ସୁବର୍ଣ୍ଣପୁର ଜିଲ୍ଲା

]

ସୁବର୍ଣ୍ଣପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗୀର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୨ଟି ଆସନ
Area
 • ଜିଲ୍ଲା2284.4 km2 (882�0 sq mi)
Population
 (୨୦୧୧)
 • ଜିଲ୍ଲା୬୫୨୧୦୭
 • Density279/km2 (720/sq mi)
 • Urban
୪୯୯୩୨
 • Rural
୬୦୨୧୭୫
 • ୬ ବର୍ଷରୁ କମ ଶିଶୁ
୭୬୫୩୬
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬x
ଯାନବାହାନ ପଞ୍ଚୀକରଣOD-31
ଜିଲ୍ଲାପାଳମନୀଶା ବାନାର୍ଜୀ
WebsiteOfficial website

ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୁବର୍ଣ୍ଣପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ତା ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ ସମ୍ବଲପୁର ଜିଲ୍ଲା ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ବୌଦ୍ଧ ଜିଲ୍ଲା ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ୱାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ଭୂଗୋଳ

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି

ମୁଖ୍ୟ ନଦୀ

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।

  • ପୁରୁଷ: ୩,୩୨,୮୯୭
  • ମହିଳା: ୩,୧୯,୨୧୦
    • ଛ ବର୍ଷରୁ କମ: ୭୬,୫୩୬
  • ପଢୁଆ ହାର: ୭୪.୪୨%
    • ପୁରୁଷ: ୭୮.୪୧%
    • ମହିଳା: ୮୪.୭୮%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର ।
  • ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
  • ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
  • ଗ୍ରାମ ପଞ୍ଚାୟତ: ୯୬
  • ଗ୍ରାମ: ୯୫୯

ପର୍ଯ୍ୟଟନ ସ୍ଥଳ

ସୁବର୍ଣ୍ଣପୁର ଜିଲ୍ଲା 
ଖମ୍ବେଶ୍ୱରୀ ମା 
  • ଲଙ୍କେଶ୍ୱରୀ ମନ୍ଦିର: ଲଙ୍କେଶ୍ୱରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
  • ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
  • ମେଟାକାନୀ, ଉଲୁଣ୍ଡା
  • କପିଳେଶ୍ୱର ମନ୍ଦିର, ଚରଦାଠାରେ ଅବସ୍ଥିତ ।
  • ସୁରେଶ୍ୱରୀ ମନ୍ଦିର – ଏହି ମନ୍ଦିର ସୋନପୁରଠାରେ ଅବସ୍ଥିତ ।
  • ରାମେଶ୍ୱର ମନ୍ଦିର – ଏହି ମନ୍ଦିର ମଧ୍ୟ ସୋନପୁରଠାରେ ଅବସ୍ଥିତ ।
  • ଚମ୍ପେଶ୍ୱର ଶିବ ମନ୍ଦିର – ଏହି ମନ୍ଦିର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମରେ ଅବସ୍ଥିତ ।
  • ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର ।

ପର୍ବପର୍ବାଣି

  • ଲଙ୍କା ପୋଡ଼ି: ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଲଙ୍କା ପୋଡ଼ି ଉତ୍ସବ ପାଳନ କରାଯାଇଥାଏ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲାମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

ଗ୍ୟାଲେରି

ଆଧାର

ଅଧିକ ତଥ୍ୟ

Tags:

ସୁବର୍ଣ୍ଣପୁର ଜିଲ୍ଲା ଭୂଗୋଳସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନିକ ବିଭାଗସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟଟନ ସ୍ଥଳସୁବର୍ଣ୍ଣପୁର ଜିଲ୍ଲା ପର୍ବପର୍ବାଣିସୁବର୍ଣ୍ଣପୁର ଜିଲ୍ଲା ଗ୍ୟାଲେରିସୁବର୍ଣ୍ଣପୁର ଜିଲ୍ଲା ଆଧାରସୁବର୍ଣ୍ଣପୁର ଜିଲ୍ଲା ଅଧିକ ତଥ୍ୟସୁବର୍ଣ୍ଣପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବୀର ସୁରେନ୍ଦ୍ର ସାଏସିଙ୍ଗାପୁରସୋନାଲ ମାନସିଂହଆଚାର୍ଯ୍ୟ ହରିହରବର୍ଷାପରିବେଶଡାଲିଆର୍ଥ୍ରାଇଟିସବିଧାନ ସଭା ସଭ୍ୟବିଷସୁଶ୍ରୀ ଶ୍ରେୟା ମିଶ୍ରସୁନାଦେବୀ ନଦୀଓଡ଼ିଶାର ମାପ ବ୍ୟବସ୍ଥାଇଜିପ୍ଟବ୍ରହ୍ମପୁରହିନ୍ଦୁ ବିବାହ ଅଧିନିୟମ, ୧୯୫୫ଶନିଅଂଶୁଘାତନଭେମ୍ବରଶ୍ରବଣ ( ରାମାୟଣ ର ଚରିତ୍ର )ରାମ ମନ୍ଦିର, ଭୁବନେଶ୍ୱରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜଣ୍ଡିସ୍କୃଷ୍ଣ ଚନ୍ଦ୍ର ମହାପାତ୍ରକେଶବ କୋଇଲିଅଭିନିବେଶ ଅର୍ଥନୀତିପୋଲିଓ ଟିକାଟାଇଫସପାଣାଜୀଇଣ୍ଟରନେଟତୁଳସୀ ଚଉରାମୁକ୍ତିକାନ୍ତ ମଣ୍ଡଳବୁଢ଼ାବଳଙ୍ଗ ନଦୀଚତୁର୍ଦ୍ଦଶୀଇନ୍ଦ୍ରରୋମବୈଷ୍ଣବ ପାଣିଆଳୁଜଗନ୍ନାଥ ପ୍ରସାଦ ଦାସଦରମାପୃଥିବୀରଜଉଇକିପିଡ଼ିଆ ସମୂହର ତାଲିକାଅଭିମନ୍ୟୁ ସାମନ୍ତସିଂହାରଓଡ଼ିଆ କାବ୍ୟ କବିତାସରସ୍ୱତୀ ପ୍ରଧାନମାଟିଆ ଚିଲଚିଲିକା ହ୍ରଦଏଚଆଇଭି/ଏଡସଇତିହାସଓଡ଼ିଆ ଉଇକିପିଡ଼ିଆସିରୁଳୀ ମହାବୀର ମନ୍ଦିରଅଳକାହାରୀ ପୋଟରଜୟୀରାମ ସାମଲଶ୍ୱେତପଦ୍ମା ପାଢ଼ୀଛବିଳ ମଧୁ ବର୍ଣ୍ଣବୋଧମ୍ୟୁଚୁଆଲ ଫଣ୍ଡଶବ୍ଦ (ପଦ)ଝାଲ ମୁଢ଼ିଅଚ୍ୟୁତାନନ୍ଦ ଦାସମାଗୁଣିର ଶଗଡ଼ନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବାଜି ରାଉତଏ. ପି. ଜେ. ଅବଦୁଲ କଲାମନାରାୟଣ ସାହୁଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ🡆 More