ପୁରୀ: ଓଡିଶାର ଏକ ସହର

[[Category: with short description]]

ପୁରୀ
ସହର
ପୁରୀ: ଭୂଗୋଳ, ଇତିହାସ, ପୌରାଣିକ
ଦେଶପୁରୀ: ଭୂଗୋଳ, ଇତିହାସ, ପୌରାଣିକ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
Government
 • Bodyପୁରୀ ପୌରପାଳିକା
Area
 • ସମୁଦାୟ16.3268 km2 (6.3038 sq mi)
Elevation
0 m (0 ft)
Population
 (2011)
 • Total୨,୦୧,୦୨୬
 • Density12,000/km2 (32,000/sq mi)
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)
ପିନ ନମ୍ବର
୭୫୨ ୦୦x
ଟେଲିଫୋନ କୋଡ଼୦୬୭୫୨
ଯାନବାହାନ ପଞ୍ଚୀକରଣOD-13

ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ।

ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ।  ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି ।

ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .

ଭୂଗୋଳ

ପୁରୀ ଭାରତର ପୁର୍ବ ଦିଗରେ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଏହା ବଙ୍ଗୋପସାଗର ଉପକୂଳରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୬୦ କିଲୋମିଟର ଦୂରତାରେ ଅବସ୍ଥିତ । ଏହାର ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ସିପସରୁବାଲି ମୌଜା, ପୂର୍ବରେ ବାଲୁଖଣ୍ଡ ମୌଜା, ଉତ୍ତରରେ ଗୋପୀନାଥପୁର ମୌଜା ଅଛି ।

ଇତିହାସ

ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଡ଼ଦେଉଳ ଓ ଗୁଣ୍ଡିଚା ବାଡ଼ି ମଧ୍ୟରେ ବାଙ୍କୀ ମୁହାଣ ନଦୀ ପ୍ରବାହିତ ହେଉଥିଲା । ବର୍ତ୍ତମାନ ଯାହାକୁ ଶରଧା ବାଲି କୁହାଯାଉଛି ତାହା ପୂର୍ବେ ନଦୀର ଗର୍ଭ ଥିଲା । ରଥଯାତ୍ରାରେ ଦୁଇସାରି ରଥ ତିଆରି ହେଉଥିଲା ଏବଂ ନଦୀର ପ୍ରତ୍ୟେକ ତୀରରେ ସାରିଏ ରଥ ରହୁଥିଲା । ଏହି ବାଙ୍କୀ ମୁହାଣ ନଦୀ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି । ବାଙ୍କୀ ମୁହାଣ ନଦୀ, ମିଟିଆଣି ନଦୀ ଓ ମଙ୍ଗଳା ନଦୀ, ଏହି ତିନୋଟି ନଦୀ ପୁରୀ ସ‌ହରକୁ ପୂର୍ବେ ତିନି ଆଡୁ ବେଢ଼ି ରହିଥିଲା ଏବଂ ଅନ୍ୟ ଦିଗରୁ ସାଗର ବେଢ଼ି ରହିଥିଲା। ତେଣୁ କ୍ଷେତ୍ରଟି ଦ୍ୱୀପ ପରି ଦେଖାଯାଉଥିଲା।

ପୌରାଣିକ

ପରମ ତୀର୍ଥକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ପ୍ରସିଦ୍ଧ । ଏହାର ଅନ୍ୟନାମ ଶଙ୍ଖକ୍ଷେତ୍ର । ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡ ଅନୁଯାୟୀ ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍ଖକ୍ଷେତ୍ର କୁହାଯାଏ । ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ । ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।

ଏହି ଶଙ୍ଖାକାର କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମ ସୀମା । ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ) ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି । ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ । ଅର୍ଦ୍ଧାଶିନୀ ଶଙ୍ଖର ମଧ୍ୟଭାଗରେ ଅବସ୍ଥାନ କରୁଛନ୍ତି । ନୀଳଗିରି ଏହି କ୍ଷେତ୍ରରେ ଶୋଭାପାଉଛି । ଏହି ନୀଳଗିରି ପୁରୁଷୋତ୍ତମ ଜଗନ୍ନାଥଙ୍କ ନିବାସ ସ୍ଥଳ ।

ପୁରୀ ଧାମ

ତପସ୍ୟା, ଯଜ୍ଞ, ସେବାପୂଜା ଓ ନାମ ଆର୍ଯ୍ୟସାଧନ ମାର୍ଗର ମୁଖ୍ୟ ଚାରିଗୋଟି ଉପାୟ । ଚତୁମାର୍ଗଂ ହି ସାଧନମ୍ ହି ସାଧନମ୍ ଏହି ଚାରିଗୋଟି ମାର୍ଗକୁ କେନ୍ଦ୍ରକରି ଚାରିଧାମର ସ୍ଥାପନା ହୋଇଛି । ଭଗବାନ ନରନାରାୟଣ ସତ୍ୟଯୁଗରେ ବଦ୍ରିକାଶ୍ରମରେ ତପସ୍ୟା କରି ତାକୁ ତପୋଭୂମି ରୂପରେ ସତ୍ୟଯୁଗର ଧାମ ରୂପରେ ପ୍ରତିଷ୍ଠା କରିଲେ । ତ୍ରେତାଯୁଗରେ ସ୍ୱୟଂ ରାମଚନ୍ଦ୍ର ମହାଯଜ୍ଞରୁ ବାହାରି ରାମେଶ୍ୱରରେ ଶିବ ଓ ବିଷ୍ଣୁଙ୍କର ମିଶ୍ର ଯଜ୍ଞ କରି ସମନ୍ୱୟ ମତର ପ୍ରତିଷ୍ଠା କରି ଯଜ୍ଞ ସ୍ୱରୂପ ଯୁଗଧାମ ପ୍ରତିଷ୍ଠା କରିଲେ । ଦ୍ୱାପର ଯୁଗରେ ଦ୍ୱାରକାରେ ସ୍ୱୟଂ ଶ୍ରୀକୃଷ୍ଣ ରାଜତ୍ୱ କରି ସେବା ଭାବରେ ପରାକାଷ୍ଠା (ଗୁରୁତ୍ୱ) ବଢ଼ାଇ ମୂଳ ଦ୍ୱାରକାକୁ ସେବାପୂଜାରେ ପ୍ରତୀକ ତୃତୀୟ ଯୁଗଧାମ ରୂପରେ ପ୍ରତିଷ୍ଠା କଲେ । କଳିରେ ସ୍ୱୟଂ ବ୍ରହ୍ମ ପୁରୁଷୋତ୍ତମ ଓଁକାର ବା ବ୍ରହ୍ମ ନାମରେ ପ୍ରତୀକ ରୂପରେ ପୁରୁଷୋତ୍ତମ କ୍ଷେତ୍ରରେ ସ୍ୱୟଂ ପ୍ରକଟ ହୋଇ ହରିକୀର୍ତ୍ତନ ସୂତ୍ରରେ ନାମମୟ ଧାମର ପ୍ରତିଷ୍ଠା କରିଲେ । ଧାମ ବ୍ରହ୍ମେଣ ସ୍ଥାପିତମ୍ ଅର୍ଥାତ୍ ଚାରିଗୋଟି ମୁଖ୍ୟ ଧାମ ସାଧନ ମାର୍ଗ ଉପରେ ଆଧାରିତ ହୋଇଥିବାରୁ ଜଗଦଗୁରୁ ଶଙ୍କର ଜ୍ୟୋତି, ଦ୍ୱାରକା, ସେତୁଶଙ୍କର ଓ ପୁରୀ ଏହି ୪ ଧାମ ପ୍ରତିଷ୍ଠା କରିଥିଲେ । ଆପ୍ତ ପ୍ରମାଣରୁ ଏହାହିଁ ଜଣାଯାଏ ।

