ଧ୍ୟାନଚାନ୍ଦ

ଧ୍ୟାନ ଚାନ୍ଦ (୨୯ ଅଗଷ୍ଟ ୧୯୦୫ - ୩ ଡିସେମ୍ବର, ୧୯୭୯) ଜଣେ ଭାରତୀୟ ହକି ଖେଳାଳି ଓ ଅଧିନାୟକ ଥିଲେ । ହକି ଖେଳରେ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କର ମାନ୍ୟତା ରହିଛି । ତାଙ୍କର ଅସାଧାରଣ ହକିଷ୍ଟିକ ଚାଳନା ବଳରେ ଭାରତ ଏକଦା ବିଶ୍ୱ ହକିରେ ଆଧିପତ୍ୟ ବିସ୍ତାର କରିଥିଲା । ତାଙ୍କର କ୍ରିଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସଂଖ୍ୟାକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଡ଼ମ୍ୟାନ ଥରେ ଟିପ୍ପଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି । ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବ ରେଜିମେଣ୍ଟରେ ଯୋଗଦେଇ ହକି ତାଲିମ ନେଇଥିଲେ । ସୈନ୍ୟବାହିନୀରେ ଚାକିରୀରେ ଥାଇ ସେ ୧୯୨୬ରେ ନ୍ୟୁଜିଲାଣ୍ଡ ଗ୍ରସ୍ତ କରିଥିଲେ । ସେଠାରେ ସେ ନିଜର ଶହେତମ ଗୋଲ କରିଥିଲେ ।

ଧ୍ୟାନ ଚାନ୍ଦ
ଧ୍ୟାନଚାନ୍ଦ
ବ୍ୟକ୍ତିଗତ ସୂଚନା
ଜନ୍ମ

(1905-08-29)୨୯ ଅଗଷ୍ଟ ୧୯୦୫



ଆଲାହାବାଦ, ଉତ୍ତର ପ୍ରଦେଶ
ମୃତ୍ୟୁ ୩ ଡିସେମ୍ବର ୧୯୭୯(1979-12-03) (ବୟସ ୭୪)
ଦିଲ୍ଲୀ, ଭାରତ
ଉଚ୍ଚତା 5 ft 7 in (170 cm)
Playing position Forward
Senior career
Years Team Apps (Gls)
୧୯୨୧-୧୯୫୬ ଭାରତୀୟ ସେନାବାହିନୀ
National team
୧୯୨୬-୧୯୪୮ India {{{nationalcaps(goals)1}}}
Medal record
Men's field hockey
Competitor for ଧ୍ୟାନଚାନ୍ଦ ଭାରତ
Olympic Games
Gold 1928 Amsterdam Team
Gold 1932 Los Angeles Team
Gold 1936 Berlin Team

ପରିବାର

୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦ (ପ୍ରୟାଗ)ଠାରେ ଏକ ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସମେଶ୍ୱର ଦତ୍ତ ସିଂହ ଜଣେ ଭାରତୀୟ ସେନାବାହିନୀର ଥିଲେ ।

କ୍ରୀଡ଼ା ଜୀବନ

ଧ୍ୟାନଚାନ୍ଦଙ୍କ ସମୟରେ ଭାରତୀୟ ହକିର ସୁବର୍ଣ୍ଣଯୁଗ ଥିଲା । ୧୯୨୮ରେ ନେଦରଲାଣ୍ତରେ ଆୟୋଜିତ ଅଲିମ୍ପିକ୍ସ, ୧୯୩୨ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ । ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିବାପରେ ଆଡଲଫ ହିଟଲର ଜର୍ମାନୀ ସେନାବହିନୀରେ ଧ୍ୟାନଚାନ୍ଦଙ୍କୁ ଫିଲ୍ଡ ମାର୍ଶାଲ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଧ୍ୟାନଚାନ୍ଦ ଧନ୍ୟବାଦ ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୩୬ରେ ଭାରତ ଇଂରେଜ ଶାସନରେ ଥିବା ସତ୍ତ୍ୱେ ବର୍ଲିନ ଅଲିମ୍ପିକ୍ସରେ ସେ ଇଂଲଣ୍ଡର ଜାତୀୟ ସଙ୍ଗୀତ ଗାନକୁ ବିରୋଧ କରିଥିଲେ ଓ ବନ୍ଦେ ମାତରମ ଗାଇ ନିଜ ଦେଶଭକ୍ତିର ପରିଚୟ ଦେଇଥିଲେ । ୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ । ତିନୋଟି ଅଲିମ୍ପିକରେ ଭାରତର ୧୦୨ଟି ଗୋଲ ମଧ୍ୟରୁ ଧ୍ୟାନଚାନ୍ଦଙ୍କ ଥିଲା ୩୮ଟି ଗୋଲ । ତେଣୁ ତାଙ୍କୁ ଗୋଲ ମେଶିନ ବୋଲି ମଧ୍ୟ କୁହାଯାଉଥିଲା । ୧୯୭୯ ଡିସେମ୍ବର ୩ରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କ ଜନ୍ମଦିନକୁ ବର୍ତ୍ତମାନ ପ୍ରତିବର୍ଷ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି ।

