ସର୍ବପଲ୍ଲୀ ରାଧାକୃଷ୍ଣନ: ଭାରତୀୟ ରାଜନୀତିଜ୍ଞ

ସର୍ବପଲ୍ଲୀ ରାଧାକୃଷ୍ଣନ ଜଣେ ଭାରତୀୟ ଦାର୍ଶନିକ, ରାଷ୍ଟ୍ରନୀତିଜ୍ଞ ତଥା ଶିକ୍ଷକ ଥିଲେ ଏବଂ ୧୯୬୨ରୁ ୧୯୬୪ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ ।

ସର୍ବପଲ୍ଲୀ ରାଧାକୃଷ୍ଣନ
ସର୍ବପଲ୍ଲୀ ରାଧାକୃଷ୍ଣନ: ଜୀବନୀ, ଦର୍ଶନ, ପୁରସ୍କାର ଓ ସମ୍ମାନ
ଭାରତର ୨ୟ ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୬୨ – ୧୩ ମଇ,୧୯୬୭
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଲାଲ ବାହାଦୁର ଶାସ୍ତ୍ରୀ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଇନ୍ଦିରା ଗାନ୍ଧୀ
Vice Presidentଜାକିର ହୁସେନ
ପୂର୍ବ ଅଧିକାରୀରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ଭାରତର ପ୍ରଥମ ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୫୨ – ୧୨ ମଇ,୧୯୬୨
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1888-09-05)୫ ସେପ୍ଟେମ୍ବର ୧୮୮୮
ତିରୁଟ୍ଟନି, ଭାରତ
ମୃତ୍ୟୁ୧୭ ଅପ୍ରେଲ ୧୯୭୫(1975-04-17) (ବୟସ ୮୬)
ଚେନ୍ନାଇ, ଭାରତ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶିବକାମୁ
ସନ୍ତାନ୫ ଝିଅ
୧ ପୁଅ
ଶିକ୍ଷାନୁଷ୍ଠାନମାଡ୍ରାସ ବିଶ୍ୱବିଦ୍ୟାଳୟ
ପେଷାଦାର୍ଶନିକ
ପ୍ରାଧ୍ୟାପକ

ଜୀବନୀ

ବାଲ୍ୟ ଜୀବନ

ସର୍ବପଲ୍ଲୀ ରାଧାକୃଷ୍ଣନ ଭାରତର ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବୀରସ୍ୱାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥିଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ । ସେ “ The Ethics of Vedants" ନିବନ୍ଧ ରଚନା କରି ଡକ୍ଟରେଟ ଉପାଧି ପାଇଥିଲେ । ସେ ୧୯୨୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରି ଚିକାଗୋଠାରେ ହସ୍କେଲ୍ ବକ୍ତୃତାମାଳା ପ୍ରଦାନ କରିଥିଲେ । ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥିଲା ତାଙ୍କ ବକ୍ତବ୍ୟର ବିଶେଷତ୍ୱ । ଭାରତ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୧-୩୬ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ।

ଶିକ୍ଷା

ରାଧାକୃଷ୍ଣନଙ୍କର ବିଭିନ୍ନ ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ ସ୍କୁଲ ଓ କଲେଜ ଶିକ୍ଷାଲାଭ କରିଥିଲେ । ୧୯୦୯ ମସିହାରେ ସେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ କରି ମାନ୍ଦ୍ରାଜ ପ୍ରେସିଡେନ୍ସି କଲେଜରେ ଅଧାପକ ଭାବେ କାର୍ଯ୍ୟକଲେ । ୧୯୧୭ ମସିହାରେ ପର୍ଯ୍ୟନ୍ତ ସେ ସେଠାରେ ଅଧାପନା କରିବା ପରେ ମହୀଶୁର ରାଜ୍ୟର ଦେୱାନ୍ ବିଶ୍ୱେଶ୍ୱରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିଲେ । ତା'ପରେ ସେ ମହୀଶୁରସ୍ଥିତ ମହାରାଜା କଲେଜରେ ଯୋଗଦେଇଥିଲେ । କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ଉକ୍ତ ବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ଆସନ ୫ମ କିଙ୍ଗ ଜର୍ଜ ଚେୟାର ଅଫ ମେଣ୍ଟାଲ ଆଣ୍ଡ ମୋରାଲ ସାଇନ୍ସ ପଦରେ ଯୋଗଦେଇଥିଲେ ।

