ଦୋହାକୋଷ ଓ ବୌଦ୍ଧ ଗାନ

ସିଦ୍ଧ ସାହିତ୍ୟ, ଚର୍ଯା, ଚର୍ଯା ଗୀତି, ଚର୍ଯା ଗୀତିକା ଓ ଚରିଜାଗିତି ଏହିଠାକୁ ଫେରିଆଣିଥାନ୍ତି ।

ଓଡ଼ିଆ ଭାଷାର ପୁରାତନ ରୂପରେ ଅନେକ ସାହିତ୍ୟ ରଚିତ ହୋଇଥିଲା । ଏହି ସାହିତ୍ୟ ସବୁର ବୌଦ୍ଧ ରଚନା କାଳରେ ବୌଦ୍ଧ ଧର୍ମ ଓଡ଼ିଶାରେ ଜନ୍ମ, ପ୍ରଚାର ଓ ପ୍ରସାର ଲାଭ କରିଥିଲା । ଏହାକୁ କେତେକ ଜାଗାରେ ଅପଭ୍ରଂଶ ସାହିତ୍ୟ ଓ ଭାଷା ବୋଲି ଅଭିହିତ କରାଯାଇଅଛି । ଓଡ୍ରି ଅପଭ୍ରଂଶ ଭାଷାର ଚଳଣି ଆମ ଦେଶରେ ଆଗେ ଥିଲା ଯାହାର ଉଦାହରଣ ମାର୍କେଣ୍ଡେୟଙ୍କର ପ୍ରାକୃତ ପ୍ରକାଶ, ପୁରୁଷୋତ୍ତମ ଦେବଙ୍କର ପ୍ରାକୃତାନୁଶାସନ ଓ ଅନ୍ୟାନ୍ୟ ପ୍ରାକୃତ ବ୍ୟାକରଣମାନଙ୍କରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ପ୍ରାଚୀନତମ ଅପଭ୍ରଂଶ ସାହିତ୍ୟ ମଧ୍ୟରେ ବୌଦ୍ଧଗାନ ଓ ଦୋହା ଗ୍ରନ୍ଥକୁ ଗ୍ରହଣ କରାଯାଇଥାଏ । ଏହାର ଭାଷା ଓ ଲିଖନ ଶୈଳୀକୁ ଅନୁଧ୍ୟାନ କଲେ ଏହା ଓଡ଼ିଆ ଭାଷାସାହିତ୍ୟର ପ୍ରାଚୀନତମ ରଚନା ବୋଲି ଜଣାଯାଇଥାଏ । ୮ମ-୧୨ଶ ଶତକ ମଧ୍ୟରେ ଓଡ଼ିଶା ଥିଲା ଏହି ଧର୍ମଧାରାର ପ୍ରଧାନ ପୀଠସ୍ଥଳୀ । ଆଜିର ରତ୍ନଗିରି, ଲଳିତଗିରି, କୋଲଣଗିରି, ଉଦୟଗିରି ଆଦି ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଅଂଶବିଶେଷ ଥିଲା ଯେଉଁଠାରେ ଏକ ବିଶାଳ ଶିକ୍ଷାଳୟ ବା ମହାବିହାର ଥିଲା । ହୁଏନସାଙ୍ଗଙ୍କ ପୁଷ୍ପଗିରି ମହାବିହାରର ବର୍ଣ୍ଣନା ଓଡ଼ିଶାରେ ବୌଦ୍ଧ ବାଦର ଚିତ୍ର ପ୍ରଦାନ କରିଥାଏ ।

ଦୋହାକୋଷ ଓ ବୌଦ୍ଧ ଗାନ
ଚଉରାଶି ସିଦ୍ଧଙ୍କ ମଧ୍ୟରୁ ସରହାପାଦଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା ଓଡ଼ିଆ ଲିପିର ପୁରାତନ ରୂପ ।

