ବର୍ଗଭୀମ ମନ୍ଦିର

ବର୍ଗଭୀମ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ତାମାଲୁକ ସହରରେ ଅବସ୍ଥିତ । କୋଲକାତା ପ୍ରାୟ ୮୭.

୨ କିମି ଦୂରରେ ଓ ଖଡଗପୁରଠାରୁ ୮୫ କିମି ଦୂରରେ ଅଛି । ଏହା ଏନ ଏଚ-୬ ସଡ଼କ ପଥ ଓ ଦକ୍ଷିଣ ପୂର୍ବ ରେଳପଥ ସହିତ ସଂଯୁକ୍ତ ହୋଇଛି ।

ବର୍ଗଭୀମ ମନ୍ଦିର
ବର୍ଗଭୀମ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ (Hinduism)
DistrictPurba Medinipur
ଦେବାଦେବୀକାଳୀ ଶିବ ଓ ଦୂର୍ଗା
Location
ସ୍ଥାନତାମଲୁକ (Tamluk)
Stateପଶ୍ଚିମ ବଙ୍ଗ (West Bengal)
Countryଭାରତ
ଭୌଗଳିକ ଅବସ୍ଥିତି22°17′24.08″N 87°55′25.87″E / 22.2900222°N 87.9238528°E / 22.2900222; 87.9238528
Architecture
Typeକଳିଙ୍ଗ ସ୍ଥାପତ୍ୟ (Kalinga Architecture)

ଇତିହାସ

ଏହା ମଧ୍ୟ ଯୁଗର ଏକ ପୁରୁଣା କାଳୀ ମନ୍ଦିର ଯାହାକୁ ଭଞ୍ଜ ରାଜା ବଂଶର (ମୟୁର) ଶାସକମାନେ ତିଆରି କରେଇଥିଲେ ।ମହାଭାରତ ଅନୁସାରେ ଭୀମ ଏହି ସ୍ଥାନକୁ ଅଧିକାର କରିଥିଲେ । ଏହି ସ୍ଥାନରେ ଦେବୀ ସତୀଙ୍କର ବାମ ଗୋଇଠି ଭୂପତିତ ହୋଇଥିଲା ଓ ଏହା ୫୧ ଶକ୍ତି ପୀଠ ମଧ୍ୟରୁ ଗୋଟିଏର ମାନ୍ୟତା ପାଇଛି । ପଶ୍ଚିମ ବଙ୍ଗ ସରକାରଙ୍କ ତରଫରୁ ଏହାକୁ ଐତିହ୍ୟ ସ୍ଥାନ ଭାବରେ ଘୋଷଣା କରାଯାଇଛି । ପ୍ରଚଳିତ ମନ୍ଦିର ବହୁତ ପୁରାତନ ନୁହେଁ । ମଧ୍ୟ ଯୁଗରେ ଇସଲାମ ଅଧିକାର ପରେ ଏହାର ପୁନର୍ନିମାଣ ହୋଇଥିଲା । ପୁରାତନ ବେଙ୍ଗଲୀ ସାହିତ୍ୟରେ ଏହି ବିଷୟ ଅନେକ ଥର ଲେଖା ଯାଇଛି । ଏହି ମନ୍ଦିରଟି ବେଙ୍ଗଲୀ ହିନ୍ଦୁ ଓ ବୌଦ୍ଧ ସଂସ୍କୃତିର ଏକ ସମାହାର ଅଟେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଅନେକ ସ୍ୱାଧୀନତା ସଂଗ୍ରାମୀ ମେଦିନାପୁର ଇଲାକାରୁ ଆସି ଏହି ସ୍ଥାନରେ ସମବେତ ହୋଇ ଧର୍ମ ପଥରେ ସଶସ୍ତ୍ର ଆନ୍ଦୋଳନ କରି ମାତୃଭୂମିକୁ ସ୍ୱାଧୀନ କରିବାକୁ ଶପଥ ନେଇଥିଲେ । ଜଣାଶୁଣା ଖୁଦୀରାମ ବୋଷ ଏଠାକୁ ଆସି ପୂଜା କରୁଥିଲେ ।

ଉତ୍ସବ

ଦୂର୍ଗା ପୂଜା, ପହେଲା ବୈଶାଖ ଓ କାଳୀ ପୂଜା ଏଠାରେ ପାଳନ କରାଯାଏ । ପ୍ରତ୍ୟହ ଏଠାରେ ଦେବୀ ବର୍ଗଭୀମଙ୍କ ନିମନ୍ତେ ଆମିଷ ପ୍ରସାଦ ତିଆରି ହୁଏ । ନିଶ୍ଚିତ ଭାବରେ ଶେଉଳ ମାଛ ରନ୍ଧା ହୋଇ ପ୍ରସାଦ ଚଢାଯାଏ । ବଳି ପ୍ରଥା ଉଠିଯାଇଥିଲେ ମଧ୍ୟ ବର୍ଷକୁ ଥରେ ବଳି ଦିଆଯାଏ ।

ସ୍ଥାପତ୍ୟ

ବର୍ଗଭୀମ ମନ୍ଦିରରେ କଳିଙ୍ଗ ସ୍ଥାପତ୍ୟ ଶୈଳୀ ଦେଖିବାକୁ ମିଳେ । ଏହାର ତିଆରି ଶୈଳୀ ବାରିପଦାର ଶ୍ରୀହରି ବଳଦେବ ଜୀଉ (Shri Hari Baladev Jew) ମନ୍ଦିରର ସାଦୃଶ୍ୟ ରହିଛି ଯାହାକୁ ମୟୂରଭଞ୍ଜର ରାଜାମାନେ ତିଆରି କରେଇଥିଲେ । ଏହାର ଗର୍ଭଗୃହ ସହିତ ଝାଡ଼ଗ୍ରାମର (Jhargram) ରାମେଶ୍ୱର ମନ୍ଦିର ସହିତ ସାଦୃଶ୍ୟ ରହିଛି ।

