ଷ୍ଟିଫେନ ହକିଙ୍ଗ: ଭୌତିକ ବିଜ୍ଞାନୀ ଓ ଲେଖକ

ଷ୍ଟିଫେନ ହକିଙ୍ଗ (୮ ଜାନୁଆରୀ ୧୯୪୨ - ୧୪ ମାର୍ଚ୍ଚ ୨୦୧୮) ଜଣେ ଇଂରାଜୀ ପଦାର୍ଥ ବିଜ୍ଞାନୀ, ମହାକାଶ ବିଜ୍ଞାନୀ, ଜଣେ ଲେଖକ ଏବଂ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସେଣ୍ଟର ଫର ଥିଓରୀଟିକାଲ କସମୋଲୋଜିର ନିର୍ଦ୍ଦେଶକ ଥିଲେ ।

ଷ୍ଟିଫେନ ହକିଙ୍ଗ

ଛାଞ୍ଚ:Postnominals
ଷ୍ଟିଫେନ ହକିଙ୍ଗ: ଭୌତିକ ବିଜ୍ଞାନୀ ଓ ଲେଖକ
Hawking at NASA's StarChild Learning Center, 1980s
ଜନ୍ମ
Stephen William Hawking

(1942-01-08)୮ ଜାନୁଆରୀ ୧୯୪୨
Oxford, England
ମୃତ୍ୟୁ୧୪ ମାର୍ଚ୍ଚ ୨୦୧୮(2018-03-14) (ବୟସ ୭୬)
Cambridge, England
ଶିକ୍ଷାSt Albans School, Hertfordshire
ଶିକ୍ଷାନୁଷ୍ଠାନ
  • University of Oxford (BA)
  • University of Cambridge (MA, PhD)
ପ୍ରସିଦ୍ଧି
  • Hawking radiation
  • Penrose–Hawking theorems
  • Bekenstein–Hawking formula
  • Hawking energy
  • Gibbons–Hawking ansatz
  • Gibbons–Hawking effect
  • Gibbons–Hawking space
  • Gibbons–Hawking–York boundary term
  • Thorne–Hawking–Preskill bet
ବୈବାହିକ-ସାଥୀs
Jane Wilde
(m. ୧୯୬୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Elaine Mason
(m. ୧୯୯୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ3, including Lucy
ପୁରସ୍କାର
  • Adams Prize (1966)
  • Eddington Medal (1975)
  • Maxwell Medal and Prize (1976)
  • Heineman Prize (1976)
  • Hughes Medal (1976)
  • Albert Einstein Award (1978)
  • RAS Gold Medal (1985)
  • Dirac Medal (1987)
  • Wolf Prize (1988)
  • Prince of Asturias Award (1989)
  • Andrew Gemant Award (1998)
  • Naylor Prize and Lectureship (1999)
  • Lilienfeld Prize (1999)
  • Albert Medal (1999)
  • Copley Medal (2006)
  • Presidential Medal of Freedom (2009)
  • Fundamental Physics Prize (2012)
  • BBVA Foundation Frontiers of Knowledge Award (2015)
ବିଜ୍ଞାନୀ ଜୀବନ
କ୍ଷେତ୍ର
କର୍ମାନୁଷ୍ଠାନ
  • Gonville and Caius College, Cambridge
  • California Institute of Technology
  • Perimeter Institute for Theoretical Physics
ବୈଜ୍ଞାନିକ ନିବନ୍ଧProperties of Expanding Universes (1966)
ଡକ୍ଟରୀ ଉପଦେଷ୍ଟାDennis Sciama
ଶିକ୍ଷକୀୟ ଉପଦେଷ୍ଟାRobert Berman
ଡକ୍ଟରୀ ଛାତ୍ର
  • Bruce Allen
  • Raphael Bousso
ୱେବସାଇଟhawking.org.uk
ଦସ୍ତଖତ
ଷ୍ଟିଫେନ ହକିଙ୍ଗ: ଭୌତିକ ବିଜ୍ଞାନୀ ଓ ଲେଖକ

