୨୦୨୩ ଓଡ଼ିଶା ରେଳ ଧକ୍କା

]

ଓଡ଼ିଶା ରେଳ ଧକ୍କା
Location of the derailment
ସବିଶେଷ
ତାରିଖ2 ଜୁନ 2023 (2023-06-02)
୧୮:୫୦ ଆଇଏସଟି (୧୩:୨୦ ଜିଏମଟି)
ଅବସ୍ଥାନବାହାନଗା ବଜାର ରେଳ ଷ୍ଟେସନ, ବାଲେଶ୍ୱର, ଓଡ଼ିଶା
ଅବସ୍ଥିତି21°20′17″N 86°45′52″E / 21.33806°N 86.76444°E / 21.33806; 86.76444
ଦେଶଭାରତ
ଚାଳକଭାରତୀୟ ରେଳ
ଘଟଣା ପ୍ରକାରବିଚ୍ୟୁତ, ଦ୍ୱିତ ଧକ୍କା
ଆକଳନ
ରେଳ୩ଟି ରେଳଗାଡ଼ି
  • ଏକ ମାଲଗାଡ଼ି
  • ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ
  • ୧୨୮୬୪ ଏସ.ଏମ.ଭି.ଟି. ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ
ମୃତ୍ୟୁ୨୮୮
ଆହତ୯୦୦+

୨୦୨୩ ଜୁନ ୨ ତାରିଖରେ ଓଡ଼ିଶାର ବାଲେଶ୍ୱର ସହର ନିକଟସ୍ଥ ବାହାନଗାଠାରେ ଏକ ରେଳ ଧକ୍କା ହୋଇଥିଲା । ଏଥିରେ ତିନୋଟି ଟ୍ରେନ ପ୍ରଭାବିତ ହୋଇଥିଲେ: ଦୁଇ ଯାତ୍ରୀବାହୀ ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଓ ୧୨୮୬୪ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ, ଏବଂ ଏକ ମାଲଗାଡ଼ି । ୨୦୨୩ ଜୁନ ୩ ତାରିଖ ସୁଦ୍ଧା ଏହି ଘଟଣାରେ ୨୮୮ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ବିବେଚନା କରାଯାଏ ।

ଧକ୍କା

୨୦୨୩ ଜୁନ ୨ ତାରିଖରେ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟାରେ (୧୩:୩୦ ଜିଏମଟି) ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ବାହାନଗା ବଜାର ନିକଟରେ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ପ୍ରାୟ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୯୦୦ରୁ ଅଧିକ ଆହତ ହୋଇଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଏ ଯେ ପ୍ରଥମ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ଏବଂ ଏହାର କିଛି ବଗି ଓଲଟି ବିପରୀତ ରେଳଧାରଣାରେ ପଡ଼ିଥିଲା । ସେଠାରେ ସେ ବଗିସବୁ ଦ୍ୱିତୀୟ ଟ୍ରେନ ସହ ଧକ୍କା ଖାଇଥିଲେ । ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ୍ ମଧ୍ୟ ସମ୍ପୃକ୍ତ ଥିଲା ।

ଏଥିରେ ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ (ଶାଲିମାର ଏବଂ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ) ଏବଂ ୧୨୮୬୪ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ (ଏସଏମଭିଟି ବେଙ୍ଗାଲୁରୁ ଏବଂ ହାୱଡା ମଧ୍ୟରେ) ମଧ୍ୟରେ ଧକ୍କା ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ପରେ ଅଟକି ରହିଥିବା ଏକ ମାଲଗାଡ଼ି ସହ ଧକ୍କା ହୋଇଥିଲା । ଏହାପରେ ଏସଏମଭିଟି ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଭଗ୍ନାବଶେଷ ମଧ୍ୟକୁ ମାଡ଼ିଯାଇଥିଲା । ଗୋଟିଏ ଟ୍ରେନକୁ କ୍ଲାସ ଡବ୍ଲ୍ୟୁଏପି-୭ ଲୋକୋମୋଟିଭ ୩୭୩୩୪ଦ୍ୱାରା ଟଣାଯାଇଥିଲା ।

ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ଗଣାଯାଏ ।

ପ୍ରତିକ୍ରିୟା

ଭାରତୀୟ ରେଳବାଇ ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଆରମ୍ଭ କରିଥିଲେ । ଉଦ୍ଧାର କାର୍ଯ୍ୟରେ ୩ଟି ଏନଡିଆରଏଫ ୟୁନିଟ, ୪ଟି ଓଡ୍ରାଫ ୟୁନିଟ, ୧୫ରୁ ଅଧିକ ଅଗ୍ନିଶମ ଉଦ୍ଧାରକାରୀ ଦଳ, ୧୦୦ ଡାକ୍ତର, ୨୦୦ ପୁଲିସ କର୍ମଚାରୀ ଓ ୨୦୦ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅନ୍ୟ ୪ଟି ଏନଡିଆରଏଫ ଦଳ ଦୁର୍ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ ବହିବାରେ ସ୍ଥାନୀୟ ବସ କମ୍ପାନୀଗୁଡ଼ିକ ସହଯୋଗ କରିଥିଲେ । ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ପାଣି ଯୋଗାଇଥିଲେ ଏବଂ ଯଥାସମ୍ଭବ ସେମାନଙ୍କର ଜିନିଷପତ୍ର ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବନମାଳୀ ଦାସପକ୍ଷୀଘରଲୋପାମୁଦ୍ରା ମିତ୍ରଯୌନ ସମ୍ଭୋଗଶେର ଶାହ ସୁରୀରାଜେନ୍ଦ୍ର କିଶୋର ପଣ୍ଡାସୋମନାଥଉଇକିକଥାତୁଳସୀ ଦାସଦୀନକୃଷ୍ଣ ଦାସଗୌତମ ବୁଦ୍ଧଅମିତାଭ ବଚ୍ଚନମଧୁସୂଦନ ରାଓରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକରାସନ କାର୍ଡ଼ (ଭାରତ)ଓମ୍ଯକୃତ୧୮ ସେପ୍ଟେମ୍ବର୨୦୦୫୨ ଅଗଷ୍ଟଭାଷା ବିଜ୍ଞାନବଲ୍ଲଭଭାଇ ପଟେଲପୁନମ ମିଶ୍ର୩୦ ସେପ୍ଟେମ୍ବରଆମ୍ବେଦକର ଜୟନ୍ତୀରାଜକିଶୋର ରାୟକଣ୍ଟିଲୋମିନତି ମିଶ୍ରହେପାଟାଇଟିସ୨୯ ଅପ୍ରେଲରମାଦେବୀ ଚୌଧୁରୀ୧୯୬୧ର ଓଡ଼ିଆ କଥାଚିତ୍ରଜଗନ୍ନାଥଙ୍କ ଧୂପଖାଦ୍ୟପ୍ରଣବ ପ୍ରକାଶ ଦାସଅଭିରାମ ପରମହଂସସବ୍ୟସାଚୀ ମିଶ୍ରଓଡ଼ିଆ ଲିପିଲୋକନାଥ ମନ୍ଦିରଶୁକଦେବଦାମୋଦର ରାଉତକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରାମକୃଷ୍ଣ ନନ୍ଦତନ୍ଦ୍ରାଲୋକର ପ୍ରହରୀଜନ ଗଣ ମନଗୋଟେ ଶୁଆ ଗୋଟେ ଶାରୀବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଣ୍ଡ (ଅର୍ଥ)ଚିତ୍ତରଞ୍ଜନ ଦାସପଞ୍ଚସଖା୧୨ ଜୁନମିହିର ଦାସଧର୍ମ ନିକିତିଭାସ୍କରେଶ୍ୱର ମନ୍ଦିରମୌଳିକ ସଂଖ୍ୟାତୁର୍କୀଜଗନ୍ନାଥଙ୍କ ଷୋଳକଳାଚୌଧୁରୀ ହେମକାନ୍ତ ମିଶ୍ରନୀଳମାଧବ ମନ୍ଦିରକତରଅପ୍ରେଲଆହେ ଦୟାମୟ ବିଶ୍ୱ ବିହାରୀଲାଓସଆଫଗାନିସ୍ତାନଓଡ଼ିଆ ଉଇକିପିଡ଼ିଆରୁପା୧୭ ଫେବୃଆରୀ୩ ଅପ୍ରେଲ🡆 More