କମଳା ନେହେରୁ: ଜବାହରଲାଲ ନେହେରୁଙ୍କ ଧର୍ମପତ୍ନୀ

କମଳା ନେହୁରୁ (pronunciation (help·info); ୧ ଅଗଷ୍ଟ ୧୮୯୯ – ୨୮ ଫେବୃଆରୀ ୧୯୩୬)ଜଣେ ସ୍ୱାଧୀନତା ସଂଗ୍ରାମୀ, ଜବାହରଲାଲ ନେହେରୁଙ୍କ ସ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ମା ଥିଲେ। ସେ ଜଣେ ଦେଶ ହିତାଭିଳାଷୀ ଥିଲେ ।

କମଳା
କମଳା ନେହେରୁ: ଜବାହରଲାଲ ନେହେରୁଙ୍କ ଧର୍ମପତ୍ନୀ
ଜନ୍ମ(1899-08-01)୧ ଅଗଷ୍ଟ ୧୮୯୯
ଦିଲ୍ଲୀ, ଭାରତ
ମୃତ୍ୟୁ୨୮ ଫେବୃଆରୀ ୧୯୩୬(1936-02-28) (ବୟସ ୩୬)
ଲୋସେନ, ସ୍ୱିଜରଲାଣ୍ଡ
ଜାତୀୟତାଭାରତୀୟ
ବୈବାହିକ-ସାଥୀଜବାହରଲାଲ ନେହେରୁ
ସନ୍ତାନଇନ୍ଦିରା ଗାନ୍ଧୀ

ପରିଚୟ

କମଳା ନେହେରୁ ଦିଲ୍ଲୀର ଏକ ପ୍ରମୁଖ ବ୍ୟବସାୟୀ ପଣ୍ଡିତ ଜବାହରଲାଲମଲ ଏବଂ ରାଜପତି କୌଲଙ୍କ କନ୍ୟା । ଏକ ଭାରତୀୟ ପରମ୍ପରାଗତ କାଶ୍ମିରୀ ବ୍ରାହ୍ମଣ ପରିବାରରେ କମଳାଙ୍କ ଜନ୍ମ ୧ ଅଗଷ୍ଟ ୧୮୯୯ ମସିହାରେ ଦିଲ୍ଲୀରେ ହୋଇଥିଲା । କମଳା ହେଉଛନ୍ତି ପରିବାରର ଜ୍ୟେଷ୍ଠ ସନ୍ତାନ ।. ଚାନ୍ଦ ବାହାଦୁର କାଉଲ ଏବଂ କୈଳାଶ ନାଥ କାଉଲ ନାମରେ ତାଙ୍କର ଦୁଇ ଭାଇ । ଅନ୍ୟ ଏକ ଭଉଣୀ ହେଲେ ସ୍ୱରୂପ କଟଯୁ । କମଳା ଜଣେ ପଣ୍ଡିତ ଏବଂ ଏକ ମୌଲବୀ ଗୃହ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଲାଭ କରିଥିଲେ । ମାତ୍ର ସତର ବର୍ଷ ବୟସରେ କମଳାଙ୍କ ବିବାହ ଜବାହରଲାଲ ନେହେରୁଙ୍କ ସହ ୮ ଫେବୃଆରୀ ୧୯୧୬ ମସିହାରେ ହୋଇଥିଲା । ବିବାହ ପରେ କମଳାଙ୍କ ନାମ କମଳା କୌଲ ନେହେରୁ ହେଲା । ବ୍ରିଟିଶ ଲେଖିକା କ୍ୟାଥରିନ ଫ୍ରାନ୍ସିକ ସ୍ୱରଚିତ ବହି "Indira: The Life of Indira Nehru Gandhi "ରେ ଲେଖିଛନ୍ତି ଯେ ଦିଲ୍ଲୀର ପରମ୍ପରାଗତ ହିନ୍ଦୁ ବ୍ରାହ୍ମଣ ପରିବାର ସହ ସମ୍ବନ୍ଧ ରଖିଥିବା ହେତୁ କମଳା ନେହେରୁଙ୍କ ଚରିତ୍ରରେ ହିନ୍ଦୁ ସଂସ୍କାର ସ୍ପଷ୍ଟ ବାରିହୋଇପଡୁଥିଲା । କିନ୍ତୁ ବିବାହ ପରେ ବିଦେଶ ଫେରନ୍ତା ତଥା ପାଶ୍ଚାତ୍ୟ ଢଙ୍ଗରେ ପ୍ରଭାବୀ ନେହେରୁଙ୍କ ପରିବାରରେ ତାଙ୍କୁ ଅଲଗା ପରିବେଶରେ ରହିବାକୁ ହେଲା ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା

