ବରାହମିହିର

ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

ବରାହମିହିର
वराहमिहिर
Varāhamihira
Bornସନ ୫୦୫
ଉଜ୍ଜୟିନୀ
Diedସନ ୫୮୭
Nationalityଭାରତୀୟ
Occupation(s)ଜ୍ୟୋତିର୍ବିଦ, ଗଣିତଜ୍ଞ , ଓ ଖଗୋଳ ବିଜ୍ଞାନୀ
Notable workପଞ୍ଚ-ସିଦ୍ଧାନ୍ତିକା, ବୃହତ-ସଂହିତା

ଜୀବନୀ

ବରାହମିହିରଙ୍କ ଜନ୍ମ ସନ ୫୦୫ରେ ଉଜ୍ଜୟିନୀ ନିକଟସ୍ଥ କପିଥ୍ୟ ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କର ପିତାଙ୍କ ନାମ ଥିଲା ଆଦିତ୍ୟ ଦାସ ଓ ମାତାଙ୍କ ନାମ ଥିଲା ସତ୍ୟବତୀ ।ତାଙ୍କର ପିତା ସୂର୍ଯ୍ୟ ଭଗବାଙ୍କଙ୍କ ଉପାସକ ଥିଲେ ଓ ତାଙ୍କରିଠାରୁ ସେ ପ୍ରାରମ୍ଭିକ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। କୁସୁମପୁର(ପାଟଣା) ଯିବା ପରେ ଯୁବ ବରାହମିହିରଙ୍କ ସାକ୍ଷାତ ମହାନ ଜ୍ୟୋତିର୍ବିଦ ଓ ଖଗୋଳ ଖଗୋଳ ବିଜ୍ଞାନୀ ଆର୍ଯ୍ୟଭଟଙ୍କ ସହିତ ହୋଇଥିଲା ଏବଂ ସେ ଜ୍ୟୋତିର୍ବିଜ୍ଞାନ ତଥା ଖଗୋଳ ବିଜ୍ଞାନକୁ ସମଗ୍ର ଜୀବନ ଅଧ୍ୟୟନ କରିବେ ବୋଲି ସ୍ଥିର କରିଥିଲେ। ଗୁପ୍ତ ଯୁଗର ଶାସନ ସମୟରେ ଉଜ୍ଜୟିନୀ ଏକ ପ୍ରମୁଖ ଶିକ୍ଷାକେନ୍ଦ୍ରର ସ୍ଥଳୀ ରୂପେ ପରିଚିତ ଥିଲା; ଯେଉଁଠାରେ କଳା, ବିଜ୍ଞାନ ଓ ସଂସ୍କୃତିର ଅଧ୍ୟୟନ ପାଇଁ ଅନେକ ବିଦ୍ୱାନ ଏକତ୍ର ହେଉଥିଲେ । ତାଙ୍କର ପ୍ରଗାଢ଼ ଜ୍ୟୋତିଷ ଜ୍ଞାନର ଖବର ପାଇ ରାଜା ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ) ରାଜ୍ୟସଭାରେ ତାଙ୍କୁ ନବରତ୍ନଙ୍କ ମଧ୍ୟରେ ସ୍ଥାନ ଦେଇଥିଲେ। ସନ ୫୮୭ରେ ବରାହମିହିର ମୃତ୍ୟୁବରଣ କରିଥିଲେ।

