ହର ରଥ: ଓଡ଼ିଆ ଅଭିନେତା

ହର ରଥ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ହର ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ରେ ହର ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ନାୟକ, ଖଳନାୟକ, ସ‌ହ-ନାୟକ ଏବଂ ପାର୍ଶ୍ୱ-ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି । କଥାଚିତ୍ର ବ୍ୟତୀତ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଛନ୍ତି ।

ହର ରଥ
ଜନ୍ମ
ହର ରଥ

ବୃତ୍ତି(ଓଡ଼ିଆ) ଅଭିନେତ୍ରା
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ

ପ୍ରାରମ୍ଭିକ ଜୀବନ

ହର ଗଞ୍ଜାମ ଜିଲ୍ଲାର ଧରାକୋଟରେ ପଢ଼ୁଥିଲେ । ସେ ସ୍କୁଲରେ ପଢ଼ିବା ସମୟରେ ନାଟକ, ଡ଼୍ରାମା ଆଦିରେ ଅନେକ ଅଭିନୟ କରିଥିଲେ । ଏହାପରେ ଆସ୍କା, ଖୋର୍ଦ୍ଧା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କାର ପାଇଥିଲେ ।

ଅଭିନୟ ଜୀବନ

ହର ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥିଲେ । ସେ ମେକଅପ ମେନ, ପ୍ରଡ଼କସନ ମ୍ୟାନେଜର, କ୍ୟାମେରା ଅପେରେଟର, ଏଡ଼ିଟର ଆଦି ବିଭିନ୍ନ କାମ କରିଥିଲେ । ଏହାପରେ ସେ ୨୦୦୫ରେ ଜୀବନ ମୃତ୍ୟୁ କଥାଚିତ୍ରରେ ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୭ ମସିହାରେ ସେ ମଧ୍ୟ ମୁଁ ତତେ ଲଭ୍ କରୁଚି ଚଳଚ୍ଚିତ୍ରରେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ଗୁଡ଼ିଆ ମହାପାତ୍ର ମତେ ତାଙ୍କ ଚଳଚ୍ଚିତ୍ର ପ୍ରିୟା ମୋ ପ୍ରିୟା ଗୋଟିଏ ଛୋଟ ଭୂମିକାରେ ଅଭିନୟ ପାଇଁ ହରଙ୍କୁ ସୁଯୋଗ ଦେଇଥିଲେ । ଏହପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀରେ ଏକ ଭଲ ଭୂମିକାରେ ସୁଯୋଗ ପାଇଥିଲେ ଏବଂ ତା' ପରଠାରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଖଳନାୟକ, ସ‌ହନାୟକ, ପାର୍ଶ୍ୱ-ଅଭିନେତା, ହାସ୍ୟ ଅଭିନେତା ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ଏହାପରେ ସେ ସତ୍ୟମେବ ଜୟତେ, ମୋଷ୍ଟ ୱାଣ୍ଟେଡ଼, ମାଟିର ବନ୍ଧନ, ଏସିପି ରଣବୀର, ଆଖିରେ ଆଖିରେ, ଆମେତ ଟୋକା ଷଣ୍ଢ ମାର୍କା, ମୁଁ ତା'ର କିଏ, ୱାନ୍ ୱେ ଟ୍ରାଫିକ୍, କେହି ନୁହେଁ କାହାର, ହେଲୋ- ଇନ୍ ଲଭ୍, ମୀମାଂସା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୮ରେ ହରଙ୍କର ଚଳଚ୍ଚିତ୍ର ଯୋଗୀ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଶୀର୍ଷକ ଯୋଗୀ ଭୂମିକାରେ ହର ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପାଇଁ ତାଙ୍କୁ ତିନିମାସ ଧରି ଲଣ୍ଡା ହେବାକୁ ପଡ଼ିଥିଲା ।

ଦୂରଦର୍ଶନ

ହର ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପାରେ ଖଳନାୟକ ଭାବରେ ଅଭିନେତା ଜୟୀରାମ ସାମଲଙ୍କ ପୁଅ ଜିମି ଭୂମିକାରେ ଅଭିନୟ କରିଥିଲେ । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏକ୍ସକ୍ୟୁଜ୍ ମି-ଏଥର ମିଛ କ‌ହିବିରେ ଅଭିନେତା ପପୁ ପମ ପମଙ୍କ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୮ ବନ୍ଦେ ଉତ୍କଳ ଜନନୀ ବିଜୟ ଦାସ ପ୍ରଥମ ଓଡ଼ିଆ କଥାଚିତ୍ର
ସତ୍ୟମେବ ଜୟତେ
୨୦୧୧ ମୋଷ୍ଟ ୱାଣ୍ଟେଡ଼ ଟୋପି
୨୦୧୨ ମାଟିର ବନ୍ଧନ
ଏସିପି ରଣବୀର
୨୦୧୪ ଆଖିରେ ଆଖିରେ
ଆମେତ ଟୋକା ଷଣ୍ଢ ମାର୍କା
ମୁଁ ତା'ର କିଏ
ୱାନ୍ ୱେ ଟ୍ରାଫିକ୍
୨୦୧୫ କେହି ନୁହେଁ କାହାର
ହେଲୋ- ଇନ୍ ଲଭ୍
୨୦୧୬ ମୀମାଂସା
୨୦୧୮ ଯୋଗୀ ଯୋଗୀ
ବାଘ ବଜାରୀ

