ଚାମୁଣ୍ଡା: ହିନ୍ଦୁ ଠାକୁରାଣୀ

ଚାମୁଣ୍ଡା (ଇଂରାଜୀ ଭାଷାରେ Chamunda), (Sanskrit: चामुण्डा, IAST: Cāmuṇḍā) ଅନ୍ୟାନ୍ୟ ନାମ ଚାମୁଣ୍ଡେଶ୍ୱରୀ, ଚର୍ଚ୍ଚିକା ଓ ରକ୍ତ କାଳୀ) ଚଣ୍ଡୀ ଓ ହିନ୍ଦୁ ଠାକୁରାଣୀ ମା ଦୁର୍ଗାଙ୍କର ଏକ ଭୟାନ‌କ ରୂପ ଯାହା ଓ ୭ ମାତୃକା ବା ମାତାଙ୍କ ମଧ୍ୟରୁ ମଧ୍ୟ ସେ ଜଣେ ।

ଚାମୁଣ୍ଡା
ଚାମୁଣ୍ଡା: ହିନ୍ଦୁ ଠାକୁରାଣୀ
ଚତୁର୍ଦ୍ଦଶ ଶତାବ୍ଦୀର ଚାମୁଣ୍ଡାର ନେପାଳୀ ମୂର୍ତ୍ତି
ଯୁଦ୍ଧ, ମହାମାରୀ, ଦୁର୍ଭିକ୍ଷ ଓ ଅନ୍ୟାନ୍ୟ ମହାବିପଦର ଠାକୁରାଣୀ
Devanagariचामुण्डा
Sanskrit TransliterationCāmuṇḍā
Affiliationପାର୍ବତୀ, ଶକ୍ତି (Shakti), କାଳୀ, ମହାକାଳୀ
ଲୋକମଶାଣୀ ବା ଡିମିରି ଗଛ
Mantraଓଁ ଏଁ ହ୍ରୀଁ କ୍ଲୀଁ ଚାମୁଣ୍ଡାୟେ ବିଚ୍ଚେ
Weaponତ୍ରୀଶୁଳ ଓ ଖଣ୍ଡା
ସ୍ୱାମୀ/ସ୍ତ୍ରୀଶିବ, ଭୀଷଣ ଭୈରବ ଆକାର
Mountମଡ଼ା, ପ୍ରେତ (Preta)

ସେ ମଧ୍ୟ ୬୪ (ବା ୮୧) ମୁଖ୍ୟ ଯୋଗିନୀମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ମା ଦୁର୍ଗାଙ୍କର ପରିଚାରିକା । ଚଣ୍ଡ (Chanda) ଓ ମୁଣ୍ଡ (Munda) ନାମକ ଦୁଇ ଅସୁରଙ୍କୁ ମାରିଥିବାରୁ ତାଙ୍କର ନାମ ଚାମୁଣ୍ଡା ଠାକୁରାଣୀ ହୋଇଥିଲା । କାଳୀ, ଦୁର୍ଗାପାର୍ବତୀଙ୍କର ମଧ୍ୟ ସେ ଅନ୍ୟ ଏକ ରୂପ ।

ପୁରାକାଳରେ ଚାମୁଣ୍ଡାଙ୍କ ପୂଜାରେ ବଳି ଦିଆଯା‌ଉଥିବା ସ‌ହିତ ମଦ ମଧ୍ୟ ଦିଆଯାଉଥିଲା । ବେଳେବେଳ ମଣିଷ ବଳି ମଧ୍ୟ ଦିଆଯାଉଥିଲା । ପୂର୍ବରୁ ଚାମୁଣ୍ଡା ଜଣେ ଆଦିବାସୀ ଠାକୁରାଣୀ ଭାବରେ ପୂଜା ପାଉଥିଲେ କିନ୍ତୁ ଶୈବ ଓ ବୈଷ୍ଣବ ଧର୍ମ ପ୍ରଭାବରେ ସେହି ପ୍ରଥା ବନ୍ଦ ହୋଇଗଲା ।

