍ୱାରା ମୁଦ୍ରିତ କରାଗଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତିଟି କି-ବୋର୍ଡ଼ରେ ଖଣ୍ଡ ଖଣ୍ଡ କରି କାଟି ଲଗାଇ ଦିଆଗଲା।
  3. କୁଞ୍ଚିର ଅଗ୍ରଭାଗର ପ୍ୟାଡ ପ୍ରିଣ୍ଟିଂ ଯାହାକୁ ଟେମ୍ପୋ ବୋଲି କୁହାଯାଏ, ତାହା ସବୁଠାରୁ ଲୋକପ୍ରିୟ ଉପକରଣ ତିଆରି ସଂସ୍ଥାଥିଲା। ପ୍ରଥମେ ସବ୍ଲିମେସନ କାଳି ବ୍ୟବହାର କରାଯାଉଥିଲା (ଉପରେ ଦେଖନ୍ତୁ) କିନ୍ତୁ ଏହାକୁ ସୁରକ୍ଷା ଦେବାପାଇଁ ଅଧିକ ଦିନ ସ୍ଥାୟୀ ସ୍ୱଚ୍ଛ ଆବରଣ ଏବେ ଏହା ଉପରେ ମୁଦ୍ରିତ କରାଯାଉଛି। ଏହି ଆବରଣର ଆଉ ଏକ କାମ ହେଲା ଏହା ଉଜ୍ଜ୍ୱଳତାକୁ କମ କରିଦିଏ ଓ ଅନେକ ସ୍ଥାନରେ ଏହା ଏକ ଜୀବାଣୁ ନାଶକ ତତ୍ତ୍ୱଯୁକ୍ତ ହୋଇଥାଏ ଯାହା ବ୍ୟବହାରକାରୀପାଇଁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଉପଯୋଗୀ।

ଇଲେକ୍ଟ୍ରୋନିକ କି-ବୋର୍ଡ଼ ନିର୍ମାଣରେ ପ୍ଲାଷ୍ଟିକ ଜିନିଷର ଉପଯୋଗୀତା ବହୁତ ବେଶୀ । ମୋନୋବ୍ଲକ ଆସିବା ଆଗରୁ ଡର୍ଲିନ ନାମକ ବସ୍ତୁ (Polyoxymethylene plastic) କିବୋର୍ଡ଼ ତିଆରି ପାଇଁ ବ୍ୟବହୃତ ହେଉଥିଲା, ଯାହା ଏହା ଉପରେ ବାରମ୍ବାର ପଡୁଥିବା ଚାପକୁ ସହ୍ୟ କରିବାକୁ ସକ୍ଷମ ଥିଲା। କି ସୁଇଚରେ ସ୍ପ୍ରିଂ ପ୍ରଭାବ ଉତ୍ପନ୍ନ କରିବାପାଇଁ ଗ୍ରୀଜ ପରି କୌଣସି ଜିନିଷ ବ୍ୟବହାର କରିବା ଉପଯୁକ୍ତ ନୁହେଁ । କାରଣ ଏହାଦ୍ୱାରା କିବୋର୍ଡ଼ ସହଜରେ ମଇଳା ହୋଇଯାଏ ଓ ଉପରର ଲେଖା ଦିଶେନାହିଁ । ତେବେ ଏହି ସ୍ପ୍ରିଂ ପ୍ରଭାବକୁ ସୁଚାରୁରୂପେ ଚଲାଇବାପାଇଁ ଉପଲବ୍ଧ ଏକମାତ୍ର ଜିନିଷ ଥିଲା ଡର୍ଲିନ । କିନ୍ତୁ ଏହା ଏତେ ନରମ ଯେ ଏହା କୁଞ୍ଚିର ଅଗ୍ରଭାଗରେ ବ୍ୟବହାର କରାଯାଇ ନ ପାରେ। ତେଣୁ ଅଗ୍ରଭାଗପାଇଁ ଏ.ବି.ଏସ୍. (Acrylonitrile butadiene styrene-ABS) ପ୍ଲାଷ୍ଟିକ ବ୍ୟବହାର କରା ଯାଉଥିଲା । କାଳକ୍ରମେ ପ୍ଲାଷ୍ଟିକ ମୋଲ୍ଂ ବିକଶିତ ହେଲା ପରେ କୁଞ୍ଚି ଚାପର ଗଭୀରତା ୦.୧୮୭ ଇଞ୍ଚରୁ ୦.୧୧୦ ଇଞ୍ଚ କମ କରି ବି ସ୍ପ୍ରିଂ ପ୍ରଭାବକୁ ଆଗଭଳି ରଖିହେଲା ଓ ମୋନୋବ୍ଲକ କିବୋର୍ଡ଼ ତଥା ଭିନ୍ନ ଭିନ୍ନ ଏକକ-କୁଞ୍ଚ୍ୟାଗ୍ର ( single-part keytop/plungers)ର ପ୍ରଚଳନ ଏ.ବି.ଏସ୍. ପ୍ଲାଷ୍ଟିକଦ୍ୱାରା ସମ୍ଭବ ହୋଇ ପାରିଲା।

