ସୁଦର୍ଶନ

ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ । ଏହା ପଛରେ ଥିବା ପୌରାଣିକ ମତଟି ହେଲା: ସୁଦର୍ଶନ ଦୂତ ରୂପେ ବା କାର୍ଯ୍ୟନିର୍ବାହୀ ରୂପେ ପ୍ରଭୁଙ୍କ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା । ପ୍ରଭୁ ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ କଦଳୀବନରେ ତପସ୍ୟା କରୁଥିବା ହନୁମାନଙ୍କୁ ଡାକି ଆଣିବା ପାଇଁ ସୁଦର୍ଶନଙ୍କୁ ପଠାଇଲେ । ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ରସବୁ କାଟି କାଟି ଯାଇ ସେଠାରେ ଅଭୟ ମୁଦ୍ରାରେ ତପସ୍ୟାରେ ବସିଥିବା ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ । ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି । ସୁଦର୍ଶନ ଏହାଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି । ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶିଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ କିପରି ପହଞ୍ଚିଲ? ହନୁମାନ ଉତ୍ତରଦେଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ । ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି, କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି । ହନୁମାନଙ୍କ ଶକ୍ତି ପରିକ୍ଷା ପାଇଁ ସୁଦର୍ଶନ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦ୍ୱାରରେ ଚାରୋଟି ସୁଦର୍ଶନ ରୂପେ ବାଟ ଓଗାଳିଲେ । ଏହା ଦେଖି ହନୁମାନ ପ୍ରଭୁ ରାମଙ୍କୁ ସ୍ମରଣ କରି ଚାରି ହାତରେ ଚାରୋଟି ସୁଦର୍ଶନଙ୍କୁ ଆଣି ଗିଳିଦେଇ ପ୍ରଭୁଙ୍କ ପାଖରେ ପହଞ୍ଚିଲେ । ପ୍ରଭୁ ହନୁମାନଙ୍କୁ ଏକାକୀ ଦେଖି ସୁଦର୍ଶନଙ୍କ କଥା ପଚାରିଲେ । ହନୁମାନ କହିଲେ, ପ୍ରଭୁ ଆପଣ ସବୁ ଜାଣନ୍ତି, ଆପଣ ତାଙ୍କୁ ଯେପରି ଚାରୋଟି ରୂପ ଦେଲେ, ମତେ ସେପରି ଚାରୋଟି ହାତ ଦେଲେ, ଚାରିଦ୍ୱାରରେ ସେ ମୋ ପଥରୋଧ କରିବାରୁ ମୁଁ ତାଙ୍କୁ ଗିଳିଦେଇଛି । ପ୍ରଭୁଙ୍କ ଦର୍ଶନରେ ମୁଁ କୌଣସି ବାଧାମାନେ ନାହିଁ । ତତ୍ପରେ ପ୍ରଭୁଙ୍କ ଆଦେଶ ମୁତାବକ ହନୁମାନ ସୁଦର୍ଶନଙ୍କୁ ବାନ୍ତି କଲେ, କିନ୍ତୁ ଚାରୋଟିଯାକ ସୁଦର୍ଶନ ଏକ ସ୍ତମ୍ଭାକାର ହୋଇ ତଳେ ପଡ଼ିଲେ । ଉଭୟଙ୍କ ଅହଙ୍କାର ପାଇଁ ପ୍ରଭୁ ଦଣ୍ଡବିଧାନ କଲେ । ସୁଦର୍ଶନ ସେହି ସ୍ତମ୍ଭାକାର ରୂପେ ଦକ୍ଷିଣପାର୍ଶ୍ୱ ପରିବର୍ତ୍ତେ ବାମପାର୍ଶ୍ୱରେ ରହିଲେ । ହନୁମାନ ତପସ୍ୱୀ ହନୁମାନ ନାମରେ ଆଠହାତଯୁକ୍ତ ପ୍ରଶସ୍ତ ମୁଦ୍ରାରେ ଉତ୍ତର(ହସ୍ତି) ଦ୍ୱାର ଜଗି ରହିଲେ ।

ପୌରାଣିକ ମତ

ଆଧାର

Tags:

କଦଳୀ

🔥 Trending searches on Wiki ଓଡ଼ିଆ:

୧୪ ଅକ୍ଟୋବରଶେର ଶାହ ସୁରୀଅଖିଳ ମୋହନ ପଟ୍ଟନାୟକ୨୨ ଅଗଷ୍ଟଦୀପା ସାହୁ (୧୯୮୫ ଜନ୍ମ)ଜାନକୀ ବଲ୍ଲଭ ପଟ୍ଟନାୟକଚନ୍ଦକା ହାତୀ ଅଭୟାରଣ୍ୟବୀଜାଣୁହରେକୃଷ୍ଣ ମହତାବଜଳ ପ୍ରଦୂଷଣକବିସୂର୍ଯ୍ୟ ବଳଦେବ ରଥସଖୀ କଣ୍ଢେଇ ନାଚବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଞ୍ଜୁ ଆଉ ସଞ୍ଜନାଉଇକିମିଡ଼ିଆ ଫାଉଣ୍ଡେସନବିଜୟ ମିଶ୍ରମିହିର ଦାସରୋମାନିଆପ୍ରସନ୍ନ କୁମାର ପାଟ୍ଟଶାଣୀଗଇଁଠାଉପେନ୍ଦ୍ର ଭଞ୍ଜକଳିକେଶ ନାରାୟଣ ସିଂହଦେଓଶ୍ରୀ ଅରବିନ୍ଦବୈକୁଣ୍ଠନାଥ ପଟ୍ଟନାୟକଚାଉଳଓଡ଼ିଶାୟୁରୋପପରୀ ବେୱାଟିଣଭରତ (ରାମାୟଣ)ମୁକ୍ତେଶ୍ୱର ଦେଉଳଧରିତ୍ରୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସୂର୍ଯ୍ୟ୮ ଅପ୍ରେଲଖୋର୍ଦ୍ଧା ଜିଲ୍ଲାଚିନ୍ତାମଣିଶ୍ୱର ଶିବ ମନ୍ଦିର୨୨ ଅକ୍ଟୋବରପାରଦମାଛ ଭଜାଚନ୍ଦ୍ରଶେଖର ରଥପଶ୍ଚିମ ଓଡ଼ିଶାଲକ୍ଷ୍ମଣ ନାୟକରତ୍ନାକର ଚଇନିଜଗନ୍ନାଥଙ୍କ ଷୋଳକଳାବାରିପଦା୨୧ଦେଓମାଳୀବ୍ରହ୍ମପୁତ୍ର ନଦୀକନ୍ନଡ଼ ଭାଷାପୁରୀକିଶୋରୀ ଚରଣ ଦାସବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଜୁଲାଇଯକୃତ୧୨ ମାର୍ଚ୍ଚଉଇକିପାଠାଗାରତୁଳସୀ ଦାସସମ୍ବଲପୁର ଜିଲ୍ଲାଚନ୍ଦ୍ରଯାନ-୩ଅକ୍ଷାଂଶବାନ୍ତିଢେଙ୍କାନାଳ ଜିଲ୍ଲାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁରୁପ୍ରସାଦ ମହାନ୍ତିବକ୍ସି ଜଗବନ୍ଧୁଛଉ ନାଚକଟକ ଜିଲ୍ଲାହନୁମାନଇଣ୍ଟରନେଟ🡆 More