ଉତ୍ପତ୍ତି

ରାମକୃଷ୍ଣ ଗୋପାଲ ଭଣ୍ଡାରକର (Ramakrishna Gopal Bhandarkar) କ‌ହିବା ଅନୁସାରେ ଆଦିବାସୀ ସମ୍ପ୍ରଦାୟଙ୍କର ଠାକୁରାଣୀ ଥିଲେ ଚାମୁଣ୍ଡା । ତାଙ୍କୁ 'ମଧ୍ୟ ଭାରତ'ର ବିନ୍ଧ୍ୟ ପର୍ବତରେ ବାସ କରୁଥିବା ଆଦିବାସୀମାନେ ପୂଜା କରୁଥିଲେ । ଔପଚାରିକ ଭାବରେ ଚାମୁଣ୍ଡାଙ୍କୁ ପଶୁ ବା ମଣିଷ ବଳି ସ‌ହିତ ମଦ ଅର୍ପଣ କରାଯାଉଥିଲା । ହିନ୍ଦୁ ସମିଶ୍ରଣ ପରେ ମଧ୍ୟ ଚାମୁଣ୍ଡାଙ୍କର ତାନ୍ତ୍ରିକ ପୂଜାରେ ବଳି ଦିଆଯାଉଥିଲା । ବୈଦିକ ରୀତିର ରୁଦ୍ର ବା ଆଧୁନିକ ଯୁଗର ଶିବଙ୍କ ସ‌ହିତ ସ‌ହାବସ୍ଥାନ ଯୋଗୁ ଠାକୁରାଣୀଙ୍କର ଭୟାନ‌କ ରୂପ ଓ ଗୁଣ ହୋଇଥିବା ଭଣ୍ଡାରକରଙ୍କର ମତ; ଅଗ୍ନି ଦେବଙ୍କ ସ‌ହିତ ମଧ୍ୟ ସମ୍ପର୍କ ଥିବା କୁହାଯାଏ । ଏହି ତ‌ତ୍ତ୍ୱକୁ ୱାଙ୍ଗ ମଧ୍ୟ ସମର୍ଥନ କରନ୍ତି । ଚାମୁଣ୍ଡା, ଚାମୁଣ୍ଡି, ଚାମୁଣ୍ଡେଶ୍ୱରୀ, ଚର୍ଚ୍ଚିକା ଓ ରକ୍ତକାଳୀ ସ‌ହିତ ତାଙ୍କର ଅନେକ ନାମ ଅଛି ଯଥା:- ରୁଧିର କାଳୀ, ଚଣ୍ଡ କାଳୀ, ରୁଧିର, ରୁଧିର ମାଳା ଦେବୀ, ରୁଧିରାମ୍ମା, ରୁଧିରେଶ୍ୱରୀ, ରକ୍ତ ଚାମୁଣ୍ଡୀ, ବୀର କାଳୀ, ପୋରକଲି, ଘାଲୁରିକା, ଉରଗା ଚଣ୍ଡୀ, କଲାରି ଦେବୀ ଓ ଅତି ଭୟ କାଳୀ ଯାହାଙ୍କୁ ଭାରତ ଓ ନେପାଳର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପୂଜା କରାଯାଏ । ଯୁଦ୍ଧ ଦେବୀ ଓ କଲରିପୟାଟ୍ଟୁ (Kalaripayattu) ଯୁଦ୍ଧ ବିଦ୍ୟାର ଦେବୀ ଭାବରେ ସେ ପୂଜିତ ହୁଅନ୍ତି ।

ପ୍ରତିମା-ବିଦ୍ୟା

ଚାମୁଣ୍ଡା: ହିନ୍ଦୁ ଠାକୁରାଣୀ 
ଚାମୁଣ୍ଡା, ୧୧-୧୨ତମ ଶତାବ୍ଦୀ, ଜାତୀୟ ସଂଗ୍ରହାଳୟ, ଦିଲ୍ଲୀ । ମଡ଼ା ଉପରେ ଚାମୁଣ୍ଡା ବସିଛନ୍ତି ।

