ଗଉଡ଼ ବାଡ଼ି ଖେଳ

ଗଉଡ଼ ନାଚ ବା ବାଡ଼ିଖେଳ ବା ଲଉଡ଼ି ଖେଳ ଓଡ଼ିଶାର ଯାଦବ (ଗୋପାଳ) ସମ୍ପ୍ରଦାୟଙ୍କର ପାରମ୍ପରିକ ନୃତ୍ୟ। କେତକ ସ୍ଥାନରେ ଏହାକୁ ଦାଣ୍ଡି ଖେଳ ମଧ୍ୟ କୁହାଯାଏ । ସାରା ଓଡ଼ିଶାର ଗୋପାଳ ସଂପ୍ରଦାୟ ଏହାକୁ ପାଳନ କରିଥାନ୍ତି । ଏହା ଓଡ଼ିଶାର ଏକ ପାରମ୍ପରିକ ଲୋକ କଳା । ଏହା ଯାଦବ ବହୁଳ ଉତ୍ତର ପ୍ରଦେଶରେ ମଧ୍ୟ ଦେଖାଯାଏ ନାହିଁ । କିପରି ଏକ ଭିନ୍ନ ସାମରିକ ଖେଳ ଓଡ଼ିଶାରେ ପ୍ରଚଳିତ ଥିଲା ଏବେ ବି ଏହାର ପୃଷ୍ଠଭୂମି ଅନେକଙ୍କୁ ଅଗୋଚର । ଗୋପାଳ ବା ଯାଦବ ପୁରୁଷମାନେ ନିଜର ଶକ୍ତି, ପରାକ୍ରମ ତଥା ବାଡିର ଅନନ୍ୟ କଳାକୈାଶଳ ପ୍ରଦର୍ଶନକୁ ବାଡ଼ିଖେଳ ବା ଲଉଡ଼ି ଖେଳ କୁହାଯାଏ । ଏହା ଧର୍ମଭିତ୍ତିକ, ରଣକୌଶଳ ପ୍ରଦର୍ଶନ କରାଯାଉଥିବା ଏକ ଲୋକନୃତ୍ୟ ।

ଦୋଳ ପୂର୍ଣ୍ଣିମା
ଗଉଡ଼ ବାଡ଼ି ଖେଳ
ଭୁବନେଶ୍ୱରର ଭଞ୍ଜ କଳାମଣ୍ଡପରେ ଜଗତସିଂହପୁର ମାଛଗାଁର ଶ୍ରୀ ଅଚ୍ୟୁତ ଲଉଡ଼ି ସଙ୍ଘର ପାରମ୍ପରିକ କଳାକାରମାନଙ୍କଦ୍ୱାରା ବାଡ଼ି ଲଉଡ଼ି ନୃତ୍ୟ ପରିବେଷଣର କଳାକାରମାନଙ୍କଦ୍ୱାରା କାଠି ଲଉଡ଼ି ନାଚ
ମାଧ୍ୟମଗୀତ-ନାଟ
ପ୍ରକାରଲଉଡ଼ି ନାଚ, ବାଡ଼ି ଲଉଡ଼ି, (ପ୍ରତିଯୋଗିତା)
ସଂସ୍କୃତିଓଡ଼ିଆ ଚଳଣି
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ
କଳାକାରଗୋପାଳ ବା ଗଉଡ଼ (ଯାଦବ) ସମ୍ପ୍ରଦାୟଙ୍କ ପାରମ୍ପରିକ ନାଚ

ଏଇ ବାଡ଼ିଖେଳ ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ 'ଗୋପାଳ ଓଗାଳ ଓ ଲଉଡ଼ି ଖେଳ' ନାମକ ଗ୍ରନ୍ଥରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ଅତ୍ୟନ୍ତ ଉପଭୋଗ୍ୟ ।

