ଖଣ୍ଡୁଆ

ଖଣ୍ଡୁଆ ଏକ ଉତ୍କଳୀୟ ବାନ୍ଧ କଳା । ସାରା ବିଶ୍ୱରେ ଏହାର ସ୍ୱତନ୍ତ୍ର ଚାହିଦା ରହିଛି । ତସର ବା ଟସର ସୂତାରେ ହସ୍ତଚାଳିତ ତନ୍ତଦ୍ୱାରା ଖଣ୍ଡୁଆ ବସ୍ତ୍ର ବୁଣାଯାଏ । ବସ୍ତ୍ର ଉପରେ ପଶୁ-ପକ୍ଷୀ ବୃକ୍ଷ-ଲତା ଦେବତା-ମନ୍ଦିର ଆଦିର ସୁନ୍ଦର ଚିତ୍ର କରାଯାଏ । ଏହି ବସ୍ତ୍ରରେ ମୁଖ୍ୟତଃ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଥାଏ । ବିବାହବେଳେ ବ୍ୟବହୃତ ଖଣ୍ଡୁଆ ପାଟ ବୁଣିବା ପାଇଁ ଲାଲ ବା କମଳା ରଙ୍ଗ, ଶାଳଗଛରୁ ସଂଗ୍ରହ କରାଯାଇଥାଏ । କଟକର ମାଣିଆବନ୍ଧ ଓ ନୂଆପାଟଣା ଖଣ୍ଡୁଆ ଓ ଖଣ୍ଡୁଆ ପାଟ ପାଇଁ ପ୍ରସିଦ୍ଧ । ଏଠାରେ ଖଣ୍ଡୁଆ ବସ୍ତ୍ର ବୁଣିବା ପାଇଁ ବୁଣାକାରମାନେ ପୁରୁଶାନୁକ୍ରମିକ ଭାବରେ ତାଲିମ ପାଇଥାନ୍ତି ।

ଖଣ୍ଡୁଆ
ବଡ଼ସିଂହାର ବେଶରେ ଲାଗି ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ

ଉତ୍ପତ୍ତି

ଖଣ୍ଡୁଆ ଶବ୍ଦଟିର ଅର୍ଥ ମୁଖ୍ୟତଃ 'ଖଣ୍ଡ'ରୁ ହୋଇଥିବା କୁହାଯାଏ । ସେହି ଅନୁସାରେ ଏହି ବସ୍ତ୍ରକୁ ଶରୀରରେ ନିମ୍ନ ଅଂଶରେ ପରିଧାନ କରାଯାଉଥିବାରୁ ଏହାକୁ 'ଖଣ୍ଡୁଆ' କୁହାଯାଏ । ଶ୍ରୀଜଗନ୍ନାଥଙ୍କୁ ଅବକାଶବଡ଼ସିଂହାର ବେଶରେ ଖଣ୍ଡୁଆ ବସ୍ତ୍ରଲାଗି କରାଯାଏ । ଏହି ଖଣ୍ଡୁଆକୁ କେନ୍ଦୁଲି ଖଣ୍ଡୁଆ କୁହାଯାଏ । କଟକ ଓ ମାଣିଆବନ୍ଧକୁ ଏହାର ଉତ୍ପତ୍ତିସ୍ଥଳ ବିଶ୍ୱାସ କରାଯାଉଥିବାରୁ ଏହି ବାନ୍ଧକଳାକୁ 'କଟକୀ' ଓ 'ମାଣିଆବନ୍ଧୀ' ମଧ୍ୟ କୁହାଯାଏ ।

