୧୧ଶ ଲୋକ ସଭା

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୧ଶ ଲୋକ ସଭାକୁ ୧୯୯୬ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୫ ମଇ ୧୯୯୬ରୁ ୪ ଡିସେମ୍ବର ୧୯୯୭ । ଏହି ସାଧାରଣ ନିର୍ବାଚନରେ ଝୁଲା ସରକାର ଗଠନ ହୋଇଥିଲା, ଫଲରେ ଏହି ଦେଢ଼ ବର୍ଷର ଲୋକ ସଭାରେ ତିନି ଜଣ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ ଓ ଶେଷରେ ୧୯୯୮ ମସିହାରେ ଏହି ଲୋକ ସଭାର ପତନ ହୋଇଥିଲା । ଏହି ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସର୍ବାଧିକ ଆସନରେ ବିଜୟଲାଭ କରିଥିଲା ଏବଂ ପୂର୍ବ ନିର୍ବାଚନଠାରୁ ସେମାନେ ୬୭ଟି ଅଧିକ ଆସନରେ ବିଜୟୀ ହୋଇଥିଲେ, କିନ୍ତୁ ସଂଖ୍ୟା ଗରିଷ୍ଠତା ହାସଲ କରିନପାରିବାରୁ ତାଙ୍କ ଝୁଲା ସରକାର ଗଠନ ହେଲା, ଯାହାକି ମାତ୍ର ୧୬ ଦିନ ତିଷ୍ଠିଥିଲା । ଏହି ୧୬ ଦିନ ପ୍ରଧାନ ମନ୍ତ୍ରୀ ଦାୟିତ୍ୱରେ ଥିଲେ ଅଟଳ ବିହାରୀ ବାଜପେୟୀ ।

ବାଜପେୟୀଙ୍କ ପରେ ସୁଂଯୁକ୍ତ ସଂଘ ଗଠନ ହେଲା ଓ ୫୪୫ରୁ ୩୩୨ ଜଣ ସଭ୍ୟଙ୍କ ସହମତିରେ ଏଚ.ଡି. ଦେବଗୌଡ଼ା ଭାରତର ୧୧ତମ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ । ଦେବଗୌଡ଼ା ୧ ଜୁନ ୧୯୯୬ରୁ ୨୧ ଅପ୍ରେଲ ୧୯୯୭ ଯାଏଁ ପ୍ରଧାନମନ୍ତ୍ରୀ ଥିଲେ ଓ ଏହାପରେ ଇନ୍ଦ୍ର କୁମାର ଗୁଜରାଲ ସଂଯୁକ୍ତ ଦଳର ନେତା ଭାବରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ସେ ୨୧ ଅପ୍ରେଲ ୧୯୯୭ରୁ ୧୯ ମାର୍ଚ୍ଚ ୧୯୯୮ ଯାଏଁ ପ୍ରଧାନମନ୍ତ୍ରୀ ଥିଲେ । ଲାଲୁ ପ୍ରସାଦ ଯାଦବ ଏହି ମେଣ୍ଟରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିବା ସହିତ ଜନତା ଦଳ ଛାଡ଼ି ନିଜର ନୂଆ ଦଳ, ରାଷ୍ଟ୍ରୀୟ ଜନତା ଦଳ ଗଠନ କରିବା ଫଳରେ ୧୧ଶ ଲୋକ ସଭାର ଭଙ୍ଗ ହୋଇଥିଲା ଏବଂ ୧୯୯୮ରେ ଭାରତରେ ପୁଣିଥରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ୧୨ଶ ଲୋକ ସଭା ଗଠିତ ହୋଇଥିଲା ।