ଦୋହାକୋଷ

ଦୋହାକୋଷର ଭାଷା ଶୌରସେଣୀ ଅପଭ୍ରଂଶ, ଯାହା ଶୌରସେଣୀ ପ୍ରାକୃତର ବଂଶଧର ଅଟେ । ଏହି ଶୌରସେଣୀ ଅପଭ୍ରଂଶ ପରକାଳରେ ଅବହଟ ଭାବରେ ପରିଚିତ । ଅବହଟ ଭାଷାରେ ମୈଥିଳି କବି ବିଦ୍ୟାପତିଙ୍କ ପ୍ରସିଦ୍ଧ ପୋଥି କୀର୍ତ୍ତିଲତା ରଚିତ ହୋଇଥିବାର ଜଣାଯାଇଥାଏ । ଶୌରସେଣୀ ଅପଭ୍ରଂଶ ସେହିକାଳରେ ସାଧୁମାନଙ୍କର ଭାଷା ଥିଲା ଓ ସେଥିରେ ଅନେକ ବୌଦ୍ଧ ଧର୍ମ ଗ୍ରନ୍ଥ ମାନ ରଚିତ ହୋଇଥିଲା । ଓଡ଼ିଆ ଭାଷା ମୂଳତ ମାଗଧି ପ୍ରାକୃତ ଓ ଅପଭ୍ରଂଶ ସହିତ ସମ୍ବଧିତ ଯେଉଁଥିରେ ଶୌରସେଣୀ ଅପଭ୍ରଂଶର ପ୍ରଭାବ ରହିଛି । ତେବେ ଦୋହାକୋଷ ଅପଭ୍ରଂଶର ଭାଷା ବୌଦ୍ଧଗାନ ଓ ଦୋହାର ଅପଭ୍ରଂଶ ଭାଷାଠାରୁ ଅଲଗା ।

ନେପାଳରୁ ଆବିଷ୍କାର କରାଯାଇଥିବା ପୋଥିସମୂହ ମଧ୍ୟରେ ତାକର୍ଣାବ, ସୁଭାଷିତ ସଙ୍ଗ୍ରହ, ଦୋହାକୋଷ ପଞ୍ଜିକା, ଚର୍ଯାଚର୍ଯ ବିନିଶ୍ଚୟ, ସରୋରୁହ ବ୍ରଜଙ୍କର ଦୋହାକୋଷ, କୃଷ୍ଣାଚାର୍ଯଙ୍କର ଦୋହାକୋଷ ଆଦି ପ୍ରଧାନ ।

ଏହି ସବୁ ପୋଥି ଅଧିକାଂଶ ତିବତ ଚାଲିଯାଇଛି ଓ ସେଠାରେ ତିବତି ଭାଷାରେ ଅନୁବାଦିତ ହୋଇଛି । ତିବତି ଭାଷାରେ ଅନୁଦିତ ପୋଥିଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ , ଯଥା:

  • କେଙ୍ଗୁର ଗ୍ରନ୍ଥମାଳା (ବୁଦ୍ଧବଚନ) ଓ
  • ତେଙ୍ଗୁର ବା ତାଞ୍ଜୁର (ବୌଦ୍ଧ ଧର୍ମ ସମ୍ଭନ୍ଧୀୟ)

ଦୋହାକୋଷ ଓ ବୌଦ୍ଧଅପଭ୍ରଂଶ ସାହିତ୍ୟ ସମ୍ଭନ୍ଧରେ ଡ. ସହିଦୁଲା. ଗ୍ରନ୍ଥରେ ଆଲୋଚିତ ବିଷୟ ଓ ଡ. ପ୍ରବୋଧଚନ୍ଦ୍ର ବାଗଚିଙ୍କର ତିଲୋପା ଓ ସହରପାଙ୍କର ସମ୍ବନ୍ଧୀୟ ଦୋହଗୁଡ଼ିକର ଆଲୋଚନା କରାଯାଇଛି । ଦୋହାକୋଷ ମଧ୍ୟରେ ସରହପାଦ ଓ କାହ୍ନୁପାଦଙ୍କର ଦୋହକୋଷ ପ୍ରଧାନ । ସରହପାଦ ଓ କାହ୍ନୁପାଦ ପ୍ରାଚୀନତମ ଦୋହାକାର ସରୋରୁହବଜ ବା ପଦ୍ମବଜଙ୍କର ଜନ୍ମ ୮ମ ଶତକରେ ହୋଇଥିଲା । ସରୋରୁହବଜ ସରହପା ନାମରେ ଜଣା । ସେ ପ୍ରସିଦ୍ଧ ବୌଦ୍ଧ ଗ୍ରନ୍ଥ ବଜତନ୍ତ (ବଜ୍ରତନ୍ତ୍ର)ର ଲେଖକ ଥିଲେ । ଐତିହାସିକ ବିବରଣୀରୁ ଜଣାଯାଇଥାଏ ଯେ ସେ ଓଡ଼ିଆଣ ବା ଓଡ଼ିଶାବାସୀ ସିଦ୍ଧ ଆଧକ ଥିଲେ । ସରହପାଦ ଓଡ଼ିଶା ଆସି ମନ୍ତଜାନ (ମନ୍ତ୍ରଯାନ) ଶିକ୍ଷା କରିଥିଲେ ଓ ମହାରାଷ୍ଟ୍ର ଯାଇ ସେଠାରେ ସିଦ୍ଧାଚାର୍ଯ୍ୟ ଭାବରେ ପରିଚିତ ହୋଇଥିଲେ । ସରହପାଙ୍କ ବହୁ ତନ୍ତ୍ର ଗ୍ରନ୍ଥର ବିବରଣୀ ତେଙ୍ଗୁର ଗ୍ରନ୍ଥମାଳାରେ ମିଳିଥାଏ । ଆଶ୍ଚର୍ଯ୍ୟାଚର୍ଯାଚୟରେ ଏହାଙ୍କର ଚାରିଗୋଟି ଗୀତ ଦେଖାଯାଇଥାଏ ।

