ୟଜ: ସଂକ୍ରାମକ ରୋଗ

ୟଜ (ଇଂରାଜୀରେYaws) (ଅନ୍ୟ ନାମ ଫ୍ରାମ୍ବେସିଆଟ୍ରୋପିକା, ଥାଇମୋସିସ, ପୋଲିପାପିଲାମୋଟ୍ରୋପିକମ, ପରଙ୍ଗି, ବାଉବା, ଫ୍ରମ୍ବୋସି ଓ ପିଆନ; ଇଂରାଜୀରେ ଯଥାକ୍ରମେ frambesiatropica, thymosis, polypapillomatropicum, parangi, bouba, frambösie, ଓ pian) ଏକ ଗ୍ରଷ୍ମମଣ୍ଡଳୀୟ ସଂକ୍ରମଣ ରୋଗ ଯାହା ଚର୍ମ, ହାଡ଼ ଓ ଗଣ୍ଠିମାନଙ୍କୁ ଆକ୍ରମଣ କରେ ଓ ସ୍ପାଇରୋକିଟ ଜୀବାଣୁ ଟ୍ରେପୋନେମା ପାଲିଡମ ପର୍ଟେନ୍ୟୁଦ୍ୱାରା ହୁଏ । ରୋଗ ଆରମ୍ଭ ହେଲେ ଚର୍ମରେ ୨ରୁ ୫ ସେମି ବିଶିଷ୍ଟ ଗୋଟିଏ ଟାଣ ଗୋଲାକାର ଫୁଲା (swelling) ହୁଏ । ଏହି ଫୁଲାଟିର ମଧ୍ୟଭାଗ ଖୋଲିଯାଇ ଘାଆ ହୋଇଯାଇପାରେ । ଏହି ପ୍ରାରମ୍ଭିକ ରୋଗ ୩ରୁ ୬ ମାସ ମଧ୍ୟରେ ଶୁଖିଯାଏ । କିଛି ସପ୍ତାହରୁ କିଛି ବର୍ଷ ପଶ୍ଚାତ ଗଣ୍ଠି ଓ ହାଡ଼ରେ ଯନ୍ତ୍ରଣା ହୁଏ, ଥକ୍କାଣ ହୁଏ ଓ ନୂଆ ଚର୍ମ ଲକ୍ଷଣ ବାହାରେ । ହାତ ପାପୁଲି ଓ ପାଦତଳ ଘାଆ ହୋଇଯାଏ । ନାକ ହାଡ଼ର ଆକାର ବଦଳି ଯାଏ । ପାଞ୍ଚ ବର୍ଷ ବା ପରେ ବଡ଼ ଆକାରର ଚର୍ମ ମରିଯାଇ ଶୁଖି ସ୍କାର ହୁଏ ।

ୟଜ
ୟଜ: ସଂକ୍ରାମକ ରୋଗ
କ‌ହୁଣୀରେ ଜୀବାଣୁ ଟ୍ରେପୋନେମା ପାଲିଡମ ପର୍ଟେନ୍ୟୁଦ୍ୱାରା ସଂକ୍ରମଣ ହୋଇଥିବା ଫୁଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A66.
ଆଇସିଡ଼ି-୯-ସିଏମ୍102
ମେଡ଼ିସିନ-ପ୍ଲସ001341