ପୁରୀର ପ୍ରାଚୀନ ନାମ

ପୁରୀର ନାମ ମାର୍କଣ୍ଡେୟ ପୁରାଣରେ ଥିଲେ ମଧ୍ୟ ଏହାର ସର୍ବପ୍ରାଚୀନ ନାମ "ଅନ୍ତର୍ବେଦୀ' ମହାଭାରତ ବନ ପର୍ବରେ ଅନ୍ତର୍ବେଦୀ ମିତିଖ୍ୟାତମ ଆସିଅଛି। ଗୀତର ପୁରୁଷୋତ୍ତମ ଯୋଗରେ (୧୫ଦଶ ଅଧ୍ୟାୟ) ଏହା ଲୋକରେ ପୁରୁଷୋତ୍ତମ ବା ପୁରୁଷୋତ୍ତମ କ୍ଷେତ୍ର ରୂପରେ ହିଁ ନେଇଛନ୍ତି । ସ୍କନ୍ଧ ପୁରାଣ ୧୨ ଅଧ୍ୟାୟରେ ପୁରୀ ଶଙ୍ଖାକାର ହୋଇଥିବାରୁ ଶଙ୍ଖକ୍ଷେତ୍ର ନାମରେ ମାନିଛନ୍ତି ଓ ସେହି କ୍ଷେତ୍ରରେ ଅଷ୍ଟଶକ୍ତି, ଅଷ୍ଟଶମ୍ଭୁ ଓ ପଞ୍ଚତୀର୍ଥ ଥିବାର ବର୍ଣ୍ଣନା କରିଛନ୍ତି । ଦେବୀଭାଗବତ, କାଳୀକାପୁରାଣ ନୀଳତନ୍ତ୍ର ଏହିଠାରେ ସତୀଙ୍କର ପାଦ ପଡ଼ିଥିବାରୁ ଏହାକୁ ପାଦାପୀଠ ବା ଉଡ଼ୀୟାନ ପୀଠ ନାମଦେଇ ବିମଳାଙ୍କୁ ଭୈରବୀ ଓ ଜଗନ୍ନାଥଙ୍କୁ ଭୈରବ ବୋଲି କହିଛନ୍ତି । ସ୍କନ୍ଧପୁରାଣ, ବାମଦେବ ସଂହିତା, କପିଳ ସଂହିତା, ଏଠାରେ ନୀଳପର୍ବତ ନାମକ ପବିତ୍ର ପର୍ବତର ଗୁହାରେ ପ୍ରଭୁ ପ୍ରଥମେ ବିରାଜିତ ଥିବାରୁ ଏହି କ୍ଷେତ୍ରକୁ 'ନୀଳାଦ୍ରି' ନାମ ଦେଇଛନ୍ତି। ନୀଳଶିଖର ଶୃଙ୍ଗସ୍ଥ ବିଭ୍ରତିବପୁ ସ୍କନ୍ଧ ପୁରାଣ ୭ ।୭୧ ତଥା ଜନ୍ତ୍ର ବିଶେଷତଃ ନୀଳତନ୍ତ୍ର, ଉଡ଼ାନ ତନ୍ତ୍ର, M.S.S କହନ୍ତି । ଏଠାରେ ନୀଳ ନାମକ ତନ୍ତ୍ର ମାର୍ଗର କେନ୍ଦ୍ର ଥିଲା । ତେଣୁ ଏହା ନୀଳକ୍ଷେତ୍ର । ବାସ୍ତବରେ ତାରାତନ୍ତ୍ର ପ୍ରଥମ ପ୍ରକାରଣ ୮ମ ଶ୍ଳୋକ (ବାରଣାସୀ ପ୍ରକାଶନ)ରେ ମହାନୀଳ ଏକ ସାଧନା ମାର୍ଗଥିଲା । ନୀଳ ସରସ୍ୱତୀ ସାଧକମାନେ ଏହାକୁ ନୀଳକ୍ଷେତ୍ର କହନ୍ତି । ତେଣୁ ପୁରାଣ ଯୁଗ ପୂର୍ବରୁ ଏହାର ନାମ ଥିଲା ଅନ୍ତର୍ବେଦୀ, ପୁରାଣଯୁଗରେ ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖକ୍ଷେତ୍ର, ନୀଳାଦ୍ରି ନାମ ଖ୍ୟାତ ଥିଲା । ତନ୍ତ୍ର ମତରେ ଏହାର ନାମ ଉଡ଼ୀୟାନ ପୀଠ । ଏହି ପାଞ୍ଚଗୋଟି ପ୍ରାଚୀନ ନାମ ବ୍ୟତୀତ ଏହାକୁ „ପତିତ ପାବନ କ୍ଷେତ୍ର, ମର୍ତ୍ତ୍ୟବୈକୁଣ୍ଠ, ଯମନିକ କ୍ଷେତ୍ର ପ୍ରଭୃତି କେତେଗୁଡିଏ ନାମକୁ ସଂସ୍କୃତ ସାହିତ୍ୟ ସ୍ୱୀକାର କରିଅଛନ୍ତି । ପ୍ରାଚୀନ ଐତିହାସିକ ଶିଳାଲିପିରେ ମଧ୍ୟ ପୁରୀ ପୁରୁଷୋତ୍ତମ କ୍ଷେତ୍ର ବୋଲି ବର୍ଣ୍ଣିତ ହୋଇଛି । ତାହା ମଧ୍ୟରୁ ଚନ୍ଦ୍ରିକା ଦେବୀଙ୍କର ୧୨୭୮ ଖ୍ରୀଷ୍ଟାବ୍ଦରେ ଅନନ୍ତ ବାସୁଦେବଙ୍କ ଅବସ୍ଥିତ ବିଷୟ ଉଲ୍ଲେଖ କରାଯାଉଛି । ଦାଶଗୋଦା ତାମ୍ରଶାସନରେ ରାଘବ ଦେବ ପୁରୁଷୋତ୍ତମ ନାମକୁ ପ୍ରଖ୍ୟାତ କରାଇ ଅଛନ୍ତି ।