ବୌଦ୍ଧଗାନର ଅନ୍ୟତମ କବି ହେଉଛନ୍ତି କାହ୍ନୁପା ବା କାହ୍ନୁପାଦ । ସେ କୃଷ୍ଣବଜ (କୃଷ୍ଣବଜ୍ର) ନାମରେ ମଧ୍ୟ ନାମିତ । ତେଙ୍ଗୁର ଗ୍ରନ୍ଥ ତାଲିକାରେ ଦୁଇଜଣ କୃଷ୍ଣାଚାର୍ଯ୍ୟ ଥିଲେ ବୋଲି ଜଣାଯାଇଥାଏ । ବୟସରେ ବଡ଼ କୃଷ୍ଣାଚାର୍ଯ୍ୟ ଓଡ଼ିଶାର ଅଧିବାସୀ ଥିଲେ । ସୁମ୍ପା ରଚିତ ପାଗ-ସାମ-ଜୋଁ-ଜାଁ ପୋଥିରେ ସେ କାହ୍ନ ଭାବରେ ପରିଚିତ । ଏହି ପୋଥିର ବର୍ଣ୍ଣନା ଅନୁସାରେ ସେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନାଥସଂପ୍ରଦାୟର ପ୍ରଧାନ ଗୁରୁ ଜାଳନ୍ଧରି-ପାଦଙ୍କ ଦେଇ ଦୀକ୍ଷିତ ହୋଇଥିଲେ । କୃଷ୍ଣାଚାର୍ଯ୍ୟଙ୍କ ନାମରେ ୫୭ ଖଣ୍ଡ ବୌଦ୍ଧତାନ୍ତ୍ରିକ ପୋଥିର ପରିଚୟ ମିଳିଥାଏ । ତାଙ୍କର ଚର୍ଯାଚର୍ଯ୍ୟବିନିଶ୍ଚୟରେ ୧୧ଗୋଟି ଚର୍ଯା ରହିଛି ।

ଏହି ସବୁ ରଚୟିତାମାନେ ରଚନାରେ ମାଗଧି ଅପଭ୍ରଂଶକୁ ଗ୍ରହଣ କରିଅଛନ୍ତି । ଏହି ହେତୁ ବୌଦ୍ଧଗାନ ଓ ଦୋହାର ଭାଷାରେ ମାଗଧି ଅପଭ୍ରଂଶର ସ୍ୱରୂପ ମିଳିଥାଏ ଯାହା ଆଧୁନିକ ଓଡ଼ିଆ ଭାଷାର ଜନନୀସ୍ୱରୂପ ।

