ଚନ୍ଦ୍ରଶେଖର ବେହେରା

ଚନ୍ଦ୍ରଶେଖର ବେହେରା (୧୮୭୩-୧୯୩୬) ଓଡ଼ିଶା ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଜନ୍ମିତ ସ୍ୱାଧୀନତା ସଂଗ୍ରାମୀ ତଥା ଅସହଯୋଗ ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ । ପଶ୍ଚିମ ଓଡ଼ିଶାର ପ୍ରଥମ ଓକିଲ, ସମ୍ବଲପୁରର ଭାଷା ଆନ୍ଦୋଳନର ମୁଖ୍ୟ ସୂତ୍ରଧର, ସମ୍ବଲପୁର ମୁନିସିପାଲିଟିର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜଣେ ସମାଜ ସଂସ୍କାରକ ଥିଲେ ।

ଚନ୍ଦ୍ରଶେଖର ବେହେରା
ଜନ୍ମ ଓ ଜନ୍ମସ୍ଥାନସମ୍ବଲପୁର ଜିଲ୍ଲା
ମୃତ୍ୟୁ୨୩ ଜାନୁଆରୀ ୧୯୩୬(୧୯୩୬-୦୧-୨୩)
ଜାତୀୟତାଭାରତୀୟ

ଗାନ୍ଧୀଜୀଙ୍କର ଆଗମନ ଓ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ

ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନର ଅନ୍ୟତମ ପ୍ରଧାନ ପରିଚୟ ଥିଲେ ଚନ୍ଦ୍ରଶେଖର । ସେ ମହାତ୍ମା ଗାନ୍ଧୀଙ୍କ ଆଗରୁ ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ । ଅସ୍ପୃଶ୍ୟତା ବିରୋଧରେ ଗଣଆନ୍ଦୋଳନ ଡାକରା ଦେଇଥିଲେ । ଏକ ହରିଜନ ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ । ସେ ବ୍ରାହ୍ମଣବାଦର ବିରୋଧୀ ଥିଲେ ଓ ସେଥିପାଇଁ ତାଙ୍କୁ ଏକଦା ଦଣ୍ଡିତ ହେବାକୁ ମଧ୍ୟ ପଡ଼ିଥିଲା ।କିନ୍ତୁ ତାଙ୍କ ଚିନ୍ତାଧାରା ନିଜ ସମୟଠାରୁ ବହୁ ଆଗରେ ଥିଲା । ନିର୍ଭୀକତା ସ୍ପଷ୍ଟବାଦିତା, ସଚ୍ଚୋଟତା ଚନ୍ଦ୍ରଶେଖରଙ୍କ ଆଦର୍ଶ ଥିଲା ।

କଂଗ୍ରେସ ପ୍ରତିଷ୍ଠା

ଓଡ଼ିଶାରେ କଂଗ୍ରେସର ପ୍ରତିଷ୍ଠା ତାଙ୍କ ଦିଗଦର୍ଶନରେ ହୋଇଥିଲା । ସମ୍ବଲପୁରରେ ଆଞ୍ଚଳିକ ସ୍ତରର ସ୍ୱାଧୀନତା ସଂଗ୍ରାମ କାର୍ଯ୍ୟକଳାପକୁ ସେ ଜାତୀୟ କଂଗ୍ରେସ ସହ ମିଶ୍ରଣ କରିଥିଲେ । ୧୯୨୮ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପ୍ରଥମ ଗସ୍ତ ଅବସରରେ ଚନ୍ଦ୍ରଶେଖର ବେହେରାଙ୍କ ଘରେ ଅବସ୍ଥାନ କରିଥିଲେ ।

ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ଓଡ଼ିଶାରେ ସମ୍ବଲପୁରର ମିଶ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ଉତ୍କଳ ସମ୍ମିଳନୀର ଜଣେ ନେତା ଥିଲେ । ସମ୍ବଲପୁରରେ ହିନ୍ଦୀ ଭାଷା ପ୍ରଚଳନ ପାଇଁ ହୋଇଥିବା ଉଦ୍ୟମ ବିରୋଧରେ ସେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ । ବିଭିନ୍ନ ପ୍ରଦେଶରେ ମିଶିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ସଂଗ୍ରାମରେ ସେ ଜଣେ ଆଗ ଧାଡ଼ିର ସଦସ୍ୟ ଥିଲେ ।

ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ପ୍ରତିଷ୍ଠା

ସମ୍ବଲପୁରର ମୁନିସିପାଲିଟିର ନଗରପାଳ (ଚେୟାରମ୍ୟାନ) ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ । ସେ ଜଣେ ଦକ୍ଷ ଓକିଲ ଥିଲେ । ସମ୍ବଲପୁର ଅଞ୍ଚଳର ପ୍ରଥମ ଓକିଲ ଭାବେ ୧୯୦୧ ମସିହା ସେପ୍ଟେମ୍ବର ୨୩ ତାରିଖରେ କାର୍ଯାରମ୍ଭ କରିଥିଲେ ।୧୯୦୮ ଡିସେମ୍ବର ୨୩ ତାରିଖରେ ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଗଠିତ ହୋଇଥିଲା ।

ଶିକ୍ଷା ପ୍ରସାର

ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନା ସମସାମୟିକ ସେ ସମ୍ବଲପୁରରେ ନାସନାଲ ସ୍କୁଲ ଅଫ ସମ୍ବଲପୁର ପ୍ରତିଷ୍ଠା କରିଥିଲେ ।

ଅଧିକ ତଥ୍ୟ

ଆଧାର

Tags:

ଚନ୍ଦ୍ରଶେଖର ବେହେରା ଗାନ୍ଧୀଜୀଙ୍କର ଆଗମନ ଓ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନଚନ୍ଦ୍ରଶେଖର ବେହେରା କଂଗ୍ରେସ ପ୍ରତିଷ୍ଠାଚନ୍ଦ୍ରଶେଖର ବେହେରା ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଚନ୍ଦ୍ରଶେଖର ବେହେରା ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ପ୍ରତିଷ୍ଠାଚନ୍ଦ୍ରଶେଖର ବେହେରା ଶିକ୍ଷା ପ୍ରସାରଚନ୍ଦ୍ରଶେଖର ବେହେରା ଅଧିକ ତଥ୍ୟଚନ୍ଦ୍ରଶେଖର ବେହେରା ଆଧାରଚନ୍ଦ୍ରଶେଖର ବେହେରା

🔥 Trending searches on Wiki ଓଡ଼ିଆ:

ବୈଷୟିକ ବିଜ୍ଞାନଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାସୁଦାମ ମାରାଣ୍ଡିଚନ୍ଦ୍ରଗୁପ୍ତସ୍ୱର ବର୍ଣ୍ଣଚିକିତ୍ସା ବିଜ୍ଞାନଅନୁଗୋଳ ଜିଲ୍ଲାକୁଞ୍ଜବିହାରୀ ଦାଶଅଟିଜିମ୍‌ବିଭୂତି ପଟ୍ଟନାୟକ୨ ଜୁନଚିତ୍ତରଞ୍ଜନ ଦାସବିନୋଦ ଚନ୍ଦ୍ର ନାୟକଖ୍ରୀଷ୍ଟ ଧର୍ମଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗୌରୀଶଙ୍କର ରାୟବାଘବିଦ୍ୟାଳୟଅକ୍ଷୟ ତୃତୀୟାଓଡ଼ିଶାର ସଂସ୍କୃତିଜୟୀରାମ ସାମଲ୨୧ଉଇକିମିଡ଼ିଆ ଫାଉଣ୍ଡେସନଖଜ୍ଜିଆରବି. ଆର. ଆମ୍ବେଦକରଭଦଭଦଳିଆ୧୫ ଅପ୍ରେଲଅଷ୍ଟ୍ରେଲିଆତିନୋଟି ରତନପ୍ରଣବ ପ୍ରକାଶ ଦାସଜ୍ଞାନକୋଷବକ୍ସି ଜଗବନ୍ଧୁ୨୦୦୪ଧର୍ମଶୀତଳ ଷଷ୍ଠୀ ଯାତ୍ରାଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ମୁଦ୍ରାଗୋକୁଳାନନ୍ଦ ମହାପାତ୍ରରିକେଟଇଂଲଣ୍ଡମୋହନ ଭୋଗପୋଙ୍ଗଲମାଗୁଣି ଚରଣ ଦାସଫିନଲ୍ୟାଣ୍ଡଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୯୯୦ଫେସବୁକ ମେସେଞ୍ଜରଅକ୍ଷାଂଶକଟକ ଜିଲ୍ଲାଶୈଳବାଳା ଦାସଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର୧୮୬୬ବାଞ୍ଛାନିଧି ମହାନ୍ତିଓଡ଼ିଶାର ଭୂଗୋଳଇସଲାମ ଧର୍ମଅନନ୍ତ ପଟ୍ଟନାୟକଅଶୋକ (ସମ୍ରାଟ)ବିଜ୍ଞାନହଂକଂସମ୍ବଲପୁର୨୦୦୬ଜିନା ସାମଲଗୋପାଳ ଚନ୍ଦ୍ର ପ୍ରହରାଜରବି ସିଂମଣିଷ🡆 More