ରଚନାବଳୀ

ପଞ୍ଚ-ସିଦ୍ଧାନ୍ତିକା

ବରାହମିହିରଙ୍କ ମୁଖ୍ୟ ରଚନା ଭାବେ ପଞ୍ଚ-ସିଦ୍ଧାନ୍ତିକାକୁ ଗ୍ରହଣ କରାଯାଏ ଯାହାକି ପ୍ରାୟତଃ ସନ ୫୭୫ରେ ରଚିତ ହୋଇଥିଲା। ଏହି ଗ୍ରନ୍ଥରେ ପୂର୍ବ-ପ୍ରଚଳିତ ପାଞ୍ଚଟି ଜ୍ୟୋତିର୍ବିଜ୍ଞାନୀୟ ସିଦ୍ଧାନ୍ତର ଅବତାରଣା ରହିଛି। ସେଗୁଡ଼ିକ ହେଲା - ସୂର୍ଯ୍ୟ ସିଦ୍ଧାନ୍ତ, ରୋମକ ସିଦ୍ଧାନ୍ତ, ପୌଳିଷ ସିଦ୍ଧାନ୍ତ, ବଶିଷ୍ଠ ସିଦ୍ଧାନ୍ତ, ପିତାମହ ସିଦ୍ଧାନ୍ତ। ଏହି ରଚନାଟି ବେଦାଙ୍ଗ ଜ୍ୟୋତିଷ ଏବଂ ହେଲେନୀୟ ଜ୍ୟୋତିଷ(ଗ୍ରୀସ, ମିଶରୀୟ ଓ ରୋମାନ ଜ୍ୟୋତିଷର ସହିତ)ର ଏକ ସମାହାର ରୂପେ ଜଣାଶୁଣା। ପଞ୍ଚ-ସିଦ୍ଧାନ୍ତିକାରେ ପ୍ରଥମ ଥର ପାଇଁ ଉଲ୍ଲେଖ ହୋଇଥିଲା ଯେ ଅୟନାଂଶ ବା ସମ୍ପାତର ଚଳନ ଅବଧି ୫୦.୩୨ସେକେଣ୍ଡ.୬୬୫୫। ଏହା ବ୍ୟତୀତ ଏହି ଗ୍ରନ୍ଥଟିରେ ଅନେକ ତ୍ରିକୋଣମିତୀୟ ମହତ୍ତ୍ୱପୂର୍ଣ୍ଣ ସୁତ୍ର ରହିଛି।

ଏକାଦଶ ଶତାବ୍ଦୀର ଆରବୀୟ ଗବେଷକ ଆଲବେରୁନି ତାଙ୍କ ରଚନାରେ ଏହି ପାଞ୍ଚଟି ଜ୍ୟୋତିର୍ବିଜ୍ଞାନୀୟ ସିଦ୍ଧାନ୍ତର ଉଲ୍ଲେଖ କରିଛନ୍ତି:

    "ସେମାନଙ୍କ(ଭାରତୀୟ) ପାଖରେ ପାଞ୍ଚଟି ସିଦ୍ଧାନ୍ତ ରହିଛି:
    • ସୂର୍ଯ୍ୟ ସିଦ୍ଧାନ୍ତ - ଲାତଦେବଙ୍କଦ୍ୱାରା ସଙ୍କଳିତ,
    • ବଶିଷ୍ଠ ସିଦ୍ଧାନ୍ତ - ବିଷ୍ଣୁଚନ୍ଦ୍ରଙ୍କଦ୍ୱାରା ସଙ୍କଳିତ,
    • ପୌଳିଷ ସିଦ୍ଧାନ୍ତ - ପୁଲିଷାଙ୍କଦ୍ୱାରା ସଙ୍କଳିତ(ଗ୍ରୀକ ଶବ୍ଦ ପୌଲିଷାରୁ ଆନୀତ),
    • ରୋମକ ସିଦ୍ଧାନ୍ତ - ଶ୍ରୀସେନଙ୍କଦ୍ୱାରା ସଙ୍କଳିତ,
    • ପିତାମହ ସିଦ୍ଧାନ୍ତ