ଦର୍ଶନୀୟ ସ୍ଥାନ

ପୁରୀ: ଭୂଗୋଳ, ଇତିହାସ, ପୌରାଣିକ 
ଦେଉଳମୁଁଡ(ଦୋଳମଣ୍ଡପ) ସାହିରୁ ଜଗନ୍ନାଥ ମନ୍ଦିରର ଦୃଶ୍ୟ

ଅଠରନଳା ହେଉଛି ଅଷ୍ଟାଦଶ ପୁରାଣର ପ୍ରତୀକ । ଅଷ୍ଟାଦଶ ପୁରାଣ ପାଠ ଓ ନାନାଦି ବ୍ରତ ଉପବାସ କରିଲା ପରେ ଯେମିତି ଧର୍ମ ଦିଗକୁ ମନବଳେ, ସେମିତି ଅଠରନଳା ଅତିକ୍ରମ କଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦେଖାଯାଏ । ବସ୍ ଯୋଗେ ପୁରୀକୁ ଯିବାବେଳେ ବାଟରେ ଅଠରନଳା ପଡ଼ିଥାଏ ।ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ।ଏଥିରେ ଥିବା ଖିଲାଣଗୁଡ଼ିକ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ । ଏହାର ମଝି ଖିଲାଣଟି ବଡ଼ ଓ ଅନ୍ୟ ଖିଲାଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି । କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ତିଆରି କରାଯାଇଛି ।

  • ପୁରୀ ବେଳାଭୂମି

ବଙ୍ଗୋପସାଗର ଉପକୂଳରେ ଥିବା ଏହି ବେଳାଭୂମି ଭାରତର ପଶ୍ଚିମବଙ୍ଗ କିମ୍ବା ଓଡ଼ିଶା ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଅନ୍ୟତମ ଲୋକପ୍ରିୟ ବେଳାଭୂମି । ପୁରୀ ନିଜେ ହିପ୍ପି ଏବଂ ବ୍ୟାକପ୍ୟାକର୍ ମଧ୍ୟରେ ଏକ ଲୋକପ୍ରିୟ ସହର ଏବଂ ସମୁଦ୍ର କୂଳ ସେହି ଭିଡ଼କୁ ମଧ୍ୟ ଆକର୍ଷିତ କରିଥାଏ |

ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡ଼ମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣାଶୁଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ଦେଉଳ । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।

  • ପଞ୍ଚତୀର୍ଥ: ବ୍ରହ୍ମ ପୁରାଣ ଅନୁସାରେ ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ଜଗନ୍ନାଥବଳରାମଙ୍କୁ ରତ୍ନବେଦୀରେ ଦର୍ଶନ, ସମୁଦ୍ରରେ ସ୍ନାନ ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ । ଏହାକୁ ପଞ୍ଚତୀର୍ଥ କୁହାଯାଏ । ହଳଧରକୃତ ସ୍ମୃତି ଦର୍ପଣ ଅନୁସାରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ହେଉଛି ପଞ୍ଚତୀର୍ଥ । କେହି କେହି ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ମାର୍କଣ୍ଡେଶ୍ୱର ଶିବଙ୍କର ଦର୍ଶନ, ଅକ୍ଷୟବଟ ଓ ବଟମୂଳରେ ଥିବା ବଟେଶ୍ୱରଙ୍କୁ ଦର୍ଶନ, ମନ୍ଦିର ଭିତରେ ଗରୁଡ଼ ଓ ଠାକୁରଙ୍କୁ ଦର୍ଶନ, ଉଗ୍ରସେନଙ୍କୁ ଦର୍ଶନ କରି ସାଗର ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ଓ ତଦୁପରାନ୍ତ ନୃସିଂହଙ୍କୁ ଦର୍ଶନ କରିବାକୁ ପଞ୍ଚତୀର୍ଥ କହିଥାନ୍ତି । ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷ ଦଶମୀଠାରୁ ପଞ୍ଚତୀର୍ଥ ବ୍ରତର ସଂକଳ୍ପ କରି ଏହାକୁ ସ୍ନାନ ପୂର୍ଣ୍ଣମୀଦିନ ଉଦ୍​ଯାପନ କରାଯାଏ । କେହି କେହି କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀଠାରୁ ଏହି ବ୍ରତର ସଂକଳ୍ପ କରି ପୂର୍ଣ୍ଣମୀ ଦିନ ଉଦ୍​ଯାପନ କରିଥାନ୍ତି । ପଞ୍ଚତୀର୍ଥରେ ପିଣ୍ଡଦାନ ବିଧି ଶାସ୍ତ୍ର ସମ୍ମତ । ପଞ୍ଚତୀର୍ଥର ଘାଟ ନିଲାମ ହୋଇ ମିଳୁଥିବା ଆୟ ଶ୍ରୀମନ୍ଦିରକୁ ଯାଏ ।
  • ମାର୍କଣ୍ଡେୟ ପୁଷ୍କରଣୀ : ଏହି ପୁଷ୍କରିଣୀର ଉତ୍ତର ୩୫୦ ଫୁଟ, ପୂର୍ବ ୫୦୫ ଫୁଟ, ଦକ୍ଷିଣ ୩୮୫ ଫୁଟ ଓ ପଶ୍ଚିମ ୫୪୨ ଫୁଟ ଲମ୍ବ । ମାର୍କଣ୍ଡେୟ ମୁନି ତପସ୍ୟାକରି ଶିବଙ୍କୁ ସନ୍ତୁଷ୍ଟ କରି ମୃତ୍ୟୁଞ୍ଜୟ ହୋଇଥିବାରୁ ତାଙ୍କରି ନାମାନୁସାରେ ଏହି ପୁଷ୍କରିଣୀଟି ନାମିତ ବୋଲି କିମ୍ବଦନ୍ତୀ ରହିଛି। ଏହି ପୁଷ୍କରିଣୀ ତୀରରେ ମାର୍କଣ୍ଡେଶ୍ୱର ମନ୍ଦିର, ମୃତ୍ୟୁଞ୍ଜୟ ଲିଙ୍ଗ, ପଞ୍ଚପାଣ୍ଡବ ଓ କାଳୀୟଦଳନ ମୂର୍ତ୍ତୀ ରହିଛି। ମାଦଳା ପାଞ୍ଜି ଅନୁସାରେ କୋଶଳକେଶରୀ ରାଜା ମାର୍କଣ୍ଡେଶ୍ୱର ମନ୍ଦିର ଓ ପୁଷ୍କରିଣୀର ପଶ୍ଚିମ ପାର୍ଶ୍ୱସ୍ଥ ପଥର ପାଚେରୀ ନିର୍ମାଣ କରାଇଥିଲେ।
  • ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ:

