ସୀତା ବିବାହ: ପ୍ରଥମ ଓଡ଼ିଆ କଥାଚିତ୍ର

ସୀତା ବିବାହ ପ୍ରଥମ ଓଡ଼ିଆ କଥାଚିତ୍ର । ୧୯୩୬ ମସିହା ଅପ୍ରେଲ ୨୮ତାରିଖରେ ପୁରୀର ଲକ୍ଷ୍ମୀ ସିନେମା ହଲରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା । ଧ୍ୱନି ଥାଇ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।

ସୀତା ବିବାହ
ନିର୍ଦ୍ଦେଶକମୋହନ ସୁନ୍ଦର ଦେବ ଗୋସ୍ୱାମୀ
ପ୍ରଯୋଜକମୋହନ ସୁନ୍ଦର ଦେବ ଗୋସ୍ୱାମୀ
ସଂଳାପକାମପାଳ ମିଶ୍ର
କାହାଣୀକାମପାଳ ମିଶ୍ର
କଳାକାରମାଖନଲାଲ ବାନାର୍ଜୀ, ପ୍ରଭାବତୀ ଦେବୀ, ଅଦ୍ୱୈତ ଚରଣ ମହାନ୍ତି
ସଙ୍ଗୀତହରିଚରଣ ମହାନ୍ତି
ମୁକ୍ତିଲାଭ ତାରିଖ
୨୮ ଅପ୍ରେଲ ୧୯୩୬
କଥାଚିତ୍ରର ସମୟ
୨ଘଣ୍ଟା ୩୦ମିନଟ
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୨୯ ହଜାର ୭୮୧ ଟଙ୍କା ୧୦ ଅଣା

କଳାଧଳା ଚଳଚ୍ଚିତ୍ରଟି ଥିଲା ସବାକ । ଉଲ୍ଲେଖଯୋଗ୍ୟ ଯେ, ଆମରାଜ୍ୟରେ ନିର୍ବାକ ଚଳଚ୍ଚିତ୍ର ଆଦୌ ନିର୍ମାଣ ହୋଇନଥିଲା । ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ଓଡ଼ିଶାବାସୀ ସୀତା ବିବାହ ମାଧ୍ୟମରେ ପ୍ରଥମ ସିନେମାର ସ୍ୱାଦ ଚାଖିଥିଲେ ।

କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେହିଁ ଗାୟନ କରିଥିଲେ । ଏଥିରେ ଥିବା ୧୨ଟି ଗୀତକୁ ମୋହନ ସୁନ୍ଦର ରଚନା କରିଥିଲେ ।ରାମ ଓ ସୀତାଙ୍କ ବିବାହ ଉପରେ ଆଧାରିତ ଏହି ୧୨ରିଲ ବିଶିଷ୍ଟ । କଲିକତାରେ ପ୍ରଦର୍ଶନ କରିବାକୁ ନେବା ଅବସରରେ ଅଗ୍ନିକାଣ୍ଡ ଯୋଗୁଁ ଏହାର ସମସ୍ତ ରିଲ ପୋଡ଼ି ନଷ୍ଟ ହେଇଯାଇଥିଲା ।

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ସୀତା ବିବାହ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ନିର୍ମାଣ

୧୯୩୫ ମସିହା ପ୍ରଥମ ଭାଗରେ ପୁରୀଠାରେ କଳାକାରମାନେ ଅଭ୍ୟାସ ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ୨୯ରେ ମୋହନ ସୁନ୍ଦର ସମସ୍ତଙ୍କୁ ଧରି କଲିକତା ଯାତ୍ରା କରିଥିଲେ । ସେପ୍ଟେମ୍ବର ୧୯ରେ କଲିକତାଠାରେ ଚିତ୍ର ଗ୍ରହଣ ଆରମ୍ଭ ହୋଇଥିଲା । ୨୩ ମାର୍ଚ୍ଚ ୧୯୩୬ରେ ନିର୍ମାଣ ଶେଷ ହୋଇଥିଲା । ମାସକ ପରେ ଦର୍ଶକ ଏହାକୁ ଦେଖିବାକୁ ପାଇଥିଲେ । ଚଳଚ୍ଚିତ୍ରଟିରେ ସମୁଦାୟ ଖର୍ଚ୍ଚ ହୋଇଥିଲା ୨୯ ହଜାର ୭୮୧ ଟଙ୍କା ୧୦ ଅଣା । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ନିଜ ଘର ବନ୍ଧକ ରଖି ଏହି ଅର୍ଥ ଯୋଗାଡ କରିଥିଲେ । ମାଖନଲାଲ ବାନାର୍ଜୀ, ରାମ ଚରିତ୍ରରେ ଅଭିନୟ କରିବା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ବଲ୍ଲଭ ମହାନ୍ତି ଯିବା ଆସିବା ଖର୍ଚ୍ଚ ପାଇଁ ୩୫ଟଙ୍କା ଓ ପ୍ରଭାବତୀ ଦେବୀ ସୀତା ଚରିତ୍ରରେ ଅଭିନୟ କରିବା ପାଇଁ ୧୫୦ଟଙ୍କା ପାରିଶ୍ରମିକ ଗ୍ରହଣ କରିଥିଲେ ।