୧୯୯୬ ଭାରତୀୟ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୪ଜଣେ ସଭ୍ୟ ୧୧ଶ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି
    • ପି. ଏ. ସଙ୍ଗମ (୨୩ ମଇ ୧୯୯୬ରୁ ୨୩ ମାର୍ଚ୍ଚ ୧୯୯୮)
  • ଉପ-ବାଚସ୍ପତି:
    • ସୁରଜ ଭାନ (୧୨ ଜୁଲାଇ ୧୯୯୬ରୁ ୪ ଡିସେମ୍ବର ୧୯୯୭)
  • ମହା ସଚିବ:
    • ସୁରେନ୍ଦ୍ର ମିଶ୍ର (୧ ଜାନୁଆରୀ ୧୯୯୬ରୁ ୧୫ ଜୁଲାଇ ୧୯୯୬)
    • ଏସ୍. ଗୋପାଳନ (୧୫ ଜୁଲାଇ ୧୯୯୬ରୁ ୧୪ ଜୁଲାଇ ୧୯୯୯)

ପ୍ରଧାନମନ୍ତ୍ରୀ

ଆଧାର

ବାହାର ଆଧାର

Tags:

୧୧ଶ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୧୧ଶ ଲୋକ ସଭା ପ୍ରଧାନମନ୍ତ୍ରୀ୧୧ଶ ଲୋକ ସଭା ଆଧାର୧୧ଶ ଲୋକ ସଭା ବାହାର ଆଧାର୧୧ଶ ଲୋକ ସଭାଅଟଳ ବିହାରୀ ବାଜପେୟୀଭାରତୀୟ ଜନତା ପାର୍ଟିଲୋକ ସଭା

🔥 Trending searches on Wiki ଓଡ଼ିଆ:

ଜାପାନୀ ଭାଷାଲବଣ ସତ୍ୟାଗ୍ରହଟିକୋନାଜୋଲରିକେଟକୋଷଉଇକିଖବର୧୯୯୦ଚୀନସୁକୁମାର ସେନବିଶ୍ୱନାଥ କରରାଜା ରାମମୋହନ ରାୟପ୍ରହ୍ଲାଦ ନାଟକଖଜ୍ଜିଆରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ତହସିଲ ତାଲିକାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରଧାନ ପୃଷ୍ଠାଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାମୋଗଲ ସାମ୍ରାଜ୍ୟଉଇକିମିଡ଼ିଆ ଫାଉଣ୍ଡେସନସୁରେନ୍ଦ୍ର ମହାନ୍ତିଇରା ମହାନ୍ତିବଳଦେବଜୀଉ ମନ୍ଦିରWikisourceଓଡ଼ିଶା ସରକାରଭୂମିକମ୍ପପ୍ରତୀକ୍ଷାବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱାମୀ ବିବେକାନନ୍ଦପ୍ରାଣୀ ବିଜ୍ଞାନଇସଲାମ ଧର୍ମଆଶ୍ୱିନଚୈତ୍ରଶରଧାବାଲିଓଡ଼ିଆ ଲିପିଧର୍ମେନ୍ଦ୍ର ପ୍ରଧାନବିଶ୍ୱ ଘରଚଟିଆ ଦିବସଫତୁରାନନ୍ଦହିପୋପୋଟାମସଇଟାଲୀଭାରତୀୟ ଜନତା ପାର୍ଟିଆସନସତ୍ୟବାଦୀ ବନ ବିଦ୍ୟାଳୟଭାରତର ସଂସ୍କୃତିପ୍ରଥମ ବିଶ୍ୱଯୁଦ୍ଧ୨୦ ଅପ୍ରେଲତମନ୍ନା ବ୍ୟାସନେପୋଲିୟନ ବୋନାପାର୍ଟମୁକ୍ତେଶ୍ୱର ଦେଉଳମହମ୍ମଦଲଣ୍ଡନଅଭିମନ୍ୟୁ ସାମନ୍ତସିଂହାରଦେଉଳଝରି ଉଷ୍ଣପ୍ରସ୍ରବଣଛବିଳ ମଧୁ ବର୍ଣ୍ଣବୋଧଚିତ୍ତରଞ୍ଜନ ଦାସଅକ୍ଷାଂଶରମାଦେବୀ ଚୌଧୁରୀସୁଦଶା ବ୍ରତଦ୍ରାଘିମାନନ୍ଦ କିଶୋର ବଳସୁନାଓଡ଼ିଆ ନାଟକଦ୍ୱିତୀୟ ବିଶ୍ୱଯୁଦ୍ଧ🡆 More