ଏହା ଗୁଣ୍ଡିଚା ମନ୍ଦିର ପାଖରେ ଅବସ୍ଥିତ । ଇତିହାସରୁ ଜଣାଯାଏ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଏବଂ ଜଗନ୍ନାଥସଂସ୍କୃତିର ଜଗନ୍ନାଥଙ୍କ ସମେତ ଚାରି ବିଗ୍ରହ ସ୍ଥାପନ କରିଥିଲେ । [୪] ଏହି ପୁଷ୍କରିଣୀ କିପରି ପବିତ୍ର ତାହା ଏହାର ସ୍ଥାପନାରୁ ଜଣାଯାଏ । ରାଜା ଇନ୍ଦ୍ରଦ୍ୟୁମ୍ନ ହଜାରେ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଇ ଏହି ଜମିକୁ କିଣିଥିଲେ । ସେହି ଦିନଠୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପବିତ୍ର ତୀର୍ଥ ନାମରେ ପରିଗଣିତ ହେଲା ।

ପୁରୀ: ଭୂଗୋଳ, ଇତିହାସ, ପୌରାଣିକ 
ବେଳାଭୁଇଁରେ ବେଳବୁଡ଼

ଶ୍ରୀକ୍ଷେତ୍ରର ସୁପ୍ରସିଦ୍ଧ ଆଶ୍ରମ

ଆଙ୍ଗିରା ଆଶ୍ରମ

ପୁରୀ: ଭୂଗୋଳ, ଇତିହାସ, ପୌରାଣିକ 
ଅଙ୍ଗିରା ଆଶ୍ରମର ବାହାର ଦୃଶ୍ୟ
ପୁରୀ: ଭୂଗୋଳ, ଇତିହାସ, ପୌରାଣିକ 
ଅଙ୍ଗିରା ଆଶ୍ରମର ଭିତର ଦୃଶ୍ୟ

ଆଙ୍ଗିରା ଆଶ୍ରମ ବଡ଼ଦେଉଳର ପୂର୍ବଦିଗରେ ଥିବା ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଛକରେ ଅବସ୍ଥିତ।ସେହି ପୁରାତନ ମଣ୍ଡପଟି ପୋତି ହୋଇ କାଳକ୍ରମେ ଗୋଟିଏ ଛୋଟିଆ ଚାନ୍ଦିନୀ ଆକାରର ହୋଇଯାଇଛି।ଜାଗାଘର କର୍ମକର୍ତ୍ତାମାନେ ବେଳେବେଳେ ଏଠାରେ ବୈଠକ ବସାନ୍ତି।ଏହି ମଣ୍ଡପଟି ବୃକ୍ଷଲତା ପରିବେଷ୍ଟିତ ।ଦୋଳମଣ୍ଡପ ସାହିର ନାମ ଏହି ମଣ୍ଡପର ନାମ ଅନୁଯାୟୀ ହୋଇଛି।ବର୍ତ୍ତମାନ ଦୋଳମଣ୍ଡପ ଶ୍ରୀମନ୍ଦିରର ଅତି ନିକଟରେ ଉତ୍ତର ଦିଗରେ ସୁନ୍ଦର ଭାବେ ନିର୍ମିତ ହୋଇଛି ଓ ସେଠାରେ ଦୋଳ ଉତ୍ସବ ଏବଂ ଅବିର ଉତ୍ସବ ଖେଳ ହେଉଛି।ଆଙ୍ଗିରା ଆଶ୍ରମ ଜହ୍ନିମୁଣ୍ଡିଆ ଛକର ଦୋଳମଣ୍ଡପର ଦକ୍ଷିଣଦିଗରେ ରହିଛି।ବହୁ ପ୍ରାଚୀନ ବର ଅଶ୍ୱତ୍ଥ ବୃକ୍ଷର ଯୁଗଳବନ୍ଦୀରେ କେତୋଟି ଧ୍ୟାନ କକ୍ଷ ଥିଲା।ଏହି ଧ୍ୟାନ କକ୍ଷରେ ବିନା ବାଧା ବିଘ୍ନରେ ବସି ଋଷି ଆଙ୍ଗିରା ଓ ତାଙ୍କ ଶିଷ୍ୟମାନେ ମହାପ୍ରଭୁଙ୍କୁ ଧ୍ୟାନ କରୁଥିଲେ।ବର୍ତ୍ତମାନ ସେହି ବୃକ୍ଷ ମୂଳରେ ନୁଆଁଣିଆ ବଖୁରିଏ ଘର ଏବଂ ଗୋଟିଏ ଛୋଟିଆ ରୋଷେଇଘର ବଡ଼ଛତା ମଠ ତରଫରୁ ତିଆରି କରାଯାଇଛି ଓ ସେଠାରେ ପ୍ରତିଦିନ ଖେଚୁଡ଼ି ଭୋଗ ବ୍ୟବସ୍ଥା କରାଯାଇଛି।ନୁଆଁଣିଆ ଟିଣଛପର ଘରର ଭିତରକୁ ନିରିଖିକି ଦେଖିଲେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା' ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦୃଷ୍ଟି ପଥାରୁଢ଼ ହୁଅନ୍ତି।ଏହି ଚତୁର୍ଦ୍ଧା ମୂର୍ତ୍ତି ଅଧିକାଂଶ ସମୟ ଅନ୍ଧକାର ଗମ୍ଭୀରା ଭିତରେ ରହିଥାନ୍ତି ଓ ତାଙ୍କ ପାଖାପାଖି ଶ୍ରୀରାମଚନ୍ଦ୍ରଙ୍କର ମୂର୍ତ୍ତି ରହିଛି । ସେ ବଡ଼ଛତା ମଠର ଇଷ୍ଟଦେବତା ଅଟନ୍ତି।ଏହି ମୂର୍ତ୍ତି ପାଷାଣରେ ନିର୍ମିତ।ମହାପ୍ରଭୁଙ୍କ ଦାରୁ କେବେ କେମିତି ନବକଳେବର ହୁଅନ୍ତି।ସ୍ନାନ ପୂର୍ଣ୍ଣିମା ଓ ଅଣସର ସମୟରେ ଦୋଳମଣ୍ଡପ ସାହିର ଚିତ୍ରକରମାନେ ମହାପ୍ରଭୁଙ୍କୁ ବନକଲାଗି କରିଥାନ୍ତି।ଆଶ୍ରମର ପ୍ରବେଶ ପୂର୍ବରୁ ସପ୍ତର୍ଷିମଣ୍ଡଳସ୍ଥ ଋଷିଗଣ ଯଥା:- ଅତ୍ରି, ଆଙ୍ଗିରା, ବଶିଷ୍ଠ, ମରୀଚି, କ୍ରତୁ, ପୁଲହ, ପୁଲସ୍ତ୍ୟ ଆଦିଙ୍କ ଚିତ୍ର ଦୃଷ୍ଟି ପଥରେ ପଡ଼େ।ବଡ଼ଛତା ମଠ ଏହି ଆଶ୍ରମକୁ "ବଡ଼ଛତା" ଶାଖା "ଆଙ୍ଗିରାମଠ" ନାମକରଣ କରିଛନ୍ତି।ଆଶ୍ରମର ଅଗଣାରେ ଏକ କୂପ ରହିଛି ଯାହାକି ବ୍ୟବହାର ସୁଅନୁପଯୋଗୀ ।ବର ଅଶ୍ୱତ୍ଥ ବୃକ୍ଷର ସନ୍ଧି ସ୍ଥଳରେ ଭକ୍ତମାନେ କେତୋଟି ଶିବଲିଙ୍ଗ ସ୍ଥାପନା କରିଛନ୍ତି।ଏହି ଆଶ୍ରମର ଗମ୍ଭୀରାରେ ଗରୁଡ଼ କରଯୋଡ ମୁଦ୍ରାରେ ବିଦ୍ୟମାନ ହୋଇଛନ୍ତି।ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ତିଥିରେ ଶ୍ରୀସୁଦର୍ଶନ ବିମାନରେ ବସି ବିମାନବଡୁ ସେବକମାନଙ୍କ କାନ୍ଧରେ ଏଠାକୁ ମହାପ୍ରଭୁଙ୍କୁ ରକ୍ଷାବନ୍ଧନର ସାକ୍ଷୀ ରହିବା ପାଇଁ ଆସିଥାନ୍ତି।ଏଠାରେ ତାଙ୍କ ଭବ୍ୟ ସମ୍ବର୍ଦ୍ଧନା, ଉପାସନା ହେବା ସହିତ ସାହିର ଭକ୍ତମାନଙ୍କ ତରଫରୁ ପନ୍ତି ଭୋଗ ସମର୍ପଣ କରାଯାଇଥାଏ।ପୂର୍ବେ ଚକ୍ରରାଜ ସୁଦର୍ଶନ ଆଶ୍ରମକୁ ପରିକ୍ରମା କରିବାର ପରମ୍ପରା ଥିଲା କିନ୍ତୁ ଏବେ ଆଶ୍ରମର ଚତୁଃପାର୍ଶ୍ୱ ଆବର୍ଜନାରେ ପୂର୍ଣ୍ଣ ହୋଇଥିବାରୁ ଏହି ପରମ୍ପରା ଆଉ ପାଳନ ହେଉନାହିଁ।ଶ୍ରୀସୁଦର୍ଶନ କୁମାର ପୂର୍ଣ୍ଣିମା ରାତ୍ରିକାଳରେ ଏଠାରେ ବିଜେ ହୋଇ ପନ୍ତି ଭୋଗ ମଣୋହି କରନ୍ତି।ଶ୍ରୀଜଗନ୍ନାଥଙ୍କ ଶ୍ରୀଭୂଜରେ ଶୋଭା ପାଉଥିବା ସ୍ୱର୍ଣ୍ଣ ସୁଦର୍ଶନ ଚକ୍ର ମଧ୍ୟ ଏହି ଆଶ୍ରମକୁ ଶ୍ରାବଣ କୃଷ୍ଣ ଏକାଦଶୀ ବା ଚକ୍ର ବୁଲା ଏକାଦଶୀ ତିଥିରେ ବିଜେ ହୋଇଥାନ୍ତି ଓ ମୁନିଋଷିଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି।ଭକ୍ତମାନେ ଚକ୍ରରାଜଙ୍କୁ ପନ୍ତି ଭୋଗ ସମର୍ପଣ କରିଥାନ୍ତି।ମାର୍ଗଶୀର ମାସ ପୂର୍ଣ୍ଣିମା ବା ବା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁ ନୃସିଂହ ଏବଂ ଶ୍ରାବଣ କୃଷ୍ଣ ଅଷ୍ଟମୀ ତିଥିରେ ବାଡ଼ି ନୃସିଂହ ଏହି ଆଶ୍ରମରେ ବିଜେ ହୋଇଥାନ୍ତି ଓ ଋଷି ଏବଂ ଭକ୍ତମାନଙ୍କୁ ସଂଖୋଳି ଅଭୟ ପ୍ରଦାନ କରନ୍ତି।ସେତେବେଳେ ଦିଅଁଙ୍କ ପାଇଁ ପନ୍ତି ଭୋଗର ଆୟୋଜନ କରାଯାଇଥାଏ।