ତାଙ୍କର ତତ୍ତ୍ୱମୂଳକ ପଦାର୍ଥ ବିଜ୍ଞାନରେ ବିଶେଷ ଅବଦାନ ରହିଛି, ତନ୍ମଧ୍ୟରେ ରୋଜର ପେନରୋଜଙ୍କ ସହ ସାଧାରଣ ଅପେକ୍ଷିକବାଦ ଉପରେ ପର୍ଯ୍ୟବସିତ ମହାକର୍ଷଣ ଶକ୍ତି ଓ କୃଷ୍ଣଗର୍ତ୍ତର ବିକିରଣ ସମ୍ପର୍କରେ ତାଙ୍କର ଅବଦାନ ଅନ୍ୟତମ । ହକିଙ୍ଗ ସାଧାରଣ ଆପେକ୍ଷିକବାଦ ଓ କ୍ୱାଣ୍ଟମ ମେକାନିକ୍ସର ସମ୍ମିଳନରେ ସୃଷ୍ଟିତତ୍ତ୍ୱର ବାଖ୍ୟା କରିବାରେ ପ୍ରଥମ ବୈଜ୍ଞାନିକ ଥିଲେ । ବିଭିନ୍ନ ପୁସ୍ତକ ଲେଖି ବିଜ୍ଞାନର ଜଟିଳ ତତ୍ତ୍ୱକୁ ସହଜ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ବିଜ୍ଞାନକୁ ଲୋକପ୍ରିୟ କରିଥିଲେ । ତାଙ୍କର ଅନ୍ୟତମ ଲୋକପ୍ରିୟ ପୁସ୍ତକ A Brief History of Time (ସମୟର ଏକ ସମ୍ୟକ ଇତିହାସ) ୨୩୭ ସପ୍ତାହ ପର୍ଯ୍ୟନ୍ତ ବ୍ରିଟିଶ Sunday Timesର ସର୍ବାଧିକ ବିକ୍ରୟ ତାଲିକାରେ ରହିଥିଲା ।

ସେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ରେ ପୀଡ଼ିତ ଥିଲେ । ଏହି ରୋଗ ଧୀରେ ଧୀରେ ତାଙ୍କ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଅଚଳ କରିଦେଇଥିଲା । ତେବେମଧ୍ୟ ସେ ଏକ କଥା କହିବା ଯନ୍ତ୍ର ମାଧ୍ୟମରେ ବାର୍ତ୍ତାଳାପ କରିପାରୁଥିଲେ ।

୧୪ ମାର୍ଚ୍ଚ ୨୦୧୮ରେ ତାଙ୍କର ନିଧନ ହୋଇଯାଇଛି ।

ପ୍ରାରମ୍ଭିକ ଜୀବନ

ଷ୍ଠିଫେନଙ୍କ ଜନ୍ମ ୧୯୪୨ ମସିହା ଜାନୁଆରୀ ୮ ତାରିଖ ଦିନ ଲଣ୍ଡନର ଅକ୍ସଫୋର୍ଡ଼ଠାରେ ହୋଇଥିଲା । ଅକ୍ସଫୋର୍ଡରେ “ନେଚୁରାଲ୍ ସାଇନ୍ସ" ପଢ଼ା ଶେଷକରିବା ପରେ କେମ୍ବ୍ରିଜରେ ପିଏଚଡ଼ି କଲେ; କିନ୍ତୁ ଏହା ପରେପରେ ତାଙ୍କୁ ଯେତେବେଳେ ମାତ୍ର ୨୨ବର୍ଷ, ଜଣାପଡ଼ିଲା ଯେ ସେ 'ମୋଟର ନ୍ୟୁରନ୍ ରୋଗ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ ନାମକ ଏକ ବିରଳ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ । ମାତ୍ର ଦୁଇବର୍ଷ ବଞ୍ଚିବେ ବୋଲି କୁହାଗଲେ ମଧ୍ୟ ସେ ତାଙ୍କ କାମ ବଜାୟ ରଖିଲେ ଓ ବିଚକ୍ଷଣ ପ୍ରତିଭା ଭାବେ ନିଜକୁ ପ୍ରତିପାଦିତ କଲେ ।