ୟଜ ସଂକ୍ରମିତ ଲୋକର ଲିଜନରୁ ନିର୍ଗତ ତରଳପଦାର୍ଥ ସ‌ହ ସିଧା ସଂସ୍ପର୍ଷରେ ଆସିଲେ ଏହି ରୋଗ ଦିଏଁ । ଏହା ଏକ ଅଯୌନିକ ରୋଗ । ଏହା ପିଲାମାନଙ୍କୁ ଅଧିକ ଧରେ, ସାଥୀ ହୋଇ ଖେଳିବା ସମୟରେ ବ୍ୟାପେ । ଅନ୍ୟ ସମ୍ପର୍କିତ ରୋଗମାନଙ୍କର ନାମ ବେଜେଲ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ଏଣ୍ଡେମିକମ, ଇଂରାଜୀରେTreponema pallidum endemicum), ପିଣ୍ଟା (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ କାରାଟିଅମ ଇଂରାଜୀରେ Treponema pallidum carateum) ଓ ସିଫିଲିସ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ପାଲିଡମ ଇଂରାଜୀରେ Treponema pallidum pallidum) । ଏହାର ଆକୃତି ଓ ଲକ୍ଷଣ ଦେଖିବା ପରେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ଆଣ୍ଟିବଡି ପରୀକ୍ଷା ଉପକାରୀ ହୋଇପାରେ କିନ୍ତୁ ପୂର୍ବତନ ଓ ଏବେକାର ରୋଗ ଫରକ ଜଣେଇ ପାରେନାହିଁ । ପଲିମରେଜ ଚେନ ରିଆକ୍‌ସନ (Polymerase chain reaction ବା PCR) ଏହାର ସଠିକ ନିର୍ଣ୍ଣୟାତ୍ମକ ପରୀକ୍ଷା ।

ରୋଗୀଙ୍କୁ ଆରୋଗ୍ୟ କରି ରୋଗ ବ୍ୟାପିବା ସଙ୍କଟ ଦୂର କରି ପ୍ରତିରୋଧ କରିବାହିଁ ଆଶିଂକ ସଠିକ୍ ପଦ୍ଧତି । ବ୍ୟାପକ ରୋଗ ହେଉଥିବା ସ୍ଥାନରେ ସମୁଦାୟ କମ୍ମ୍ୟୁନିଟି ଲୋକଙ୍କୁ ଚିକିତ୍ସା କରିବା ଫଳପ୍ରଦ ହୁଏ । ପରିଚ୍ଛନତା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିପାରିଲେ ରୋଗ ବ୍ୟାପିବା କମିଯାଏ । ପାଟିବାଟେ ଆଜିଥ୍ରୋମାଇସିନ ଆଣ୍ଟିବାୟୋଟିକ ଦେଇ ଓ ବେଞ୍ଜାଥିନ ପେନିସିଲିନ ଇଞ୍ଜେକସନ ଦେଇ ଏହାର ଚିକିତ୍ସା କରାଯାଏ । ଚିକିତ୍ସା ନ କଲେ ଶାରୀରିକ ବକ୍ରତା ୧୦ % ରୋଗୀଙ୍କର ଦେଖାଯାଏ ।