ଭୃଗୁ ଆଶ୍ରମ

ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ବାଲିସାହି।ଏହି ସାହିର ଦାଣ୍ଡରେ ପ୍ରତି ଅମାବାସ୍ୟାରେ ଅମାବାସ୍ୟା ନାରାୟଣ ସାଗର ବିଜେ କରନ୍ତି।ମହାପ୍ରଭୁ ବଡ଼ଦାଣ୍ଡରେ ଗୁଣ୍ଡିଚା ଯାତ୍ରା କରୁଥିବାରୁ ତାହା ଯାତ୍ରା ଦାଣ୍ଡ ଏବଂ ବାଲିସାହି ଦାଣ୍ଡରେ ଉଆଁସ ଦାଣ୍ଡ ନାମରେ ଅଭିହିତ କରିଥାନ୍ତି।ଏହି ଦାଣ୍ଡ ବଡ଼ଦେଉଳଠାରୁ ଅଳ୍ପ ଦୂରରେ ଗଲେ ଭୃଗୁ ଆଶ୍ରମ ପଡ଼େ।ଏହି ଆଶ୍ରମ ଶ୍ୱେତଗଙ୍ଗା ସାମ୍ନାରେ ଅବସ୍ଥିତ।ଏହି ଆଶ୍ରମର ନାଁ ଭୃଗୁ ଆଶ୍ରମ ହେଲେ ଏଠାରେ ଉଗ୍ରସେନ ମହାରାଜ ପୂଜା ପାଉଛନ୍ତି।ସ୍ଥାନୀୟ ଲୋକମୁଖରୁ ଏହାକୁ ଉଗ୍ରସେନ ମୁଣ୍ଡି କୁହାଯିବାର ଶୁଣାଯାଏ। ଅନ୍ତକାଳରେ ପ୍ରାଣବାୟୁ ନଯାଇ କଷ୍ଟ ପାଉଥିବା ଲୋକମାନଙ୍କ ପାଇଁ ନିକଟସ୍ଥ ମୁକ୍ତିଶିଳା ପାଖରେ ହୋମକରି ଉଗ୍ରସେନଙ୍କୁ ପଣା ଭୋଗ ଦେଇ ପ୍ରାଣ ଛାଡୁ ନ ଥିବା ଲୋକଙ୍କୁ ପିଆଇ ଦିଆଯାଏ।"ଉଗ୍ରସେନ ମହାବାହୁ, ସମୁଦ୍ରକୂଳେ ଯିବା ହେଉ"ସ୍ୱର୍ଗଦ୍ୱାରକୁ ଲୋକମାନେ ଶବ ନେଲା ବେଳେ ଉଗ୍ରସେନଙ୍କ ସାମ୍ନା ଦାଣ୍ଡରେ କିଛି ସମୟ କୋକେଇ ରଖି ଏହି ପ୍ରାର୍ଥନା କରିଥାନ୍ତି।ଚତୁର୍ଭୁଜ ଉଗ୍ରସେନ ଉପର ଦୁଇ ହସ୍ତରେ ଶଙ୍ଖ ଚକ୍ର ଧରି ଉଭା ହୋଇଛନ୍ତି।ଉଗ୍ରସେନ କଂସର ଚୌକିଦାର ହୋଇଥିବା ବେଳେ ରାତି ଅଧରେ ବସୁଦେବଙ୍କ ମୁଣ୍ଡ ଉପରେ ଶ୍ରୀକୃଷ୍ଣଙ୍କୁ ଦେଖି ପଚାରିଥିଲେ,