ନିୟନ୍ତ୍ରିତ ପରିଚାଳକ(Control Processor)

କମ୍ପ୍ୟୁଟରର କିବୋର୍ଡ଼ରେ ଏକ ସର୍କିଟ ଥାଏ ଯାହା "କି" ଚାପକୁ ଏକ codeରେ ବଦଳାଏ ଯାହାକୁ କେବଳ କମ୍ପ୍ୟୁଟର ହିଁ ବୁଝିଥାଏ । ଏହି କି ଗୁଡ଼ିକ ଏକ Electrical X-Y matrix ଆକାର ସହ ସଂଯୋଗ ହେଇଥାନ୍ତି ଯେଉଁଥିରେ Y ଧାଡ଼ି ଦେଇ voltage ଯାଇଥାଏ ଏବଂ ଯେତେବେଳେ କିକୁ ଚିପିଥାଉ X ଧାଡ଼ିଦ୍ୱାରା Scan ହୁଏ କି କଣ କାର୍ଯ୍ୟ କରାଗଲା ।

ପ୍ରଥମେ ୧୯୭୨ ବେଳେ କିବୋର୍ଡ ଯୁକ୍ତ Microprocessor ଆସିଲା । କିନ୍ତୁ ୧୯୭୮ରେ କମ୍ପ୍ୟୁଟର କିବୋର୍ଡ଼ରେ ୮୦୪୮ Microcontroller ଲାଗିଲା । ଯେତେବଳେ କିବୋର୍ଡ଼ଦ୍ୱାରା ଆମେ କିଛି ଟାଇପ କରୁ ବା ଆଦେଶ ଦେଉ ପ୍ରଥମେ ଏହା codeରେ ପରିଣତ ହୁଏ,ଏହି code ଗୁଡ଼ିକ ତାରଦ୍ୱାରା Motherboardକୁ ଯାଏ । କିବୋର୍ଡ଼ର cableରେ ତଥ୍ୟ ଆଦାନ ପ୍ରଦାନ ଉଭୟ ଦିଗକୁ ହେଇଥାଏ କାରଣ ଏହାଯୋଗୁ ଆମେ ଜାଣିପାରୁ କି " caps lock", "num lock" ଓ "scroll lock"ର light ଗୁଡ଼ିକ କାମକରୁଛି ନା ନାହିଁ ।

ସଂଯୋଗ ପ୍ରକାର(Connection Types)

