ଚନ୍ଦ୍ରଭାଗା ବେଳାଭୂମି

ଚନ୍ଦ୍ରଭାଗା ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିରର ତିନି କିଲୋମିଟର ପୂର୍ବରେ ଅବସ୍ଥିତ । ଏହା ଭାରତୀୟ ରାଜ୍ୟ ଓଡ଼ିଶାର ପୁରୀ ସହରଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ କୁଷ୍ଠ ରୋଗୀମାନଙ୍କର ପ୍ରାକୃତିକ ଉପାୟରେ ଚିକିତ୍ସା ହୋଇଯାଏ ବୋଲି ପୂର୍ବେ ବିଶ୍ୱାସ ରହିଥିଲା । ଏସିଆର ପ୍ରଥମ ବେଳାଭୂମି ଭାବରେ ଚନ୍ଦ୍ରଭାଗା ବେଳାଭୂମିକୁ ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର ମିଳିଥିଲା । ଏହି ପ୍ରମାଣପତ୍ର ସୁପରିବେଶାତ୍ମକ, ପରିଷ୍କାର ଏବଂ ଅନ୍ତର୍ଜାତୀୟ ସ୍ତରର ସୁବିଧାଯୁକ୍ତ ବେଳାଭୂମିଗୁଡ଼ିକୁ ମିଳେ ।

ଚନ୍ଦ୍ରଭାଗା ବେଳାଭୂମି
ଚନ୍ଦ୍ରଭାଗା ବେଳାଭୂମି

ପୌରାଣିକ କଥା

ଚନ୍ଦ୍ରଭାଗା ବେଳାଭୂମି 
ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ

ପୌରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ଚନ୍ଦ୍ରଭାଗାର ନଦୀ ମୁହାଣରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରି ନିଜକୁ କୁଷ୍ଠ ରୋଗରୁ ମୁକ୍ତ କରିଥିଲେ । ନଦୀଟି ଏହାପରେ କୌଣସି କାରଣବଶତଃ ଶୁଖିଯାଇଥିଲା । ଧାର୍ମିକ କାମ ପାଇଁ ଏହାକୁ ଏକ ଆଦର୍ଶ ଜାଗା ବୋଲି ବିବେଚନା କରାଯାଇଥାଏ ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାଇ ଏକ ଋଷିଙ୍କର କନିକା, ଚନ୍ଦ୍ରଭାଗା ନିଜର ଚାତୁରୀରେ ସୂର୍ଯ୍ୟ ଦେବତାଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ଦେବତା, ପ୍ରେମରେ ପଡ଼ି କନ୍ୟାଟିକୁ ବିବାହ କରିବାକୁ ମର୍ତ୍ତ୍ୟମଣ୍ଡଳରେ ଆଗମନ କରିଥିଲେ । ଚନ୍ଦ୍ରଭାଗା ନିଜକୁ ଭଗବାନଙ୍କର ନିକଟରେ ଅର୍ପଣ କରିନଥିଲେ । ପ୍ରେମରେ ପାଗଳ ହୋଇ ଦେବତା ଚନ୍ଦ୍ରଭାଗା ପଛରେ ପଡ଼ିଯାଇଥିଲେ । ଭୟଭୀତ ହୋଇ ଚନ୍ଦ୍ରଭାଗା ନିଜକୁ ରକ୍ଷା କରିବାକୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଦେଲେ । ଏହି ତ୍ୟାଗକୁ ମନେରଖିବାକୁ ପ୍ରତିବର୍ଷ ମାଘ ମାସ ସପ୍ତମୀ ତିଥିରେ, ଓଡ଼ିଶା ତଥା ଓଡ଼ିଶା ବାହାରୁ ଲୋକେ ଆସି ପୋଖରୀରେ ସଂକୁଚିତ ହୋଇଯାଇଥିବା ନଦୀରେ ବୁଡ଼ ପକାଇଥାନ୍ତି । ଏହାପରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରାଯାଇ ସୂର୍ଯ୍ୟୋଦୟ ଅନୁଭବ କରାଯାଇଥାଏ ।