ପାଳନ ବିଧି

ପୂର୍ବ ପ୍ରସ୍ତୁତି

ଓଡ଼ିଶାରେ ଲଉଡ଼ି ଖେଳ ଗୋପାଳ ସମ୍ପ୍ରଦାୟରେ ଉତ୍ସାହର ସହିତ ପାଳନ କରାଯାଏ। ଫାଲ୍ଗୁନ ଚତୁର୍ଦଶୀରେ କୁମ୍ଭବୁଡା ହୁଏ । ସେଦିନ ଅପରାହ୍ଣରେ ନୂଆ ଭାରରେ କଳସୀକୁ ସଜାଇ ତା’ ଉପରେ ନବବସ୍ତ୍ର ଢଙ୍କାଯାଏ । ତୁରୀ, ଭେରି, ଘଣ୍ଟା, ଝାଞ୍ଜ, ଖୋଳ, ତାଳ, ସଂକୀର୍ତ୍ତନରେ ଗୋପାଳମାନେ ନଦୀ ବା ପୁଷ୍କରିଣୀକୁ ଯାଇ ସ୍ନାନ କରନ୍ତି, ନୂତନ ବସ୍ତ୍ର ପରିଧାନ କରନ୍ତି ଓ କଳସୀଗୁଡିକୁ ପାଣି ଭରି ଘରକୁ ଆଣନ୍ତି । ଘରେ ତୁଳସୀଙ୍କ ନିକଟରେ କୁମ୍ଭକୁ ରଖି ବନ୍ଦାପନା କରନ୍ତି । ପୂର୍ଣ୍ଣିମା ଦିନ ଦୋଳଯାତ୍ରା ଅନୁଷ୍ଠିତ ହୁଏ । ଗୋପାଳମାନେ ନିଜ ନିଜ ଘରୁ ଆରିସା ପିଠା,କ୍ଷୀର,ଦହି,ଲବଣୀ,କଦଳୀ ନେଇ ଗୋଠକୁ ଯାଆନ୍ତି । ଏହି ସ୍ଥାନକୁ ଦୋଳଗୋବିନ୍ଦ ମଣ୍ଡପ କୁହାଯାଏ । ଗୋପାଳମାନେ ଗାଈଗୋରୁଙ୍କୁ ଗାଧୋଇ ସୋମାନଙ୍କ ମଥାରେ ହଳଦୀ ଓ ଚନ୍ଦନ ଲଗାଇଥାନ୍ତି । ସେଠାରେ ଭୈରବୀଙ୍କ ଉଦେ୍ଦଶ୍ୟରେ ଭୋଗ ସମର୍ପଣ କରାଯାଏ । ଏହାପରେ ଗୋଠରେ ବନ୍ଦାଣ ଖୁଣ୍ଟ ପ୍ରତିଷ୍ଠା କରାଯାଏ ।

ଗୋପାଳମାନଙ୍କ ଘରଦ୍ୱାର ଗୋମୟରେ ଲିପାପୋଛା ହୋଇଥାଏ । ତୁଳସୀ ନିକଟରେ ବେଦୀ ନିର୍ମାଣ କରାଯାଇ ଝୋଟି, ମୁରୁଜରେ ସୁଶୋଭିତ କରାଯାଇଥାଏ । ଗୋପାଳମାନେ ପାହାନ୍ତା ପ୍ରହରରୁ କ୍ଷୀର ଦୋହନ ସାରି ସେ କ୍ଷୀର, ଘରେ ଥିବା ଦହି, ସର, ଲମ୍ବା ଏଣ୍ଡୁରି, ଆରିସା ପିଠା ଓ କୁମ୍ଭ ଭାରକୁ ନେଇ ଦୋଳମଣ୍ଡପ ବନ୍ଦାଣ ଖୁଣ୍ଟକୁ ଯାଆନ୍ତି । ରାଧା ଓ କୃଷ୍ଣ ଗୋପାଳମାନଙ୍କର କୁଳ ଦେବତା ଗୋପାଳଙ୍କ ଆରାଧ୍ୟ ଦେବତା ରାଧାକୃଷ୍ଣ ଯୁଗଳ ମୂର୍ତ୍ତିକୁ ପଳାସ ଫୁଲରେ ସୁଶୋଭିତ କରାଯାଇ ବିମାନରେ ରାଧାକୃଷ୍ଣକୁ ନିଆଯାଏ । ସେଠାରେ କୁମ୍ଭ ଭାରକୁ ନୂଆ ଶାଢିରେ ଢଙ୍କାଯାଏ । ଗୋପାଳ ସମାଜର ପ୍ରତ୍ୟେକ ପରିବାର ଗୋଟିଏ ଗୋଟିଏ କୁମ୍ଭଭାର ଏଠାକୁ ଆଣିଥାନ୍ତି । ଠାକୁରଙ୍କୁ ଭୋଗ ସମର୍ପଣ କରି ଦୋଳାରେ ଝୁଲାଯାଏ । ପିଠାପଣାରେ ମହକି ଉଠେ ଘରର ଚାରି କୋଣ । ବାହାରେ ଥିବା ପରିବାର ଲୋକ ଓ ବନ୍ଧୁବାନ୍ଧବ ମଉଜ କରିବାକୁ ଘରକୁ ଆସନ୍ତି । ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି । ସୁସ୍ୱାଦୁ ପିଠା ସହ ବନ୍ଧୁବାନ୍ଧବଙ୍କ ଘରକୁ ଅବିର ପଠାଇବା ସେଦିନ ଗୋପାଳ ଘରର ଏକ ଚଳଣି । ସୁରକ୍ଷିତ ଜୀବନ ସହ ଭଗବାନ ଶ୍ରୀକୃଷ୍ଣଙ୍କ ଆଶିଷ ପାଇବା ପାଇଁ ଏହି ପୂଜା ବେଶ୍ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଏ । ଗୋପାଳମାନେ କୁମ୍ଭ ବୁଡାଇ ସେହି ପାଣିରେ ସେମାନଙ୍କ ଗୋ ବନ୍ଦନା କରିବା ସହ ଘର ବାଡିରେ ସିଞ୍ଚନ କରିଥାନ୍ତି ଓ ନିଜ ଘରେ ସେହି କଳସୀକୁ ରଖି ପୂଜା କରିଥାନ୍ତି ।

