ହଳଧର ନାଗ: ଓଡ଼ିଆ କବି ଓ ଲେଖକ

ହଳଧର ନାଗ ଓଡ଼ିଶାର ଜଣେ ପଦ୍ମଶ୍ରୀ ସମ୍ମାନିତ କବି ଓ ଲେଖକ । ସେ ସମ୍ବଲପୁରୀ ଭାଷାରେ ସାହିତ୍ୟ ସର୍ଜନା କରି, ସେ ପ୍ରାୟ ୩୩୦ରୁ ଉର୍ଦ୍ଧ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ।.

ହଳଧର ନାଗ ଓଡ଼ିଶାର ଜଣେ ପଦ୍ମଶ୍ରୀ ସମ୍ମାନିତ କବି ଓ ଲେଖକ । ସେ ସମ୍ବଲପୁରୀ ଭାଷାରେ ସାହିତ୍ୟ ସର୍ଜନା କରି, ସେ ପ୍ରାୟ ୩୩୦ରୁ ଉର୍ଦ୍ଧ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ।[୧]

ହଳଧର ନାଗ
Haladhar Nag (cropped).jpg
ଜନ୍ମ ଓ ଜନ୍ମସ୍ଥାନ (1950-03-31) ୩୧ ମାର୍ଚ୍ଚ ୧୯୫୦ (ବୟସ ୭୩)
ଘେଁସ, ସୋହେଲା ବରଗଡ଼
ଜାତୀୟତାଭାରତୀୟ
ପୁରସ୍କାରପଦ୍ମଶ୍ରୀ
ଜୀବନ ସାଥିମାଳତୀ
ସନ୍ତାନନନ୍ଦିନୀ

ବାଲ୍ୟଜୀବନ

ହଳଧର ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । [୨] ମାତା ଗୁରୁବାରୀ ଓ ପିତା ଭଜନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ, ସେ ସର୍ବ କନିଷ୍ଠ । ହଳଧରଙ୍କ ପିଲାଦିନର ନାମ "କାଲିଆ" । ଦିନମଜୁରିଆ ପିତା ଭଜନାଗ, ପୁଅ ହଳଧରଙ୍କୁ ମାତ୍ର ୩ୟ ଶ୍ରେଣୀ ଯାଏଁ ପାଠ ପଢେଇ ପାରିଥିଲେ । ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ସେ ଜଣେ ପାଣି ଭାରୁଆ ଭାବେ କାମ କରୁ ଥିଲେ । ମାତ୍ର ୧୦ବର୍ଷ ବୟସରୁ ସେ ନିଜ ପିତାମାତାଙ୍କୁ ହରେଇଥିଲେ । ନିଜ ଗୁଜୁରାଣ ମେଣ୍ଟାଇବା ପାଇ ସେ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକନ କରି ସେ ଗୁଜୁରାଣ ମେଣ୍ଟାଉ ଥିଲେ । ସେଇଠି ଶିକ୍ଷକମାନେ ପିଲାମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ସେ ନିଜେ ନିଜେ ଅଭ୍ୟାସ କରୁଥିଲେ ।

ସାହିତ୍ୟ ସାଧନା

ଧରାବନ୍ଧା ଶିକ୍ଷାର ଅଭାବ ହଳଧରଙ୍କ ସାହିତ୍ୟ ସର୍ଜନାରେ କେବେ ବାଧା ହୋଇ ପାରିନାହିଁ । ଆରମ୍ଭରୁ ସମ୍ବଲପୁରୀ ଲୋକ କାହାଣୀ ଲେଖୁଥିବା ହଳଧର, ୧୯୯୦ ମସିହାରେ ସେ ନିଜ ପ୍ରଥମ କବିତା "ଧୋଡୋ ବରଗଛ୍" ଲେଖିଥିଲେ ।[୩] ନିଜର ଅନୁଭୁତିକୁ ପାଥେୟ କରି ସେ ଲେଖିଛନ୍ତି ଅନେକ ଲୋକକାବ୍ୟ । ସମ୍ବଲପୁରୀ ଭାଷାରେ ତାଙ୍କର ଅନେକ କିମ୍ବଦନ୍ତୀ ମୁଳକ କାବ୍ୟ ଅଛି । ତାଙ୍କ ରଚନା ମଧ୍ୟରୁ "ମହାସତୀ ଉର୍ମିଳା" ସର୍ବଶ୍ରେଷ୍ଠ ବୋଲି ହଳଧର ମନେ କରନ୍ତି ।

ଲୋକକାବ୍ୟ

  • ରାତି
  • ଚଏତ୍ର ସକାଲ୍ ଆଏଲା
  • ଶବରୀ
  • ମାଁ
  • ଅଛିଆ
  • ବଛର୍
  • ମହାସତୀ ଉର୍ମିଳା
  • ରସିଆ କବି
  • ସତିଆ ବିହା
  • ଗୁଆଲ ତୀର୍ଥ
  • ତପଚାରୀ ବାବା
  • ହଲଧର ଧାମ
  • ତାରା ମନ୍ଦୋଦରୀ
  • ଶିରୀ ସମଲାଇ
  • ଲକ୍ଷ୍ମୀପୁରାଣ
  • ପ୍ରେମ୍ ପଏଚନ
  • ବୀର୍ ସୁରେନ୍ଦ୍ର ସାଇ
  • ସନ୍ଥ କବି ଭୀମଭୋଇ
  • ଋଷି କବି ଗଙ୍ଗାଧର
  • ଭାବ୍
  • ସୁରୁତ୍
  • ଭାବ ସୁରୁତ୍
  • ହଳଧର ଗ୍ରନ୍ଥାବଳୀ -୧(ଫ୍ରେଣ୍ଡସ ପବ୍ଳିସରସ୍ କଟକ)
  • ହଳଧର ଗ୍ରନ୍ଥାବଳୀ -୨(ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇ, ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରାଯିବ)[୪]

