ନଈରୀ

]

ନଈରୀ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ପଞ୍ଚାୟତ ସମିତିଚିଲିକା
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୫୨ ୦୩୪

ନଈରୀ ଗାଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗ୍ରାମ ଚିଲିକାର ଉତ୍ତରପାର୍ଶ୍ୱରେ ଅବସ୍ଥିତ । ବାଣପୁର ତହସିଲ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନରୁ ଦକ୍ଷିଣକୁ ୨ କିମି ଗଲେ ନଈରୀ ଗ୍ରାମ ପଡ଼େ । ସପ୍ତଦଶ ଖ୍ରୀଷ୍ଟାବ୍ଦରେ ଯବନମାନଙ୍କ ଆକ୍ରମଣ କାଳରେ ଜଗନ୍ନାଥଙ୍କ ବିଗ୍ରହ ଏହିଠିକୁ ସ୍ଥାନାନ୍ତରିତ ହୋଇଥିଲା ।

ଇତିହାସ

ନଈରୀ ଗ୍ରାମର ହରେଶ୍ୱର ମଣ୍ଡପକୁ ଦୁଇଥର ମହାପ୍ରଭୁ ଜଗନ୍ନାଥ ବିଜେ କରି ଲୀଳା କରିଥିଲେ । ଜଗନ୍ନାଥଙ୍କ ଦ୍ୱିତୀୟବାର ବ୍ରହ୍ମଲୀଳା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ ସମୟରେ ସମୟ ମଧ୍ୟରେ ହାରାହାରି ୨୫୦ ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳା କରିଥିଲେ । ତାଙ୍କର ଲୀଳାରେ ଶ୍ରୀକ୍ଷେତ୍ର ବାହାରେ ନଈରୀଠାରେ ଗୋଟିଏ ଥର ରଥଯାତ୍ରା ହୋଇଥିଲା । ରଥ ନିର୍ମାଣ ହୋଇ ଏହି ରଥଯାତ୍ରା ହୋଇ ନଥିଲା । ତିନିଟି ଶଗଡ଼କୁ ରଥ ରୂପେ ବ୍ୟବହାର କରାଯାଇଥିଲା । ନଈରୀ ଗ୍ରାମର ପୂର୍ବ ପଟେ ଥିବା ଜଙ୍ଗଲକୁ କାଟି ସଫାକରି ଏକ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇଥିଲା । ତାହା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଗୁଣ୍ଡିଚା ମନ୍ଦିର ନିକଟରେ ସେତେବେଳେ ଖୋଳାଯାଇଥିବା ଗୁଣ୍ଡିଚା କୂଅ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ମହାପ୍ରଭୁ ନଈରୀ ଗ୍ରାମର ଶ୍ରୀହରି ହରେଶ୍ୱର ମନ୍ଦିରରୁ ଶ୍ରୀକ୍ଷେତ୍ର ଫେରି ଆସିବା ପରେ କେବଳ ମହାପ୍ରଭୁ ବସିଥିବା ଚକାଗୁଡ଼ିକ ସେଠାରେ ପୂଜା ପାଉଛନ୍ତି । ପ୍ରକାଶ ଯୋଗ୍ୟ ଯେ ଗଞ୍ଜାମର ଚିକିଟି, ବାଣପୁରର ବଡ଼ହନ୍ତୁଆଡ଼ ଓ ଚିଲିକାର ଗୁରୁବାଈ ଗଡ଼ଠାରେ ମହାପ୍ରଭୁଙ୍କର ଚକା ପୂଜିତ ହେଉଥିଲେ ମଧ୍ୟ ଶ୍ରୀବିଗ୍ରହ ରହିଛନ୍ତି । ନଈରୀରେ ବିଗ୍ରହ ନଥିବାରୁ ସେଠାରେ ରଥଯାତ୍ରା ହେଉନାହିଁ । ମହାପ୍ରଭୁ ସେହି ଗ୍ରାମକୁ ଯିବା ପୂର୍ବରୁ ସେଠାରେ ରଥଯାତ୍ରା ହେଉନଥିଲା ଓ ମହାପ୍ରଭୁ ସେଠାରୁ ଆସିବା ପରେ ମଧ୍ୟ ସେଠାରେ ରଥଯାତ୍ରା ହେଉନାହିଁ ।