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ହର ରଥ

Tags:

ହର ରଥ ପ୍ରାରମ୍ଭିକ ଜୀବନହର ରଥ ଅଭିନୟ ଜୀବନହର ରଥ ଦୂରଦର୍ଶନହର ରଥ ଅଭିନୀତ କଥାଚିତ୍ରହର ରଥ ଆଧାରହର ରଥ ବାହାର ଆଧାରହର ରଥଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଗୋପାଳକୃଷ୍ଣ ପଟ୍ଟନାୟକଅକ୍ଟୋବରଅଷ୍ଟଶମ୍ଭୁ ପୀଠକୃଷ୍ଣଚନ୍ଦ୍ର ପାଣିଗ୍ରାହୀସଖୀ କଣ୍ଢେଇ ନାଚଉପେନ୍ଦ୍ର ଭଞ୍ଜସବ୍ୟସାଚୀ ମିଶ୍ରନଡ଼ିଆଯକ୍ଷ୍ମାଆନି ବେସାନ୍ତଅଚ୍ୟୁତାନନ୍ଦ ଦାସବି. ଆର. ଆମ୍ବେଦକରରାମାନୁଜ ଆଚାର୍ଯ୍ୟପଞ୍ଚାୟତ ରାଜଗୌତମ ବୁଦ୍ଧଭାରତ ସରକାରବିଜୟ କୁମାର ନନ୍ଦମାଛ ଭଜାଚନ୍ଦକା ହାତୀ ଅଭୟାରଣ୍ୟହୋମି ଜାହାଙ୍ଗୀର ଭାବାବଲାଙ୍ଗୀର ଜିଲ୍ଲାwiki.phtmlଅଭିମନ୍ୟୁ ସାମନ୍ତସିଂହାରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜୈନବାଦମଙ୍ଗଳା ମନ୍ଦିରବିଜୟ ମିଶ୍ରଆମ୍ବେଦକର ଜୟନ୍ତୀଅମିତାଭ ବଚ୍ଚନଓଲିସେରିଡାଇନ୧ (ସଂଖ୍ୟା)ଭାରତର ନ୍ୟାୟୀକ ବ୍ୟବସ୍ଥାରାମ ନବମୀପଞ୍ଚତନ୍ତ୍ରଶବରଦୁଃଶାସନ ଜେନାବିରଜା ରାଉତରାୟଅକ୍ଷୟ ତୃତୀୟାଦାମୋଦର ରାଉତଶ୍ରବଣ ( ରାମାୟଣ ର ଚରିତ୍ର )ବିବାହପ୍ରାଣବନ୍ଧୁ କରଆହେ ଦୟାମୟ ବିଶ୍ୱ ବିହାରୀସୀତା ବିବାହସୁବର୍ଣ୍ଣପୁର ଜିଲ୍ଲାସୋଡ଼ିଅମନବାଙ୍କ ବେଶସ୍ଥାନେଶ୍ୱର ମହାଦେବ ମନ୍ଦିରପଞ୍ଚସଖାରସାବଳିଗୁରୁ ପ୍ରସାଦ ମହାନ୍ତିନରୱେଓଡ଼ିଆ ରାନ୍ଧଣାଭୀମ ଭୋଇକଟକ ଜିଲ୍ଲାଜଗନ୍ନାଥ ମନ୍ଦିର, ବାରିପଦା୧୨ ଜୁନ୩ ଅପ୍ରେଲପଦ୍ମ ଫୁଲନକ୍ଷତ୍ରକୁଞ୍ଜବିହାରୀ ଦାଶଯକୃତନରେନ୍ଦ୍ର ମୋଦୀକୋଣାର୍କ ସୂର୍ଯ୍ୟ ମନ୍ଦିରଭଗବତୀ ଚରଣ ପାଣିଗ୍ରାହୀନବୀନ ପଟ୍ଟନାୟକ🡆 More