ସାଧୁ ମେହେର: ଅଭିନେତା, ନିର୍ଦ୍ଦେଶକ

ସାଧୁ ମେହେର (ଜନ୍ମ ୧ ଜାନୁଆରୀ ୧୯୪୦–୨ ଫେବୃଆରୀ ୨୦୨୪) ଜଣେ ପଦ୍ମଶ୍ରୀ ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ଥିଲେ । ସେ ୩୮ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସଙ୍ଗେ ଅଭିମନ୍ୟୁ (୧୯୭୭), ତ ଆଦି ପାଞ୍ଚଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ୨୦୧୭ ମସିହାରେ ସେ ଚଳଚ୍ଚିତ୍ରକୁ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ୨୦୧୭ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ତାହା ବ୍ୟତୀତ ସେ ଜୟଦେବ ସମ୍ମାନ, ଜାତୀୟ ପୁରସ୍କାର ଆଦି ସମ୍ମାନରେ ପୁରସ୍କୃତ ହୋଇଥିଲେ ।

ପଦ୍ମଶ୍ରୀ

ସାଧୁ ମେହେର
ସାଧୁ ମେହେର: ପ୍ରାରମ୍ଭିକ ଜୀବନ ଓ ଶିକ୍ଷା, ବୃତ୍ତିଗତ ଜୀବନ, ସମ୍ମାନ ଓ ପୁରସ୍କାର
ସାଧୁ ମେହେର (ବାମ), ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (ଡାହାଣ)ଠାରୁ ପଦ୍ମଶ୍ରୀ ଗ୍ରହଣ କରୁଛନ୍ତି
ଜନ୍ମ(1940-01-01)୧ ଜାନୁଆରୀ ୧୯୪୦
ଗୁଡଭେଲିପଦର, ବୌଦ୍ଧ, ଓଡ଼ିଶା
ମୃତ୍ୟୁ୨ ଫେବୃଆରୀ ୨୦୨୪(2024-02-02) (ବୟସ ୮୪)
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୬୯-୨୦୦୭
ସମ୍ପର୍କୀୟରାଧାମୋହନ ମେହେର (ପିତା)
ଦୀପ୍ତି ମେହେର (ମାତା)
ପୁରସ୍କାରପଦ୍ମଶ୍ରୀ, ୨୦୧୭,
ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ରାଷ୍ଟ୍ରୀୟ ପୁରସ୍କାର, ୧୯୭୪

୨୦୨୪ ମସିହା ଫେବୃଆରୀ ୨ ତାରିଖରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୪ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସାଧୁ ମେହେର ୧୯୪୦ ମସିହା ଜାନୁଆରୀ ପହିଲା ତାରିଖରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡଭେଲି ପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରାଧାମୋହନ ମେହେର ଜଣେ ବୁଣାକାର ଥିଲେ ଓ ତାଙ୍କ ମାତାଙ୍କ ନାମ ଥିଲା ଦୀପ୍ତି ମେହେର । ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ଯାଏ ପଢ଼ିବା ପରେ ମାମୁଁ ଘର ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ସପ୍ତମ ଶ୍ରେଣୀ ଏବଂ ପରେ ସୋନପୁରର ମହାରାଜା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ସେ ପଢ଼ିଲେ । ପରେ ବଲାଙ୍ଗୀର ପି.ଆର. ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରି ସମ୍ବଲପୁର ଗଂଗାଧର ମେହେର ମହାବିଦ୍ୟାଳୟରୁ କଳାରେ ସ୍ନାତକ (ବି.ଏ.) ପଢ଼ିଥିଲେ । ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ । ମଞ୍ଚରେ ଅଭିନୟ କରୁଥିବା ସମୟରେ ତାଙ୍କୁ ପିତାଙ୍କ ମୃତ୍ୟୁଖବର ମିଳିଥିଲା । ସ୍ନାତକ ଶିକ୍ଷାପରେ ସେ ଅଭିନୟରେ ଡିପ୍ଲୋମା କରିବା ପାଇଁ କଲିକତାର ରବୀନ୍ଦ୍ର ଭାରତୀ ଯାଇଥିଲେ । ସେଠାରେ ସେ ପ୍ରଥମ ଓଡ଼ିଆ ଛାତ୍ର ଭାବରେ ମଞ୍ଚ ଓ ସିନେମା ଶିକ୍ଷାଗ୍ରହଣ କରିଥିଲେ । ସେ ପୁଣେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଯାଇ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ ।