କିବୋର୍ଡ଼କୁ ସିଷ୍ଟମ ସହ ସଂଯୋଗ କରିବା ପାଇଁ ଅନେକ ଗୁଡ଼ିଏ ବାଟ ଥାଏ । କିବୋର୍ଡ଼କୁ ଆଜିକାଲି ତାର (Cable)ଦ୍ୱାରା କିମ୍ବା ବେତାର ମାଧ୍ୟମରେ ସଂଯୋଗ କରାଯାଇପାରୁଅଛି । ତାର ଥିବା କିବୋର୍ଡ଼କୁ ମଦରବୋର୍ଡ଼ର Standard AT Connector ସହ ଯୋଗ କରାଯାଏ । AT Connector ବଦଳରେ PS/2 କିମ୍ବା USBଦ୍ୱାରା ମଧ୍ୟ ସଂଯୋଗ କରାଯାଇପାରିବ । Apple କିବୋର୍ଡ଼କୁ ଲଗେଇବା ପାଇଁ Apple Desktop Bus ବ୍ୟବହାର କରିଥାଏ ଯାହାକୁ ସିଷ୍ଟମର iMac line ବୋଲି କୁହାଯାଇଥାଏ ।

ବେତାର ମାଧ୍ୟମ ଆଜିକାଲି ବହୁତ ପ୍ରସିଦ୍ଧ କାରଣ ଏହା ବ୍ୟବହାରକାରୀର ସ୍ୱାଧୀନତାକୁ ବଢ଼େଇ ଥାଏ।ବେତାର କିବୋର୍ଡ଼ RF ମାନକ ବ୍ୟବହାର କରିଥାଏ ଯାହାକୁ Bluetooth କହନ୍ତି।କମ୍ପ୍ୟୁଟରରେ ଥିବା Transreciever Bluetoothର ସଙ୍କେତକୁ ଧରିଥାଏ ଓ ସଂଯୋଗ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ବେତାର କିବୋର୍ଡ଼ ପାଇଁ ବ୍ୟାଟେରିର ଦରକାର ପଡ଼ିଥାଏ ଓ ଏହାର ସୁରକ୍ଷା ଜନିତ ସମସ୍ୟା ମଧ୍ୟ ରହିଥାଏ । ବେତାର ସଙ୍କେତ (Signal) ହାକର(Hacker)ମାନେ ଚୋରେଇନେଇ କଣ ସିଷ୍ଟମର ତଥ୍ୟ ସବୁ ଚୋରେଇନେଇପାରନ୍ତି । ସୌର କିବୋର୍ଡ଼ର battery ସୂର୍ଯ୍ୟଙ୍କ ରଶ୍ମୀଦ୍ୱାରା କିମ୍ବା ସାଧାରଣ ଆଲୋକଦ୍ୱାରା ଚାର୍ଜ ହେଇଥାଏ । Olivetti Envision ସୌର କିବୋର୍ଡ଼ର ଏକ ଉଦାହରଣ ।