ଲଉଡ଼ି ଖେଳର ବିଧି

ଦୋଳଯାତ୍ରାର ମୁଖ୍ୟ ଆକର୍ଷଣ କାଠି ଲଉଡି ଖେଳ । ଦ୍ୱାପର ଯୁଗରେ ଗୋପପୁରରେ ଶ୍ରୀକୃଷ୍ଣ୍ନ ଓ ବଳରାମ ଅନ୍ୟ ଗୋପାଳ ସାଥୀମାନଙ୍କ ସହ ଗାଈ ଚରାଇବା ବେଳେ ଦୁଇ ହାତରେ ବାଡ଼ି ଧରି ବୀରତା ପ୍ରଦର୍ଶନ ପୂର୍ବକ ବାଡ଼ି ଖେଳି ମନୋରଂଜନ କରୁଥିଲେ । ଗୋଟିଏ ଦଳ ବାଡ଼ିଧରି ଆକ୍ରମଣ କରୁଥିବାବେଳେ ଅନ୍ୟଦଳ ବିଭିନ୍ନ କୌଶଳ ପ୍ରଦର୍ଶନ କରି ବାଡି ସାହାଯ୍ୟରେ ଆକ୍ରମଣକୁ ପ୍ରତିହତ କରୁଥିଲେ ।

ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଗୋପାଳମାନେ ଏକାପରି ରଙ୍ଗର ବେଶରେ ସଜ୍ଜିତ ହୋଇ ଅଣ୍ଟାରେ କାଚ୍ଛଟା, ଘାଗୁଡି, ବଂଶୀ ବାନ୍ଧନ୍ତି । ମଥାରେ ଠେକା ବାନ୍ଧି ଜାମୁଡାଳ ଓ ଗଳାରେ ଫୁଲହାର ପିନ୍ଧନ୍ତି । ଦୁଇ ହାତରେ ଥାଏ ଦୁଇ ଲଉଡ଼ି । ଲଉଡ଼ି ଭେରୁ ବା କେନ୍ଦୁ କାଠରେ ପ୍ରସ୍ତୁତ ହୋଇଥାଏ । ଏହାର ମାପଥାଏ ଏକହାତ ଚାଖଣ୍ଡେ । ଏହି ବାଡ଼ି ଖେଳ ଏକ ଦଳଗତ ନୃତ୍ୟ ଯେଉଁଠି ୧୨ରୁ ୨୪ ଜଣ ଗୋପାଳ ଅଂଶଗ୍ରହଣ କରିଥାନ୍ତି । ଜଣେ ଜଣେ ଦଳପତିଙ୍କ ଅଧିନାୟକତ୍ୱରେ ଗୋପାଳମାନେ ଗୋଷ୍ଠୀଗତ ଭାବେ ବିଭକ୍ତ ହୋଇ ଲଉଡ଼ି ବାଡ଼ିର ତାଳେ ତାଳେ ନାଚି ଉଠନ୍ତି । ମଇଁଷିର ଶିଙ୍ଘ ବାଦ୍ୟର ତାଳେ ତାଳେ ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରିଥାନ୍ତି । ଏହି ଖେଳ ସାଙ୍ଗରେ ଯେଉଁ ଗୀତ ବୋଲିଥାନ୍ତି ତାକୁ ଓଗାଳ କୁହାଯାଏ । ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ରଚିତ ‘ଗୋପାଳ ଓଗାଳ’ ଗାନ ସାଙ୍ଗକୁ ବାଦ୍ୟର ତାଳେ ତାଳେ ଗୋପାଳମାନେ ପ୍ରତ୍ୟେକ ନିଜର ଡାହାଣ ଓ ବାମ ପାଖରେ ଥିବା ସହଯୋଗୀମାନଙ୍କ ବାଡି ସହିତ ନିଜ ବାଡିକୁ ପିଟି ଶବ୍ଦ ସୃଷ୍ଟି କରିଥାନ୍ତି । ଏହି ନୃତ୍ୟରେ ଜୟ-ପରାଜୟ, ଥଟ୍ଟାପରିହାସ, ଦେବଦେବୀ ବନ୍ଦନା ଆଦି ମନୋରଂଜନର ଉପାଦାନ ପରିପୁଷ୍ଟ ହୋଇଥାଏ । ରାଧାକୃଷ୍ଣଙ୍କୁ ପାରମ୍ପରିକ ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ ପରେ ମଦନ ମୋହନ ବେଶରେ ସୁସଜ୍ଜିତ କରି କାଗଜ, ସୋଲ, ପଳାସ ଫୁଲ ଓ ପାଟକନାରେ ସଜ୍ଜିତ ବିମାନ ହୁକୁମ୍ ଧାବଲ୍ ସ୍ୱରରେ ଢଳି ଢଳି ଗ୍ରାମ ପରିକ୍ରମା କରିଥାଏ । ବିମାନ ସାଙ୍ଗରେ ଅଢେଣୀ. ତରାସ, ଚାମର, ଧ୍ୱଜା, ସଂକୀର୍ତ୍ତନ ସହକାରେ ଗୋପାଳମାନେ ତାଙ୍କ ପ୍ରିୟ ଠାକୁରଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି । ଶ୍ରୀକୃଷ୍ଣଙ୍କୁ ଗୋପାଳ କୁହାଯାଏ । ତେଣୁ ଏହି ଦୋଳକୁ ଗୋପାଳମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହିନିଅନ୍ତି । ଭଗବାନ ଶ୍ରୀକୃଷ୍ଣ ବସନ୍ତ ଉତ୍ସବର ଆରାଧ୍ୟ ଦେବତା ନୂତନ ଶିକା, ନୂତନ ବାହୁଙ୍ଗି ଓ କଳସୀ ଭାରରେ ଗୋପାଳମାନେ ପାଣି ବହନ କରି ଗୋଠ କରିକ୍ରମା କରିଥାନ୍ତି । କୃଷ୍ଣଙ୍କ ଭଜନ, କୀର୍ତ୍ତନ ଗାନ କରି ଫଗୁ ଖେଳନ୍ତି । ଫଗୁଣର ଫଗୁ ଖେଳରେ ପ୍ରକୃତି ପୁରୁଷ ଏକାକାର ହୋଇଯାନ୍ତି । ରାଧାକୃଷ୍ଣ ପ୍ରତ୍ୟେକ ଗୋପାଳ ପରିବାରକୁ ଯାଇଥାନ୍ତି । ରୋଷ ପଟୁଆର ରାଧାକୃଷ୍ଣ ମନ୍ଦିରରେ ପହଞ୍ଚôବା ପରେ ଠାକୁରଙ୍କୁ ବନ୍ଦାପନା କରାଯାଏ । ପ୍ରତ୍ୟେକ ଗୋପାଳ ପରିବାର ଭୋଗ ଥାଳି ସେଠାକୁ ଆଣନ୍ତି । ଲଉଡି ଖେଳାଳି ଓ ବାହୁଙ୍ଗି ବାହକ ଗୋପାଳଙ୍କ ଓଗାଳ ବୋଲି ସାତ ଘେରା ବୁଲନ୍ତି । ଠାକୁରଙ୍କୁ ଦକ୍ଷିଣାଭିମୁଖୀ କରି ଝୁଲଣରେ ଝୁଲାଯାଏ । କାରଣ ଶ୍ରୀକୃଷ୍ଣଙ୍କୁ ଦକ୍ଷିଣାଭିମୁଖେ ଦର୍ଶନ କଲେ ସର୍ବପାପ ହରଣ ହୋଇଥାଏ । ଗୋପାଳମାନେ ନିଜ ନିଜର ବାହୁଙ୍ଗି ଓ କଳସୀ ଭାର ନେଇ ଘରକୁ ଯାଆନ୍ତି । ତୁଳସୀ ପାଖରେ କଳସୀ ଥାକର ଉପର କଳସୀରୁ କ୍ଷୀର ଢଳାଯାଏ । କ୍ଷୀର କଳସୀ ଅତିକ୍ରମ କରି ଭୂମି ସ୍ପର୍ଶ କରେ । କଳସୀକୁ ଗୋପାଳ କୁଳବଧୂମାନେ ଈଶାଣ କୋଣକୁ ନେଇ ବନ୍ଦାପନା କରନ୍ତି । ରାଧାକୃଷ୍ଣଙ୍କୁ ଦୋଳମଣ୍ଡପକୁ ନିଆଯାଏ । ଉପସ୍ଥିତ ସେବାୟତମାନେ ପ୍ରଭୁଙ୍କ ସେବାକାର୍ଯ୍ୟ ସମାପନ କରିବା ପରେ ଦୋଳିରେ ବିଜେ କରାନ୍ତି । ଭକ୍ତମାନେ ଏହି ମଣ୍ଡପରେ ଠାକୁରଙ୍କୁ ଝୁଲାଇ ଝୁଲାଇ ଆନନ୍ଦ ଉପଭୋଗ କରନ୍ତି । ରାତିରେ ଠାକୁର ଝୁଲଣରେ ଥାଆନ୍ତି । ଏହି ଅବସରର ମେଲଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ । ଶତ୍ରୁତା ଓ ବିବାଦ ଭୁଲି ଭ୍ରାତୃତ୍ୱ, ବନ୍ଧୁତ୍ୱ ଓ ସହଯୋଗର ବାର୍ତ୍ତା ବହନ କରି ଗୋପାଳ ଜାତି ଏକତ୍ର ହୋଇ ଏହି ବାସନ୍ତିକ ମହୋତ୍ସବକୁ ପାଳନ କରନ୍ତି ।

