ହେନା ଫୁଲ: ଏକ ପ୍ରଜାତିର ଫୁଲ

ହେନା ଫୁଲ (ଜୀବବିଜ୍ଞାନ ନାମ Cestrum nocturnum, ଈଂରାଜୀରେ night-blooming jasmine ବା night-blooming cestrum ଏବଂ ହିନ୍ଦୀରେ रातरानी) ସେଷ୍ଟ୍ରମ୍ ପ୍ରଜାତି ଓ ସୋଲେନେସିଆ ପରିବାରର ଏକ ଉଦ୍ଭିଦ । ଏହି ଫୁଲଗଛ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ସ୍ଥାନୀୟ ବୃକ୍ଷ କିନ୍ତୁ ଦକ୍ଷିଣ ଏସିଆରେ ଏହା ପ୍ରାକୃତିକ ଭାବେ ବଢ଼ିଥାଏ ।

ହେନା ଫୁଲ
ହେନା ଫୁଲ: ଉଦ୍ଭିଦର ବର୍ଣ୍ଣନା, ରସାୟନିକ ଉପାଦାନ, ଚିତ୍ର ଗ୍ୟାଲେରି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Solanales
କୁଳ: Solanaceae
ପ୍ରଜାତି: Cestrum
ଜାତି: C. nocturnum
ବାଇନୋମିଆଲ ନାମ
Cestrum nocturnum
ହେନା ଫୁଲ: ଉଦ୍ଭିଦର ବର୍ଣ୍ଣନା, ରସାୟନିକ ଉପାଦାନ, ଚିତ୍ର ଗ୍ୟାଲେରି
ହେନା ଫୁଲର କଢ଼
ହେନା ଫୁଲ: ଉଦ୍ଭିଦର ବର୍ଣ୍ଣନା, ରସାୟନିକ ଉପାଦାନ, ଚିତ୍ର ଗ୍ୟାଲେରି
ହେନା ଗଛର ଫଳ

ଉଦ୍ଭିଦର ବର୍ଣ୍ଣନା

ହେନା ଫୁଲର ଗଛ ବୁଦାଳିଆ, ଚିରହରିତ୍ ଓ ଏହା ପ୍ରାୟ ୪ ମିଟର୍ (୧୩ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ । ଏହାର ପତ୍ର ପତଳା, ୬-୨୦ ସେ.ମି. (୨.୪-୭.୯ ଇଞ୍ଚ୍) ଲମ୍ବା, ୨-୪.୫ ସେ.ମି. (୦.୭୯-୧.୭୭ ଇଞ୍ଚ୍) ଓସାରର ଏବଂ ଚିକ୍କଣିଆ । କାହାଳୀ ସଦୃଶ ପାଞ୍ଚଟି ପାଖୁଡ଼ାବିଶିଷ୍ଟ ଫୁଲଗୁଡ଼ିକ ଈଷତ୍ ସବୁଜ-ଶ୍ୱେତ ରଙ୍ଗର, ୨-୨.୫ ସେ.ମି. (୦.୭୯-୦.୯୮ ଇଞ୍ଚ୍) ଲମ୍ବା, ସମ୍ପୂର୍ଣ୍ଣ ରୂପେ ଫୁଟିଥିବା ପାଖୁଡ଼ାର ଉପର ପାଖର ଗୋଲେଇ ବ୍ୟାସ ପ୍ରାୟ ୧୦-୧୩ ମି.ମି. (୦.୩୯-୦.୫୧ ଇଞ୍ଚ୍) । ଏହି ଫୁଲ ରାତିରେ ଫୁଟେ ଓ ଏକ ଅପୂର୍ବ ସୁଗନ୍ଧ ନିର୍ଗତ ହୋଇଥାଏ ଯାହା ଆଖପାଖର ପରିବେଶକୁ ଚହଟାଇ ଦିଏ । ଏହି ଗଛର ଫଳ ବା କୋଳି ୧୦ ମି.ମି. (୦.୩୯ ଇଞ୍ଚ୍) ଲମ୍ବା, ୫ ମି.ମି. (୦.୨୦ ଇଞ୍ଚ୍) ବ୍ୟାସ ବିଶିଷ୍ଟ ଏବଂ ବାଇଗଣୀ କିମ୍ବା ସବୁଜ-ହଳଦିଆ ମିଶା ଧଳା ରଙ୍ଗର । ଆଉ ଏକ ପ୍ରଜାତିର ହେନା ଫଲର ରଙ୍ଗ ହଳଦିଆ ହୋଇଥାଏ । କେତେକ ସ୍ଥାନରେ ଏହାର ପତ୍ର ଓ ଫଳ ବିଷାକ୍ତ ହୋଇପାରେ, କାରଣ ଏହାର ବିଷାକ୍ତତାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଓ ତଥ୍ୟ ମିଳିଛି ।

ରାତିରେ ଫୁଟୁଥିବା ହେନା ଫୁଲର ଅପୂର୍ବ ସୁଗନ୍ଧ ପାଇଁ ଉପ-କ୍ରାନ୍ତୀୟ ଅଞ୍ଚଳରେ ବିଭିନ୍ନ ଘର ଗମଳା, ଉଦ୍ୟାନ ଇତ୍ୟାଦିରେ ହେନା ଫୁଲ ଗଛ ରୋପଣ କରାଯାଇଥାଏ । ସାମାନ୍ୟରୁ ଆର୍ଦ୍ର ବାଲିମିଶା ଢିଲା (୬.୬-୭.୫ pH) ମାଟିରେ ଏହି ଗଛ ଭଲ ଭାବେ ବଢ଼ିଥାଏ ।

