ସୋମନାଥ ବ୍ରତ

ପ୍ରଭାସ ତୀର୍ଥର ଅଧୀଶ୍ୱର ଶ୍ରୀ ସୋମନାଥ, ଭଗବାନ ଶିବଙ୍କ ସ୍ୱରୂପ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଭାରତଭୂମିର ପଶ୍ଚିମ ଦିଗରେ ଆରବ ସାଗର ତଟରେ ସୋମେଶ୍ୱର ଜ୍ୟୋତିର୍ଲିଙ୍ଗ ପୂଜା ପାଉଛନ୍ତି । ଭଗବାନ ସୋମନାଥଙ୍କ ପ୍ରୀତ୍ୟର୍ଥେ ଭାଦ୍ରବ ଶୁକ୍ଳ ଷଷ୍ଠୀଠାରୁ ଆଶ୍ୱିନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ସୋମନାଥ ବ୍ରତ ବ୍ରତ ପାଳନ କରାଯାଏ । ଭଗବାନ ଶିବ (ପଶ୍ଚିମ ସୋମନାଥ) ଏହି ବ୍ରତର ଆରାଧ୍ୟ ଦେବତା । ସ୍ୱୟଂ ମହାପ୍ରଭୁ ଶିବ ଏହି ବ୍ରତର ବକ୍ତା ଓ ମା' ପାର୍ବତୀ ଏହାର ଶ୍ରୋତା । ଓଡ଼ିଶାର ଗ୍ରାମେ ଗ୍ରାମେ ମହିଳାମାନେ ଏହି ବ୍ରତ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରନ୍ତି । ପ୍ରତ୍ୟୁଷରୁ ଉଠି ଅପାମାରଙ୍ଗ ଦାନ୍ତକାଠିରେ ଦାନ୍ତ ଘଷି ହଳଦୀ ବା ମେଥି ବଟା ଲଗାଇ ସ୍ନାନ କରିବାକୁ ହୋଇଥାଏ । ଏହାପରେ ବ୍ରତଚାରିଣୀ ଶୁକ୍ଳ ବସ୍ତ୍ର ପରିଧାନ କରି ବ୍ରତ ପୂଜା କରନ୍ତି । ମୁରୁଜ ଉପରେ ପିଢ଼ା ପକାଇ ଦଶଗୋଟି ଅକ୍ଷତ, ଦୁର୍ବା ରଖି ଦଶ ଖିଅ ସୂତାରେ ତିଆରି ବ୍ରତକୁ ସ୍ଥାପନ କରାଯାଏ । କଖାରୁ ଫୁଲ ସମେତ ଦଶବର୍ଣ୍ଣର ଫୁଲ ଓ ଫଳରେ ଶିବଙ୍କ ପୂଜାର୍ଚ୍ଚନା କରି ବ୍ରତକୁ ଧାରଣ କରିବା ସହ ପରିବାରର କଲ୍ୟାଣ କାମନା କରାଯାଏ । ଏହି ବ୍ରତ ଧାରଣା ବେଳେ ସୋମନାଥ, ଗଙ୍ଗାଧର, ବିରୁପାକ୍ଷ, ନୀଳକଣ୍ଠ, ଚନ୍ଦ୍ରଶେଖର, ବୃଷଧ୍ୱଜ, ତ୍ରିଲୋଚନ, ଉଗ୍ରମୂର୍ତ୍ତି, ଜଟାଧାରୀ ଓ ମହାଦେବ ଆଦି ଶିବନାମ ଜପ କରିବାକୁ ହୋଇଥାଏ । ଏହି ବ୍ରତ ଭାଦ୍ର ଷଷ୍ଠୀ ତିଥିରେ ଆରମ୍ଭ କରାଯାଇ ଦଶହରା ଦିନ ଉଦ୍‌ଯାପିତ କରାଯାଏ ।