ହଳଧରଙ୍କ ନାଁରେ "ଲୋକ କବି ରତ୍ନ ହଳଧର ସଂସ୍କୃତି ପରିଷଦ", "ହଳଧର ସାହିତ୍ୟ ସଂସଦ", "ହଳଧର କ୍ଲବ" ଓ "ଲୋକକବି ହଳଧର ବନ ବିଦ୍ୟାଳୟ" ଆଦି ଅନୁଷ୍ଠାନ ଗଢ଼ି ଉଠିଛି ।[୫]

ସମ୍ମାନ

ଉପାଧୀ

  • ଲୋକ କବିରତ୍ନ
  • କୋଶଳ କୁଇଲି
  • ଯାଦବ କୁଳ ଗୌରବ
  • କୋଶଳ ରତ୍ନ
  • ଯାଦବ ରତ୍ନ[୮]

ଆଧାର

  1. http://www.telegraphindia.com/1100925/jsp/orissa/story_12978196.jsp
  2. http://edwardbetts.com/find_link/Haldhar_Nag
  3. http://prameyanews7.com/en/jan2016/odisha/12727/Odisha%E2%80%99s-Nila-Madhab-Panda-and-Kosli-poet-Haldhar-Nag-chosen-for-Padma-Shri-Award.htm
  4. http://www.newindianexpress.com/magazine/Social-Change-High-on-This-Poet-Crusader%E2%80%99s-List/2014/08/03/article2358033.ece
  5. "ସାଧାରଣ ମଣିଷର ଅସାଧାରଣ ପ୍ରତିଭା". ପ୍ରଗତିବାଦୀ ୨୮/୦୧/୨୦୧୬ ପୃଷ୍ଠା କ. Retrieved 28 January 2016.
  6. http://odishasuntimes.com/2016/01/25/odishas-nila-madhab-panda-haladhar-nag-among-padma-awardees/
  7. "Four Odias get Sahitya Akademi Award". The Pioneer. 6 December 2018. Retrieved 6 December 2018.
  8. http://www.navratnanews.com/bargarh/loka-kabi-haldhar-nag-now-padmashree-haladhar-nag/

This article uses material from the Wikipedia ଓଡ଼ିଆ article ହଳଧର ନାଗ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଏଲଓସି କାର୍ଗିଲନେପାଳରିଭାରୋକ୍ସାବାନଦେବସ୍ନାନ ପୂର୍ଣ୍ଣିମାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଜଗନ୍ନାଥଫକୀର ମୋହନ ସେନାପତିରଥଯାତ୍ରାଓଡ଼ିଶାଅଣସରସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଏ. ପି. ଜେ. ଅବଦୁଲ କଲାମଗୋପବନ୍ଧୁ ଦାସମହାପାତ୍ର ନୀଳମଣି ସାହୁଭାବନା କାନ୍ତଜଗନ୍ନାଥ ମନ୍ଦିରକଟକସାରଳା ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମନୋଜ ଦାସପରି ମଣିଓଡ଼ିଶାର ଲୋକନୃତ୍ୟବାଜି ରାଉତଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ଦାସଭାରତସୁରେନ୍ଦ୍ର ମହାନ୍ତିପଠାଣି ସାମନ୍ତରଜଶାନ୍ତନୁ କୁମାର ଆଚାର୍ଯ୍ୟପ୍ରତିଭା ରାୟମେଘା ବର୍ମନଓଡ଼ିଆ ସାହିତ୍ୟର ଇତିହାସବନ୍ଦେ ଉତ୍କଳ ଜନନୀଗୁରୁ ପ୍ରସାଦ ମହାନ୍ତିନନ୍ଦିନୀ ଶତପଥୀଜଗନ୍ନାଥ ଦାସନବକଳେବରଗାନ୍ଧାରୀ (ମହାଭାରତ)ଭଗବତ ଗୀତାମହାତ୍ମା ଗାନ୍ଧୀକାଳିନ୍ଦୀ ଚରଣ ପାଣିଗ୍ରାହୀନିଜାମୀ ବନ୍ଧୁଉପେନ୍ଦ୍ର ଭଞ୍ଜକନକ ମଞ୍ଜରୀ ମହାପାତ୍ରଗିଢାଗୋଦାବରୀଶ ମହାପାତ୍ରଫତୁରାନନ୍ଦମଧୁସୂଦନ ରାଓବିଜ୍ଞାନଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଓଡ଼ିଶାର ଇତିହାସଜ୍ଞାନପୀଠ ପୁରସ୍କାର🡆 More