ଚାମୁଣ୍ଡା ପ୍ରତିମୁର୍ତ୍ତିର ରଙ୍ଗ କଳା ବା ନାଲି ଥାଏ ଓ ବେକରେ ମୁଣ୍ଡ ବା ଖପୁରୀ ମାଳା ପଡ଼ିଥାଏ । ତାଙ୍କର ୪,୮,୧୦ ବା ବାରଟି ହାତ ଥାଇପାରେ, ହାତରେ ଡମ୍ବରୁ, ତ୍ରିଶୁଳ, ବଜ୍ର, ଖଣ୍ଡା, କଟାମୁଣ୍ଡ, ଖପୁରୀ ଗଦା (khatvanga), ସାପ, ରକ୍ତଭରା ଖପୁରୀ ବା ପାନୀୟ ପାତ୍ର ଥାଏ । ପୁରୁଷ ଲୋକର ଶବ ଉପରେ ସେ ଠିଆ ହୋଇଥାଆନ୍ତି ଯାହାକୁ ପ୍ରେତାସନ କୁହାଯାଏ । ଖପୁରୀ, ହାଡ଼ ଓ ସାପ ଇତ୍ୟାଦି ତାଙ୍କର ଅଳଙ୍କାର ରୂପ ନେଇଥାଏ । ସେ ଗୋଟିଏ ଜଜ୍ଞୋପବିତ ଧାରଣ କରିଥାଆନ୍ତି । ତାଙ୍କ ମୁଣ୍ଡର ବାଳ ଜଟା ଆକାରରେ ଥାଏ ଯାହାକୁ ସେ ସାପ ବା ଖପୁରୀ ସାହାଯ୍ୟରେ ଅଳଙ୍କାର ଭାବରେ ବାନ୍ଧିଥାଆନ୍ତି । ତାଙ୍କ ମଥାରେ ଅସମ୍ପୁର୍ଣ୍ଣ ଜ‌ହ୍ନ ଦେଖିବାକୁ ମିଳେ । ତାଙ୍କର ଆଖିରୁ ନିଆଁ ହୁଳା ବାହାରିବା ଭଳି ଦେଖାଯାଏ । ଦୁଷ୍ଟ ଶକ୍ତି ସବୁ ତାଙ୍କ ସାଥିରେ ରହନ୍ତି । ତାଙ୍କ ଚାରିପାଖରେ କଙ୍କାଳ ବା ଭୂତ ଓ ବିଲୁଆ ଥାଆନ୍ତି ଯେଉଁମାନେ ତାଙ୍କ ବସିବା ବା ଠିଆ ହୋଇଥିବା ସ୍ଥାନ ତଳେ ଥିବା ମଣିଷ ଶବର ମାଂସ ଝୁଣି ଖାଆନ୍ତି । ବିଲୁଆ ଓ ତାଙ୍କର ସାଥିମାନେ ଖପୁରୀ-ପାତ୍ରରେ ଥିବା ରକ୍ତ ବା କଟା ମୁଣ୍ଡରୁ ବୋହିଯାଉଥିବା ରକ୍ତ ପାନ କରୁଥାଆନ୍ତି । ପ୍ରତିକାତ୍ମକ ଭାବରେ ଏହା ଦର୍ଶାଏ ଯେ ପରାଜିତ ଶତୃର ରକ୍ତ ଚାମୁଣ୍ଡା ପାନ କରନ୍ତି । ସମସ୍ତ ମାତୃକାଙ୍କର ବିଶେଷତଃ ଚାମୁଣ୍ଡାଙ୍କର ରକ୍ତ ପାନ କରିବାଟା ଏକ ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ । ବେଳେ ବେଳେ ସେ ପେଚା ବାହନ ଉପରେ ବସିଥାଆନ୍ତି । ତାଙ୍କର ପତାକାରେ ଏକ ଚିଲ ଚିହ୍ନ ଥାଏ ।

ଆଧାର

Tags:

Sanskritଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଶୋଭନେଶ୍ୱର ଦେଉଳ, ନିଆଳି୧୬୬୨ଅକ୍ଷୟ ମହାନ୍ତିକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଓଡ଼ିଆ ସାହିତ୍ୟର ଇତିହାସଆଲପ୍ରାଜୋଲାମଆଜ୍‌ମାଉଟିଖୋର୍ଦ୍ଧା ଜିଲ୍ଲାଗୁପଚୁପପଦ୍ମଜ ପାଳତେଜସ୍କ୍ରିୟ କ୍ଷୟଯବକ୍ଷାରଜାନରୋମନ ରେନ୍ସଗୋପାଳ (ଜାତି)ପାରମିତା ଶତପଥୀଶାଗଚାଣକ୍ୟଅନନ୍ତ ଦାସରାମଚନ୍ଦ୍ର ମିଶ୍ରଏନଫୋର୍ଟୁମାବ ଭେଡୋଟିନଗଣେଶବିଶ୍ୱ ସ୍ୱାସ୍ଥ୍ୟ ସଂଗଠନପ୍ରଧାନମନ୍ତ୍ରୀ ଜନଧନ ଯୋଜନା୨୦୨୨ ଫିଫା ବିଶ୍ୱକପ୍ଶାରଳା ପୁରସ୍କାରଓମାନପ୍ଲେଗଦ୍ରୌପଦୀ ମୁର୍ମୁଗୌରହରି ଦାସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାବି. ଆର. ଆମ୍ବେଦକରଅମୃତାୟନରାଶି ଓ ନକ୍ଷତ୍ରଓପନ-ସୋର୍ସ ସଫ୍ଟୱେରଉଇକିଅଭିଧାନବାଜି ରାଉତଓଡ଼ିଆ କଥାଚିତ୍ର ଜଗତଅବସରଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାଇରା ମହାନ୍ତିପଞ୍ଚସଖାକାଳୀଚରଣ ପଟ୍ଟନାୟକପାଳୁଅଅବସାଦଓଡ଼ିଆ ସାହିତ୍ୟବିର୍ସା ମୁଣ୍ଡାଜ୍ଞାନପୀଠ ପୁରସ୍କାର୧୯୬୦ନୀଳକଣ୍ଠ ଦାସଅଯୋଧ୍ୟାଦିବ୍ୟସିଂହ ଦେବଅହମଦାବାଦଚନ୍ଦନେଶ୍ଵର ମନ୍ଦିର୧୭୩୧ଦକ୍ଷିଣାୟନ ଯାତ୍ରାକଟକ ଜିଲ୍ଲାଅଭିଗମ୍ୟତାପ୍ରଧାନ ପୃଷ୍ଠାମଞ୍ଜୁଳା ପଦ୍ମନାଭନଭୂଖାପଠାଣି ସାମନ୍ତକୁମାର ପୂର୍ଣ୍ଣିମାବରାବେଲ🡆 More