ସ୍ୱାସ୍ଥ୍ୟ: ମ

ସ୍ୱାସ୍ଥ୍ୟ ଶବ୍ଦଟି ଜୀବନ୍ତ ପ୍ରାଣୀର କାର୍ଯ୍ୟ କ୍ଷମତା ବା ମେଟାବୋଲିକ ଦକ୍ଷତାର ସ୍ତରକୁ ଦର୍ଶାଏ । ମାନବ କ୍ଷେତ୍ରରେ ଏହା ବ୍ୟକ୍ତି ବା ଗୋଷ୍ଠୀର ଶାରୀରିକ, ମାନସିକ ଓ ସାମାଜିକ ଆହ୍ୱାନ ବା ଚାଲେଞ୍ଜକୁ ସମ୍ମୁଖୀନ ହେବାର ଦକ୍ଷତାକୁ ବୁଝାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ୧୯୪୮ ମସିହା କନସ୍ଟିଚ୍ୟୁସନରେ ଗୃହିତ ସଂଜ୍ଞା ଅନୁସାରେ ଏହା ଏକ ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ଭଲ-ଅବସ୍ଥା ଓ କେବଳ ରୋଗ ତ‌ଥା ଅକ୍ଷମତାର ଅଭାବ ନୁହେଁ । ଏହି ସଂଜ୍ଞା ଗ୍ରହଣ କରିବାରେ ମଧ୍ୟ ମତଭେଦ ରହିଛି ବିଶେଷତଃ ଏହାର କାର୍ଯ୍ୟକାରୀ ମୂଲ୍ୟ ଓ ସମ୍ପୁର୍ଣ୍ଣ ଶବ୍ଦ ଉପରେ । ଅନ୍ୟ କେତେକ ସଂଜ୍ଞା ପ୍ରସ୍ତାବ ଥିବା ବେଳେ ଗୋଟିଏ ସାମ୍ପ୍ରତିକ ସଂଜ୍ଞା ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସନ୍ତୋଷକୁ ସ‌ହ‌ମତି ମିଳିଛି । ବିଭିନ୍ନ ବର୍ଗୀକରଣ ପଦ୍ଧତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିୟ ବର୍ଗୀକରଣ ପରିବାର (WHO Family of International Classifications), ଆନ୍ତର୍ଜାତୀୟ କାର୍ଯ୍ୟକାରୀତା, ଅକ୍ଷମତା ଓ ସୁସ୍ଥତା ବର୍ଗୀକରଣ(International Classification of Functioning ବାICF), ଆନ୍ତର୍ଜାତୀୟ ରୋଗ ବର୍ଗୀକରଣ (International Classification of Diseases ବା ICD) ସଂସ୍ଥାମାନଙ୍କଦ୍ୱାରା ସାଧାରଣତଃ ସ୍ୱାସ୍ଥ୍ୟର ମାପକାଠି ଓ ସଂଜ୍ଞା ନିରୁପଣ ନିମନ୍ତେ ବ୍ୟବ‌ହାର କରାଯାଉଛି ।

ବ୍ୟବ‌ସ୍ଥିତ କାର୍ଯ୍ୟକ୍ରମ ଅନୁଯାୟୀ ସ୍ୱାସ୍ଥ୍ୟସେବୀମାନେ (health care provider) ସ୍ୱାସ୍ଥ୍ୟ ସମସ୍ୟାକୁ ଆରୋଗ୍ୟ କରନ୍ତି, ପ୍ରତିଷେଧ କରନ୍ତି ଓ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ନିମନ୍ତେ ଉପଦେଶ ଦିଅନ୍ତି । ସୁସ୍ଥ ଶବ୍ଦଟି ଅନ୍ୟ ପ୍ରସଙ୍ଗ ଅର୍ଥରେ ମଧ୍ୟ ବ୍ୟବ‌ହାର ହେଉଛି ଯେପରିକି ସୁସ୍ଥ ସମାଜ, ସୁସ୍ଥ ଶହର, ସୁସ୍ଥ ପରିବେଶ ଇତ୍ୟାଦି । ସ୍ୱାସ୍ଥ୍ୟ ସେବା ବ୍ୟତୀତ ଆହୁରି ଅନେକ କାରକ ଯେପରିକି ବ୍ୟକ୍ତିର ଜୀବନ‌ଚର୍ଯ୍ୟା, ଅର୍ଥନୈତିକ, ସାମାଜିକ, ଆଧ୍ୟାତ୍ମିକ ଓ ବ୍ୟକ୍ତିଗତ ପୃଷ୍ଠଭୂମି ଯେଉଁଗୁଡ଼ିକ ସ୍ୱାସ୍ଥାବସ୍ଥାକୁ ନିୟନ୍ତ୍ରଣ କରନ୍ତି । ଅନୁଶୀଳନରୁ ଜଣାଯାଏ ଯେ ମାନସିକ ଚାପ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ଆଧାର