ଚନ୍ଦ୍ରଭାଗାର ବଳିଦାନ ହୁଏତଃ ଭୂଲାଯାଇପାରେ କିନ୍ତୁ ତାଙ୍କ ନାମରେ ନାମିତ ସ୍ଥାନ ଏକ ପବିତ୍ର ଭୂମି ଏବଂ ସୂର୍ଯ୍ୟୋଦୟର ଭୂମି ଭାବରେ ଜଣାଶୁଣା । ଏହା ଧାର୍ମିକ ଏବଂ ଧ୍ୟାନ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ । କବି, କଳାକାର ଏବଂ ପ୍ରେମୀଯୁଗଳଙ୍କର କ୍ରୀଡ଼ାଭୂମି ଭାବରେ ଏହା ଆଜି ପରିଚିତ । ଚନ୍ଦ୍ରଭାଗା ପାଖରେ ଏକ ବତୀଘର ମଧ୍ୟ ଦେଖିବାକୁ ମିଳେ ।

ସାମୁଦ୍ରିକ ସମ୍ପଦର ଗନ୍ତାଘର ଅଟେ ଚନ୍ଦ୍ରଭାଗା । ଶୁଖିଯାଇଥିବା ନଦୀ ମୁହାଣରେ ବିଶାଖାପଟନମରୁ ଆସିଥିବା ବହୁ ମାଛଧରାଳୀ ବାସ କରନ୍ତି ।[ଆଧାର ଲୋଡ଼ା]

ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର

ଚନ୍ଦ୍ରଭାଗା ବେଳାଭୂମି 
ଚନ୍ଦ୍ରଭାଗା ବେଳାଭୂମି

ନିମ୍ନଲିଖିତ ବ୍ୟବସ୍ଥା ଥିଲେ ଗୋଟିଏ ବେଳାଭୂମିକୁ ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର ମିଳିଥାଏ:

  • ବେଳାଭୂମିରେ ସଫାସୁତୁରା ଏବଂ ସ୍ୱାସ୍ଥ୍ୟକାରୀ ଗାଧୋଇବା ପାଣି ମିଳିବ ଆବଶ୍ୟକ ।
  • ପର୍ଯ୍ୟଟକମାନଙ୍କ ପାଇଁ ମୌଳିକ ସୁବିଧା ଏବଂ
  • ପାଖାପାଖି ସ୍ଥାନରେ ସତତ ବିକାଶ ହେଉଥିବା ଆବଶ୍ୟକ ।

ବର୍ତ୍ତମାନ ସୁଦ୍ଧା ଭାରତରେ ୧୩ଟି ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ରଯୁକ୍ତ ବେଳାଭୂମି ଅଛି । ସ୍ପେନରେ ସର୍ବାଧିକ ୫୬୬ଟି, ପରେ ଗ୍ରୀସ ଏବଂ ଫ୍ରାନ୍ସରେ ଯଥାକ୍ରମେ ୫୧୫ ଏବଂ ୩୯୫ଟି ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ରଯୁକ୍ତ ବେଳାଭୂମି ଅଛି ।

ସାଂସ୍କୃତିକ କାର୍ଯ୍ୟକ୍ରମ

ଚନ୍ଦ୍ରଭାଗା ବେଳାଭୂମି 
ଚନ୍ଦ୍ରଭାଗାରେ ମାଘ ସପ୍ତମୀ
  • ଶାମ୍ବଦଶମୀ ଏବଂ ମାଘ ସପ୍ତମୀ ଅବସରରେ ବହୁ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଆସନ୍ତି । ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଏକ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ । ଏହି ଦିନ ମାଘ ମେଳା ଆୟୋଜନ କରାଯାଇଥାଏ ।
  • ୨୦୧୫ ମସିହାରୁ ପ୍ରତିବର୍ଷ ଡିସେମ୍ବର ମାସ ପାଖାପାଖି, ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ପର୍ବ ପାଳନ କରାଯାଇଥାଏ । ଦେଶବିଦେଶରୁ ଅନେକ ପ୍ରତିଯୋଗୀ ଏଥିରେ ଭାଗ ନେଇଥାନ୍ତି ।

