Mr. Ibrahem/Sandbox

ପୋଷ୍ଟିରିଅର ୟୁରେଥ୍ରାଲ ଭଲଭ ( PUV ) ରୋଗରେ ଏକ ନବଜାତ ପୁଅର ମୂତ୍ରନଳୀ ଏକ ତନ୍ତୁ ଭାଙ୍ଗଦ୍ୱାରା ଅବରୋଧ ହୋଇଥାଏ । ଜନ୍ମ ପରେ ଏହାର ଲକ୍ଷଣଗୁଡିକ ମଧ୍ୟରେ ଶିଶୁର ଖାଇବା ଅସୁବିଧା ହୁଏ ଓ ବଞ୍ଚିବା କଷ୍ଟକର ହୁଏ । ଏହା ୟୁରିନାରି ରିଟେନନ, କ୍ରନିକ୍ ବୃକ୍‌କ ରୋଗ, ଫୁସଫୁସର ଅସମ୍ପୂର୍ଣ୍ଣ ବିକାଶ, ଅନିଚ୍ଛାକୃତ ମୂତ୍ର ତ୍ୟାଗ, କିମ୍ବା ମୂତ୍ରନଳୀ ସଂକ୍ରମଣ ହୋଇପାରେ |

Posterior urethral valve
Congenital obstructive posterior urethral membrane
Mr. Ibrahem/Sandbox
Vesiculæ seminales and ampullæ of ductus deferentes, seen from the front. Posterior urethral valves are at the dorsal aspect (back) of the prostatic urethra.
ବିଭାଗUrology
ଲକ୍ଷଣPoor feeding, failure to thrive
ଆକ୍ରାନ୍ତ ସମୟPresent at birth
କାରଣUnknown
ବିପଦ କାରକFamily history.
ରୋଗ ନିର୍ଣ୍ଣୟ ପଦ୍ଧତିUltrasound, voiding cystourethrography
ସଠିକ ରୋଗ ନିର୍ଣ୍ଣୟOther causes of oligohydramnios, vesicoureteral reflux, Prune–belly syndrome, ureteric stenosis
ଚିକିତ୍ସାUrinary catheter, surgery, management of complications
PrognosisVariable
ପୁନଃପୌନିକ1 in 5,000 male births

କିପରି ଏବଂ କାହିଁକି ଏହି ବ୍ୟାଘାତ ସୃଷ୍ଟି ହୁଏ, ତାହା ଅଜ୍ଞାତ ଅଛି । ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ଥାଏ । ଟିସୁ ଭାଙ୍ଗ ବା ଫୋଲ୍ଡର ଉତ୍ପତ୍ତି ଉପରେ ଆଧାର କରି ସେମାନଙ୍କୁ ତିନୋଟି ପ୍ରକାରରେ ବିଭକ୍ତ କରାଯାଇପାରେ । ଫୋଲ୍ଡର ସମ୍ଭାବ୍ୟ ଉତ୍ପତ୍ତି ବିଷୟ ଅବଶ୍ୟ ୨୦୨୦ମସିହାରେ ବିବାଦୀୟ ଥିଲା । ଜନ୍ମ ପୂର୍ବରୁ ଅଲଟ୍ରାସାଉଣ୍ଡ କରି ଓ ଜନ୍ମ ପରେ ଭଏଡିଙ୍ଗ ସିଷ୍ଟୋୟୁରେଥ୍ରୋଗ୍ରାଫି କରି ରୋଗ ନିର୍ଣ୍ଣୟ କରାଯାଏ ।

ଜନ୍ମ ପୂର୍ବରୁ ଅସ୍ତ୍ରୋପଚାର କରାଯାଇପାରେ; ତଥାପି, ଫଳାଫଳଗୁଡିକ ମିଶ୍ରିତ ହୋଇପାରେ । ଜନ୍ମ ପରେ ମୂତ୍ରାଶୟ ଏକ ଫିଡିଂ ଟ୍ୟୁବ ବା ଖାଦ୍ୟନଳୀ ସାହାଯ୍ୟରେ ମୂତ୍ରାଶୟ ନିଷ୍କାସିତ କରାଯାଇପାରେ । ଇଲେକ୍ଟ୍ରୋଲାଇଟ୍ କିମ୍ବା ଶ୍ୱାସକ୍ରିୟାର ସମସ୍ୟାର ସମାଧାନ ପାଇଁ ଅନ୍ୟାନ୍ୟ ପ୍ରୟାସ ଆବଶ୍ୟକ ହୋଇପାରେ । ଟିସୁର ଫୋଲ୍ଡକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରାଯାଏ ଏବଂ ସମ୍ଭାବ୍ୟ ଭେସିକୋୟୁରେଟେରିକ୍ ରିଫ୍ଲକ୍ସର ଚିକିତ୍ସା ପାଇଁ ମଧ୍ୟ ଅପରେଶନ ଆବଶ୍ୟକ ହୋଇପାରେ ।