୧୯୦୭ ମସିହାରେ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାର ଲାଇବ୍ରେରିରୁ ୫୦ଟି ଗୀତିକା ସମ୍ବଳିତ ଖଣ୍ଡିଏ ପୋଥି ପାଇ ତାହାକୁ ୧୯୧୬ରେ ପ୍ରକାଶ କରିଥିଲେ । ଏହି ପୋଥିଟିର ନାମ ହେଲା ବୌଦ୍ଧଗାନ ଓ ଦୋହା । ଏହୀ ଚର୍ଯଗୀତି ସଂଗ୍ରହଗ୍ରନ୍ଥଟି ଚର୍ଯଚର୍ଯାବିନିଶ୍ଚୟ ବା ଆଶ୍ଚର୍ଯ୍ୟ ଚର୍ଯାଚୟ ନାମରେ କଥିତ । ଏଥିରେ ଧର୍ମରେ ଆଚରଣ ଓ ଅନାଚରଣୀୟ ବିଧି ସମ୍ଭନ୍ଧରେ ବିଷୟ ସମୂହ ରହିଛି ।

ଏଥିରେ ବ୍ୟବହୃତ ଭାଷା ଖ୍ରୀ ୯ମ-୧୦ମ ସମୟର ଭାଷା । ଏହାକୁ ପ୍ରାଚ୍ୟ ଅପଭ୍ରଂଶ ଭାଷା ନାମରେ ଜଣା । ବୌଦ୍ଧସିଦ୍ଧାଚାର୍ଯ୍ୟମାନଙ୍କ ଦେଇ ଏସବୁ ରଚିତ ହୋଇଥିଲା ଓ ଏହି ଭାଷା ଆଧୁନିକ ଓଡ଼ିଆ ଭାଷାର ପ୍ରାଚୀନତମ ସ୍ୱରୂପ । ସମାନ କ୍ଷେତ୍ରରେ ବଙ୍ଗ, ଆସାମ ଓ ବିହାରର ଭାଷାବିଦମାନେ ଏହାକୁ ବଙ୍ଗଳା, ଆସାମୀ ଓ ଭୋଜପୁରୀ ଭାଷାର ମୂଳରୂପ ବୋଲି ଅଭିହିତ କରିଥାନ୍ତି । ଏହାର କାରଣ ସେହି ସବୁ ଭାଷାରେ ମଧ୍ୟ ଏହି ଦୋହାଗୀତିର ଭାଷା ସହ କେତେକାଂଶ ସମତା ରହିଛି । ତେବେ ଭାଷାତତ୍ତ୍ୱ, ଇତିହାସ ଓ ଧର୍ମଦୃଷ୍ଟିରୁ ଏହାକୁ ଓଡ଼ିଆର ପ୍ରାଚୀନ ନିଦର୍ଶନ ବୋଲି ଜଣାଯାଇଥାଏ ।

ବୌଦ୍ଧଗାନ ଓ ଦୋହାର ରଚୟିତା

ବୌଦ୍ଧଗାନ ଓ ଦୋହା ୮୪ ଜଣ ସିଦ୍ଧଙ୍କ ଦେଇ ଲେଖାଯାଇଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଓଡ଼ିଆଣ (ଉଡିଆନ ବା ଉଡ୍ଡୀୟାନ) ବା ଓଡ଼ିଶାର ଅଧିବାସୀ । ଏହି ଭାଷାର ପ୍ରାଚୀନତମ କବି ହେଉଛନ୍ତି ସରହପାଦ ଓ ଏହି ୮୪ ସିଦ୍ଧଙ୍କର ଆଦି ସିଦ୍ଧାଚାର୍ଯ୍ୟ ଅଟନ୍ତି । ଏହି କବିଗଣ ନୂତନ ଛାନ୍ଦର ପ୍ରୟୋଗ ସାହିତ୍ୟରେ କରିଥିଲେ । ଏହା ହେଉଛି ଦୋହାଛାନ୍ଦ । ଏହି ଦୋହାଛାନ୍ଦରେ ସାରଳା ମହାଭାରତକାଳୀନ ଦାଣ୍ଡିବୃତ୍ତର ଆଭାସ ମିଳିଥାଏ ।

ଚର୍ଯଚର୍ଯାବିନିଶ୍ଚୟରେ (ଆଶ୍ଚର୍ଯ୍ୟ ଚର୍ଯାଚୟ)ରେ ସବୁଠାରୁ ବେଶୀ ଦୋହା ରଚିଛନ୍ତି କାହ୍ନୁପାଦ । ଏହି ପୋଥିରେ କବିମାନଙ୍କର ନିମ୍ନଲିଖିତ ଦୋହା ସଂଖ୍ୟା ମିଳିଥାଏ ।