ବିକଳ୍ପ ତଥ୍ୟ ଭର୍ତ୍ତି କାର୍ଯାବଳି

କମ୍ପ୍ୟୁଟର କିବୋର୍ଡ଼ 
ଏକ ଅନ-ସ୍କ୍ରୀନ କିବୋର୍ଡ ଯାହା ମାଉସଦ୍ୱାରା ପରିଚାଳିତ

Optical character recognition (OCR)କୁ rekeying ପାଇଁ ଆଧାର କରାଯାଇଥାଏ ଯାହାକି ଆଗରୁ ଲେଖାଯାଇଥିବା ତଥ୍ୟକୁ ପୁନର୍ଲିଖିତ କରିଥାଏ କିନ୍ତୁ ଏହା ଜନ୍ତ୍ର ବୁଝିଲା ଭଳିଆ ଭାଷା (Machine Readable Format)ରେ ନଥାଏ । ଅନ୍ୟଭାଷାରେ ଆମେ ଯଦି ଗୋଟେ ଛବି(Image)କୁ ଲେଖା(Text)ରେ ବଦଳ(Convert) କରିଥାଉ ଯାହା ଆଉଟପୁଟ ବାହାରେ (ସାଧାରଣତଃ ଏହା ଏକ ସଂଖ୍ୟାକ୍ଷରିକ କୋଡର ଧାଡ଼ି(String)) ଥାଏ) ତାହାକୁ ଜଣେ ଆଉଥରେ ଟାଇପ କରିପାରେ କିନ୍ତୁ କମ୍ପ୍ୟୁଟର ତାକୁ ନିଜେ ବଦଳ କରିଦିଏ।OCR ପ୍ରଯୁକ୍ତି ବିଦ୍ୟା ଆଜି ଏକ ଉଚ୍ଚ ସ୍ଥାନରେ ପହଞ୍ଚିଗଲାଣି (ଉଦାହରଣ : ଗୁଗଲ ବହି ଖୋଜା) ଆଉ ଭବିଷ୍ୟତ ପାଇଁ ଅନେକ ଆଶାର ସଂଚାର କରେ। କଥାର ଶବ୍ଦକୁ ଧରିବା ପ୍ରଣାଳୀ (Speech Recognition) ଯାହା କଥାକୁ ଯନ୍ତ୍ର ପଢ଼ିଲା ଭଳିଆ ଭାଷାକୁ ବଦଳେଇଥାଏ।ଏହି ପ୍ରଯୁକ୍ତି ମଧ୍ୟ ଅନେକ ଆଗକୁ ଆସିଗଲାଣି ଯାହାକୁ ଚିକିତ୍ସା ଓ ବୈଧତା ନିରୀକ୍ଷଣ ,ସମ୍ବାଦିକତା ତଥା ରଚନା ଓ ଗ୍ରନ୍ଥ ଲିଖନରେ ବ୍ୟବହ୍ରୁତ ହୁଏ । କିବୋର୍ଡ଼ରେ ବହୁତ କିଛି କାମ ଶୀଘ୍ର ଶୀଘ୍ର କରିହୁଏନି । ଏଥିପାଇଁ ଏକ ପୋଏଣ୍ଟିଙ୍ଗ ଡିଭାଇସ ଥାଏ ଯାହା ଲେଖା କୌଠୁ ଆରମ୍ଭ କରିବା,କଉଠି ଲେଖିବା,କେମିତି ଲେଖିବା ଏସବୁ କାମ ନିମିଷକ ମଧ୍ୟରେ କରିଥାଏ।ସାଧାରତଃ ଏହାକୁ ମାଉସ ରୂପେ ବ୍ୟବହାର କରାଯାଏ କିନ୍ତୁ ଏହାର ଅନ୍ୟ ଅନ୍ୟ ରୂପ ବାହାରିଲାଣିଯଥା ଗ୍ରାଫିଟି (Graffiti), ଡାଶର(Dasher) ଓ ଅନ-ସ୍କ୍ରୀନ ଭର୍ଚୁଆଲ କିବୋର୍ଡ଼ ।

ଅନ୍ୟାନ୍ୟ ଜାଣିବା କଥା

କିଷ୍ଟ୍ରୋକ ଲଗିଂ

କିଷ୍ଟ୍ରୋକ ଲଗିଂ ବ୍ୟବହାରକାରୀର କିଷ୍ଟ୍ରୋକ ବା "କି" ଦବେଇବାର ପ୍ରଣାଳୀକୁ ରେକର୍ଡ କରି ରଖିଥାଏ।ଯେତେବେଳେକି ଏହା କର୍ମଚାରୀ ମାନଙ୍କର କାର୍ଯ୍ୟଦକ୍ଷତା ମାପିବାରେ ତଥା ବେଆଇନ କାର୍ଯ୍ୟକଳାପକୁ ଧରିବାରେ ସହାୟକ ହେଇଥାଏ , ଏହାକୁ ମଧ୍ୟ ସଫ୍ଟୱେର ଆକ୍ରମଣକାରୀ(Hacker) ବିଭିନ୍ନ ବେଆଇନ କାର୍ଯ୍ୟରେ ବ୍ୟବହାର କରନ୍ତି । ହାକରମାନେ କିଲଗରକୁ ପାସୱାର୍ଡ଼ ବା ଲୁଛାଯାଇଥିବା(Encryption) କିକୁ ଅନ୍ୟ ସୁରକ୍ଷା ମାପଦ୍ୱାରା ବାଇ-ପାସ କରାଇ ପାଇଯାଇଥାନ୍ତି।