ସୋମନାଥ ବ୍ରତ କଥାରେ ଏହି ବ୍ରତର ମାହାତ୍ମ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ମାଳବ ଦେଶର ପାଟଳୀ ନଗର । ରାଜାଙ୍କ ନାମ ବୀର ବିକ୍ରମ । ସେ ବଡ଼ ପ୍ରତାପୀ ଓ ଧନଶାଳୀ ଥିଲେ । ଘରେଘରେ ସୁବର୍ଣ୍ଣ କଳସ ସ୍ଥାପିତ ଓ ନେତ ପତାକାଦ୍ୱାରା ନବରମାନ ସୁଶୋଭିତ । ହସ୍ତୀଙ୍କ ଘଣ୍ଟାଧ୍ୱନି, ଅଶ୍ୱଙ୍କର ହ୍ରେଷା ଧ୍ୱନି, ପଦାତିକ ଚତୁରଙ୍ଗ ବଳଙ୍କର ମୁଖରବ ଧ୍ୱନିତ ହେଉଥାଏ । ରାଜାଙ୍କର ବାଉନକୋଟି ଭଣ୍ଡାର ଥାଏ । ସେ ସେହି ନବରରେ ଚଉରାଅଶୀ ହାଟ ବସାଇ ଥା'ନ୍ତି । ଥରେ ଷାଠିଏ ଜଣ କାପୁଡିଆ ବା ସନ୍ନ୍ୟାସୀମାନେ ସୋମନାଥ ଦର୍ଶନରେ ଆସିଥିଲେ । ବାହୁଡା ବାଟରେ ବିକ୍ରମ କେଶରୀଙ୍କ ରାଜ୍ୟରେ ପହଞ୍ଚିଲେ ଏବଂ ରାଜାଙ୍କୁ ଭେଟି, ତାଙ୍କର ଆତିଥ୍ୟ ଗ୍ରହଣ କଲେ । ଖାଦ୍ୟପେୟ ପରେ ରାଜା ପାନ ଦେଲେ । ସେ ଦିନ ସୋମନାଥ ବ୍ରତ । କାପୁଡିଆମାନେ ପାନ ପରିବର୍ତ୍ତେ କଷାଫଳ ମାଗିଲେ । ରାଜା ତାହାର ବରାଦ କଲେ । ସେମାନେ ରାଜାଙ୍କ ବ୍ୟବହାରରେ ତୃପ୍ତିଲାଭ କଲେ । ରାଜାଙ୍କ ଧାର୍ମିକ ପଣ ଓ ଅତିଥି ସତ୍କାରରେ ତୁଷ୍ଟ ହୋଇ ସନ୍ୟାସୀମାନେ ରାଜାଙ୍କ କଲ୍ୟାଣ ପାଇଁ ସୋମନାଥ ବ୍ରତ ପାଳନ କରିବାକୁ ତାଙ୍କୁ ଉପଦେଶ ଦେଲେ । ବ୍ରତର ବିଧି ବର୍ଣ୍ଣନା କଲେ । ବ୍ରତର ବିଧାନ ଅନୁଯାୟୀ ମାଣେ ଚାଉଳରେ ଏହି ବ୍ରତ ପାଳନ କରାଯାଏ । ମାତ୍ର ବିକ୍ରମ କେଶରୀ ରାଜା ଓ ଅତୁଳ ସମ୍ପଦର ଅଧିକାରୀ ହୋଇ ମାତ୍ର ମାଣେ ଚାଉଳରେ ବ୍ରତ କଲେ ପାତ୍ରମନ୍ତ୍ରୀମାନେ ନିନ୍ଦା କରିବେ ବୋଲି କହିବାରୁ କାପୁଡିଆମାନଙ୍କର ମୁଖ ମଳିନ ହୋଇଗଲା । ବ୍ରତ ନିନ୍ଦା ହେବାରୁ ମହାଦେବଙ୍କର ଆସନ ଟଳିଲା ଓ କୋପହେଲା । ଫଳରେ ରାଜାଙ୍କୁ କୁଷ୍ଠରୋଗ ହୋଇଗଲା । ନିଜର ମନ୍ତ୍ରୀ ସମୀଗ୍ରହାଙ୍କୁ କହିଲେ-" ରାଜ୍ୟ ତୁମ୍ଭେ ସମ୍ଭାଳି ରାଣୀମାନଙ୍କୁ ରକ୍ଷା କରିବ । ମୋ ଶରୀର କ୍ଷମା ହେଲେ ମୁଁ ରାଜ୍ୟକୁ ଆସିବି ।" ଏହାପରେ ସେ ପୁଅ ବୀରଭଦ୍ରଙ୍କ ସହ ଦେଶାନ୍ତର ହେଲେ । ବାଟରେ ଧନରତ୍ନ ଡକାୟତି ହୋଇଗଲା । ସେ ଖାଇବାକୁ ପାଇଲେ ନାହିଁ । କ୍ରମେ ରୋଗ ବଢିଲା । ହାତଗୋଡ ଛିଡି ପଡ଼ିଲା । ପୁଅ ଭିକ ମାଗି ପୋଷୁଥାଏ । ସମୀଗ୍ରହାଙ୍କ ଡଗର ବୀର ବିକ୍ରମଙ୍କର ଏହି ଦୁର୍ଦ୍ଦଶା ଦେଖିଲା । ମନ୍ତ୍ରୀ ସମୀଗ୍ରହାଙ୍କୁ ସେ ଜଣାଇଲା । ସେ ଏଥିରେ ଖୁସି ହେଲେ । ରାଣୀ ଓ ରାଜକୁମାରୀଙ୍କୁ କୁଡିଆକରି ରଖାଇ ଦେଲେ । ନିଜେ ରାଜନବରରେ ରହିଲେ । ରାଣୀ ଓ ରାଜକୁମାରୀ ସୂତାକାଟି, ଧାନ କୁଟି ଚଳିଲେ । ପରବର୍ଷ ପୁଣି ସୋମନଥ ବ୍ରତ ଦିନ କାପୁଡିଆମାନେ ଆସିଲେ । ରାଜାଙ୍କ କଷ୍ଟକଥା ଶୁଣି ମନଦୁଃଖ କଲେ । ସେମାନେ ହାଟରେ ସଉଦା କିଣିବା ସମୟରେ ବ୍ରାହ୍ମଣିମାନେ ତାଙ୍କଠାରୁ ବ୍ରତ ବିଷୟ ପଚାରି ବୁଝିଲେ । ସାମଗ୍ରୀ ସଂଗ୍ରହ କରି ବ୍ରତ କଲେ । ରାଜା ବୀର ବିକ୍ରମଙ୍କ ଝିଅ ମଧୁମତି ଏକଥା ଶୁଣି ରାଣୀଙ୍କୁ କହିଲେ । ରାଣୀ ସମୀଗ୍ରହାଙ୍କଠାରୁ ବ୍ରତ ସାମଗ୍ରୀ ମଗାଇଲେ; କିନ୍ତୁ ବ୍ୟର୍ଥ ହେଲେ ଓ ବ୍ୟଥା ପାଇଲେ । ପରିଶେଷରେ ବ୍ରାହ୍ମଣମାନଙ୍କଠାରୁ ସଂଗ୍ରହ କରି ବ୍ରତ ପୂଜାକଲେ । ସୋମନାଥଙ୍କ କୃପା ହେଲା । ସେ ଦର୍ଶନ ଦେଇ କହିଲେ - " ଅପରାଜିତା ଦିନ ତୁ ମୋର ବ୍ରତକଲୁ ତେଣେ ରାଜାଙ୍କର ଗୋଡହାତ କଅଁଳିଲାଣି । ଏବେ ତୁମର ସମସ୍ତ ଦୋଷ କ୍ଷମା ହେଲା । " ବୀର ବିକ୍ରମଙ୍କର ସ୍ୱାସ୍ଥ୍ୟ ଓ ପରାକ୍ରମ ଫେରିଆସିଲା । ସେ ପୁତ୍ର ସହ ରାଜ୍ୟକୁ ଫେରିଲେ । ତାଙ୍କୁ ଦେଖି ନବରବାସୀ ଓ ପରିଚାରମାନେ ପାଛୋଟି ଆଣିଲେ । ରାଜା ବୀର ବିକ୍ରମ ନବରକୁ ଫେରି ସବୁକଥା ଜାଣିଲେ । ମନ୍ତ୍ରୀ ସମୀଗ୍ରହା ଉପଯୁକ୍ତ ଦଣ୍ଡପାଇଲେ । ରାଣୀ, ରାଜକୁମାରୀ ଏବଂ ସେମାନଙ୍କୁ ସାହାଯ୍ୟ କରିଥିବା ବ୍ରାହ୍ମଣୀମାନଙ୍କର ସୁଦିନ ଆସିଲା । ରାଜା ବ୍ରତର ମହିମା ବୁଝିଲେ । ଏହିବ୍ରତ 'ସାମ ବେଦରୁ' ଉଦିତ । ମାତ୍ର ଏହା ଲୌକିକ ବ୍ରତ । ଓଡ଼ିଶାରେ ଅନ୍ୟତ୍ର ମିଳୁଥିବା ସଂସ୍କୃତ ଭାଷାରେ ରଚିତ । ସୋମନାଥ ବ୍ରତକଥାର ବିଷୟବସ୍ତୁ ଏହାଠାରୁ ଭିନ୍ନ । କିନ୍ତୁ ତାହା ବହୁଳ ପ୍ରଚାରିତ ନୁହେଁ । ସୋମନାଥ ବ୍ରତ ଦିନ ଏହି ଉପରେ ବର୍ଣ୍ଣିତ କଥା ହିଁ ସାଧାରଣତଃ ପଠିତ ହୁଏ । ଅନ୍ୟ ଏକ କାହାଣୀ ଅନୁଯାୟୀ କାପୁଡିଆମାନେ ରାଜାଙ୍କ ଆତିଥ୍ୟେୟତାରେ ସନ୍ତୁଷ୍ଟ ହୋଇ ସୋମନାଥ ବ୍ରତ କରିବାକୁ ଉପଦେଶ ଦେଲେ । କିନ୍ତୁ ରାଜା ଓଷାର ବିଧି ଶୁଣି ଏ ବ୍ରତ କଲେ ପାତ୍ରମନ୍ତ୍ରୀ ଓ ଲୋକମାନେ ନିନ୍ଦା କରିବେ ବୋଲି କହିଲେ । ଏହା ଶୁଣି କାକୁଡିଆମାନେ ରାଜାଙ୍କୁ କୁଷ୍ଠରୋଗ ହେଉ ବୋଲି ଅଭିଶାପ ଦେଲେ । ଫଳରେ କୁଷ୍ଠରୋଗରେ ରୋଗାକ୍ରାନ୍ତ ହୋଇ ଗଳିତ ଅଙ୍ଗ ହେବା ବେଳକୁ ସନ୍ୟାସୀଙ୍କ ଅଭିଶାପ କଥା ମନେପଡ଼ିଲା । ରାଜା ବିକ୍ରମ ଶେଷରେ ପ୍ରଭାସ କ୍ଷେତ୍ର ଯାଇ ସେଠାରେ ଅରଣ୍ୟ ମଧ୍ୟରେ ରହି ବ୍ରତ ପାଳନ କରି ଆରୋଗ୍ୟ ହେବା ପରେ ସୋମନାଥ ମହାଦେବଙ୍କ ଦର୍ଶନ କରି କୃତକୃତ୍ୟ ହୋଇଥିଲେ । ତେଣୁ ସୋମନାଥ ବ୍ରତକୁ ସମସ୍ତେ ଶ୍ରଦ୍ଧାର ସହିତ ବିଧାନମତେ ପାଳନ କରନ୍ତି । ପ୍ରତିଦିନ ବ୍ରତ ପାଳନ କରି ବ୍ରତକଥା ଶୁଣିବାକୁ ହୁଏ । ଉଦ୍‌ଯାପନ ଦିନ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରାଇବା ସହ ନାନାବିଧ ନୈବେଦ୍ୟ ଅର୍ପଣ କରାଯାଏ । ଏହି ବ୍ରତଦ୍ୱାରା ଭାଗ୍ୟବୃଦ୍ଧି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ଥିବାରୁ ଏବେ ମଧ୍ୟ ଓଡ଼ିଆ ଘରେ ସୋମନାଥ ବ୍ରତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଥିବାର ଦେଖାଯାଏ ।

