ପୋକଶୁଙ୍ଗା

ପୋକ ଶୁଂଘା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହାର ପତ୍ରଗୁଡ଼ିକ ଧଳାଲୋମଯୁକ୍ତ, ଧାର କଟା କଟା ଓ ଅଗ୍ରଭାଗ ମୁନିଆଁ। ଏହି ପତ୍ର ବିନ୍ୟାସ ଏକାନ୍ତର। ପତ୍ରର ଆକାର ୫-୫.୫x୧.୫-୨ ସେ.ମି.

ହୋଇଥାଏ। ଜାନୁଆରୀ ମାସକୁ ଫୁଲଧରେ। ଅତି ବେଶୀରେ ଏହା ଫୁଟେ ଦେଢ ଫୁଟ ଉଚ୍ଚ ହୋଇଥାଏ । ଏହା ମୂଳା ଗଛ ପରି ଦିଶେ। ଏହି ଗଛରୁ ଏକ ପ୍ରକାର ଗନ୍ଧ ବାହାରେ । ଓଡ଼ିଶାର ସର୍ବତ୍ର ଏହା ଦେଖିବାକୁ ମିଳେ।

  • ଆହୁରି ଅନେକ ପ୍ରକାର ପୋକଶୁଙ୍ଗା ରହିଛି ଯାହାର ପତ୍ର ମୂଳାପତ୍ର ପରି ଦିଶେ ନାହିଁ ଔଷଧୀୟ ଗୁଣ ଦୃଷ୍ଟିରୁ ଏହା ନିମ୍ନ ଧରଣର। ଏହାକୁ ବିଲ ପୋକଶୁଙ୍ଘା (Blumea Lacerena) ବୋଲି ମଧ୍ୟ କୁହାଯାଏ। Blumea balsamifera ନାମରେ ଏହାର ଅନ୍ୟ ଏକ ପ୍ରଜାତି ରହିଛି।
ପୋକଶୁଙ୍ଗା
ପୋକଶୁଙ୍ଗା
ପୋକଶୁଙ୍ଗା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
Subkingdom: Tracheobionta
ବିଭାଗ: Magnoliophyta
ବର୍ଗ: Magnoliopsida
ଉପବର୍ଗ: Asteridae
ଗଣ: Asterales
କୁଳ: Asteraceae
ଉପକୁଳ: Asteroideae
ଗୋଷ୍ଠୀ: Inuleae]]
ପ୍ରଜାତି: Blumea]]
ଜାତି: B. oxyodonta
ବାଇନୋମିଆଲ ନାମ
Blumea oxyodonta
  • ବାଡ଼ି ପୋକଶୁଙ୍ଘା (vernonia-cinerea) ବୋଲି ଏକ ପ୍ରକାର ଗୁଳ୍ମ ମଧ୍ୟ ରହିଛି।
  • Asteraceae ପରିବାର (family) ଅନ୍ତର୍ଭୁକ୍ତ ଅନ୍ୟ କେତେକ ପୋକଶୁଙ୍ଘା ମଧ୍ୟ ରହିଛି । ଓ

ଉଦ୍ଭିଦ ବିଜ୍ଞାନ ମତେ ବର୍ଗୀକରଣ

ଇଂରାଜୀ ନାମ Spiny Leaved Blumea
ଉଦ୍ଭିଦିକ ନାମ Blumea oxyodonta
କୁଟୁମ୍ବ (Family) Asteraceae (Sunflower family)

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପୋକ ଶୁଂଘା, ପୋକଶୁଙ୍ଗା, ପୋକଶୁଙ୍ଘା
ସଂସ୍କୃତ ମୃଦୁଚ୍ଛଦ, ପୀତପୁଷ୍ପ, କୁକୁନ୍ଦର, କୁକୁରଦ୍ରୁ
ହିନ୍ଦୀ କୁକୁଛେଦି, କୁକୁରରୌନ୍ଦା
ତେଲୁଗୁ କୁକ୍କା
ବଙ୍ଗଳା କୁକୁର ଶୋଙ୍ଗା

ଶାସ୍ତ୍ରୋକ୍ତ ଗୁଣ

ତିକ୍ତରସ ମିଶ୍ରିତ କଟୁରସ, ବର୍ଣ୍ଣକାରକ। ମାତ୍ରା ଦୁଇଅଣାରୁ ଆଠଅଣା

ବ୍ୟବହାର

ଏଇ ଗଛର ସର୍ବାଙ୍ଗ, ମୁଖ୍ୟତଃ ଏହାର ପତ୍ର ଔଷଧୀୟ କାମରେ ଲାଗେ । ଏହା ପିତ୍ତଦୋଷ, ଜ୍ୱର, କଫ, ଦାହ, ତୃଷ୍ଣା, ଅତିସାର, ରକ୍ତପିତ୍ତ, ଗ୍ରହଦୃଷ୍ଟି, ଭୁତଦୃଷ୍ଟି, ଶିଶୁରୋଗ, କାସ, ଶ୍ୱାସ ଆଦି ନିବାରକ ।