ବିଜ୍ଞାନକୁ ଅବଦାନ

ହକିଙ୍ଗଙ୍କର ସର୍ବାଧିକ ଉଲ୍ଲେଖନୀୟ ଓ ଚର୍ଚ୍ଚିତ ସିଦ୍ଧାନ୍ତ ଥୁଲା ବ୍ଲାକହୋଲ ବା କୃଷ୍ଣଗର୍ଭକୁ ନେଇ । ହକିଙ୍ଗ୍ କହିଥିଲେ ଯେ ବିଗ୍ ବ୍ୟାଙ୍ଗ୍ ପ୍ରକୃତରେ ବ୍ଲାକହୋଲର ଓଲଟା ପତନ । ସେ ପେନରୋଜଙ୍କ ସହ ମିଶି ଏହି ବିଚାରକୁ ଅଧିକ ବିକଶିତ କରିଥିଲେ ଓ ସତୁରି ଦଶକରେ ଏକ ଗବେଷଣାପତ୍ର ପ୍ରକାଶ କରି ଦର୍ଶାଇଲେ ଯେ ସାଧାରଣ ଆପେକ୍ଷତା (ଜେନେରାଲ୍ ରିଲେଟିଭିଟି)ର ଅର୍ଥହେଉଛି ବ୍ରହ୍ମାଣ୍ଡ ବ୍ଲାକହୋଲର କେନ୍ଦ୍ରରୁ (ସିଙ୍ଗୁଲାରିଟି)ରୁ ହିଁ ଆରମ୍ଭ ହୋଇଥିବ। ହକିଙ୍ଗ୍ ସ୍ପଷ୍ଟ କରିଦେଇଥିଲେ ଯେ ବ୍ଲାକହୋଲର ଆକାର କେବଳ ବଢ଼ିପାରେ ଓ ତାହା କେବେ କମେ ନାହିଁ। ତାଙ୍କ ମତ ଥିଲା ଦୁଇଟି ବ୍ଲାକହୋଲ୍ ପରସ୍ପର ସହିତ ଧକ୍କା ଖାଇଲେ ବି ବିଭାଜିତ ହୁଅନ୍ତି ନାହିଁ। ସେହିପରି କ୍ୱାଣ୍ଟମ୍ ଥିଓରି ଓ ଜେନେରାଲ୍ ରିଲେଟିଭିଟିକୁ ଏକାଠି କରିବା କ୍ଷେତ୍ରରେ ସେ ଥିଲେ ଅଦ୍ୱିତୀୟ । ମୌଳିକ ଭାବେ ଏହି ଦୁଇ ସିଦ୍ଧାନ୍ତ ପରସ୍ପରଠାରୁ ସଂପୂର୍ଣ୍ଣ ଅସଙ୍ଗତ ମନେହୁଏ, କିନ୍ତୁ ହକିଙ୍ଗ ତାକୁ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ହକିଙ୍ଗ୍ ନିଜର 'ଥିଓରି ଅଫ୍ ଏଭ୍ରିଥିଙ୍ଗରେ" କହିଛନ୍ତି ଯେ ବ୍ରହ୍ମାଣ୍ଡର ନିର୍ମାଣ ସ୍ପଷ୍ଟରୂପେ ଏକ ସିଦ୍ଧାନ୍ତର ଅଧାରରେ ହୋଇଛି । ତାଙ୍କ ମତରେ, 'ଏହି ସିଦ୍ଧାନ୍ତ ଆମକୁ ସେହି ପ୍ରଶ୍ନର ଉତ୍ତର ଦେବାକୁ ଯଥେଷ୍ଟ ଯେ ବ୍ରହ୍ମାଣ୍ଡର ନିର୍ମାଣ କିଭଳି ହୋଇଛି, କୁଆଡ଼େ ଯାଉଛି ଓ ଏହାର କ'ଣ ଅନ୍ତ ହେବ ଓ ଯଦି ହେବ, କେମିତି? ଯଦି ଆମକୁ ଏସବୁ ପ୍ରଶ୍ନର ଉତ୍ତର ମିଳିଯିବ, ତେବେ ଆମେ ଈଶ୍ୱରଙ୍କ ମସ୍ତିଷ୍କକୁ ମଧ୍ୟ ବୁଝିବାରେ ସମର୍ଥ ହେବା ।'