ରସାୟନିକ ଉପାଦାନ

ହେନା ଫୁଲର ଅର୍କ ବା ତେଲର ରସାୟନିକ ଉପାଦାନଗୁଡ଼ିକ ହେଲେ – ୨୭% ଫିନାଇଲ୍ ଇଥାଇଲ୍ ଆଲ୍‍କହଲ୍, ୧୨% ବେଞ୍ଜାଇଲ୍ ଆଲ୍‍କହଲ୍, ୫.୬% ଐକୋସିନ୍, ୫.୬% ୟୁଗେନୋଲ୍, ୪.୪% ଏନ୍-ଟେଟ୍ରାକୋସିନ୍, ୩.୧% କ୍ୟାରିଓଫାଇଲିନ୍ ଅକ୍ସାଇଡ୍, ୨.୭% ୧-ହେକ୍ସାଡେକାନଲ୍, ୨.୪୫% ମିଥୋକ୍ସିୟୁଗେନୋଲ୍, ୨.୩୨% ବେଞ୍ଜାଲ୍‍ଡିହାଇଡ୍ । ହେନା ଫୁଲରୁ ଆଲ୍‍କହଲ୍ (ମଧୁମଦ୍ୟ) ବାହାର କରାଯାଇ ତାହାର ପରୀକ୍ଷଣରୁ ସେଥିରେ ସାଇଟୋଟକ୍ସିକ୍ ଷ୍ଟେରଏଡ୍ ଥିବା ଜଣା ପଡ଼ିଛି ।

ଚିତ୍ର ଗ୍ୟାଲେରି

ଆଧାର

ଆହୁରି ପଢ଼ନ୍ତୁ

Tags:

ହେନା ଫୁଲ ଉଦ୍ଭିଦର ବର୍ଣ୍ଣନାହେନା ଫୁଲ ରସାୟନିକ ଉପାଦାନହେନା ଫୁଲ ଚିତ୍ର ଗ୍ୟାଲେରିହେନା ଫୁଲ ଆଧାରହେନା ଫୁଲ ଆହୁରି ପଢ଼ନ୍ତୁହେନା ଫୁଲ

🔥 Trending searches on Wiki ଓଡ଼ିଆ:

କଟକ ଜିଲ୍ଲାପଳାଶଗୀତଗୋବିନ୍ଦହିରୋଗୁରୁ ପ୍ରସାଦ ମହାନ୍ତି୧୮ ମାର୍ଚ୍ଚନିଓୱାଇଜ ଧୂମକେତୁଟାଇଫଏଡରାମଶଙ୍କର ରାୟତ୍ରିଲୋଚନେଶ୍ଵର ମନ୍ଦିରବିନାୟକ ଦାମୋଦର ସାବରକରଯୌନ ଉତ୍ପୀଡ଼ନସଂସ୍କୃତଆନ୍ତର୍ଜାତିକ ମହିଳା ଦିବସବର କୋଳିବିଶ୍ୱତାପନଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶାର ଇତିହାସଖୋର୍ଦ୍ଧା ଜିଲ୍ଲାରାସନ କାର୍ଡ଼ (ଭାରତ)କ୍ରିକେଟଚିନ୍ତାମଣି ବେହେରାବିଦ୍ୟାଳୟବୀଣାପାଣି ମହାନ୍ତିଫାଇଲିନସୁଭାଷ ଚନ୍ଦ୍ର ବୋଷଲାଟିନ ଭାଷାଧନୁଯାତ୍ରାଚଢ଼େଇଆ ନାଚମନୋଜ ଦାସବିନୋଦ ପାତ୍ରଆଲପ୍ରାଜୋଲାମପାଇକ ବିଦ୍ରୋହକ୍ରୋଏସିଆଭୀମ ଭୋଇରାଶି ଓ ନକ୍ଷତ୍ରଭଗବତ ଗୀତାଭିକାରୀ ବଳଛ ମାଣ ଆଠ ଗୁଣ୍ଠଗୋପୀନାଥ ମହାନ୍ତିବିଜୁ ପଟ୍ଟନାୟକରାମାୟଣରାଧାନୟାଗଡ଼ ଜିଲ୍ଲାକେନ୍ଦୁଝର ଜିଲ୍ଲାଭାରତର ଜାତୀୟ ପତାକାଗଙ୍ଗାଧର ମେହେରସୁନ୍ଦରବନ ଜାତୀୟ ଉଦ୍ୟାନନବ ଚରଣ ମାଝିଗୁରୁନବୀନ ପଟ୍ଟନାୟକଲଣ୍ଠନଅହମଦାବାଦଲୋକ ସଭା୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଉଇକିକଥାକୁଜିବର ପ‌ତ୍ରଜର୍ମାନୀବିଟକଏନବୀଜାଣୁମଙ୍ଗଳା ମନ୍ଦିରଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଜୟୀ ରାଜଗୁରୁଦକ୍ଷିଣ କୋଏଲ ନ‌ଦୀ୧୦୦୦ପାଳୁଅ୨ ଅକ୍ଟୋବରତାଜିକିସ୍ତାନଗଜଲବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ🡆 More