ବୃହତ-ସଂହିତା

ବରାହମିହିରଙ୍କ ଅନ୍ୟତମ କୃତି ମଧ୍ୟରେ ବୂହତ-ସଂହିତା ଏକ ବିଶାଳ ଜ୍ଞାନକୋଷ। ଏହି ଗ୍ରନ୍ଥଟିରେ ଜ୍ୟୋତିର୍ବିଜ୍ଞାନ, ଗ୍ରହମାନଙ୍କର ଚଳ-ପ୍ରଚଳନ, ବାସ୍ତୁବିଦ୍ୟା, ଭବନ ନିର୍ମାଣ କଳା, ବୃକ୍ଷାୟୁର୍ବେଦ, ବାୟୁମଣ୍ଡଳର ପ୍ରକୃତି ଇତ୍ୟାଦି ଉପରେ ବିଶଦ ଭାବେ ବର୍ଣ୍ଣନା ରହିଛି। ସଂପୂର୍ଣ୍ଣ ରଚନାଟି ୧୦୬ ଭାଗରେ ବିଭକ୍ତ।

ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ

ସେ ଜଣେ ବିଖ୍ୟାତ ଜ୍ୟୋତିଷ ଭାବେ ମଧ୍ୟ ଖ୍ୟାତିଲାଭ କରିଥିଲେ। ସେ ଫଳିତ ଜ୍ୟୋତିଷର ତିନିଟି ଗ୍ରନ୍ଥ - ବୃହତ-ଜାତକ, ଲଘୁ-ଜାତକ, ବୃହତ-ସଂହିତାର ରଚୟିତା। ତାଙ୍କର ପୁତ୍ର ପୃଥୁୟାସାସ ମଧ୍ୟ ହିନ୍ଦୁ ଜ୍ୟୋତିଷଶାସ୍ତ୍ରର ଏକ ଗ୍ରନ୍ଥ ହୋର ସାରର ରଚନା କରିଛନ୍ତି।

ପଶ୍ଚିମୀ ଜ୍ୟୋତିଷ ଶାସ୍ତ୍ରର ପ୍ରଭାବ

ରୋମକ ସିଦ୍ଧାନ୍ତ ଓ ରୋମକ ସିଦ୍ଧାନ୍ତ ରୋମାନୀୟ ଏବଂ ଗ୍ରୀକ ଜ୍ୟୋତିଷ ଶାସ୍ତ୍ରଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ। କିନ୍ତୁ ଏହି ତଥ୍ୟଟି ଏକ ତର୍କର ବିଷୟ ଯେହେତୁ; ପ୍ରଥମଥର କରି ଭାରତୀୟ ବୈଦିକ ବିଚାର ବିଦେଶୀ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଅନୁପ୍ରେରିତ କରିଥିଲା ଏବଂ ସଂଶୋଧିତ ହୋଇ ଭାରତକୁ ପୁଣିଥରେ ଆସିଥିଲା।

ବୃହତ-ସଂହିତାରେ ବରାହମିହିର କୁହନ୍ତି : "ଗ୍ରୀକମାନେ ବିଦେଶୀ ହେଲେ ମଧ୍ୟ ସମ୍ମାନର ଯୋଗ୍ୟ ଯେହେତୁ ସେମାନେ ଆମ ଭାରତୀୟ ବିଜ୍ଞାନରେ ଅଭୁତପୂର୍ବ ଆଗ୍ରହ ଦେଖାଇଛନ୍ତି..." (" ମ୍ଳେଚ୍ଛା ହି ୟବନଃ ତେସୁ ସମ୍ୟକ ଶାସ୍ତ୍ରମ କଦମସ୍ଥିତମ/ଋଷ୍ୱାତ ତେପି ପୂଜ୍ୟନ୍ତେ କିଂ ପୁନର୍ଦୈବାବିଧ ଦ୍ୱିଜଃ" (ବୃହତ-ସଂହିତା:୨.୧୫))

ବରାହମିହିରଙ୍କ ପ୍ରଣିତ ତ୍ରିକୋଣମିତିକ ସୂତ୍ର

ସେ ନିମ୍ନଲିଖିତ ସୂତ୍ରଗୁଡ଼ିକର କେବଳ ପ୍ରମାଣ କରିନଥିଲେ; ସେଗୁଡିକୁ ଅତି ସାବଲୀଳ କବିତା ଛାନ୍ଦରେ ପରିବେଷଣ କରିଥିଲେ। ଏହାର ଉଦାହରଣ ବୃହତ-ସଂହିତା ଗ୍ରନ୍ଥର ବୃହତ-ଜାତକରେ ମିଳିଥାଏ।