       ତୁ ଯେବେ ଦେବ ଭଗବାନ          ଦେଖାଅ ଶଙ୍ଖ ଚକ୍ର ଚିହ୍ନ। 

ପରେ କଂସର ନିଧନ ପରେ ଉଗ୍ରସେନ ମଥୁରାର ନୃପତି ହେଲେ।ବୋଧ ହୁଏ ସେ ଶିଶୁ ଶ୍ରୀକୃଷ୍ଣଙ୍କଠାରେ ରାତ୍ରି କାଳରେ ପହରା ଦେଲାବେଳେ ଦର୍ଶନ କରିଥିଲେ ଏବେ ମଧ୍ୟ ସେ ସେହି ଚିହ୍ନକୁ ଧାରଣ କରିଛନ୍ତି।

କଣ୍ଡୁ ଆଶ୍ରମ

ହରଚଣ୍ଡୀ ସାହି ଓ ଗୌଡ଼ବାଡ଼ ସାହିର ମଧ୍ୟ ଭାଗରେ ଶ୍ରୀଯମ୍ବେଶ୍ୱର ମହାଦେବଙ୍କ ଦକ୍ଷିଣ ପଶ୍ଚିମ କୋଣରେ ଯେଉଁ ନବନିର୍ମିତ ସୌନ୍ଦର୍ଯ୍ୟପୂର୍ଣ୍ଣ ଆଶ୍ରମଟି ରହିଛି ତାହା କଣ୍ଡୁ ଆଶ୍ରମ ନାମରେ ନାମିତ।କଣ୍ଡୁ ଋଷିଙ୍କ ଇଷ୍ଟଦେବତା ପଣ୍ଡୁ ନୃସିଂହ ଏଠାରେ ପୂଜା ପାଉଛନ୍ତି।୧୯୭୦ ମସିହାରେ ଏହି ଆଶ୍ରମ ପରିସରରେ ଗୌଡ଼ବାଡ଼ ସାହି ସତ୍ସଙ୍ଗ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଛନ୍ତି।ସ୍ଥାନୀୟ ନୃସିଂହଯାଗା ତରଫରୁ ନିୟମିତ ଭାବେ ଏଠାରେ ପୂଜା ଅର୍ଚ୍ଚନା ଚାଲିଛି।ମହାପ୍ରଭୁଙ୍କ ଜଣେ ଭକ୍ତ ନିଜ ନାମକୁ ଗୁପ୍ତ ରଖି ପଣ୍ଡୁନୃସିଂହଙ୍କ ପୂଜା ଉପାସନା ଯଥା ରୀତିନୀତି ଅନୁଯାୟୀ କରିବାକୁ ସଂକଳ୍ପ ନେଇଛନ୍ତି।ଏହି ଆଶ୍ରମକୁ ଶ୍ରୀମନ୍ଦିରୁ ଶ୍ରୀସୁଦର୍ଶନ, ଚକ୍ରନାରାୟଣ, ବାଡ଼ି ନୃସିଂହ, ପଣ୍ଡୁ ନୃସିଂହ ବିମାନରେ ବସି ବିମାନବଡୁଙ୍କ କାନ୍ଧରେ ଆସିଥାନ୍ତି।ଏଠାରେ ପନ୍ତିର ବ୍ୟବସ୍ଥା କରାଯାଏ।ଶ୍ରୀସୁଦର୍ଶନ ରାଧାଷ୍ଟାମୀ ତିଥିରେ ଯମ୍ବେଶ୍ୱର ମହାଦେବଙ୍କ ପାଖକୁ ଆସି ଶ୍ରୀମନ୍ଦିର ଜମାଖର୍ଚ୍ଚ ଖାତାକୁ ତନଖି କରିଥାନ୍ତି।ସେତେବେଳେ ତାଙ୍କ ପାଇଁ ଏଠାରେ ପନ୍ତି ଭୋଗ ହୋଇଥାଏ।ଶ୍ରୀମଦନମୋହନ ଓ ଶ୍ରୀଦେବୀ ଗୁଆଲିରେ ଆସି ଶ୍ରୀଯମ୍ବେଶ୍ୱରଙ୍କ ବୃଷଭ ପୃଷ୍ଠରେ ବସି ଅଭ୍ୟର୍ଥିତ ହୋଇଥାନ୍ତି।ସେତେବେଳେ ମଧ୍ୟ କଣ୍ଡୁ ଆଶ୍ରମ ତରଫରୁ ପନ୍ତି ଭୋଗ କରାଯାଇଥାଏ।ଶ୍ରୀଯମ୍ବେଶ୍ୱର ମାମୁଁ ହୋଇ ବଡ଼ ଠାକୁରଙ୍କୁ ପୋଢୁଆଁ କରିଥାନ୍ତି।ସେତେବେଳେ କଣ୍ଡୁ ଆଶ୍ରମରେ ପନ୍ତି ଭୋଗର ବ୍ୟବସ୍ଥା ହୋଇଥାଏ।