ପୋକଶୁଙ୍ଗା ରସରେ ମହୁ ମିଶାଇ ସେବନ କଲେ ସମସ୍ତ ପ୍ରକାର ଜ୍ୱର ଓ ଅତିସାର ନିବାରିତ ହୁଏ । ପିଲାମାନଙ୍କ କଫରେ ଏହାର ରସ ସହିତ ପାନ ରସ ମିଶାଇ ଦିଆଯାଏ । ରକ୍ତପିତ୍ତ (ନାକରୁ ରକ୍ତ ପଡ଼ିବା)ରେ ଏହାର ରସକୁ ମହୁ ଓ ମିଶ୍ରି ସହିତ ଦିଆଯାଏ। ପିଲାଙ୍କ ଜ୍ୱର ଓ ଚର୍ମରୋଗରେ ହଳଦୀ ସହିତ ବାଟି ପ୍ରୟୋଗ କରାଯାଏ। କାସ ଆଦିରେ ଏହାର ମୂଳକୁ ଶୁଣ୍ଠି ସହିତ, ଚର୍ମରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି, ଝାଡାରେ ଏହାର ପତ୍ର ରସକୁ ମୁଥା ଓ ମିଶ୍ରି ସହିତ, ଜ୍ୱରରେ ଏହାର କ୍ୱାଥକୁ ମହୁ ସହିତ ବ୍ରଣରେ ଏହାର ପତ୍ର ରସକୁ ନିମ୍ବ ପତ୍ର ସହିତ ଓ ଯେକୌଣସି କ୍ଷତରେ ବିଶୁଦ୍ଧ ପତ୍ରର ରସକୁ ପ୍ରୟୋଗ କରାଯାଏ ।

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ

Tags:

ପୋକଶୁଙ୍ଗା ଉଦ୍ଭିଦ ବିଜ୍ଞାନ ମତେ ବର୍ଗୀକରଣପୋକଶୁଙ୍ଗା ବିବିଧ ଭାରତୀୟ ପ୍ରାଦେଶିକ ନାମପୋକଶୁଙ୍ଗା ଶାସ୍ତ୍ରୋକ୍ତ ଗୁଣପୋକଶୁଙ୍ଗା ବ୍ୟବହାରପୋକଶୁଙ୍ଗା ଆଧାରପୋକଶୁଙ୍ଗା ବାହାର ଆଧାରପୋକଶୁଙ୍ଗା

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ରାଓଉତ୍କଳ ବ୍ରାହ୍ମଣରାଶି ଓ ନକ୍ଷତ୍ରହେମନ୍ତ ଦାସସଂଗୀତସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥ ମନ୍ଦିରଗୁରୁପ୍ରସାଦ ମହାନ୍ତିମହାପାତ୍ର ନୀଳମଣି ସାହୁଅଶୋକାଷ୍ଟମୀକାଠଚମ୍ପାନବକଳେବରଭାରତୀୟ ସମ୍ବିଧାନକାଞ୍ଚନ ଅୱସ୍ତିଦଶାବତାରବିମ୍ବାଧର କୁଅଁରପୁରୀ ଜିଲ୍ଲାରାକ୍ଷୀ ପୂର୍ଣ୍ଣିମାକୃଷ୍ଣରଣା ସାପଦୀନକୃଷ୍ଣ ଦାସଭଗବତ ଗୀତାପ୍ରତିଭା ରାୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅମ୍ଳଜାନଉଦୟନାଥ ଷଡ଼ଙ୍ଗୀଚନ୍ଦନ ଯାତ୍ରାନମିତା ଅଗ୍ରୱାଲଜୟ ଜଗନ୍ନାଥକୁକୁରଟେସାମୋରେଲିନଓଡ଼ିଆ କବି ମାନଙ୍କର ତାଲିକାସମ୍ବଲପୁରବେଣୁଧର ରାଉତରାଜ ଯୋଗତାଳଚେରରାସାୟନିକ ମୌଳିକଏ. ପି. ଜେ. ଅବଦୁଲ କଲାମଚତୁର ବିନୋଦମାୟାଧର ମାନସିଂହମାଇକ୍ରୋସଫ୍ଟଲଣ୍ଡନପ୍ରଦ୍ୟୁମ୍ନ ଲେଙ୍କାଆମ୍ବଶ୍ରାଦ୍ଧବିଜୁ ଜନତା ଦଳପ୍ରଥମ ବିଶ୍ୱଯୁଦ୍ଧଭାରତର ରାଷ୍ଟ୍ରପତିଭାରତ ସରକାରକୁନ୍ତଳା କୁମାରୀ ସାବତ୧୨ ସେପ୍ଟେମ୍ବରଗୋଦାବରୀଶ ମିଶ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବାଘଓଡ଼ିଶା ବିଧାନ ସଭାସୌର ଜଗତହିଙ୍ଗୁଳା ମନ୍ଦିରବର୍ଷା ପ୍ରିୟଦର୍ଶିନୀଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରାସେଶ୍ୱରୀ ପାଣିଗ୍ରାହୀବୈଶାଖଇବାଣ୍ଡ୍ରୋନିକ ଏସିଡ🡆 More