ସୁନାବେଶ: ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ

ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।

ସୁନାବେଶ
ସୁନାବେଶ: ଇତିହାସ, ଶ୍ରୀଜୀଉମାନଙ୍କ ଅଳଙ୍କାର[୫], ଆଧାର
ଅନ୍ୟ ନାମରାଜବେଶ, ରାଜରାଜେଶ୍ୱର ବେଶ, ବଡ଼ ତଢାଉ ବେଶ
ପାଳନକାରୀଜଗନ୍ନାଥ ମନ୍ଦିର
ପ୍ରକାରଧାର୍ମିକ
ତାରିଖ
୨୦୨୪ ତାରିଖdate missing (please add)
ସମ୍ପର୍କିତରଥଯାତ୍ରା

ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ।

ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।

ଇତିହାସ

ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । ରାଜା ମହାରାଜାମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ । କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ଅନ୍ୟ କେତେ ଗବେଷକଙ୍କ ମତରେ ରଥଉପରେ ସୁନାବେଶ ବଡ଼ତଢାଉଙ୍କ ପରାମର୍ଶରେ ରାଜା କରେଇଥିଲେ । ବଡ଼ତଢାଉ ବେଶ ମତରେ ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହୋଇଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।

ଶ୍ରୀଜୀଉମାନଙ୍କ ଅଳଙ୍କାର

ଶ୍ରୀଜଗନ୍ନାଥ

  • କିରିଟ
  • ଶ୍ରୀପୟର
  • ଶ୍ରୀଭୁଜ
  • ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ
  • ଓଢିଆଣୀ
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ତାବିଜ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି
  • ତ୍ରିଖଣ୍ଡିକା
  • କମରପଟି

ଶ୍ରୀବଳଭଦ୍ର

  • କିରିଟ
  • ଶ୍ରୀପୟର
  • ଶ୍ରୀଭୁଜ
  • ହଳ ଓ ମୂଷଳ
  • ଓଢିଆଣୀ
  • କୁଣ୍ଡଳ
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ବାଘନଖ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି
  • ତ୍ରିଖଣ୍ଡିକା
  • କମରପଟି

ଦେବୀସୁଭଦ୍ରା

  • କିରୀଟ
  • ଓଢ଼ିଆଣୀ
  • କାନ
  • ଚନ୍ଦ୍ରସୂର୍ଯ୍ୟ
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ସେବତୀ ମାଳି
  • ତଗଡ଼ି-୨ଟି

ଆଧାର

Tags:

ସୁନାବେଶ ଇତିହାସସୁନାବେଶ ଶ୍ରୀଜୀଉମାନଙ୍କ ଅଳଙ୍କାର[୫]ସୁନାବେଶ ଆଧାରସୁନାବେଶ ବାହାର ଆଧାରସୁନାବେଶକାର୍ତ୍ତିକ ପୂର୍ଣ୍ଣିମାଦଶହରାପୌଷ ପୂର୍ଣ୍ଣିମାରାଜରାଜେଶ୍ୱର ବେଶହରିଶୟନ ଏକାଦଶୀ

🔥 Trending searches on Wiki ଓଡ଼ିଆ:

ମେଷ (ରାଶି)ସିଦ୍ଧାର୍ଥ ଭରତନବାବୁଶାନ୍ରାବଣଶିଶୁପାଳଗଡ଼ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀତ୍ରିଭୁଜହରପ୍ରସାଦ ଦାସଆର୍ଯ୍ୟଭଟ୍ଟମଙ୍ଗଳା ମନ୍ଦିରଓଡ଼ିଶାର କଳାଗୋପାଳ ଚନ୍ଦ୍ର ପ୍ରହରାଜକଥକଳୀଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଭୁବନେଶ୍ୱର ବେହେରାବାରବାଟି ଦୁର୍ଗଜଳବିଶ୍ୱ ଏଡ୍‌ସ ଦିବସଭକ୍ତ ଚରଣ ଦାସବଲାଙ୍ଗୀର ଜିଲ୍ଲାଜୟ ଜଗନ୍ନାଥଅଭିନେତ୍ରୀ (ନାରୀ କଳାକାର)୨୧ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଋଷିଆବିର୍ସା ମୁଣ୍ଡାସର୍ବପଲ୍ଲୀ ରାଧାକୃଷ୍ଣନଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଓଡ଼ିଆ କଥାଚିତ୍ର ଜଗତବାଣକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଶୋକ (ସମ୍ରାଟ)ଚବିଶ ଗୁରୁଟୁଇଟରଘର ସଂସାରଓଡ଼ିଆ ଭାଗବତବୈକୁଣ୍ଠନାଥ ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷଓଡ଼ିଶାର ସଂସ୍କୃତିଭଗବତୀ ଚରଣ ପାଣିଗ୍ରାହୀଜିନା ସାମଲଚନ୍ଦନ ଯାତ୍ରାଜଗଦୀଶ ମହାନ୍ତିଯଦୁମଣି ମହାପାତ୍ରମିଳିମିଳାଇନଷ୍ଟାଗ୍ରାମସାଲବେଗୟୁନିଫର୍ମ ରିସୋର୍ସ ଲୋକେଟରରବି ନାରାୟଣ ନନ୍ଦଇଣ୍ଡୋନେସିଆବିବାହସୁନାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜକୁନ୍ତଳା କୁମାରୀ ସାବତବାଲେଶ୍ୱରଘରରୁକୁଣା ରଥଯାତ୍ରାକୁନ୍ଦୁଲି ଗଣଦୁଷ୍କର୍ମ ମାମଲାକିଶୋରୀ ଚରଣ ଦାସଭଗବତ ଗୀତାଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ସାହିତ୍ୟର ଇତିହାସଆଚାର୍ଯ୍ୟ ହରିହରନନ୍ଦ କିଶୋର ବଳ🡆 More