ଚଳଚ୍ଚିତ୍ର ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସ୍ଥାନିତ ଗୀତଗୁଡ଼ିକ:

  • ଏହି ଯେ ଆଶ୍ରମ ଦେଖୁଛୁ ଶ୍ରୀରାମ
  • କାହିଁକି ଗୋ ପ୍ରିୟ ସଖୀ
  • ଦେବଙ୍କ ତାରଣେ ଦନୁଜ ମରଣେ
  • ଅପୂର୍ବ କୁମାରୀ ତ୍ରିପୁରାସୁନ୍ଦରୀ
  • କାଲି ଦେଖିଥିଲି ମଧୁର ଚାଲିକି

ଆଧାର

Tags:

ସୀତା ବିବାହ ଅଭିନୟରେସୀତା ବିବାହ ନିର୍ମାଣସୀତା ବିବାହ ଚଳଚ୍ଚିତ୍ର ସଙ୍ଗୀତସୀତା ବିବାହ ଆଧାରସୀତା ବିବାହ ଅଧିକ ତଥ୍ୟସୀତା ବିବାହଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷାପୁରୀ

🔥 Trending searches on Wiki ଓଡ଼ିଆ:

ଗୋପୀନାଥ ମହାନ୍ତିରାସନ କାର୍ଡ଼ (ଭାରତ)ସୁରେଶ କୁମାର ରାଉତରାୟହ୍ୱାଟ୍ସଆପପାରିକୁଦଓଡ଼ିଆ କଥାଚିତ୍ର ଜଗତବିଜୁ ପଟ୍ଟନାୟକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବଲାଙ୍ଗୀର ଜିଲ୍ଲାବାଲେଶ୍ୱରପାଳୁଅଓଡ଼ିଆ ରାମାୟଣଚୈତ୍ରଦିନନମିତା ଅଗ୍ରୱାଲଚିଲିକା ହ୍ରଦମହର୍ଷି ଗୌତମପୌରସଂସ୍ଥାରାଶି ଓ ନକ୍ଷତ୍ରସମ୍ବଲପୁର ଜିଲ୍ଲାଓ ଅନ୍ଧଗଳିଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାରାମାୟଣଆଚାର୍ଯ୍ୟ ହରିହରଫେସବୁକଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଶ୍ରୀତମ ଦାସବୈକୁଣ୍ଠନାଥ ପଟ୍ଟନାୟକସୁଧାକର ନନ୍ଦଗୁଣନକାଜାଖସ୍ତାନବଲାଙ୍ଗୀରସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥ ଦାସମାଗୁଣିର ଶଗଡ଼ (କଥାଚିତ୍ର)ଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଗୋପାଳ ଛୋଟରାୟସୀତାକାନ୍ତ ମହାପାତ୍ରରୁକୁଣା ରଥଯାତ୍ରାଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଦକ୍ଷିଣ କୋରିଆଜୈନ ଧର୍ମସୁଦଶା ବ୍ରତଋତୁସ୍ରାବଖୋର୍ଦ୍ଧାଆମାଜନ୍.କମ୍‌ୟାଓଇମୃତ୍ୟୁଞ୍ଜୟ ରଥଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ରଥଯାତ୍ରାସଚ୍ଚିଦାନନ୍ଦ ରାଉତରାୟନିତ୍ୟାନନ୍ଦ ଶତପଥୀଜ୍ଞାନପୀଠ ପୁରସ୍କାରରାଜେନ୍ଦ୍ର କିଶୋର ପଣ୍ଡାଚାନ୍ଦିପୁରବାଳୁଙ୍ଗା ଟୋକାଏ. ପି. ଜେ. ଅବଦୁଲ କଲାମବ୍ୟାସଦେବଅଶୋକ ସମ୍ରାଟଘଟଗାଁବାଘହେମୋଫିଲିଆଇନଷ୍ଟାଗ୍ରାମଓଡ଼ିଆ କବି ମାନଙ୍କର ତାଲିକାଅବସରବର୍ଷା🡆 More