ଦୋଳପର୍ବ ଶ୍ରୀ ଚୈତନ୍ୟଙ୍କଦ୍ୱାରା ସମଗ୍ର ମାନବ ଜାତିର ଏକ ଗଣପର୍ବରେ ପରିଣତ ହୋଇଥିଲେ ମଧ୍ୟ ଗୋପାଳମାନଙ୍କର କୌଳିକ ପର୍ବର ମାନ୍ୟତା ପାଇଛି । ଗୋପାଳ ସମାଜର ଏହି ପାରମ୍ପରିକ ଲଉଡି ଖେଳ କ୍ରମେ ଆଧୁନିକତାର ସ୍ପର୍ଶରେ ଲୋପପାଇଯିବାକୁ ବସିଥିଲେ ହେଁ ଦୋଳ ପୂର୍ଣ୍ଣିମା ଅବସରରେ ଏହି ନିଆରା ବାଡିଖେଳକୁ ଦେଖିବାର ଅପୂର୍ବ ସୁଯୋଗ ମିଳିଥାଏ ।

ଅତି ଯାକଯମକରେ ପାଳନ ହେଉଥିବା ଓଡ଼ିଶାର ସ୍ଥାନ

କେନ୍ଦ୍ରାପଡ଼ା ଜିଲ୍ଲାର ମଧୁରଗଣ୍ଡ ଖମାର ଗ୍ରାମରେ ହାରାହାରି ୧୦,୦୦୦ରୁ ଉର୍ଦ୍ଧ୍ୱ ଯାଦବ ସମ୍ପ୍ରଦାୟର ଲୋକ ଦେଖିବାକୁ ମିଳିଥାଏ। ଯାହା ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ । ଫାଲଗୁନ ଶୁକ୍ଲ ଦଶମୀ ତିଥିଠାରୁ ପ୍ରତି ବର୍ଷ ତାଙ୍କ ମେଳଣ ଆରମ୍ଭ ହୋଇଥାଏ ବିଶେଷ କରି ବରାହ ଦୋଳ ଏମାନଙ୍କର କଳସ ଯାତ୍ର ବହୁ ଆଡମ୍ବର ସହ ହୋଇଥାଏ ପରେ ଏହା ବାରୁଣୀ ମହାସ୍ନାନ ପର୍ଯ୍ୟନ୍ତ ଚାଲିଥାଏ । ୧୫ ଦିନ ଧରି ପାଳନ କରାଯାଏ ଏହି ଗ୍ରାମରେ । ମଧୁରଗଣ୍ଡର ରାଧାମାଧବ ଯାଦବ ସମିତି’ ଓଡ଼ିଶାରେ ବିଭିନ୍ନ ସମୟରେ ଲଉଡ଼ିଖେଳ,ଯାଦବ ସମ୍ପ୍ରଦାୟର ବୀରତ୍ବ ପ୍ରଦର୍ଶନ ବାଡ଼ି ବୁଲାଇବା ,ନିଆଁ ବାଡ଼ି ବୁଲାଇବା ଏପରି ଅନେକ ପ୍ରକାର ବୀରତ୍ବର ପ୍ରଦର୍ଶନ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ଆଧାର