ସନ ୨୦୧୨ର ଆକଳନ ଅନୁସାରେ ୧୪ଟି ଗ୍ରୀଷ୍ମମଣ୍ଡଳୀୟ ଦେଶରେ ୟଜ ରୋଗ ସାଧାରଣତଃ ଦେଖାଯାଏ । ଏହି ରୋଗ କେବଳ ମନୁଷ୍ୟକୁ ଆକ୍ରମଣ କରେ । ସନ ୧୯୫୦ ଓ ୧୯୬୦ ଦଶକରେ ଡବ୍ଲ୍ୟୁ.ଏଚ.ଓ. ଏହି ରୋଗକୁ ପ୍ରାୟ ନିର୍ମୂଳ କରିଦେଇଥିଲେ । ସେହି ସମୟଠାରୁ ଏହି ରୋଗ ସଂଖ୍ୟା ବଢ଼ିବାରୁ ଆଉଥରେ ଡବ୍ଲ୍ୟୁ.ଏଚ.ଓ. ଏହାକୁ ୨୦୨୦ ମସିହା ସୁଦ୍ଧା ନିର୍ମୂଳ କରିବା ଲକ୍ଷ ରଖିଛି । ଶେଷ ବିସାବ ଅନୁସାରେ ୧୯୯୫ ମସିହା ସୁଦ୍ଧା ୫୦୦୦୦୦ ଲୋକ ସଂକ୍ରମିତ ହୋଇଥିଲେ । ଏହି ରୋଗର ବର୍ଣ୍ଣନା ପ୍ରଥମେ ୧୬୭୯ ମସିହାରେ ହୋଇଥିଲେ ମଧ୍ୟ ଆର୍କିଓଲୋଜିକାଲ ସର୍ଭେଦ୍ୱାରା ଏହି ରୋଗ ୧.୬ ନିୟୁତ ବର୍ଷ ପୂର୍ବେ ମାନବଙ୍କୁ ଆକ୍ରମଣ କରୁଥିବା ଜ‌ଣାଯାଉଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବଙ୍ଗଳାଦେଶଛବିଳ ମଧୁ ବର୍ଣ୍ଣବୋଧବଳବିଜ୍ଞାନସୁଦାମ ମାରାଣ୍ଡିମଞ୍ଜୁଲତା ମଣ୍ଡଳନଭେମ୍ବରସୋନାଲ ମାନସିଂହଭୀମରାଓ ରାମଜୀ ଆମ୍ବେଦକରବିଷ୍ଣୁବେଲନିତ୍ୟାନନ୍ଦ ମହାପାତ୍ରଜୟୀରାମ ସାମଲଇରା ମହାନ୍ତି୮ ଅପ୍ରେଲମାର୍ଗଶିରଇକ୍ସାଜୋମିବବିଜୁ କୃଷକ କଲ୍ୟାଣ ଯୋଜନାଆର୍ଥ୍ରାଇଟିସ୧୬୩୫ନମିତା ଅଗ୍ରୱାଲଉଇକିପିଡ଼ିଆ ସମୂହର ତାଲିକାହନୁମାନ ଚାଳିଶା୧୪ ଅପ୍ରେଲରୁକ୍ମିଣୀ ବିବାହଡାଲମାଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଭାରତୀ ମଠ ମନ୍ଦିର, ଭୁବନେଶ୍ୱରଅର୍ଜୁନ ଚରଣ ସେଠୀଭାରତର ଜାତୀୟ ପତାକାଅର୍ଥଶାସ୍ତ୍ରଗୋବର୍ଦ୍ଧନ ପୀଠଗତିକୃଷ୍ଣ ମିଶ୍ରଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରବିବାହକଳିଙ୍ଗ ଯୁଦ୍ଧଓଡ଼ିଶା ଆଦର୍ଶ ବିଦ୍ୟାଳୟଜୀବସାର ଗ୧୭୫୩ଶଙ୍ଖନଟବର ସାମନ୍ତରାୟଯୁକ୍ତରାଜ୍ୟ୨୫ ସେପ୍ଟେମ୍ବରସୁନାଗୋସ୍ୱାମୀ ମଠଆଉରଙ୍ଗଜେବଅନନ୍ତ ସେଠୀଶବ୍ଦ (ପଦ)ମେରୀ କ୍ୟୁରୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଲବଙ୍ଗଶ୍ୱେତପଦ୍ମା ପାଢ଼ୀଜଗତସିଂହପୁର ଜିଲ୍ଲାଆଚାର୍ଯ୍ୟ ହରିହରଜବାହରଲାଲ ନେହେରୁ୨୧ ଅପ୍ରେଲଭାଷାବୈଷୟିକ ବିଜ୍ଞାନମହମ୍ମଦଶାନ୍ତନୁ କୁମାର ଆଚାର୍ଯ୍ୟକାଶ୍ମୀର ବିବାଦଜଗନ୍ନାଥ ମନ୍ଦିରଜୟୀ ରାଜଗୁରୁଅଗ୍ନ୍ୟାଶୟ ଅକ୍ଷମତାଶ୍ରୀକ୍ଷେତ୍ର ଦେବାଦେବୀଜମ୍ମୁ ଓ କଶ୍ମୀରରାମ ନବମୀଭାରତୀୟ ଦଣ୍ଡ ସଂହିତା, ୧୮୬୦ଦ୍ୱିତୀୟ ବିଶ୍ୱଯୁଦ୍ଧଚନ୍ଦ୍ରମଣି ଦାସଓଷାବଳରାମ ଦାସନେପାଳ🡆 More