ଆଧାର

Tags:

ଅପାମାର୍ଗଆଶ୍ୱିନଓଡ଼ିଶାଜ୍ୟୋତିର୍ଲିଙ୍ଗଦଶମୀଦଶହରାଭାଦ୍ରବମୁରୁଜଶିବଷଷ୍ଠୀହଳଦୀ

🔥 Trending searches on Wiki ଓଡ଼ିଆ:

ଦିଲ୍ଲୀଶ୍ୱର ମହାରଣାକାଟୁଲୁ ରବି କୁମାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାୟୁ ଟ୍ୟୁବଉଇକିବିଦ୍ୟାଳୟମଧୁସୂଦନ ଦାସଆବ୍ରୋସିଟିନିବନୂଆ ଦିଲ୍ଲୀଗେମ ଅଫ ଥ୍ରୋନ୍ସମୁନ୍ନା- ଏ ଲଭ୍ ଷ୍ଟୋରୀଇନ୍ଦିରା ଗାନ୍ଧୀବିଜ୍ଞାନ ଦିଗନ୍ତଭାରତ ଲୀଳାପାରାଦ୍ୱୀପସଦାଶିବ ତ୍ରିପାଠୀକୁନ୍ତଳା କୁମାରୀ ସାବତଗୋଲାପ ମଞ୍ଜରୀ କରଉଦାରବାଦତୁଳସୀ ଚଉରାଗେଣ୍ଡୁଫୁଲଦ୍ୱିତୀୟ ବିଶ୍ୱଯୁଦ୍ଧଚନ୍ଦ୍ରଭାଗା (କବିତା)ରାଜ୍ୟ ସଭାଉତ୍କଳ ସମ୍ମିଳନୀଅରୁଣ କୁମାର ସାହୁହନୁମାନ ବାଟିକାଲକ୍ଷ୍ମୀପୁର , ଓଡିଶାଉତ୍କଳ ବ୍ରାହ୍ମଣଉତ୍କଳ ଦିବସକିଶୋରୀ ଚରଣ ଦାସଚଉତିଶାନୀଳକଣ୍ଠ ଦାସପ୍ରତିଭା ରାୟଭାରତୀୟ ଡାକ ସେବାଓଡ଼ିଶାଇଂଲଣ୍ଡଜୟନ୍ତ ମହାପାତ୍ରଓଡ଼ିଆ ସାହିତ୍ୟଓଡ଼ିଶା ଇଞ୍ଜିନିୟରିଂ କଲେଜଖୋର୍ଦ୍ଧାଫତୁରାନନ୍ଦଜାଭାସ୍କ୍ରିପ୍ଟଗୋଦାବରୀଶ ମିଶ୍ରଚିକିତ୍ସା ବିଜ୍ଞାନଭାରତୀୟ ସ୍ୱାଧୀନତା ଆନ୍ଦୋଳନସୌରୀନ୍ଦ୍ର ବାରିକମୁଁ ରାଜା ତୁ ରାଣୀଗୋବିନ୍ଦ ଚନ୍ଦ୍ର ଦାସଆମିର ଭାୟାଲର୍ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଦାସକାଠିଆକନ୍ନଡ଼ ଭାଷାଉତ୍କଳମହମ୍ମଦ ରଫିମାଘଗୋପାଳ ଛୋଟରାୟଅମ୍ବା (ମହାଭାରତ)ମଙ୍ଗଳ ପାଣ୍ଡେଭୁଜାଖିଆ ପୀରଶ୍ରୀରାଧାଦଶପଲ୍ଲା ରାଜ୍ୟକିଟ୍ ବିଶ୍ୱବିଦ୍ୟାଳୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପରଟାମାନ୍ନା ଦେକୋରାପୁଟବ୍ରାହ୍ମ ସମାଜରାମକୃଷ୍ଣ ପରମହଂସ🡆 More