ଇତିହାସ

ଏହି ପ୍ରକାର ପାଟ ଶାଢ଼ୀକୁ ସାଧାରଣତଃ ମାଣିଆବନ୍ଧ ଓ ନୂଆପାଟଣା ଅଂଚଳର ବୁଣାକାର (ତନ୍ତୀ) ସଂପ୍ରଦାୟର ବୁଣାକାରମାନେ ବୁଣିବାର ନଜିର ରହିଛି । ଉତ୍କଳରେ ଗଜପତି ରାଜାମାନଙ୍କର ରାଜୁତି ସମୟରେ ସ୍ୱତନ୍ତ୍ର ବୁଣାକାରମାନଙ୍କଦ୍ୱାରା ପ୍ରସ୍ତୁତ କେନ୍ଦୁଲି ଖଣ୍ଡୁଆକୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପଠାଯାଉଥିଲା । ସେବାଲାଗି ବ୍ୟବହୃତ ଏହି ପାଟଗୁଡ଼ିକୁ ପାରମ୍ପରିକ ପଦ୍ଧତିରେ ବୁଣାଯାଏ । ଏହାର ଲମ୍ବ ବାର ଫୁଟ ଦୁଇ କାଣି (କହୁଣିଠାରୁ କାଣି ଆଙ୍ଗୁଠି ପର୍ଯ୍ୟନ୍ତ ଦୂରତ୍ୱ) ହୋଇଥାଏ ।

ଆଧାର

Tags:

କଟକ

🔥 Trending searches on Wiki ଓଡ଼ିଆ:

୩୪୩କ୍ଲାଉଡ଼ ଟେକ୍ନୋଲୋଜିନୃସିଂହ ଚରଣ ପଣ୍ଡାଫିନଲ୍ୟାଣ୍ଡଗ୍ରେଗୋରି ପାଞ୍ଜିଭାଷାବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଟାଲୀଯୋଗଗୌରୀଶଙ୍କର ରାୟସୁକୁମାର ସେନମାସସୁଦାମ ମାରାଣ୍ଡିଲୁଣଅମୃତଭଣ୍ଡାଚିତ୍ତରଞ୍ଜନ ଦାସବିଜ୍ଞାନହୀରାକୁଦ ବନ୍ଧହୃଷୀକେଶ ପଣ୍ଡାହିଙ୍ଗୁଳା ମନ୍ଦିରମଣିଷଝୁଲଣ ଯାତ୍ରାସତ୍ୟନାରାୟଣ ରାଜଗୁରୁମହାଦେଶଭାନୁଜୀ ରାଓ୨୪ ଅପ୍ରେଲଜଗନ୍ନାଥ ଦାସଶକ୍ତି ପୀଠଓଡ଼ିଶାର ଦୋଳଯାତ୍ରାକଟକରସାୟନ ବିଜ୍ଞାନନିତ୍ୟାନନ୍ଦ ମହାପାତ୍ରଅକ୍ଷାଂଶ୬୦୨ଉତ୍ତମ ମହାନ୍ତିରଥଓଟାୱାଛବିଳ ମଧୁ ବର୍ଣ୍ଣବୋଧଭାରତୀୟ ମୁଦ୍ରାଫିଫା ବିଶ୍ୱକପବଲାଙ୍ଗୀରଉଇକିକମନ୍ସଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାକଳାପାହାଡ଼ଓଡ଼ିଶା ବିଧାନ ସଭାମୁକ୍ତେଶ୍ୱର ଦେଉଳଅନନ୍ତ ପଟ୍ଟନାୟକ୫ ମଇସଂସଦୀୟ ଗଣତନ୍ତ୍ର୧୯୫୩ଗୋପୀନାଥ ମହାନ୍ତିଚନ୍ଦ୍ରଶୈଳବାଳା ଦାସଶ୍ରୀଧର ଦାସସ୍ଫୁଲିଙ୍ଗ (କବିତା ସଙ୍କଳନ)ପ୍ରଥମ ବିଶ୍ୱଯୁଦ୍ଧନେପୋଲିୟନ ବୋନାପାର୍ଟସରଳା ଦେବୀବ୍ରାହ୍ମଣ୮ ଅପ୍ରେଲଅଖିଳ ମୋହନ ପଟ୍ଟନାୟକ୩ ସେପ୍ଟେମ୍ବରବୃହସ୍ପତିମଧୁସୂଦନ ରାଓପ୍ରାଣବନ୍ଧୁ କର୧୨ ଫେବୃଆରୀ🡆 More