ବୈବାହିକ ଜୀବନ

ଭେଲୋରରେ ପଢୁଥିବାବେଳେ, ୧୬ ବର୍ଷ ବୟସରେ, ସେ ଶିବକାମୁଆମ୍ମାଙ୍କୁ ବିବାହ କରିଥିଲେ । ୫୦ ବର୍ଷର ବୈବାହିକ ଜୀବନ ବିତାଇବା ପରେ ୧୯୫୬ ମସିହାରେ, ତାଙ୍କ ସହଧର୍ମିଣୀଙ୍କର ୧୯୫୬ ମସିହାରେ ଦେହାନ୍ତ ହୋଇଥିଲା ।

ରାଜନୈତିକ ଜୀବନ

୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ସେ ସୋଭିଏତ୍ ଋଷ୍ ଯାଇଥିଲେ । ତତ୍କାଳୀନ ଋଷୀୟ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କୁ ସେ ସେଠାରେ ଭେଟିଥିଲେ । ଆଲ୍‌ଜେରିଆ ଦେଶ ସ୍ୱାଧୀନ ବେଳେ ଉପୁଜିଥିବା ସମସ୍ୟା ସମାଧାନ ନିମନ୍ତେ ସେ ଉଦ୍ୟମ କରିଥିଲେ । ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ଦୁଇଥର ସେ ଭାରତର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୬୨–୬୭ ମସିହା ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ହୋଇଥିଲେ । ସେ League of Nations' Committee for Intellectual Co-operationର ପରାମର୍ଶଦାତା ରୂପେ ନିଯୁକ୍ତି ପାଇ ୧୯୩୯ ମସିହା ପର୍ଯ୍ୟନ୍ତ ଏହି ଭୂମିକାରେ ଥିଲେ । ୧୯୪୬ ମସିହାରେ ତାଙ୍କର ଆମେରିକା ଗସ୍ତ ଅବସରରେ ସେ ହାଭାର୍ଡ, ୟେଲ୍, ଲସଏଞ୍ଜେଲସ୍, ମିଚିଗାନ୍, କର୍ଣ୍ଣେଲ ପ୍ରଭୃତି ବିଶ୍ୱବିଦ୍ୟାଳୟର ବକ୍ତୃତା ଦେଇଥିଲେ । ଭାରତର ପ୍ରତିନିଧି ଭାବେ ସେ ୟୁନେସ୍କୋର ତିନିଗୋଟି ଅଧୁବେଶନରେ ଯୋଗ ଦେଇଥିଲେ । ଭାରତ ସ୍ୱାଧୀନ ହେବା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା ଓ ସେ ଏହାର ଅଧକ୍ଷ ହୋଇଥିଲେ ।

ଦର୍ଶନ

"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ ଏ ଜି ହଗ୍‌ଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହେଇଥିଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାବସ୍ତୁକୁ ନେଇ "ହିନ୍ଦୁ ଭିଉ ଅଫ ଲାଇଫ" ନାମକ ପୁସ୍ତକ ପ୍ରଣୟନ କରାଗଲା । ଭାରତୀୟ ଦର୍ଶନ କଂଗ୍ରେସ ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ରବୀନ୍ଦ୍ରନାଥ ଠାକୁର ଏହାର ପ୍ରଥମ ସଭାପତି ହୋଇଥିଲେ । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ ଭାରତର ପ୍ରତିନିଧିତ୍ୱ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଜ୍ଞାନ-କର୍ମଭକ୍ତିତତ୍ତ୍ୱ ସହ ବୌଦ୍ଧ ମତର ନୈମିତ୍ରୀବାଣୀ ଆଦିରେ ସେ ବକୃତା ପ୍ରଦାନ କରିଥିଲେ ।

