ଡୋଡୋ

ଡୋଡୋ ସପ୍ତଦଶ ଶତାବ୍ଦୀରେ ବିଲୁପ୍ତ ହୋଇଥିବା ଏକ ପକ୍ଷୀ ଯାହା କେବଳ ଭାରତ ମହାସାଗରରେ ଥିବା ମରିସସ ଦ୍ୱୀପରେ ଦେଖାଯାଉଥିଲା । ଏହି ପକ୍ଷୀ ଉଡିପାରୁନଥିଲା ଏବଂ କେବଳ ଭୂମି ଉପରେ ହି ରହୁଥିଲା ।

ଡୋଡୋ
ଜୀବାଶ୍ମ କାଳ: Holocene
Skeleton and model of a dodo
ଡୋଡୋ ପକ୍ଷୀର କଂକାଳ ଛାଞ୍ଚ ଓ ମଡେଲ (ଆଧୁନିକ ଗବେଷଣା ଅନୁସାରେ), ସ୍ଥାନ - ଅକ୍ସଫୋର୍ଡ ପ୍ରାକୃତିକ ଇତିହାସ ମ୍ୟୁଜିୟମ, ଇଂଲଣ୍ଡ
Conservation status
ଡୋଡୋ
Extinct  (1662) (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
ଗଣ: କଲୁମ୍ବିଫୋର୍ମ୍ସ
କୁଳ: କୋଲୁମ୍ବିଡେ
Subfamily: Raphinae
Genus: Raphus
Brisson, 1760
ଜାତି: R. cucullatus
ବାଇନୋମିଆଲ ନାମ
Raphus cucullatus
(Linnaeus, 1758)
ଡୋଡୋ
ମରିସସ ଦ୍ୱୀପର ଅବସ୍ଥିତି (ନୀଳ ରଂଗରେ)
Synonyms
  • Struthio cucullatus Linnaeus, 1758
  • Didus ineptus Linnaeus, 1766

ବଂଶାବଳୀ ବର୍ଗୀକରଣ

ଏହାର ଆଧୁନିକ ଜୀବ ବିଜ୍ଞାନ ଅନୁସାରେ ଏହାର ନାମ ହେଉଛି "ରାଫସ କ୍ୟୁକୁଲାଟସ୍" । ପ୍ରାଥମିକ ଜୀବ ବିଜ୍ଞାନୀମାନେ ଡୋଡୋକୁ ଓଟପକ୍ଷୀ ବା ଆଲବାଟ୍ରୋସ ବା ଶାଗୁଣା ଜାତୀୟ ପକ୍ଷୀ ବୋଲି ଧାରଣା କରୁଥିଲେ । ହେଲେ ୧୮୪୨ ମସିହାରେ ଡେନମାର୍କର ପ୍ରାକୃତିକ ବିଜ୍ଞାନ ମ୍ୟୁଜିୟମରେ ଥିବା ଏକ ଡୋଡୋର ଖପୁରି ହାଡ ଉପରେ ଅଧ୍ୟୟନ ପରେ ଜୀବ ବିଜ୍ଞାନୀ ଜୋହାନସ ଥିଓଡୋର ରାଇଂହାର୍ଡ ଏହାକୁ ପାରା / କପୋତ ଶ୍ରେଣୀୟ ପକ୍ଷୀ ବୋଲି ଅଭିହିତ କରିଥିଲେ ।