ବୃତ୍ତିଗତ ଜୀବନ

୧୯୬୬–୧୯୭୩: ପ୍ରାରମ୍ଭିକ କାର୍ଯ୍ୟ

ପୁଣେରେ ଶିକ୍ଷାଗ୍ରହଣ ପରେ ପରେ ୧୯୬୬ରେ ବମ୍ବେ ଯାଇ ସେଠାରେ ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେଠାରେ ଛଅ ବର୍ଷ ଧରି ଭଲ ଅଭିନୟ ପାଇଁ ସୁଯୋଗ ପାଇବାରେ ସଂଘର୍ଷ କରିବାକୁ ପଡ଼ିଥିଲା । ତା'ପରେ ସେ ମଞ୍ଚ ଅଭିନୟ ଆରମ୍ଭ କରି ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରିଥିଲେ । ସେ ହିନ୍ଦୀ ଥିଏଟର ୟୁନିଟରେ ଯୋଗଦେଇ ଅମରୀଶ ପୁରୀ, ନସିରୁଦ୍ଦିନ ଶାହା, ଶବାନା ଆଜମୀ, ସ୍ମିତା ପାଟିଲ, ଅମୋଲ ପାଲେକର, ଚିତ୍ର ପାଲେକର, ସୁଲଭ ଦେଶପାଣ୍ଡେ, ଆର୍.ବି. ଦେଶପାଣ୍ଡେ ଆଦି ଅଭିନେତାଙ୍କ ସହ କାମକରିଥିଲେ । ୧୯୬୯ ମସିହାରେ ସେ ଭୁବନ ସୋମ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ଏକ ମୂକ ପକ୍ଷୀଧରାଳୀ ଚରିତ୍ରରେ ଅଭିନୟ କରିଥିଲେ । ସେ ଇଚ୍ଛାପୂରଣ ନାମକ ଆଉ ଏକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

୧୯୭୪: ପ୍ରଥମ ସଫଳତା ଓ ଦେଶବ୍ୟାପୀ ସ୍ୱୀକୃତି

ସେ ହିନ୍ଦୀ ଥିଏଟର ୟୁନିଟରେ ଅଭିନୟ କରିଥିବା ସମୟରେ ନିର୍ଦ୍ଦେଶକ ଶ୍ୟାମ ବେନଗଲ ଏକଦା ନାଟକ ଦେଖିବାକୁ ଆସିଥିବାବେଳେ ମେହେରଙ୍କ ଅଭିନୟରେ ଦେଖି ତାଙ୍କୁ ଅଙ୍କୁର ଫିଲ୍ମରେ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ୧୯୭୪ରେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବର୍ଗରେ ଶ୍ରେଷ୍ଠ ଅଭିନେତା ଭାବରେ ରଜତ କମଳ ପୁରସ୍କାର ପାଇଥିଲେ । ଏହି ପୁରସ୍କାର ପାଇବାରେ ସେ ଥିଲେ ଏକ ମାତ୍ର ଓଡ଼ିଆ ଅଭିନେତା ।

୧୯୭୭–୨୦୦୭: ଚଳଚ୍ଚିତ୍ର ନିର୍ଦ୍ଦେଶନା ଓ ଅଭିନୟ

ଅଭିମନ୍ୟୁ (୧୯୭୭) ମାଧ୍ୟମରେ ସେ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଆରମ୍ଭ ଆରମ୍ଭ କରିଥିଲେ । ଏଥିରେ ସେ ଉତ୍ତମ ମହାନ୍ତି, ଅଜିତ ଦାସ, ଅପରାଜିତାଙ୍କ ଭଳି ଅଭିନେତା ଏବଂ ସଂଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରେ ଅଭିଳାଷ, ଅପରିଚିତା, ଗୋପରେ ବଢୁଚି କଳାକହ୍ନେଇ ଆଦି ଅନ୍ୟତମ । ସେ ୩୮ରୁ ଅଧିକ ଓଡ଼ିଆ, ବଙ୍ଗଳାହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେଥିମଧ୍ୟରୁ ଇଛା ପୂରଣ, ୨୭ ଡାଉନ୍, ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଚରାଚର, ଉତ୍ତରଣ ଆଦି ହିନ୍ଦୀ ଚଳଚ୍ଚିତ୍ର ଅନ୍ୟତମ । ତାଙ୍କ ଅଭିନୀତ ଓଡ଼ିଆ ଓ ସମ୍ବଲପୁରୀ ଚଳଚ୍ଚିତ୍ର ମଧ୍ୟରେ ଶୀତ ରାତି, ଭୁଖା, ଜୟ ଜଗନ୍ନାଥ ଆଦି ଅନ୍ୟତମ । ୨୦୦୭ରେ ମୁକ୍ତିଲାଭ କରିଥିବା ଜୟ ଜଗନ୍ନାଥ ଥିଲା ତାଙ୍କ ଅଭିନୀତ ଶେଷ ଓଡ଼ିଆ ଚଳଚ୍ଚିତ୍ର ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଜୟ ଜଗନ୍ନାଥ ୨୦୦୭ ସବ୍ୟସାଚୀ ମହାପାତ୍ର
ବାବୁଲା ୧୯୮୫ ସାଧୁ ମେହେର
କସ୍ତୁରୀ ୧୯୮୭ ଜେ. ଏଚ. ସତ୍ତାର
ଅପରିଚିତା ୧୯୮୦ ସାଧୁ ମେହେର