Tags:

ଗଉଡ଼ ବାଡ଼ି ଖେଳ ପାଳନ ବିଧିଗଉଡ଼ ବାଡ଼ି ଖେଳ ଅତି ଯାକଯମକରେ ପାଳନ ହେଉଥିବା ଓଡ଼ିଶାର ସ୍ଥାନଗଉଡ଼ ବାଡ଼ି ଖେଳ ଆଧାରଗଉଡ଼ ବାଡ଼ି ଖେଳଗୋପାଳ (ଜାତି)

🔥 Trending searches on Wiki ଓଡ଼ିଆ:

ଦ୍ରାଘିମାସୁଦଶା ବ୍ରତଦୀପକ ମିଶ୍ରଅଖିଳ ମୋହନ ପଟ୍ଟନାୟକପ୍ରାଣକୃଷ୍ଣ ପରିଜାମନୋରଞ୍ଜନ ଦାସଚେକ୍ ଗଣରାଜ୍ୟଭୂଗୋଳନବୀନ ପଟ୍ଟନାୟକକବିମିଳିତ ଜାତିସଂଘ୧୪୧୭ପଦ୍ମ ଲୋଚନ ପଣ୍ଡାଅଂଶୁଘାତସଂକ୍ରାନ୍ତିବୀଜାଣୁ୬ ଜୁଲାଇଦାସକାଠିଆପ୍ରସନ୍ନ କୁମାର ପାଟ୍ଟଶାଣୀ୧୮୬୬ରାସନ କାର୍ଡ଼ (ଭାରତ)ଓଡ଼ିଆ ନାଟକଓଡ଼ିଶୀଆଲେକ୍‌ଜାଣ୍ଡର୍ ମହାନବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଲିଙ୍ଗରାଜ ମନ୍ଦିରବୀର ସୁରେନ୍ଦ୍ର ସାଏଯଦୁମଣି ମହାପାତ୍ରକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଶୋକ ସମ୍ରାଟସମ୍ବଲପୁର ଜିଲ୍ଲାଲୁଣରେବତୀ (କ୍ଷୁଦ୍ରଗଳ୍ପ)ଅନନ୍ତ ପଟ୍ଟନାୟକWikisourceଗ୍ରହମଇରଥବିଜୁ ପଟ୍ଟନାୟକଗୁଣନଗୁରୁଖ୍ରୀଷ୍ଟ ଧର୍ମତୁଷାରକାନ୍ତି ବେହେରାଭୁବନେଶ୍ୱର ରେଳ ଷ୍ଟେସନବୁଦ୍ଧ ପୂର୍ଣ୍ଣିମା୧୧ ଫେବୃଆରୀଆସନମଧୁସୂଦନ ଦାସଗୋଦାବରୀଶ ମହାପାତ୍ରଶକ୍ତି ପୀଠଦେବଦୁର୍ଲ୍ଲଭ ଦାସହନୁମାନପଦାର୍ଥପ୍ରଥମ ବିଶ୍ୱଯୁଦ୍ଧଭାରତର ସଂସ୍କୃତିଭାଷାଓଡ଼ିଶାର ତହସିଲ ତାଲିକାଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁରତ୍ରିକୋଣମିତିବିଜୟ କୁମାର ପ୍ରଧାନଦେବ୍ରାଜ ଲେଙ୍କାଧାତୁସାରଳା ମହାଭାରତରାମଚନ୍ଦ୍ର ବେହେରା🡆 More