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ତୁଳସୀ ଦାସବାଲେଶ୍ୱର ଜିଲ୍ଲାଚରକ୧୪ ମାର୍ଚ୍ଚଟିକୋନାଜୋଲରାଜକିଶୋର ରାୟଜୟ ଜବାନ ଜୟ କିଶାନବରାହଗିରି ଭେଙ୍କଟଗିରିକାର୍ଲ୍ ଲିନିଅସ୍ପୁନମ ମିଶ୍ରଲକ୍ଷ୍ମଣ ନାୟକଭଗବତୀ ଚରଣ ପାଣିଗ୍ରାହୀଗୋକର୍ଣ୍ଣେଶ୍ୱର ଦେଉଳନିଗମାନନ୍ଦ ପରମହଂସସାରଳା ଦାସନକ୍ଷତ୍ରଗୋପୀନାଥ ମହାନ୍ତିସୁରେନ୍ଦ୍ର ମହାନ୍ତିରାମକୃଷ୍ଣ ନନ୍ଦହେପାଟାଇଟିସମାତଙ୍ଗୀନରେନ୍ଦ୍ର ମୋଦୀଭାରତୀୟ ସଂଖ୍ୟା ପ୍ରଣାଳିବିଲଙ୍କା ରାମାୟଣଜୁଲାଇକୋଚିଲାମିନାକ୍ଷୀ ମହନ୍ତଗ୍ରହଓଡ଼ିଶାର ମାପ ବ୍ୟବସ୍ଥାଯୌନ ସମ୍ଭୋଗଅର୍ଚ୍ଚନା (କବିତା ସଙ୍କଳନ)୯ ଅଗଷ୍ଟଜ୍ଞାନପୀଠ ପୁରସ୍କାର୧ (ସଂଖ୍ୟା)ସାକ୍ଷୀଗୋପାଳ ମନ୍ଦିରଆନି ବେସାନ୍ତସିଦ୍ଧାନ୍ତ ମହାପାତ୍ରବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବସନ୍ତ କୁମାରୀ ପଟ୍ଟନାୟକବ୍ୟଞ୍ଜନ ବର୍ଣ୍ଣକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶେର ଶାହ ସୁରୀଅଷ୍ଟଶମ୍ଭୁ ପୀଠଛଉ ନାଚଇତିହାସହସ୍ତମୈଥୁନଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ପ୍ରିମିଅର ଲିଗମଧୁସୂଦନ ଦାସରୋମାନିଆସୁରେଶ କୁମାର ରାଉତରାୟବାଲିଯାତ୍ରାଭକ୍ତ ଚରଣ ଦାସଗୋଲୋକ ବିହାରୀ ଧଳବଲ୍ଲଭଭାଇ ପଟେଲ୩୧ ଅଗଷ୍ଟମ୍ୟାଲେରିଆପରିବେଶଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାହୋ ଜନ‌ଜାତିପ୍ରଣବ ପ୍ରକାଶ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶବରବୈଦେହୀଶ ବିଳାସଦୀପା ସାହୁ (୧୯୮୫ ଜନ୍ମ)ଅକ୍ଷାଂଶଚନ୍ଦନ ଯାତ୍ରାବର୍ଷା ପ୍ରିୟଦର୍ଶିନୀସମ୍ବଲପୁରଉପେନ୍ଦ୍ର କିଶୋର ଦାସ🡆 More