ମାର୍କଣ୍ଡେୟ ଆଶ୍ରମ

ବଡ଼ ଦେଉଳର ଉତ୍ତର ପଶ୍ଚିମ ଦିଗରେ ମାର୍କଣ୍ଡେଶ୍ୱର ସାହି ରହିଛି।ଏହା ପୁରୀର ଏକ ସର୍ବ ପୁରାତନ ସାହିମାନଙ୍କ ମଧ୍ୟରୁ ଗୋଟିଏ।ଏହି ସାହିର ଶେଷରେ ମାର୍କଣ୍ଡେଶ୍ୱର ସରୋବର ଏବଂ ସରୋବର କୂଳରେ ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର ବିଦ୍ୟମାନ।ଏଠାରେ ଆଗରୁ ସପ୍ତ ମାତୃକା ମୂର୍ତ୍ତି ପୂଜା ପାଉଥିଲେ।କାଳକ୍ରମେ ଶାକ୍ତମାନଙ୍କ ପୂଜା ଉପାସନା ସହ ଶିବ ଉପସକମାନଙ୍କ ପୂଜା ଉପାସନା ଯୋଡ଼ି ହୋଇ ବର୍ତ୍ତମାନ ଶିବ ଶାକ୍ତ ଉପାସନା ସ୍ଥଳୀ ରୂପେ ଏହା ପ୍ରସିଦ୍ଧି ଲାଭ କରିଛି।ମାର୍କଣ୍ଡେଶ୍ୱର ଜଳାଶୟ ବହୁ ପୁରାତନ ଓ ଏକ ତୀର୍ଥକ୍ଷେତ୍ର ମଧ୍ୟ ।ଐତିହାସିକମାନେ ମତ ଦିଅନ୍ତି ଯେ, ଏହି ଜଳାଶୟ ଏକାଦଶ ଶତାବ୍ଦୀର ମଧ୍ୟ ଭାଗରେ ଚୋଡ଼ଗଙ୍ଗ ଦେବ ଖନନ କରାଇଥିଲେ।ଶ୍ରୀକ୍ଷେତ୍ରାଗତ ଶ୍ରଦ୍ଧାଳୁମାନେ ଏହି ପବିତ୍ର ଜଳାଶୟରେ ବୁଡ଼ ପକାଇ ମାର୍କଣ୍ଡେଶ୍ୱର ପ୍ରଭୁଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ଯାଉଥିଲେ।ଏହିଠାରେ ଶ୍ରୀମନ୍ଦିରର କାଳୀୟଦଳନ ନୀତି ଓ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେଉଅଛି। ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଯେ, ମହାପ୍ରଳୟ କାଳରେ ଶ୍ରୀନାରାୟଣ ପ୍ରଳୟ ଜଳର ଉପରି ଭାଗରେ ଦୃଶ୍ୟମାନ କଳ୍ପବଟର ପତ୍ରପୁଟରେ ବାଳମୁକୁନ୍ଦ ରୂପେ ଶୟନ କରିଥିଲେ।କଳ୍ପଜୀବି ମାର୍କଣ୍ଡେୟ ତାଙ୍କୁ ଦେଖି ତାଙ୍କ ଗର୍ଭରେ ପ୍ରବେଶ କରି ତାଙ୍କ ଉଦର ମଧ୍ୟରେ ସାରା ବିଶ୍ୱବ୍ରହ୍ମାଣ୍ଡ ଦର୍ଶନ କରିଥିଲେ।ମହାପ୍ରଭୁଙ୍କଠାରୁ ବର ଲାଭ କରି ଏବଂ ମହାପ୍ରଭୁଙ୍କ ଆଜ୍ଞାରେ ନୀଳଗିରିର ବାୟୁକୋଣରେ ଏକ ଖାତ ଭିତରେ ରହି ତପସ୍ୟା କରିଥିଲେ।କାଳକ୍ରମେ ଏହି ଖାତ ବିରାଟ ଜଳାଶୟ ମାର୍କଣ୍ଡ ପୁଷ୍କରିଣୀ ନାମରେ ନାମିତ ହେଲା ଓ ତୀର୍ଥସ୍ଥଳୀ ମଧ୍ୟ ହେଲା।ମାର୍କଣ୍ଡ ଋଷିଙ୍କ ଇଷ୍ଟଦେବତା ପ୍ରଭୁ ମାର୍କଣ୍ଡେଶ୍ୱର ମହାଦେବ ଏହି କ୍ଷେତ୍ରର କ୍ଷେତ୍ରେଶ୍ୱର ଅଟନ୍ତି।ମହାଦେବଙ୍କ କୃପାରୁ ବାଳକ ମାର୍କଣ୍ଡେୟ ଚିରାୟୁରେ ପରିଣତ ହୋଇଥିଲେ।ମୃତ୍ୟୁ ଦେବତା ଯମ ତାଙ୍କ ପାଖ ମାଡିବାକୁ ସାହସ କରିପାରିଲେ ନାହିଁ। ବର୍ତ୍ତମାନ ମାର୍କଣ୍ଡ ଋଷିଙ୍କ ଅବଟ ବିରାଟ ତୀର୍ଥକ୍ଷେତ୍ରରେ ସୁନ୍ଦର ଶିବ ମନ୍ଦିର, ସପ୍ତମାତୃକା ମନ୍ଦିର ଏବଂ ଅନ୍ୟ ଦେବାଦେବୀଙ୍କ ମନ୍ଦିର ଏବଂ ମଣ୍ଡପମାନ ନିର୍ମିତ ହୋଇଛି।ଶ୍ରୀମନ୍ଦିରର ନୀତିକାନ୍ତି ପାଇଁ ସମସ୍ତ ଦେବାଦେବୀ ଏଠାକୁ ଆସି ପନ୍ତି ଭୋଜନରେ ଯୋଗ ଦିଅନ୍ତି।ସ୍ୱୟଂ ମାର୍କଣ୍ଡେଶ୍ୱର ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ଜଣେ ହୋଇ ଚନ୍ଦନ ଯାତ୍ରାରେ ଯୋଗ ଦେଇ ଚାପ ଖେଳନ୍ତି।ଶିବ ବିବାହ ପରଦିନ ଶୀତଳ ଷଷ୍ଠୀ ତିଥିରେ ପାର୍ବତୀଙ୍କୁ ସଙ୍ଗରେ ଧରି ଶ୍ରୀଜଗନ୍ନାଥଙ୍କ ନିମନ୍ତ୍ରଣ ରକ୍ଷା କରି ଶ୍ରୀମନ୍ଦିରକୁ ବୃଷଭ ବାହନରେ ବସି ଯାତ୍ରା କରନ୍ତି।ସେଠାରେ ପଞ୍ଚୁଗ୍ରାସୀ ପରେ ବିଶ୍ରାମ ନେଇ ପରଦିନ ଆପଣା ମନ୍ଦିରକୁ ବାହୁଡା ବିଜେ କରନ୍ତି।ଏସବୁ ମହାନ୍ ତପସ୍ୱୀ ମାର୍କଣ୍ଡେୟ ମୁନିଙ୍କର ସାଧନାର ଫଳ ବୋଲି କୁହାଯାଇପାରେ।

