ହରେକୃଷ୍ଣ ବେହେରା: ଓଡ଼ିଶୀ ନୃତ୍ୟ ଗୁରୁ

ହରେକୃଷ୍ଣ ବେହେରା (୨୩ ମାର୍ଚ୍ଚ ୧୯୩୧ - ୨୪ ଜୁନ ୨୦୧୨) ଜଣେ ଓଡ଼ିଶୀ ନୃତ୍ୟ ଗୁରୁ ଥିଲେ । ହରେକୃଷ୍ଣ ବାଲେଶ୍ୱର ଜିଲ୍ଲାର ବୁଆଁଳଗ୍ରାମରେ ସେ ଜନ୍ମ ଗ୍ରହଣକରିଥିଲେ । ସେ ଗୁରୁ ରାମଚନ୍ଦ୍ରଦେବଙ୍କଠାରୁ ଓଡ଼ିଶୀ ନୃତ୍ୟ ଓ ଗୁରୁ ରାମହରି ମହାପାତ୍ରଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହାୟତାରେ ସରକାରୀ ବୃତ୍ତି ଲାଭ କରିବା ସହିତ ସେ ଦିଲ୍ଲୀସ୍ଥିତ ନାଟ୍ୟ ବେଲେଟ କେନ୍ଦ୍ରରେ ଉଚ୍ଚ ଶିକ୍ଷାର ସୁଯୋଗ ପାଇଥିଲେ ।

ହରେକୃଷ୍ଣ ବେହେରା
ହରେକୃଷ୍ଣ ବେହେରା: ଓଡ଼ିଶୀ ନୃତ୍ୟ ଗୁରୁ
ଜନ୍ମ(1931-03-23)୨୩ ମାର୍ଚ୍ଚ ୧୯୩୧
ମୃତ୍ୟୁ୨୪ ଜୁନ ୨୦୧୨(2012-06-24) (ବୟସ ୮୧)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୈବାହିକ-ସାଥୀପଦ୍ମାବତୀ
ସନ୍ତାନକବିତା ଦ୍ୱିବେଦୀ, କାବେରୀ, କଲ୍ୟାଣୀ ବେହେରା
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
ହରେକୃଷ୍ଣ ବେହେରା: ଓଡ଼ିଶୀ ନୃତ୍ୟ ଗୁରୁ
ହରେକୃଷ୍ଣ ବେହେରାଙ୍କର ନୃତ୍ୟରତ ଛବି

ସେ ଓଡ଼ିଶୀ ନୃତ୍ୟକୁ ଗୌରବମଣ୍ଡିତ କରିବାରେ ଦୀର୍ଘ ୫୦ ବର୍ଷ ଧରି ଉଦ୍ୟମ କରିଥିଲେ । ସେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ମଧ୍ୟ ପାଇଛନ୍ତି । ସେ ଦିଲ୍ଲୀରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରିବାପାଇଁ ଏକ ଓଡ଼ିଶୀ କେନ୍ଦ୍ର ସ୍ଥାପନା କରିଥିଲେ । ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ଭାସ୍କରଗଞ୍ଜଠାରେ "ଗୁରୁ ହରେକୃଷ୍ଣ ବେହେରା କଳା ଓ ସଂସ୍କୃତି" ନାମକ ଏକ ମହାବିଦ୍ୟାଳୟ ସ୍ଥାପନା କରାଯାଇଛି । ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସେ ଆମେରିକା, ଜାପାନ, ଜର୍ମାନୀ, ଋଷିଆ, ଶ୍ରୀଲଙ୍କା, ଇଂଲଣ୍ଡ, ଫ୍ରାନ୍ସ, ସାଉଦି ଆରବ, ମଙ୍ଗୋଲିଆ, ଡେନମାର୍କ, ନେଦରଲାଣ୍ଡ ଆଦି ଦେଶରେ ନୃତ୍ୟ ପରିବେଷଣ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ତଥା ଆନ୍ତର୍ଜାତୀକ ସ୍ତରରେ ଏହାର ପ୍ରଚାର ପ୍ରସାର ପାଇଁ ତାଙ୍କ ଅବଦାନ ଥିଲା ।