ଶାରୀରିକ ବିବରଣୀ

ଯେହେତୁ ଡୋଡୋର କୌଣସି ପୂର୍ଣ ନମୁନା ବା ପ୍ରତିରୂପ ନାହିଁ, ତେଣୁ ଏହାର ଏହାର ରୂପ ଓ ଆକାର ବିବରଣୀ ପାଇଁ ସପ୍ତଦଶ ଶତାବ୍ଦୀର କିଛି ଲେଖା ତଥା ଚିତ୍ର ଉପରେ ନିର୍ଭର କରାଯାଇଥାଏ । ପରେ ଆବିଷ୍କାର ହୋଇଥିବା କିଛି ଫସିଲରୁ ମଧ୍ୟ ଏହାର ଶରୀର ବିଷୟ୍ରେ ସୂଚନା ମିଳେ । ସେସବୁରୁ ମିଳୁଥିବା ତଥ୍ୟ ଅନୁଯାୟୀ ଏ ପକ୍ଷୀର ରଂଗ ଧୂସର ବା ମାଟିଆ ବର୍ଣ ଥିଲା । ଉଚ୍ଚତାରେ ଏହା ପ୍ରାୟ ୧ ମିଟର ଯାଁଏ ଓ ଓଜନରେ ପ୍ରାୟ ୨୧ କିଲୋଗ୍ରାମ ଯାଁଏ ବଢୁଥିବା ଆକଳନ ହୋଇଛି । ଅଣ୍ଡିରା ଚଢେ‍ଇଗୁଡ଼ିକ ମାଈ ଚଢେ‍ଇ ମାନଂକଠାରୁ ବଡ଼ ହେଉଥିଲେ ଓ ତାଙ୍କର ଲମ୍ବା ଥଣ୍ଟ ହେଉଥିଲା । ଏମାନଙ୍କର ଡେଣା ନଥିଲା ଓ ତା ସ୍ଥାନରେ କେବଳ ତିନି ଚାରୋଟି ଛୋଟ ପର ରହୁଥିଲା ।

ଡୋଡୋ 
ଭାରତୀୟ ପକ୍ଷୀଂକ ସହ ଡୋଡୋ, ଚିତ୍ରକର- ଉସ୍ତାଦ ମନସୁର, c. 1625; ହୁଏତ ଜୀବଂତ ଡୋଡୋର ସବୁଠାରୁ ସଠିକ୍ ଚିତ୍ର

ଖାଦ୍ୟ

ମୁଖ୍ୟତଃ ଏହି ପକ୍ଷୀ ତଳେ ପଡିଥିବା ଫଳ ହିଁ ଖାଉଥିଲା । ତାହା ସହିତ ଏହା ହୁଏତ ବିଭିନ୍ନ ମଞ୍ଜି, ଗଛ ମୂଳ ତଥା କନ୍ଦ ଆଦି ଖାଉଥିଲା । ହଜମ ନିମଂତେ ଏ ପକ୍ଷୀ ପଥର ଗୋଡି ଖାଉଥିବା ମଧ୍ୟ ଜଣା ଅଛି ।

ବିଲୁପ୍ତି

ମ‍ନ୍ୟୁଷମାନେ ମରିସସ ଦ୍ୱୀପରେ ସପ୍ତଦଶ ଶତାବ୍ଦୀ ଯାଏଁ ବସବାସ ଆରମ୍ଭ କରିନଥିଲେ ଯଦିଓ ଆରବ ସାମୁଦ୍ରିକ ବଣିକମାନେ ଏହି ଦ୍ୱୀପକୁ ମଧ୍ୟ ଯୁଗରେ ଯାଇଥିବା ଜଣାଅଛି । ୧୫୦୭ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକମାନେ ଡୋଡୋ ପକ୍ଷୀର ଏକ ମାତ୍ର ବାସ ସ୍ଥଳୀ ଏହି ଦ୍ୱୀପରେ ପ୍ରଥମ ୟୁରୋପୀୟ ଭାବରେ ପାଦ ଦେ‍ଇଥିଲେ | ୧୫୯୮ ଡଚ (ହଲାଣ୍ଡ୍) ସାମ୍ରାଜ୍ୟ ଏହି ଦ୍ୱୀପକୁ ନିଜ ଅକ୍ତିଆରକୁ ନେ‍ଇଥିଲା ଏବଂ ସେବେଠାରୁ ସେଠାରେ ମନ୍ୟୁଷ ବସତି ସ୍ଥାପନ ହୋଇଥିଲା । ସେତେବେଳେ ନାବିକମାନେ ଏହି ଉଡାଣହୀନ ପକ୍ଷୀମାନଂକୁ ମାରି ଖାଉଥିଲେ, ଯଦିଓ ତାହାର ମାଂସ ସେମାନଙ୍କୁ ବେଶୀ ସ୍ୱାଦିଷ୍ଟ ଲାଗୁନଥିଲା । ଏ ଚଢେ‍ଇଗୁଡ଼ିକ ମଣିଷକୁ ଆଦୌ ଭୟ କରୁନଥିଲେ, ତେଣୁ ଅତି ସହଜରେ ସେମାନେ ଧରା ପଡୁଥିଲେ ।