ବିଶେଷତ୍ୱ

  • ପୁରୀ ଜିଲ୍ଲା ଚିକିତ୍ସାଳୟ, ପୁରୀ: ଓଡ଼ିଶାର ଏକମାଲ୍ର ଡାକ୍ତରଖାନା ଯାହା କି ଆଇ ଏସ୍ ଓ (ISO) ସ୍ୱୀକୃତିପ୍ରାପ୍ତ । ଏଠାରେ ପରିବାର ନିୟୋଜନ, ଜନ ସ୍ୱାସ୍ଥ୍ୟ, ଅର ସି ଏଚ୍, ବର୍ଣ୍ଣାନ୍ଧତା, ମ୍ୟାଲେରିଆ, ଫାଇଲେରିଆ, ଯକ୍ଷ୍ମା ଆଦିରେ ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ କରାଯାଏ ।
  • ରାମକୃଷ୍ଣ ମିଶନ: ଏହା ୧୯୨୫ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏଠାରେ ବିଭିନ୍ନ ଶ୍ରେଣୀର ୭୦ ଜଣ ଆଦିବାସୀ ଛାତ୍ରଙ୍କ ପାଇଁ ମାଗଣା ଖାଇବା ଓ ରହିବା ସ ହ ପାଠ ପଢ଼ିବାର ବନ୍ଦୋବସ୍ତ ରହିଛି । ଏଠାରେ ଥିବା ପାଠାଗାର ଏହାର ସବୁଠାରୁ ପୁରୁଣା ଓ ପ୍ରଥମ ଲୋକା ସେବା । ଏଠାରେ ପ୍ରାୟ ୨୨,୦୦୦ଟି ପୁସ୍ତକ ରହିଛି ଏବଂ ଏହା ୫ଟି ଖବାରକାଗଜ ଓ ୪୦ଟି ପତ୍ରିକା ଯୋଗାଏ । ଏଠାରେ ସ୍ୱାସ୍ଥ୍ୟ ସେବା ୧୯୮୪ ମସିହାରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହା ମୟୁରଭଞ୍ଜ, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ସେବା ପ୍ରଦାନ କରୁଛି । ପୁରୀ ରଥଯାତ୍ରାରେ ଏହା ଏକ ଅଗ୍ରଣୀ ସେବା ପ୍ରଦାଙ୍କାରି ସଂସ୍ଥା ।
  • ରାଜ ଭବନ: ଏହା ବ୍ରିଟିଶ ଅମଲରେ ଗଭର୍ଣ୍ଣର ହାଉସ ଭାବେ ଜଣାଶୁଣା ଥିଲା । ବିହାର ଓ ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣରଙ୍କ ଗ୍ରୀଷ୍ମ ଛୁଟି କଟାଇବା ପାଇଁ ଏହା ୧୯୧୩-୧୪ରେ ତିଆରି କରାଯାଇଥିଲା ।
  • ଶ୍ରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟ: ଏହାକୁ ୧୯୭୧ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଏହା ଶ୍ରୀ ସଦାଶିବ ସଂସ୍କୃତ ସଂସ୍ଥାନ, ଶ୍ରୀ ସଦାଶିବ କ୍ୟାମ୍ପସ, ପୁରୀ ଭାବେ ପରିଚିତ । ଏଠାରେ ସାହିତ୍ୟ, ନବ୍ୟ ବ୍ୟାକରଣ, ଧର୍ମଶାସ୍ତ୍ର, ପୁରାଣ ଇତିହାସ, ସିଦ୍ଧାନ୍ତ ଜ୍ୟୋତିଷ, ଫଳିତ ଜ୍ୟୋତିଷ, ଅଦ୍ୱୈତ୍ୟ ବେଦାନ୍ତ, ସାଂଖ୍ୟ ଯୋଗ, ନବ୍ୟ ନ୍ୟାୟ, ସର୍ବଦର୍ଶନ ଓ ଶିକ୍ଷା ଶାସ୍ତ୍ର ପ୍ରଭୃତି ଶିକ୍ଷା ଦିଆଯାଏ ।

ଗ୍ୟାଲେରି ଓ ତଥ୍ୟ

ମନ୍ଦିର

ମନ୍ଦିର ସମ୍ବନ୍ଧୀୟ

ମଠ/ ଆଶ୍ରମ

ସମାଧୀ

ଅନୁଷ୍ଠାନ/ ସରକାରୀ କାର୍ଯ୍ୟାଳୟ

ପୁଷ୍କରିଣୀ/ ନଈ

ଅନ୍ୟାନ୍ୟ

ଆଧାର

ଅଧିକ ତଥ୍ୟ

Tags:

ପୁରୀ ଭୂଗୋଳପୁରୀ ଇତିହାସପୁରୀ ପୌରାଣିକପୁରୀ ଧାମପୁରୀ ର ପ୍ରାଚୀନ ନାମପୁରୀ ଦର୍ଶନୀୟ ସ୍ଥାନପୁରୀ ଶ୍ରୀକ୍ଷେତ୍ରର ସୁପ୍ରସିଦ୍ଧ ଆଶ୍ରମପୁରୀ ବିଶେଷତ୍ୱପୁରୀ ଗ୍ୟାଲେରି ଓ ତଥ୍ୟପୁରୀ ଆଧାରପୁରୀ ଅଧିକ ତଥ୍ୟପୁରୀ

🔥 Trending searches on Wiki ଓଡ଼ିଆ:

ଯୋଗରାଜଧାନୀ ପ୍ରତିଷ୍ଠା ଦିବସଓଡ଼ିଆ ସାହିତ୍ୟଓଡ଼ିଶାର ଦଶହରାଭୁବନେଶ୍ୱରInotuzumab ozogamicinକିଶୋରଚନ୍ଦ୍ରାନନ୍ଦ ଚମ୍ପୂରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେନୀଳକଣ୍ଠ ଦାସଶିଶୁପାଳଗଡ଼ୟୁ ଟ୍ୟୁବଓଡ଼ିଶା ବିଧାନ ସଭାଦିନଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଡଙ୍ଗାଶିଶୁ ଅନନ୍ତ ଦାସଗଜାନନ ବେଶଧର୍ମେନ୍ଦ୍ର ପ୍ରଧାନଅଷ୍ଟ୍ରେଲିଆଜୀବାଣୁ ଭାଜିନୋସିସଜୈନବାଦଶବ୍ଦ (ଧ୍ୱନି)ଓଡ଼ିଆ କାବ୍ୟ କବିତାବସନ୍ତ କୁମାର ଶତପଥୀଅର୍ଥଶାସ୍ତ୍ରଜଳ ପ୍ରଦୂଷଣକରାଚୀକାଜାଖସ୍ତାନରୋହିଦାସ ସିଂ ନାଗହନୁମାନନମିତା ଅଗ୍ରୱାଲମହାଭାରତସୀତାକାନ୍ତ ମହାପାତ୍ରପ୍ରଥମ ବିଶ୍ୱଯୁଦ୍ଧଗଞ୍ଜାମ ଜିଲ୍ଲାଆମାଜନ୍.କମ୍‌ରଥଜଗନ୍ନାଥଜୟୀରାମ ସାମଲଧନୁଯାତ୍ରାଏକାଦଶୀ୧୬ ମଇଅନନ୍ତ ପଟ୍ଟନାୟକପୌରସଂସ୍ଥାପ୍ରାଣବନ୍ଧୁ କରଇଣ୍ଡୋନେସିଆଗୋପୀନାଥ ମହାନ୍ତିଜିନା ସାମଲପାଳୁଅପଦ୍ମ ଲୋଚନ ପଣ୍ଡାନଟବର ଶତପଥୀଜାନକୀ ବଲ୍ଲଭ ପଟ୍ଟନାୟକଭୁବନେଶ୍ୱର ବେହେରାରାଜକିଶୋର ରାୟକେଦାରନାଥ ମନ୍ଦିରରାଧାମୋହନ ଗଡ଼ନାୟକଚାନ୍ଦିପୁରଫେସବୁକବନମାଳୀ ଦାସପ୍ରତିଭା ରାୟସ୍ତନ୍ୟପାନତନ୍ତପ୍ରସନ୍ନ ଦାସ (ବହୁବିକଳ୍ପ)କାରୁବାକୀଅବସର🡆 More