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ, ୨୦୧୭
  • ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ଜାତୀୟ ପୁରସ୍କାର, ୧୯୭୪
  • ଜୟଦେବ ସମ୍ମାନ
  • ଭାରତୀୟ ପାନୋରମା ତଥା ଜାତୀୟ ପୁରସ୍କାର ଚୟନ ସମିତିରେ ଅନେକ ଥର ଜୁରୀ

ଆଧାର

Tags:

ସାଧୁ ମେହେର ପ୍ରାରମ୍ଭିକ ଜୀବନ ଓ ଶିକ୍ଷାସାଧୁ ମେହେର ବୃତ୍ତିଗତ ଜୀବନସାଧୁ ମେହେର ସମ୍ମାନ ଓ ପୁରସ୍କାରସାଧୁ ମେହେର ଆଧାରସାଧୁ ମେହେର ଅଧିକ ତଥ୍ୟସାଧୁ ମେହେରଅଭିମାନଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ଖାରବେଳ ସ୍ୱାଇଁମାୟାଧର ମାନସିଂହପଇସାଅନ୍ତରା ଚକ୍ରବର୍ତ୍ତୀଅର୍ଥଶାସ୍ତ୍ରଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଭାରତ ସରକାରଯୌନ ସମ୍ଭୋଗଉତ୍ତମ ମହାନ୍ତିବ୍ରାଉଜରଶାରଳା ପୁରସ୍କାରହୃଷୀକେଶ ପଣ୍ଡାବିଶ୍ୱନାଥ କରପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରକଣ୍ଡୋମଚନ୍ଦ୍ରଶେଖର ରଥପ୍ଲାଟିପସ୨୦୦୪ପରିବେଶରାସନ କାର୍ଡ଼ (ଭାରତ)କାଳୀଚରଣ ପଟ୍ଟନାୟକନମିତା ଅଗ୍ରୱାଲନୋଟା (ଭାରତ)ଉପବାସ୧୭୯୫ରାଧାରାଣୀ ପଣ୍ଡାନିତ୍ୟାନନ୍ଦ ମହାପାତ୍ରୟୁରୋପଓଡ଼ିଆ ନାଟକଶବ୍ଦ (ଧ୍ୱନି)ଓଡ଼ିଆଭୂଗୋଳଭାରତୀୟ ଡାକ ସେବାହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ବର୍ଷାତାରାତାରିଣୀ ମନ୍ଦିରନୀଳକଣ୍ଠ ଦାସଟିକୋନାଜୋଲଆମ୍ବଧର୍ମେନ୍ଦ୍ର ପ୍ରଧାନବଲ୍ଲଭଭାଇ ପଟେଲନନ୍ଦ କିଶୋର ବଳହଂକଂଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁଗଲଜଗଦୀଶ ମହାନ୍ତିଅଷ୍ଟ୍ରେଲିଆଫିନଲ୍ୟାଣ୍ଡ୧୧ ଫେବୃଆରୀଗୋଦାବରୀଶ ମିଶ୍ରପଣାଲାଟିନ ଭାଷାକୃଷ୍ଣଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବାଞ୍ଛାନିଧି ମହାନ୍ତିଦେଓମାଳୀଉତ୍କଳ ସମ୍ମିଳନୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସୁକୁମାର ସେନମୂରଲୀଧର କୁଅଁରପ୍ରତୀକ୍ଷାବାଲେଶ୍ୱର ଜିଲ୍ଲାପୃଥିବୀସମ୍ବଲପୁର ଜିଲ୍ଲା୧୯ ଫେବୃଆରୀ🡆 More