ହାର୍ଡ଼ୱେର ଓ ସଫ୍ଟୱେରର ତଥ୍ୟଦ୍ୱାରା କିଷ୍ଟ୍ରୋକ ଲଗିଂକୁ ହାସଲ କରାଯାଇପାରିବ । ହାର୍ଡୱେର କିଲଗର କିବୋର୍ଡ ତାର ସହ ଲାଗିକି ଥାଏ କିମ୍ବା କିବୋର୍ଡ଼ ଭିତରେ ଇନଷ୍ଟାଲ ହେଇ ଥାଏ । ସଫ୍ଟୱେର କି'ଲଗର କମ୍ପ୍ୟୁଟରର ଅପରେଟିଂ ସିଷ୍ଟମରେ କାର୍ଯ୍ୟ କରିଥାଏ ଓ ହାର୍ଡବେର ଉପରେ ଅନଧିକାର ଅଧିକାର କରିଥାଏ, କିବୋର୍ଡ଼ କାର୍ଯ୍ୟଶୈଳୀ ଉପରେ ପ୍ରଭାବ ପକେଇଥାଏ କିମ୍ବା ବାହାରୁ ରେକର୍ଡେଡ ତଥ୍ୟକୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଏ ଯଉଠି ତଥ୍ୟକୁ ନଯିବା କଥା।ଯେହେତୁ ତଥ୍ୟ ଗୁଡ଼ିକ ପାକେଟ ରୂପେ ଯିବା ଆସିବା କରେ ହାକରମାନେ କିଲଗର ବ୍ୟବହାର କରି ବାଟରୁ ପାକେଟକୁ ଚୋରୀ କରିନିଅନ୍ତି ବେତାର ମାଧ୍ୟମକୁ ମାଧ୍ୟମ କରି ।

ଆଣ୍ଟି-ସ୍ପାଇଓୟାରଦ୍ୱାରା ଅନେକ କି'ଲଗର କି ଧରାଯାଇଥାଏ ଓ ତାଙ୍କୁ ହଟାଇ ମଧ୍ୟ ଦିଆଯାଇଥାଏ । ସଫ୍ଟୱେରର କ୍ରେତାମାନେ ଆଣ୍ଟି-ସ୍ପାଇଓୟାରଦ୍ୱାରା ଧରିବା କାର୍ଯ୍ୟକୁ ସମର୍ଥନ କରନ୍ତି ସଫ୍ଟବେରର ଅପବ୍ଯବହାରକୁ ରୋକିବା ପାଇଁ।ଫାୟାରୱାଲ (Firewall)କୁ ଚାଲୁକରିବାଦ୍ୱାରା କିଲଗରକୁ ବନ୍ଦ କରିହୁଏନି କିନ୍ତୁ ରୋକିହୁଏ ଯଦି ଏହାକୁ ସଠିକ ଭାବେ ତିଆରିକରାଯାଇଥାଏ । ନେଟୱର୍କ ମନିଟର ବ୍ୟବହାରକାରୀକୁ ସତର୍କ କରେଇଦିଏ ଯଦି ନେଟୱର୍କ ଉପରେ କିଛି ବାହାରୁ ଆକ୍ରମଣ କରେ । ଏହା ବ୍ୟବହାରକାରୀକୁ କି'ଲଗରକୁ ବନ୍ଦ କରିବା ପାଇଁ ଏକ ସୁଯୋଗ ଦେଇଥାଏ । ସ୍ୱୟଂଚାଳିତ ପ୍ରୋଗ୍ରାମ କିବୋର୍ଡ଼କୁ ବ୍ୟବହାର କରି କିଲଗରକୁ ରୋକିପାରେନାହିଁ । ଅନେକ କି'ଲଗରକୁ ତଥ୍ୟକୁ ଅଲଗା କ୍ରମରେ ଅସଜଡା ଭାବରେ ଲେଖିକି ବୋକା କରାଯାଇପାରିବ ।