ସପ୍ତଦଶ ଶତାବ୍ଦୀରେ ମରିସସରେ ସ୍ଥାଯୀ ଜନସଂଖ୍ୟା ୫୦ରୁ ଅଧିକ ନଥିଲା । ହେଲେ ସେମାନଂକ ସହ ଆସିଥିବା ଘୁଷୁରି, କୁକୁର, ବିଲେ‍ଈ, ମୂଷା ଓ ମାଂକଡମାନେ ଡୋଡୋ ମାନଂକର ଅଭୂତ କ୍ଷତି ଘଟାଇଲେ । ଡୋଡୋ ମାନଂକ ପାଇଁ ମିଳୁଥିବା ସୀମିତ ଖାଦ୍ୟ ପଦାର୍ଥକୁ ଏହି ବାହାରର ପ୍ରାଣୀମାନେ ଖାଇଲେ । ତା ସହ ଡୋଡୋମାନଂକ ବସାଗୁଡ଼ିକ ନଷ୍ଟ କରିଦେଲେ । ଏ ସବୁ ସହିତ ମଣିଷମାନେ ଏ ଦ୍ୱୀପର ଜଂଗଲ ସଫା କଲେ ଓ ଡୋଡୋ ଶିକାର କଲେ । ଏ ସବୁର ଫଳରେ କେଉଁ ଆଦିମ କାଳରୁ ମରିସସରେ ରହିଆସିଥିବା ଡୋଡୋମାନେ ନିୟମିତ ମଣିଷ ବସତି ସ୍ଥାପନର ୬୦-୭୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ନିଶ୍ଚିହ୍ଣ ହୋଇଗଲେ ।

ନିର୍ଭରଯୋଗ୍ୟ ତଥ୍ୟ ଅନୁସାରେ ମଣିଷମାନେ ଶେଷ ଥର ପାଇଁ ଜୀବଂତ ଡୋଡୋ ୧୬୬୨ ମସିହାରେ ମରିସସର ସନ୍ନିକଟସ୍ଥ ଅମ୍ବର ଦ୍ୱୀପରେ ଦେଖିଥିଲେ । ଆଉ କିଛି ତଥ୍ୟ ଅନୁସାରେ ୧୬୮୮ରେ ଶେଷ ତିନୋଟି ଡୋଡୋ ଧରା ହୋଇଥିଲେ ।

ଡୋଡୋର ବିଲୁପ୍ତି ଆଧୁନିକ ମଣିଷ ମାନଂକ ବିଧ୍ୱଂସକାରୀ ଜୀବନଶୈଳୀ ଓ କାର୍ଯ୍ୟକଳାପ ଯୋଗୁଁ ହୋଇଥିବା ସବୁଠାରୁ ଜଣାଶୁଣା ତଥା ପ୍ରଥମ ପ୍ରାଣୀ ବିଲୁପ୍ତି ଭାବରେ ଗଣାଯାଏଁ ।

ବିଦେଶକୁ ଚାଲାଣ

ଏକ ବିସ୍ମୟକର ତଥା ବିରଳ ପକ୍ଷୀ ଭାବରେ କିଛି ଜୀବଂତ ଡୋଡୋଂକୁ ଜଳ ଜାହାଜର ନାବିକମାନେ ୟୁରୋପ ତଥା ପ୍ରାଚ୍ୟ ଦେଶମାନଂକୁ ନେ‍ଇଥିବାର କିଛି ପ୍ରମାଣ ଅଛି । ପିଟର ମୁଣ୍ଡି ବୋଲି ଜଣେ ଇଂରେଜ ବଣିକ ଭାରତର ସୁରଟଠାରେ ୧୬୨୮ରୁ ୧୬୩୪ ଖ୍ରୀଷ୍ଟାବ୍ଦ ଭିତରେ ଦୁଇଟି ଡୋଡୋ ଦେଖିଥିଲେ । ବୋଧହୁଏ ଏଥିରୁ ଗୋଟିଏକୁ ଦେଖି ଉସ୍ତାଦ ମନସୁର (ଯିଏ କି ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ଦରବାରର ଜଣେ ରାଜ ଚିତ୍ରକର ଥିଲେ) ଏକ ରଙ୍ଗୀନ ଚିତ୍ର ଆଂକିଥିଲେ । ଏହି ଚିତ୍ରଟି ପ୍ରାଣୀବିଜ୍ଞାନୀ ମାନଂକ ପାଇଁ ଡୋଡୋ ବିଷୟରେ ଜାଣିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ । ୧୬୪୭ ମସିହାରେ ଗୋଟିଏ ଜୀବଂତ ଡୋଡୋ ଜାପାନ ଦେଶର ନାଗାସାକୀ ସହରକୁ ପଠାଯାଇଥିବାର ଐତିହାସିକ ପ୍ରମାଣ ଅଛି ।