ତେଣୁ ଗୁଣ୍ଡିଚା ଘର ଓ ଗୁଣ୍ଡିଚା କୂଅ ଅବହେଳିତ ହୋଇଯିବ ସ୍ୱାଭାବିକ । ୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ ତକି ଖାଁ ଦ୍ୱିତୀୟବାର ଆକ୍ରମଣ କରିଥିଲେ । ସେତିକିବେଳେ ମହାପ୍ରଭୁଙ୍କୁ ଭାର୍ଗବୀ ନଦୀର ଦୋବନ୍ଧା ପେଣ୍ଠରୁ ବଡ଼ ପରୀକ୍ଷା ପରମାନନ୍ଦ କୁଅଁର ମହାପାତ୍ର ଓ ସାନ ପରୀକ୍ଷା ବିଷ୍ଣୁ ପଶ୍ଚିମ କବାଟ ଚିଲିକା ବାଟଦେଇ ନଈରୀ ଗ୍ରାମର ମଣ୍ଡପରେ ଗୋପନରେ ବିଜେ କରାଇଥିଲେ । ସମ୍ମୁଖରେ ଯୋଡ଼ ହସ୍ତରେ ଗରୁଡ଼ଦେବଙ୍କୁ ବିଜେ କରାଇଥିଲେ । ମହାପ୍ରଭୁ ସେଠାରେ ନାହାନ୍ତି ସତ ମାତ୍ର ଚକା ସମ୍ମୁଖରେ ଯୋଡ଼ ହସ୍ତରେ ଗରୁଡ଼ ଏବେବି ବିରାଜମାନ କରିଛନ୍ତି । ଏହି ମନ୍ଦିର ହରି ଓ ହରଙ୍କର ମିଳିତ ଉପାସନାର ଏକ ଐତିହପୂର୍ଣ୍ଣ ନିଦର୍ଶନ । ମନ୍ଦିରର ଦକ୍ଷିଣରେ ଶ୍ରୀନୃସିଂହ ମନ୍ଦିର ରହିଛି । ୨୭ ଘର ସେବକ ଏଠାରେ ସେବା କରୁଛନ୍ତି । ମନ୍ଦିରର ସମ୍ମୁଖ ବସ୍ତିର ନାମ ରହିଛି ଦୋଳମଣ୍ଡପ ସାହି । ସାମାନ୍ୟ ଦୂରରେ ରହିଛି ଶ୍ରୀଜଗନ୍ନାଥ ବଲ୍ଲଭ ମଠ । ଗୁଣ୍ଡିଚା ମନ୍ଦିର ନିକଟରେ ଯମୁନା ନିର୍ଝର ନାମରେ ଏକ ଝରଣା ଅଛି । ଏହି ଝରଣା ପାଣିକୁ ୪୦ ଫୁଟରେ ୬୦ ଫୁଟ ପରିମିତ ପୋଖରୀରେ ରଖାଯାଇଛି । ବଳକା ପାଣି ଚିଲିକାକୁ ଯାଉଛି । ଏହି ପୋଖରୀ ପାଣି ମଧୁର ହୋଇଥିବାରୁ ଏହି ଜଳରେ ମହାପ୍ରଭୁଙ୍କର ସେବାପୂଜା କରାଯାଉଥିଲା । ସେତେବେଳେ ପ୍ରଥମେ ମହାପ୍ରଭୁ ଏହି ଗ୍ରାମଠାରୁ ୧ କିମି ଦୂରରେ ଚିଲିକା ମଝିରେ ଥିବା କାଙ୍କଣ ଶିଖରୀ ବା କାଙ୍କଣ କୁଦରେ ରହି ପୂଜା ପାଉଥିଲେ । ସେବକମାନେ ନାଆରେ ଏହି ଯମୁନା ନିର୍ଝରରୁ ମଧୁର ଜଳ ନେଇ କାଙ୍କଣ କୁଦରେ ମହାପ୍ରଭୁଙ୍କର ସେବାକାର୍ଯ୍ୟ ସମ୍ପନ୍ନ କରୁଥିଲେ । ଏହି କୁଦରେ ପ୍ରଚୁର କାଙ୍କଣ ଫଳୁଥିଲା । ମହାପ୍ରଭୁଙ୍କର ଗୋପନ ଲୀଳା କାଳରେ ସେବକମାନେ କାଙ୍କଣ ରାନ୍ଧି ମଣୋହି କରିଥିଲେ । ତେଣୁ ଏଠାରୁ କେହି କାଙ୍କଣ ତୋଳି ଖାଇନଥାନ୍ତି । ଏବେବି ଏହା ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ବୋଲି ବିଶ୍ୱାସ କରାଯାଉଛି । ଶ୍ରୀମନ୍ଦିରକୁ ଫେରି ଆସିବା ପରେ ସ୍ଥାନୀୟ ଲୋକେ ଏହି କାଙ୍କଣ ତୋଳି ମହାପ୍ରଭୁଙ୍କର ରୋଷଘରକୁ ପଠାଉଥିଲେ । ସେଥିପାଇଁ ରାଧାନାଥ ରାୟ ଚିଲିକା କାବ୍ୟରେ ଲେଖିଥିଲେ:-

ତରଙ୍ଗ ବେଷ୍ଠିତ କାଙ୍କଣ ଶିଖରୀ,
ଆଦ୍ୟ ଫଳେ ଯାର ତାରୀ ପୂର୍ଣ୍ଣ କରି ।
ବର୍ଷେ ବର୍ଷେ ହ୍ରଦ ବିହାରୀ ଧବରେ,
ଆଦରେ ଫେରନ୍ତି ଲକ୍ଷ୍ମୀ ରୋଷ ଘରେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ପିପିଲିମଧୁସୂଦନ ଦାସବନମାଳୀ ଦାସଗୁରୁପ୍ରସାଦ ମହାନ୍ତିଜଗନ୍ନାଥ ଦାସଓଡ଼ଗାଁଜାନକୀ ବଲ୍ଲଭ ପଟ୍ଟନାୟକଛାନ୍ଦଆର୍ଯ୍ୟଭଟ୍ଟସୁରମା ପାଢ଼ୀପ୍ଲୁଟୋଧର୍ମମେରୁ ଯାତ୍ରାଜିନା ସାମଲଜବାହରଲାଲ ନେହେରୁବିଜୟ ମିଶ୍ରଗଣନ ସଂଖ୍ୟାବିଷ୍ଣୁତାରିଣୀ ମନ୍ଦିର, ଘଟଗାଁଦ୍ୱିତୀୟ ବିଶ୍ୱଯୁଦ୍ଧଗୋପୀନାଥ ମହାନ୍ତିଚଳନ୍ତି ଠାକୁରଏ. ପି. ଜେ. ଅବଦୁଲ କଲାମଶବ୍ଦ (ଧ୍ୱନି)ମାୟାଧର ମାନସିଂହବନ୍ଦେ ଉତ୍କଳ ଜନନୀସର୍ବପଲ୍ଲୀ ରାଧାକୃଷ୍ଣନଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଗୁପ୍ତସତ୍ୟବାଦୀ ବନ ବିଦ୍ୟାଳୟ୧୮ ଅପ୍ରେଲତନ୍ତହେମୋଫିଲିଆଓଡ଼ିଆଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାକେନ୍ଦୁଝର ଜିଲ୍ଲାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଗୁଗଲକୃଷ୍ଣଚନ୍ଦ୍ର ପାଣିଗ୍ରାହୀକିଶୋରୀ ଚରଣ ଦାସଓଡ଼ିଆ ଭାଷା୫ ଜୁନଏଣ୍ଟ୍ରେକ୍ଟିନିବପୃଥ୍ୱୀ (କ୍ଷେପଣାସ୍ତ୍ର)ରାଧାମୁଡ଼ି ନାଏକୋQR codeରାମଶଙ୍କର ରାୟକଳାକଳେବର ଚଉତିଶାଆଦିଶଙ୍କରବିଦୁସ୍ମିତାପଣା ସଂକ୍ରାନ୍ତିପ୍ରସନ୍ନ ଦାସ (ବହୁବିକଳ୍ପ)ସଞ୍ଜୟ ହାତୀବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ସାମନ୍ତଘରଗୁପ୍ତେଶ୍ୱରଦଶାବତାରଭଗବତ ଗୀତାଖୋର୍ଦ୍ଧା ଜିଲ୍ଲା🡆 More