ବେତାର କିଷ୍ଟ୍ରୋକ ଲଗିଂ

ଯାହାକୁ ରିମୋଟ କିଲଗିଂ ବା ବେତାର(ଓୟାରଲେସ) କିଲଗିଂ ମଧ୍ୟ କୁହାଯାଏ।

ଏକ ସର୍ବେକ୍ଷଣ "“Compromising Electromagnetic Emanations of Wired Keyboard”ରେ ବୁଆଗନୌକ୍ସ ଓ ପାଶିନୀ ପ୍ରମାଣ ଦେଲେ ଯେ କିବୋର୍ଡରୁ ବିଦ୍ୟୁତ-ଚୁମ୍ବକୀୟ ବିକିରଣ (ଇଲେକଟ୍ରୋ-ମାଗନେଟିକ Emanations) ହୁଏ।କିନ୍ତୁ ସେ ତାଙ୍କ ସର୍ବେକ୍ଷଣରେ ଯେଉଁ ୪ଟି ପ୍ରଣାଳୀ ବିକିରଣକୁ ରୋକିବା ପାଇଁ ଦେଇଛନ୍ତି ତାହା ଯଥେଷ୍ଟ ନୁହେଁ।ସେ ଏହା ମଧ୍ୟ ଦର୍ଶାଇଛନ୍ତିରେ ଏହି ବିକିରଣକୁ ସ୍ୱତନ୍ତ୍ର ଭାବେ ଶସ୍ତା କିବୋର୍ଡ ତଥା ଏହାର ଯନ୍ତ୍ରାଂଶଦ୍ୱାରା କେବଳ ଗୋଟିଏ କକ୍ଷକୁ ସୀମିତ ନହେଇ ପୁରା କାର୍ଯାଳୟରେ ରୋକାଯାଇପାରିବ। ଏହି ଇଲେକଟ୍ରୋ-ମାଗନେଟିକ ବିକିରଣର ଆକ୍ରମଣ ସୁରକ୍ଷା ଉପରେ ବିପଦ ସୃଷ୍ଟି କରେ। PS/୨,USB, ଲାପଟପ ଓ ବେତାର ମାଧ୍ୟମରେ ଅସୁବିଧା ହବା ସ୍ୱାଭାବିକ।ଆହୁରିମଧ୍ୟ ଏହି ଆକ୍ରମଣ କି ବନ୍ଦକରିବା ପାଇଁ କିଛି ସଫ୍ଟବେର ପ୍ୟାଚ ମଧ୍ୟ ନଥାଏ।ସୁରକ୍ଷା ପାଇଁ ହାର୍ଡବେରକୁ ବଦଲାଯାଇପାରିବ।ମୂଲ୍ୟର ପ୍ରଭାବ ତଥା ଜ୍ଞାନର ଅଭାବ ଯୋଗୁଁ କିବୋର୍ଡକୁ ଯାନ୍ତ୍ରିକ ସୁରକ୍ଷା ଦିଆଯାଇପାରୁନାହିଁ।

ଶାରୀରିକ ସମସ୍ୟା

କମ୍ପ୍ୟୁଟର କିବୋର୍ଡ଼ 
କମ୍ପ୍ୟୁଟର ଆଗରେ ବସିବାର ତଥା କିବୋର୍ଡ଼ ଧରିବାର ଉଚିତ ପ୍ରଣାଳୀ ଯାହାକି ମେରୁଦଣ୍ଡ ସମସ୍ୟାରୁ ମୁକ୍ତିଦିଏ.