ପୁରସ୍କାର ଓ ସମ୍ମାନ

  • ୧୯୫୭ ମସିହାରେ ତାଙ୍କୁ ପଦ୍ମ ଭୂଷଣ ଉପାଧିରେ ସମାନିତ କରାଯାଇଥିଲା ।
  • ତାଙ୍କ ମୃତ୍ୟୁର ୧୬ ବର୍ଷ ପରେ ଅର୍ଥାତ ୧୯୯୫ ମସିହାରେ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସର ମାନ୍ୟତା ପ୍ରଦାନ କରାଯାଇଥିଲା ।
ଧ୍ୟାନଚାନ୍ଦ 
୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ

ଆଧାର

ଅଧିକ ତଥ୍ୟ

Tags:

ଧ୍ୟାନଚାନ୍ଦ ପରିବାରଧ୍ୟାନଚାନ୍ଦ କ୍ରୀଡ଼ା ଜୀବନଧ୍ୟାନଚାନ୍ଦ ପୁରସ୍କାର ଓ ସମ୍ମାନଧ୍ୟାନଚାନ୍ଦ ଆଧାରଧ୍ୟାନଚାନ୍ଦ ଅଧିକ ତଥ୍ୟଧ୍ୟାନଚାନ୍ଦ

🔥 Trending searches on Wiki ଓଡ଼ିଆ:

ହିନ୍ଦୁ ଧର୍ମବ୍ୟାସଦେବଓଡ଼ିଶା ବିଧାନ ସଭାଓଡ଼ିଆ ନାଟକରାଜକିଶୋର ପଟ୍ଟନାୟକଘରଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପୀନାଥ ମହାନ୍ତିରାମରୋହିତ ପୂଜାରୀମସ୍କୋଜବାହରଲାଲ ନେହେରୁପ୍ରଧାନ ପୃଷ୍ଠାତନ୍ତଭାରତୀୟ ଜାତୀୟ କଂଗ୍ରେସଜୀବାଣୁ ଭାଜିନୋସିସହ୍ୱାଟ୍ସଆପପ୍ରାଣୀଓଡ଼ିଆ କଥାଚିତ୍ର ଜଗତକେବେ ତମେ ନାହଁ କେବେ ମୁଁ ନାହିଁହୃଷୀକେଶ ପଣ୍ଡାନାନଏଚଆଇଭି/ଏଡସବିଦ୍ୟୁତଶାନ୍ତନୁ କୁମାର ଆଚାର୍ଯ୍ୟଗୋପବନ୍ଧୁ ଦାସହିନ୍ଦୁ ସମୟ ଗଣନାରବୀନ୍ଦ୍ର କୁମାର ପ୍ରହରାଜରାସନ କାର୍ଡ଼ (ଭାରତ)ଭୂମିକମ୍ପନମିତା ଅଗ୍ରୱାଲ୧୮ ଅପ୍ରେଲପଞ୍ଚସଖାବଲାଙ୍ଗୀରପରିବାରଲିନକ୍ସ ବଣ୍ଟନସୁନାଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭକ୍ତ ଚରଣ ଦାସEntrectinibତାରାତାରିଣୀ ମନ୍ଦିରଭାରତୀୟ ସମ୍ବିଧାନଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଯୋଧ୍ୟାଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଚିଲିକା ହ୍ରଦଗୁଗଲଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଓଡ଼ିଶାର ଲୋକନୃତ୍ୟଅଭିନେତ୍ରୀ (ନାରୀ କଳାକାର)ଖିଲିପାନଅମର ସିଂହ ଚମକିଲାବାଘହାଣ୍ଡିଦ୍ୱିତୀୟ ବିଶ୍ୱଯୁଦ୍ଧସିଦ୍ଧାର୍ଥ ଭରତନଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଆଚାର୍ଯ୍ୟ ହରିହରଗୁପ୍ତେଶ୍ୱରଜୟୀ ରାଜଗୁରୁରେବା ରାୟଶାରଳା ପୁରସ୍କାରସୁରମା ପାଢ଼ୀପାଳଙ୍ଗଆବ୍ରୋସିଟିନିବବିଜୁ ଜନତା ଦଳଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର🡆 More