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

ନବଗୁଞ୍ଜରଶ୍ରୀରାଧାମିହିର କୁମାର ମେହେରହାତବନ୍ଦେ ଉତ୍କଳ ଜନନୀଜୟନ୍ତୀ ରଥଯାଯାବର (୧୯୭୫ର କଥାଚିତ୍ର)ପରମାନନ୍ଦ ଆଚାର୍ଯ୍ୟଉଦ୍ଭିଦ ବିଜ୍ଞାନସଂସ୍କୃତପାନହେପାଟାଇଟିସନମିତା ଅଗ୍ରୱାଲସାନ୍ତାଳ ବିଦ୍ରୋହଢେଙ୍କାନାଳ ଜିଲ୍ଲାନୀଳଶୈଳ (ଉପନ୍ୟାସ)ଚଉତିଶାହଂକଂଓଡ଼ିଆ ନାଟକକେଶଗାଲୁଆତାରିଣୀ ମନ୍ଦିର, ଘଟଗାଁତିର୍ଥେଶ୍ୱର ଶିବ ମନ୍ଦିରଭାରତର ସଂସ୍କୃତିଦ୍ରୌପଦୀ ମୁର୍ମୁମଠଧଉଳିପଟ୍ଟଚିତ୍ରପଦ୍ମ ଭୂଷଣଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହେନ୍ଦ୍ର ସିଂହ ଧୋନିପଦାର୍ଥରମାକାନ୍ତ ରଥଆବ୍ରୋସିଟିନିବଚିତ୍ତରଞ୍ଜନ ଦାସଓଡ଼ିଶାର ଲୋକନୃତ୍ୟଅଚ୍ୟୁତାନନ୍ଦ ଦାସଚିଙ୍ଗୁଡ଼ି ମଲାଇସଦାଶିବ ତ୍ରିପାଠୀଆରଣ୍ୟକବଲ୍ଲଭଭାଇ ପଟେଲଲକ୍ଷ୍ମୀକାନ୍ତ ମହାପାତ୍ରଗୁଆମୀରା ବାଈସେଲପର୍କାଟିନିବକାମଦା ଏକାଦଶୀଉତ୍କଳ ବ୍ରାହ୍ମଣପାଇକ ବିଦ୍ରୋହଭାରତୀୟ ମହିଳାପଦ୍ମଜ ପାଳଉଇକିପିଡ଼ିଆ ସମୂହର ତାଲିକାସମ୍ବାଦ (ଖବରକାଗଜ)ମକାକାଜୁତରୁଣକାନ୍ତି ମିଶ୍ରସୌରୀନ୍ଦ୍ର ବାରିକମାଟିର ମଣିଷ (ଉପନ୍ୟାସ)ସାହି ଯାତଏସିଆଉତ୍କଳଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳନନ୍ଦିନୀ ଶତପଥୀଗଣନ ସଂଖ୍ୟାଷ୍ଟ୍ରୋକଡିଡି ଓଡ଼ିଆନିଗମାନନ୍ଦ ପରମହଂସଅଷ୍ଟ୍ରେଲିଆବେଲଭାରତ ସରକାରରଥ ଦାସଓଡ଼ିଶା ପ୍ରିମିଅର ଲିଗତୁଳସୀ ଚଉରାସୈଫ ଅଲ୍ଲୀ ଖାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର🡆 More