    ବରାହମିହିର 
    ବରାହମିହିର 
    ବରାହମିହିର 

ବୈଜ୍ଞାନିକ ବିଚାର ଓ ଯୋଗଦାନ

ବରାହମିହିର ବେଦ ଜ୍ଞାନରେ ବିଶ୍ୱାସ ରଖୁଥିଲେ ମଧ୍ୟ ଅଲୌକିକ କାର୍ଯ୍ୟରେ ଅନ୍ଧ ଭାବେ ବିଶ୍ୱାସ କରୁନଥିଲେ। ତାଙ୍କର ମନୋବୃତ୍ତି ଓ ଭାବନା ଏକ ବୈଜ୍ଞାନିକର ଥିଲା। ଆର୍ଯ୍ୟଭଟଙ୍କ ପରି ସେ ମଧ୍ୟ କହିଥିଲେ ଯେ ପୃଥିବୀ ଗୋଲ ଅଟେ। ବିଜ୍ଞାନର ଇତିହାସରେ ସେ ପ୍ରଥମ ବ୍ୟକ୍ତି ଥିଲେ ଯେ କି କହିଥିଲେ - ଏପରି ଏକ ଶକ୍ତି ଅଛି ଯାହା ବସ୍ତୁମାନଙ୍କୁ ଜମି ପ୍ରତି ଆକର୍ଷିତ କରି ରଖୁଛି। ଆଜି ଏହା ମାଧ୍ୟାକର୍ଷଣ ଶକ୍ତି ରୂପେ ପରିଚିତ। କିନ୍ତୁ ସେ ଏକ ଭୁଲ ତଥ୍ୟରେ ମଧ୍ୟ ବିଶ୍ୱାସ କରୁଥିଲେ ଯେ ପୃଥିବୀ ଗତିଶୀଳ ନୁହେଁ। ସେ କହିଥିଲେ; " ଯଦି ପୃଥିବୀର ଗତିମାନ, ତେବେ ପକ୍ଷୀମାନେ ପୃଥିବୀ ଗତିର ବିପରୀତ ଦିଗରେ(ପଶ୍ଚିମ ଦିଗ) ଗତି କରି ସେହି ମୁହୂର୍ତ୍ତରେ ନିଜର ବାସସ୍ଥାନରେ ପହଞ୍ଚିପାରିବେ। "

ଏହା ବ୍ୟତୀତ ସେ ପର୍ଯ୍ୟବରଣ ବିଜ୍ଞାନ(ଇକୋଲୋଜି), ଜଳବିଜ୍ଞାନ(ହାଇଡ୍ରୋଲୋଜି), ଭୂବିଜ୍ଞାନ(ଜିଓଲୋଜି) ସମ୍ବନ୍ଧରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ। ସଂସ୍କୃତ ବ୍ୟାକରଣରେ ବିଶେଷ ଦକ୍ଷତା ପାଇଁ ତାଙ୍କର ରଚନାବଳୀରେ ଛାନ୍ଦର ଏକ ନିଜସ୍ୱ ଶୈଳୀ ପରିଲକ୍ଷିତ ହୁଏ। ଯେପରି ରାଜନିତୀରେ କୌଟିଲ୍ୟ (ଚାଣକ୍ୟ), ବ୍ୟାକରଣରେ ପାଣିନୀ, ଏବଂ ନିୟମ ସଂହିତାରେ ମନୁ; ତାଙ୍କର ରଚନାବଳୀ ପାଇଁ ଖଗୋଳ ବିଜ୍ଞାନ ଜଗତରେ ସେ ବହୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ।

ଆଧାର

ଅଧିକ ତଥ୍ୟ

Tags:

ବରାହମିହିର ଜୀବନୀବରାହମିହିର ରଚନାବଳୀବରାହମିହିର ପଶ୍ଚିମୀ ଜ୍ୟୋତିଷ ଶାସ୍ତ୍ରର ପ୍ରଭାବବରାହମିହିର ଙ୍କ ପ୍ରଣିତ ତ୍ରିକୋଣମିତିକ ସୂତ୍ରବରାହମିହିର ବୈଜ୍ଞାନିକ ବିଚାର ଓ ଯୋଗଦାନବରାହମିହିର ଆଧାରବରାହମିହିର ଅଧିକ ତଥ୍ୟବରାହମିହିର

🔥 Trending searches on Wiki ଓଡ଼ିଆ:

ବର କୋଳିପୃଥିବୀଏରିଦେମା ମଲ୍ଟିଫର୍ମଉଇକିପିଡ଼ିଆଉଇକିଅଭିଧାନକୋଇଲିଖିଆଶ୍ରୀ ଅରବିନ୍ଦସାଉଦି ଆରବଓଉରାଜକିଶୋର ରାୟ୨୦୨୨ ଫିଫା ବିଶ୍ୱକପ୍ପ୍ୟାରିସଗୋପପୁର (ଗପ ସଙ୍କଳନ)ରମାକାନ୍ତ ରଥକଟକ ଜିଲ୍ଲାପ୍ରତାପ କେଶରୀ ଦେଓବୃସେଲ୍ସପଞ୍ଚକନ୍ୟାପୂର୍ଣ୍ଣ ଚନ୍ଦ୍ର ସେଠୀଦକ୍ଷିଣ ଆମେରିକାଜର୍ଜିଆବିଶ୍ୱ ଏଡ୍‌ସ ଦିବସଚୈତ୍ରସ୍ୱାମୀ ବିବେକାନନ୍ଦଜର୍ଜ କ୍ୟାଣ୍ଟରଓଡ଼ିଆ ରାମାୟଣଜୟୀ ରାଜଗୁରୁଉଇକିମିଡ଼ିଆ ଫାଉଣ୍ଡେସନକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ପିତ୍ତ ନଳୀ କର୍କଟପଣା ସଂକ୍ରାନ୍ତିମହୁଲବଙ୍ଗଳା ଭାଷାନୟାଗଡ଼ ଜିଲ୍ଲାପିଆଜକ୍ରୋଏସିଆଆସାମକାହ୍ନୁଚରଣ ମହାନ୍ତିଶ୍ରୀରାମ ପଣ୍ଡାଆଇସଲ୍ୟାଣ୍ଡଚଢ଼େଇଆ ନାଚକଳ୍କୀ (ଓଡ଼ିଆ କଥାଚିତ୍ର)ବଣ୍ଡା ଜନଜାତିକେଶବ କୋଇଲିଲାଟିନ ଭାଷାଗୁଗଲଟଙ୍ଗ୍‌ଷ୍ଟନକଳାକଳେବର ଚଉତିଶା୧ ମାର୍ଚ୍ଚଆଇଭରି କୋଷ୍ଟଆର୍ଯ୍ୟଭଟ୍ଟଭୂଖାମନୋଜ ଦାସନରେନ୍ଦ୍ର ମୋଦୀପାକସ୍ଥଳୀ କର୍କଟବିରିବୋଡ଼ୋ ଭାଷାଚୈତନ୍ୟଜଳ ପ୍ରଦୂଷଣସଚ୍ଚିଦାନନ୍ଦ ରାଉତରାୟଇଲନ ମସ୍କଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରଥଯାତ୍ରାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଜୀବନାନନ୍ଦ ପାଣିଅଟଳ ବିହାରୀ ବାଜପେୟୀକାଳିନ୍ଦୀ ଚରଣ ପାଣିଗ୍ରାହୀଦଣ୍ଡ ନାଟଚନ୍ଦ୍ରଶେଖର ରଥ୨୪ ମାର୍ଚ୍ଚନିର୍ମାଲ୍ୟ🡆 More