ଦିଲ୍ଲୀଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ହରେକୃଷ୍ଣ ବେହେରାଙ୍କ ଦିଲ୍ଲୀରେ ଥିବା ସଂଗଠନ‌ ଓଡ଼ିଶୀ କେନ୍ଦ୍ରରେ ତାଙ୍କ ସାନ ଝିଅ କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ଓଡ଼ିଶୀ ନୃତ୍ୟ ଶିଖା‌ଯାଉଛି ।

ପୁରସ୍କାର ଓ ସମ୍ମାନ

  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୭
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୩
  • ଓଡ଼ିଶା ସଙ୍ଗୀତ ନାଟକ ଏକଡେମୀ ପୁରସ୍କାର, ୧୯୮୩
  • ଅଲ ଇଣ୍ଡିଆ କ୍ରିଟିକ୍ସ ଆୱାର୍ଡ଼, ୧୯୮୧

ଆଧାର

ବାହାର ଆଧାର

Tags:

ଓଡ଼ିଶୀଓଡ଼ିଶୀ ସଙ୍ଗୀତବାଲେଶ୍ୱର ଜିଲ୍ଲାବିଜୁ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଜାତୀୟ ସଂସଦ (ଜାପାନ)ବିବାହଇନଷ୍ଟାଗ୍ରାମପ୍ଲୀହା୫ ଫେବୃଆରୀବିଜୁ ପଟ୍ଟନାୟକଫତୁରାନନ୍ଦନଦୀ୧୪୦୫୩ ସେପ୍ଟେମ୍ବରଓଡ଼ିଶା ସରକାରଶ୍ରୀଧର ଦାସଭଗବତୀ ଚରଣ ପାଣିଗ୍ରାହୀଯକ୍ଷ୍ମାସରସ୍ୱତୀଉଇକିଅଭିଧାନଚେକ୍ ଗଣରାଜ୍ୟଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁରୀଓଡ଼ିଆ ଖାଦ୍ୟଶୁକ୍ରସୁରେନ୍ଦ୍ର ମହାନ୍ତିସୀତାକାନ୍ତ ମହାପାତ୍ରବାଲେଶ୍ୱରଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଓଡ଼ିଶାର ସଂସ୍କୃତିଆଷାଢ଼କ୍ଲାଉଡ଼ ଟେକ୍ନୋଲୋଜିଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋକୁଳାନନ୍ଦ ମହାପାତ୍ରପଠାଣି ସାମନ୍ତଯୌନ ସମ୍ଭୋଗସମୟମଣ୍ଡଳଜୈନ ଧର୍ମରାସନ କାର୍ଡ଼ (ଭାରତ)୧୯୮୯ଦୀନନାଥ ପାଠୀଓଡ଼ିଶାର କଳାଗୌତମ ବୁଦ୍ଧମଧୁସୂଦନ ରାଓ୬ ଜୁଲାଇଗୁଗଲଓଡ଼ିଶାକଲମ୍ବିଆରେଭେନ୍‌ସା କଲିଜିଏଟ ସ୍କୁଲଜାପାନୀ ଭାଷାଦ୍ରାଘିମାଉଇକିକମନ୍ସବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜାଭା (ପ୍ରୋଗ୍ରାମିଂ ଭାଷା)ଆଙ୍ଗୋଲାଓଟାୱାଯାଜପୁରସୁଭାଷ ଶତପଥୀଗ୍ରହଜଗନ୍ନାଥସ୍ୱସ୍ତିକସୁନନ୍ଦା ଦାସ୭ ଫେବୃଆରୀଜଳବିଦ୍ୟୁତ୍ଫିନଲ୍ୟାଣ୍ଡଝୁଲଣ ଯାତ୍ରାଅଶ୍ୱିନୀ କୁମାର ଘୋଷକୁଞ୍ଜବିହାରୀ ତ୍ରିପାଠୀଦ୍ରୌପଦୀ ମୁର୍ମୁକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଖାଳ🡆 More