କେମିତି ପହଞ୍ଚିବେ

ରାଜପଥ ଓ ରେଲ ଶହ ତାମଲୁକ ସଂଯୁକ୍ତ ହୋଇଛି:

  • ତାମଲୁକ – ମେଛେଦା, କୋଲାଘାଟ, କୋଲକାତା (Tamluk to Mecheda, Kolaghat, Kolkata )
  • ତାମଲୁକ – ମେଛେଦା, କୋଲାଘାଟ, ପାଂଶକୁରା, ଖଡଗପୁର (Tamluk to Mecheda, Kolaghat, Panskura, Kharagpur )
  • ତାମଲୁକ – ପାଂଶକୁରା ରେଳପଥ (Tamluk to Panskura Railways)
  • ତାମଲୁକ - ହଳଦିଆ ରେଳପଥ ([:en:Tamluk|]] to Haldia Railways)
  • ତାମାଲୁକ – ଦିଘା ରେଳପଥ (Tamluk to Digha Railways)
  • ହାଓଡା – ହଳଦିଆ ରେଳଟ୍ରାକ (Howrah to Haldia Railtrack)
  • ହାଓଡା – ଦିଘା ରେଳଟ୍ରାକ ରେଳଟ୍ରାକ (Howrah to Digha Railtrack )
  • ହାଉଡା – ପାଂଶକୁରା - ରେଳଟ୍ରାକ (Haldia - Panskura - Kharagpur Railtrack)

ଆଧାର

Tags:

ବର୍ଗଭୀମ ମନ୍ଦିର ଇତିହାସବର୍ଗଭୀମ ମନ୍ଦିର ଉତ୍ସବବର୍ଗଭୀମ ମନ୍ଦିର ସ୍ଥାପତ୍ୟବର୍ଗଭୀମ ମନ୍ଦିର କେମିତି ପହଞ୍ଚିବେବର୍ଗଭୀମ ମନ୍ଦିର ଆଧାରବର୍ଗଭୀମ ମନ୍ଦିରପଶ୍ଚିମ ବଙ୍ଗ

🔥 Trending searches on Wiki ଓଡ଼ିଆ:

ଆମ୍ବସମ୍ବାଦ (ଖବରକାଗଜ)ଭୂମିକମ୍ପଦାମୋଦର ନଦୀଅରବିନ୍ଦ କେଜରିୱାଲନିତ୍ୟାନନ୍ଦ ମହାପାତ୍ରବିରାଟ କୋହଲୀମୟୂରଭଞ୍ଜ ଜିଲ୍ଲା୨୭ ଅପ୍ରେଲଓଡ଼ିଆ ଭାଗବତଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭାରତର ସଂସ୍କୃତିରାଜେନ୍ଦ୍ର ନାରାୟଣ ସିଂହଦେଓଖ୍ରୀଷ୍ଟ ମହାବିଦ୍ୟାଳୟରାବଣଓଡ଼ିଶାର ପଞ୍ଚାୟତ ସମିତି ତାଲିକାwiki.phtml୨୧ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାସ୍କର ଚନ୍ଦ୍ର ମହାପାତ୍ରଜଳପୁଟ ବନ୍ଧ୩୦ ଅପ୍ରେଲବଉଳ ଅମାବାସ୍ୟାସିଦ୍ଧାନ୍ତ ମହାପାତ୍ରସାନ୍ତାଳୀ ଲୋକସଂସ୍କୃତିଭକ୍ତ ଚରଣ ଦାସବଂଶୀକୁଞ୍ଜବିହାରୀ ଦାଶରମାକାନ୍ତ ପଣ୍ଡାପିତ୍ତକୋଷ୧ ଫେବୃଆରୀଚୈତ୍ରପ୍ରଧାନ ପୃଷ୍ଠାଯୁକ୍ତରାଷ୍ଟ୍ର ଆମେରିକାଶକୁନି (ମହାଭାରତ)ରାଜନୀତି ବିଜ୍ଞାନବେଜିଂହେମନ୍ତ ଦାସମହାନଦୀଜୟୀ ରାଜଗୁରୁସୂଚନା ଅଧିକାର ଆଇନ ୨୦୦୫ନଅଙ୍କ ଦୁର୍ଭିକ୍ଷଫକୀର ମୋହନ ସେନାପତିଗୋପାଳ ଛୋଟରାୟଖାଦ୍ୟକଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)କଣ୍ଡୁରୀ ଚରଣ ଦାସପର୍ଯ୍ୟାୟ ସାରଣୀଚାରି ଧାମଇଣ୍ଡୋନେସିଆଜଳ ପ୍ରଦୂଷଣଓଡ଼ିଆ ଲୋକବନ୍ଦେ ଉତ୍କଳ ଜନନୀଇମେଲପ୍ରଦୋଷ ବ୍ରତଅଜୟନ୍ତୀ ପ୍ରଧାନଝୁମରମହାଦେଶପୁରିବ୍ୟଞ୍ଜନ ବର୍ଣ୍ଣମହାତ୍ମା ଗାନ୍ଧୀ🡆 More