କମଳା ନେହେରୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଜବାହାରଙ୍କ ପ୍ରମୁଖ ସହଯୋଗୀ ଥିଲେ । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଆଲ୍ଲହାବାଦରେ ମହିଳାମାନଙ୍କୁ ଏକତ୍ର କରି ବିଦେଶୀ ଲୁଗା ଦୋକାନ ତଥା ମଦ ଦୋକାନରେ ପିକେଟିଂ କରିବା ଆରମ୍ଭ କଲେ । ଏପରିକି ଇଂରେଜ ସରକାର ଯେତେବେଳେ ଜବାହାରଙ୍କୁ ଇଂରେଜ ବିରୋଧୀ ଭାଷଣ ଦେବାରୁ ବିରତ କରିବାକୁ ଦେଶଦ୍ରୋହ ଅପରାଧରେ ଗିରଫ କଲେ, ସେତେବେଳେ କମଳା ନେହେରୁ ଜବାହରଙ୍କ ଲିଖିତ ଭାଷଣ ପଢିବାକୁ ଆଗେଇଯାଇଥିଲେ । ଯେତେବେଳେ ଇଂରେଜ ସରକାର ଦେଖିଲେ ଯେ ସ୍ୱାଧୀନତା ସଂଗ୍ରାମରେ କମଳାଙ୍କ ଲୋକପ୍ରିୟତା ବୃଦ୍ଧି ହେଉଛି, ସେତେବେଳେ ଭିନ୍ନ ଭିନ୍ନ ସଂକ୍ରାନ୍ତରେ କମଳାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା । କମଳାଙ୍କ ସହ ସରୋଜିନୀ ନାଇଡୁ ତଥା ଅନ୍ୟ ମହିଳା ମଧ୍ୟ କାରାବରଣ କରିଥିଲେ । ଏହି ସମୟରେ କମଳା ନିଜ ଘର ସ୍ୱରାଜ ଭବନର ଏକ ବଖରାରେ ଆହତ ସ୍ୱତନ୍ତ୍ରତା ସେନାନୀମାନଙ୍କୁ ସେବା କରିବା ତଥା ଔଷଧ ବିତରଣ କରିବା ଆରମ୍ଭ କରିଦେଲେ । କମଳାଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ତଥା ଅନ୍ୟ ପ୍ରମୁଖ ନେତାଙ୍କ ସହାୟତାରେ ଏହାକୁ କମଳା ନେହେରୁ ମେମୋରିଅଲ ହାସପାତାଳ ନାମରେ ପ୍ରତିଷ୍ଠା କଲେ ।

ଆଧାର

Tags:

About this soundKamla Nehru.oggଇନ୍ଦିରା ଗାନ୍ଧୀଉଇକିପିଡ଼ିଆ:Media helpଜବାହରଲାଲ ନେହେରୁଫାଇଲ:Kamla Nehru.ogg

🔥 Trending searches on Wiki ଓଡ଼ିଆ:

ସୁନ୍ଦରଗଡ଼କାଳୀଚରଣ ପଟ୍ଟନାୟକମକର (ରାଶି)ସମୀର ରଞ୍ଜନ ଦାଶହୃଷୀକେଶ ମଲ୍ଲିକଓଡ଼ିଆ ନାଟକତରଳ ଝାଡ଼ାଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଦିନଅଷ୍ଟ୍ରେଲିଆତନ୍ତସାରଳା ଦାସଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଜଗଦୀଶ ମହାନ୍ତିଦଣ୍ଡ ନାଟଭାରତୀୟ ସମ୍ବିଧାନଚୈତ୍ରଗ୍ରହରଘୁବଂଶବାଘହାଣ୍ଡିମହାବୀର ଜୈନଚା’ହୋ ଜନ‌ଜାତିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରବୀନ୍ଦ୍ର କୁମାର ପ୍ରହରାଜଚାରି ଧାମଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟମେରୁ ଯାତ୍ରାଏଣ୍ଟ୍ରେକ୍ଟିନିବଡିଡାନୋସିନକୋଷଫେସବୁକQR codeଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁମାର ପୂର୍ଣ୍ଣିମାଓଧଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଜ୍ୟୋତି ପ୍ରକାଶ ପାଣିଗ୍ରାହୀବସନ୍ତ କୁମାର ଶତପଥୀକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇରମଲାରି ସାଙ୍ଗରଇରା ମହାନ୍ତିଅଂଶୁଘାତସାପଇମରାନ ଖାଁଭଦ୍ରକ ଜିଲ୍ଲାରାଜ ଯୋଗଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଜଗନ୍ନାଥବାଣରାଧାମହାନଦୀଯକ୍ଷ୍ମାଜାନକୀ ବଲ୍ଲଭ ପଟ୍ଟନାୟକସାହି ଯାତକୁଷ୍ଠରାଜ୍ୟ ସଭାସ୍ନେହସାରପବିତ୍ର ମୋହନ ଜେନାଚାଣକ୍ୟଅଖିଳ ମୋହନ ପଟ୍ଟନାୟକଅଶୋକ (ସମ୍ରାଟ)ଦଶାବତାରକୋଣାର୍କ ସୂର୍ଯ୍ୟ ମନ୍ଦିରପଞ୍ଚସଖା🡆 More