ନାମ ରଚନା ସଂଖ୍ୟା ନାମ ରଚନା ସଂଖ୍ୟା
କାହ୍ନୁପା ୧୩ ଭୁସୁକୁ
ସରହ କୁକୁରି
ଶାନ୍ତି ଲୁଇ
ବିରୂପା ମହିପା
ବିଣା ଆର୍ଯ୍ୟଦେବ
ଟେଣ୍ଟଣ ଦାରିକ
ଭାଜେ ତାଡ଼କ
କଙ୍କଣ ଜୟନନ୍ତି

ଟୀକା

ଆଧାର

Tags:

ଦୋହାକୋଷ ଓ ବୌଦ୍ଧ ଗାନ ଦୋହାକୋଷଦୋହାକୋଷ ଓ ବୌଦ୍ଧ ଗାନ ବୌଦ୍ଧଗାନ ଓ ଦୋହାର ରଚୟିତାଦୋହାକୋଷ ଓ ବୌଦ୍ଧ ଗାନ ଟୀକାଦୋହାକୋଷ ଓ ବୌଦ୍ଧ ଗାନ ଆଧାରଦୋହାକୋଷ ଓ ବୌଦ୍ଧ ଗାନଚରିଜାଗିତିଚର୍ଯାଚର୍ଯା ଗୀତିଚର୍ଯା ଗୀତିକାସିଦ୍ଧ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ବାଞ୍ଛାନିଧି ମହାନ୍ତିକାଳୀଚରଣ ପଟ୍ଟନାୟକଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଜଗନ୍ନାଥ ଦାସହନୁମାନକଟକ ଜିଲ୍ଲାୟୁ ଟ୍ୟୁବକଲମ୍ବିଆଭକ୍ତ ଚରଣ ଦାସଚିକିତ୍ସା ବିଜ୍ଞାନମାଳତୀ ଚୌଧୁରୀଭାରତୀୟ ଡାକ ସେବାପଣା ସଂକ୍ରାନ୍ତି୧୪୦୫କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବହିପୋପୋଟାମସମନୋରଞ୍ଜନ ଦାସଓଡ଼ିଶାର ଇତିହାସପରିବେଶଧାତୁରଥଚନ୍ଦ୍ରଟୋକିଓବୀଜାଣୁନିତ୍ୟାନନ୍ଦ ମହାପାତ୍ରଅଶୋକ (ସମ୍ରାଟ)ବୀଣାପାଣି ମହାନ୍ତିଅଶୋକ ସମ୍ରାଟଇଟାଲୀନନ୍ଦିଘୋଷକୋଷଉତ୍କଳ ଦିବସରାମକୃଷ୍ଣ ନନ୍ଦରଜସୀତାକାନ୍ତ ମହାପାତ୍ରଇଟାମାଟି ଗ୍ରାମ୧୫ ଅପ୍ରେଲବନ୍ଦେ ଉତ୍କଳ ଜନନୀରାଜ୍ୟ ସଭାଓଡ଼ିଶାର ଭୂଗୋଳରେଭେନ୍‌ସା କଲିଜିଏଟ ସ୍କୁଲଶରଧାବାଲି୨୦୦୬ଚିନ୍ତାମଣି ମହାନ୍ତିଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାନରେନ୍ଦ୍ର ମୋଦୀଫିନଲ୍ୟାଣ୍ଡବୌଦ୍ଧ ଧର୍ମଲୋକ ସଭା୫ ଫେବୃଆରୀଇମେଲଦେଉଳଝରି ଉଷ୍ଣପ୍ରସ୍ରବଣଜୀବସାରସ୍ୱାମୀ ବିବେକାନନ୍ଦରାଜନୀତି ବିଜ୍ଞାନପୋଙ୍ଗଲଉତ୍କଳ ବ୍ରାହ୍ମଣବଣ୍ଡ (ଅର୍ଥ)ବଡ଼ଦିନଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଚକ୍ଷୁଗୋଲକ ଫାଟଫୁଲକର୍କଟ ରୋଗ୨୧ଗୁରୁପ୍ରାଣବନ୍ଧୁ କର🡆 More