କିବୋର୍ଡଦ୍ୱାରା ଶରୀରର ଅନେକ ଅଙ୍ଗରେ ପୀଡ଼ା କିମ୍ବା ଗମ୍ଭୀର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ। ମୁଖ୍ୟତଃ ହାତ,କଚଟି,କାନ୍ଧ,ବାହୁ,ବେକ ଓ ପିଠି ଆଦିରେ ସମସ୍ୟା ଦେଖାଯାଏ। ଏହି ସବୁ କ୍ଷତିରୁ ରକ୍ଷା ପାଇବାପାଇଁ ହେଲେ ମଝିରେ ମଝିରେ ପ୍ରତିଘଣ୍ଟାରେ ଥରେ ଟାଇପିଙ୍ଗରୁ ବିରତି ନେବା ଉଚିତ । ବ୍ୟବହାରକାରୀ ନିଜ କାର୍ଯ୍ୟକୁ ଏମିତି କରିବା ଦରକାର ଯେପରି ନିଜ ହାତ ଆଉ କାନ୍ଧ ଉପରେ ବେଶୀ ଚାପ ନ ପଡ଼େ । ଯେତେବେଳେ କିବୋର୍ଡ ବ୍ୟବହାର କରାଯାଉଛି ବ୍ୟବହାରକାରୀ ନିଜ କାନ୍ଧକୁ ଆରମ ଓ କହୁଣିକି ଏକ ସାହାରା ଦେବାର ଅଛି । କିବୋର୍ଡ଼ ଓ ମାଉସ ଏପରି ଜାଗାରେ ରହୁଥିବ ଯେପରି ହାତ ସେଠି ସହଜରେ ପହଞ୍ଚିପାରୁଥିବ। କଚଟିକୁ ମେଜର ଧାରୁଆ ଧାରା ଆରାମ କରିବାକୁ ଦିଅନ୍ତୁ ନାହି। କଚଟି ଓ ପାପୁଲିକୁ ଟାଇପିଙ୍ଗ କଲା ବେଳେ ସାହାରା ଦିଅନ୍ତୁ ନାହିଁ । କିନ୍ତୁ ଏଭଳି ବହୁତ କିବୋର୍ଡ଼ ବାହାରିଲାଣି ଯାହା ଏପରି ସମସ୍ୟାକୁ କମ କରିବାରେ ସାହାଯ୍ୟ କରେ।

ସ୍ୱାସ୍ଥ୍ୟ ପ୍ରତି ସତର୍କତା

ଏକ ବଢୁଥିବା ଶରୀରର ସର୍ବେକ୍ଷଣ କିବୋର୍ଡ଼କୁ ଅନେକ ଅସୁସ୍ଥତାର କାରଣ କହେ । କିଛି କିବୋର୍ଡ଼ରୁ ବାହାରୁଥିବା ଜୀବାଣୁ ପାଇଖାନାର ଜୀବାଣୁଠାରୁ ୫ ଗୁଣ ଅଧିକ ଥାଏ । ଡାକ୍ତର ଆରୋନ ଗ୍ଲାଟ Infectious Disease Society of Americaର ପ୍ରବକ୍ତା ମନେପକେଇଥିଲେ କି ସୂର୍ଯ୍ୟର ଉତ୍ତାପ ଯେଉଁଠି ପହଞ୍ଚିପାରେନି ତାହା ଏକ ସମତଳ ନୁହେଁ । ତେଣୁ ଟାଇପ କରିସାରିକି ହାତ ଧୋଇବା ଆଉ କିବୋର୍ଡ଼ ଆଉ କାହା ସହ ନବାଣ୍ଟିଲେ କିଛି ପରିମାଣରେ କ୍ଷତିକାରକ ଜୀବାଣୁଠାରୁ ରକ୍ଷା ପାଇପାରିବା ଓ ଅପେକ୍ଷାକୃତ ସୁସ୍ଥ ରହିପାରିବା।

ଆଧାର

ଅଧିକ ତଥ୍ୟ

Tags:

କମ୍ପ୍ୟୁଟର କିବୋର୍ଡ଼ ଇତିହାସକମ୍ପ୍ୟୁଟର କିବୋର୍ଡ଼ କିବୋର୍ଡ଼ର ପ୍ରକାରଭେଦକମ୍ପ୍ୟୁଟର କିବୋର୍ଡ଼ ମାନକ ବିହୀନ ସଜାଣି ଓ ଏହାର ସ୍ୱତନ୍ତ୍ର ବ୍ୟବହାରକମ୍ପ୍ୟୁଟର କିବୋର୍ଡ଼ ସଜାଣିକମ୍ପ୍ୟୁଟର କିବୋର୍ଡ଼ ଉଜ୍ଜ୍ୱଳୀକରଣ (Illumination)କମ୍ପ୍ୟୁଟର କିବୋର୍ଡ଼ ପ୍ରଯୁକ୍ତି (Technology)କମ୍ପ୍ୟୁଟର କିବୋର୍ଡ଼ ବିକଳ୍ପ ତଥ୍ୟ ଭର୍ତ୍ତି କାର୍ଯାବଳିକମ୍ପ୍ୟୁଟର କିବୋର୍ଡ଼ ଅନ୍ୟାନ୍ୟ ଜାଣିବା କଥାକମ୍ପ୍ୟୁଟର କିବୋର୍ଡ଼ ଆଧାରକମ୍ପ୍ୟୁଟର କିବୋର୍ଡ଼ ଅଧିକ ତଥ୍ୟକମ୍ପ୍ୟୁଟର କିବୋର୍ଡ଼ଓଡ଼ିଆ ଭାଷାକମ୍ପ୍ୟୁଟର