ଆଧାର

Tags:

ଡୋଡୋ ବଂଶାବଳୀ ବର୍ଗୀକରଣଡୋଡୋ ଶାରୀରିକ ବିବରଣୀଡୋଡୋ ଖାଦ୍ୟଡୋଡୋ ବିଲୁପ୍ତିଡୋଡୋ ବିଦେଶକୁ ଚାଲାଣଡୋଡୋ ଆଧାରଡୋଡୋ

🔥 Trending searches on Wiki ଓଡ଼ିଆ:

ଆମାଜନ୍.କମ୍‌ଖୋର୍ଦ୍ଧା ଜିଲ୍ଲାଶ୍ରୀଜଙ୍ଗପଶ୍ଚିମ ଓଡ଼ିଶାଭୁବନେଶ୍ୱର ବେହେରାଜୟ ଶ୍ରୀରାମମିଳିତ ଜାତିସଂଘଦିନହେମୋଫିଲିଆବନ୍ଦେ ଉତ୍କଳ ଜନନୀପ୍ରଥମ ବିଶ୍ୱଯୁଦ୍ଧକରାଚୀକୁଞ୍ଜବିହାରୀ ଦାଶସତ୍ୟବାଦୀ ବନ ବିଦ୍ୟାଳୟତାରିଣୀ ମନ୍ଦିର, ଘଟଗାଁଭଗବତୀ ଦେଉଳଦଣ୍ଡ ନାଟଚବିଶ ଗୁରୁଇନକ୍ଲିସିରାନଗଇଁଠାସ୍ନେହସାରଜୀବାଣୁ ଭାଜିନୋସିସକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାହିମ ଦୁର୍ଗ , ମୁମ୍ବାଇରାଜକିଶୋର ପଟ୍ଟନାୟକବିଦ୍ୟାଳୟହରପ୍ରସାଦ ଦାସସୁନ୍ଦରଗଡ଼କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟତ୍ରିଭୁଜମକର (ରାଶି)ନବୀନ ପଟ୍ଟନାୟକପଦ୍ମ ଲୋଚନ ପଣ୍ଡାବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଜୈନ ଧର୍ମଶିବାଜୀଦି ଟେଷ୍ଟ ଅଫ ମାଇ ଲାଇଫସେବିଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଇରା ମହାନ୍ତିବିଦୁସ୍ମିତାଯଦୁନାଥ ଦାସ ମହାପାତ୍ରରାଜେନ୍ଦ୍ର କିଶୋର ପଣ୍ଡାଭାରତୀୟ ଜାତୀୟ କଂଗ୍ରେସକିଶୋରଚନ୍ଦ୍ରାନନ୍ଦ ଚମ୍ପୂହିନ୍ଦୁ ଧର୍ମଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଲେଶ୍ୱର ଜିଲ୍ଲାତାରାତାରିଣୀ ମନ୍ଦିରଦାମୋଦର ରାଉତପଶ୍ଚିମ ବଙ୍ଗପରଦେଶୀ ବାବୁଜ୍ୟୋତି ପ୍ରକାଶ ପାଣିଗ୍ରାହୀବାଣଛଉ ନାଚନେପାଳଶ୍ରୀନିବାସ ରାମାନୁଜନସମାଜ (ଖବରକାଗଜ)ରାମଶଙ୍କର ରାୟସୁନାଜଳକ୍ରେଡିଟ କାର୍ଡ଼ଚୈତ୍ରମିଳିମିଳାଡଙ୍ଗା🡆 More