ଆଧାର

ବାହାର ଆଧାର

Tags:

ଚନ୍ଦ୍ରଭାଗା ବେଳାଭୂମି ପୌରାଣିକ କଥାଚନ୍ଦ୍ରଭାଗା ବେଳାଭୂମି ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ରଚନ୍ଦ୍ରଭାଗା ବେଳାଭୂମି ସାଂସ୍କୃତିକ କାର୍ଯ୍ୟକ୍ରମଚନ୍ଦ୍ରଭାଗା ବେଳାଭୂମି ଆଧାରଚନ୍ଦ୍ରଭାଗା ବେଳାଭୂମି ବାହାର ଆଧାରଚନ୍ଦ୍ରଭାଗା ବେଳାଭୂମି

🔥 Trending searches on Wiki ଓଡ଼ିଆ:

ମିଳିତ ଜାତିସଂଘକଟକ ଜିଲ୍ଲାପବିତ୍ର ମୋହନ ଜେନାଏଡା ଲଭ୍‌ଲେସ୍‌କମ୍ପ୍ୟୁଟରନାନବୌଦ୍ଧ ଧର୍ମଜୟ ଶ୍ରୀରାମଖୋର୍ଦ୍ଧାବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଳିନ୍ଦୀ ଚରଣ ପାଣିଗ୍ରାହୀ୨୧ସିଦ୍ଧାନ୍ତ ମହାପାତ୍ରଭାରତୀୟ ଜନଗଣନାନନ୍ଦ କିଶୋର ବଳଜ୍ୟୋତି ପ୍ରକାଶ ପାଣିଗ୍ରାହୀଓଡ଼ିଆ ନାଟକପାଲାନବମୀଚାରି ଧାମମନୋରଞ୍ଜନ ଦାସଦୀପକ ମିଶ୍ରଆର୍ଯ୍ୟଭଟ୍ଟକୋଣାର୍କ ସୂର୍ଯ୍ୟ ମନ୍ଦିରପ୍ଲୀହାଗୋପବନ୍ଧୁ ଦାସନାରୀବାଦରବୀନ୍ଦ୍ରନାଥ ଠାକୁରରାମଚନ୍ଦ୍ର ବେହେରାବାଘହାଣ୍ଡିଜୟ ଜଗନ୍ନାଥଅକ୍ଷୟ ତୃତୀୟାଭୀମାଶଙ୍କର ମନ୍ଦିରହୋ ଜନ‌ଜାତିଆରିଷ୍ଟୋଟଲଏକାଦଶୀଗୌରହରି ଦାସମୁଣ୍ଡା ଭାଷାସମୂହଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଶିଶୁପାଳଗଡ଼ସନ୍ତୋଷ ସିଂହ ସାଲୁଜାଜଳ ପ୍ରଦୂଷଣଭାରତୀୟ ଜନତା ପାର୍ଟିଓଡ଼ିଆ ଭାଷାଆଲ୍‌କା ୟାଗ୍ନିକ୍‌କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଗୁଣିର ଶଗଡ଼ (କଥାଚିତ୍ର)ଦାମୋଦର ରାଉତବାଳୁଙ୍ଗା ଟୋକାସେବିପ୍ରାଚୀ ନଦୀଗଣନ ସଂଖ୍ୟାହାଡ଼ି ଦାସପୁନର୍ମିଳନଜାଭା (ପ୍ରୋଗ୍ରାମିଂ ଭାଷା)ଜଗନ୍ନାଥଙ୍କ ବେଶବି. ଆର. ଆମ୍ବେଦକରଜୈନ ଧର୍ମକଳିଙ୍ଗ ଯୁଦ୍ଧରଥଅଭିମନ୍ୟୁ ସାମନ୍ତସିଂହାରମାରୀଚଜଳଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସମିଳିମିଳାସ୍ୱାମୀ ବିବେକାନନ୍ଦରେବତୀ (କ୍ଷୁଦ୍ରଗଳ୍ପ)🡆 More