🔥 Trending searches on Wiki ଓଡ଼ିଆ:

ଛବିଳ ମଧୁ ବର୍ଣ୍ଣବୋଧ୧୮ ସେପ୍ଟେମ୍ବରଭାରତର ନ୍ୟାୟୀକ ବ୍ୟବସ୍ଥା୧୭ ଅଗଷ୍ଟବିରଜା ରାଉତରାୟଭଗବତ ଗୀତାମନୋଜ ଦାସଙ୍କ କଥା ଓ କାହାଣୀମୌଳିକ ସଂଖ୍ୟାଜଗନ୍ନାଥଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାରୁପାସମ୍ବଲପୁର ଜିଲ୍ଲାରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜକିଶୋର ରାୟଗୋଲୋକ ବିହାରୀ ଧଳହୀରାକୁଦ ବନ୍ଧଇନ୍ଦ୍ରଦ୍ୟୁମ୍ନ୧୭ ଫେବୃଆରୀସଜନାଅକ୍ଷୟ ତୃତୀୟାବଡ଼ ଓଡ଼ିଆ ମଠଓଡ଼ିଶାର ଦୋଳଯାତ୍ରାଟିଣବବ୍‌ଲିବଦ୍ରୀନାଥ ମନ୍ଦିରଓଡ଼ିଆ ନାଟକସତ୍ୟବାଦୀ ବନ ବିଦ୍ୟାଳୟଦ୍ରୌପଦୀ ମୁର୍ମୁମିହିର ଦାସଲକ୍ଷ୍ମଣ ନାୟକ୩ ମାର୍ଚ୍ଚମହାବୀର ଜୈନମିଡାଜୋଲାମ୍ମଙ୍ଗଳା ମନ୍ଦିରଭୈରବୀସୁଭାଷ ଚନ୍ଦ୍ର ବୋଷଓଲିସେରିଡାଇନଧନକର ଅଧିନିୟମ, ୧୯୫୭ସାକ୍ଷୀଗୋପାଳ ମନ୍ଦିରଧରିତ୍ରୀଦାସକାଠିଆଗୋବିନ୍ଦ ତ୍ରିପାଠୀଓଡ଼ିଆ ରାନ୍ଧଣାଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାଇଣ୍ଡୋନେସିଆ୭ ଅପ୍ରେଲନବୀନ ପଟ୍ଟନାୟକଅକ୍ଷାଂଶଔଷଧୀୟ ଗଛଲତାମାନଙ୍କର ତାଲିକାଫୁଲସୀତା ବିବାହକାଳିନ୍ଦୀ ଚରଣ ପାଣିଗ୍ରାହୀମୋଗଲ ସାମ୍ରାଜ୍ୟପଞ୍ଚାୟତ ରାଜରେ ସିଣ୍ଡ୍ରୋମଏମ ଏନ ଶ୍ରୀନିବାସଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରାମଚନ୍ଦ୍ର ମିଶ୍ରଭାସ୍କରେଶ୍ୱର ମନ୍ଦିରମନ୍ଦାରଇରା ମହାନ୍ତିବିଦ୍ୟାଳୟଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଖାଦ୍ୟଯୌନ ସମ୍ଭୋଗ🡆 More