ପ୍ରାୟ ୫,୦୦୦ ପୁଅ ମଧ୍ୟରୁ ଜଣକର ଏହି ରୋଗ ହୁଏ । ୧୭୧୭ ମସିହାରେ ଜିଓଭାନି ବାଟିସ୍ତା ମର୍ଗାଗ୍ନି ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥଲେ । ହଗ୍ ୟଙ୍ଗ ପ୍ରଥମେ ୧୯୧୯ରେ ଏହାର ଶ୍ରେଣୀକରଣ କରିଥିଲେ ।

ଆଧାର

Tags:

ଅନିଚ୍ଛାକୃତ ମୂତ୍ରତ୍ୟାଗକ୍ରନିକ ବୃକ୍‌କ ରୋଗମୂତ୍ରାଙ୍ଗ ସଂକ୍ରମଣୟୁରିନାରି ରିଟେନସନ

🔥 Trending searches on Wiki ଓଡ଼ିଆ:

ରସଗୋଲା ଦିବସମମତା ଦାଶସମାଜ (ଖବରକାଗଜ)ବଡ଼ ଓଡ଼ିଆ ମଠଉଦ୍ଭିଦ ବିଜ୍ଞାନସୁଭଦ୍ରାଫ୍ଲୁଭାଷ୍ଟାଟିନ୨୬ ଫେବୃଆରୀରିକେଟବ୍ରତପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଶିବାଜୀଦେବୀପ୍ରସନ୍ନ ପଟ୍ଟନାୟକସରଳା ଦେବୀଅଶୋକ (ଗଛ)ବନ୍ଦେ ଉତ୍କଳ ଜନନୀଚବିଶ ଗୁରୁଖନା ବଚନଶୈଳବାଳା ମହିଳା ମହାବିଦ୍ୟାଳୟଅନୁଗୋଳ ଜିଲ୍ଲାପ୍ରାଣବନ୍ଧୁ କରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସାହି ଯାତ୩ ଡିସେମ୍ବରଅଖିଳ ମୋହନ ପଟ୍ଟନାୟକନବମୀକାନାବିଡିଓଲଶକ୍ତିବିଶ୍ୱଜିତ ଦାସପଶ୍ଚିମ ଓଡ଼ିଶା୨୬ ଅପ୍ରେଲଭାଗବତ ଜନ୍ମଗୋବିନ୍ଦ ଚନ୍ଦ୍ର ଦାସତୁଳସୀ ଦାସଜଗନ୍ନାଥଙ୍କ ସେବକଗୁରୁପ୍ରସାଦ ମହାନ୍ତିଓଡ଼ିଶାର ଭୂଗୋଳଓଡ଼ିଶାର ଲୋକନୃତ୍ୟସଂକ୍ରାନ୍ତିକଟକ ଜିଲ୍ଲା୧୮ ଫେବୃଆରୀଉମିଆମ ହ୍ରଦ୧୧ ମାର୍ଚ୍ଚମନ୍ମଥ ନାଥ ଦାସ୨୦ ଅପ୍ରେଲଓଡ଼ିଶାର ପଞ୍ଚାୟତ ସମିତି ତାଲିକାଘରନିତ୍ୟାନନ୍ଦ ମହାପାତ୍ରଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଉତ୍କଳ ଦିବସହନୁମାନ ଚାଳିଶା୧୮ ଅପ୍ରେଲଓଡ଼ିଆ କବି ମାନଙ୍କର ତାଲିକାବଣଭୋଜି ବେଶମଥୁରା ମଙ୍ଗଳଉଇକିମିଡ଼ିଆ ଫାଉଣ୍ଡେସନପ୍ରଥମାଷ୍ଟମୀରସଗୋଲାକାଳୀଚରଣ ପଟ୍ଟନାୟକମଧୁସୂଦନ ଦାସଓଡ଼ିଶାର ସଂସ୍କୃତି🡆 More