ପୁରସ୍କାର ଓ ସମ୍ମାନ

  • ୧୯୬୪ରେ ଭାଟିକାନର ପୋପ୍ ପର୍ଲି ବମ୍ବେ (ମୁମ୍ବାଇ) ଆସି ରାଧାକୃଷ୍ଣନ‌ଙ୍କୁ ସମ୍ମାନରେ ଭୂଷିତ କରିଥିଲେ ।
  • ୧୯୬୮ରେ ସେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ପାଇଥିଲେ ।
  • ୧୯୬୬ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦମୀର ପ୍ରଥମ ଫେଲୋ ଥିଲେ ।
  • ଭାରତୀୟ ବିଦ୍ୟା ଭବନ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧି ପ୍ରଦାନ କରିଥିଲା ।
  • ଇଂଲଣ୍ଡର ରାଣୀ ତାଙ୍କୁ "Order of Merit " ଉପାଧି ପ୍ରଦାନ କରିଥିଲେ ।
  • ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟ ତାଙ୍କୁ "Doctor of Law" ସମ୍ମାନ ଦେଇଥିଲା ।
  • ମଙ୍ଗୋଲିଆ ସରକାରଙ୍କ ତାଙ୍କୁ ଜ୍ଞାନଗୁରୁ ସମ୍ମାନ ଦେଇଥିଲା ।
  • ଟେମ୍ପଲଟନ ଫାଉଣ୍ଡେସନ ତାଙ୍କୁ ୧୯୭୫ ମସିହାରେ ଟେମ୍ପଲଟନ ଆୱାର୍ଡ଼ ଦେଇଥିଲା ।

ସେ ଆନ୍ତର୍ଜାତିକ PEN ସଂସ୍ଥାର ପ୍ରଥମ ସଭାପତି ଥିଲେ ।

ଗ୍ରନ୍ଥସୂଚୀ

ତାଙ୍କର ରଚନାଗୁଡ଼ିକ ମଧରୁ ତାଙ୍କର ଆତ୍ମଜୀବନୀ "My Search for Truth, Indian Philosophy" (୧ମ ଓ ୨ୟ ଭାଗ), "Present Crisis in Faith, Religion, Society & recovery of Faith, Our Heritage" ଆଦି ଅନ୍ୟତମ । ଗାନ୍ଧୀଙ୍କର ୭୦ତମ ଜୟନ୍ତୀରେ ରାଧାକୃଷ୍ଣନ ଗାନ୍ଧୀଙ୍କ ଜୀବନୀ ଆଧାରିତ ପୁସ୍ତକ ରଚନା କରି ତାଙ୍କୁ ଉପହାର ଦେଇଥିଲେ ।

ଅଧିକ ତଥ୍ୟ

ଆଧାର

Tags:

ସର୍ବପଲ୍ଲୀ ରାଧାକୃଷ୍ଣନ ଜୀବନୀସର୍ବପଲ୍ଲୀ ରାଧାକୃଷ୍ଣନ ଦର୍ଶନସର୍ବପଲ୍ଲୀ ରାଧାକୃଷ୍ଣନ ପୁରସ୍କାର ଓ ସମ୍ମାନସର୍ବପଲ୍ଲୀ ରାଧାକୃଷ୍ଣନ ଗ୍ରନ୍ଥସୂଚୀସର୍ବପଲ୍ଲୀ ରାଧାକୃଷ୍ଣନ ଅଧିକ ତଥ୍ୟସର୍ବପଲ୍ଲୀ ରାଧାକୃଷ୍ଣନ ଆଧାରସର୍ବପଲ୍ଲୀ ରାଧାକୃଷ୍ଣନ

🔥 Trending searches on Wiki ଓଡ଼ିଆ:

ଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଲକ୍ଷ୍ମୀକାନ୍ତ ମହାପାତ୍ରଜାପାନୀ ଭାଷାବୌଦ୍ଧ ଧର୍ମଜୀବସାରହନୁମାନ ଚାଳିଶାଚନ୍ଦ୍ରଗୁପ୍ତରାଜ୍ୟ ସଭାଓଡ଼ିଆ କାବ୍ୟ କବିତାଗଣନ ସଂଖ୍ୟାକଳିଙ୍ଗ ଯୁଦ୍ଧଓଡ଼ିଆ ଲିପିବିଭୂତି ପଟ୍ଟନାୟକଧର୍ମେନ୍ଦ୍ର ପ୍ରଧାନବିଶ୍ୱ ଘରଚଟିଆ ଦିବସମଙ୍ଗଳା ମନ୍ଦିରଭାରତ ସରକାରଉଇକିପିଡ଼ିଆରାମଚନ୍ଦ୍ର ବେହେରାଚିନ୍ତାମଣି ମହାନ୍ତିଓଡ଼ିଆଦୁଃଖୀରାମ ସ୍ୱାଇଁ୨୧ ମାର୍ଚ୍ଚହୃଷୀକେଶ ପଣ୍ଡାବୃହସ୍ପତିମହିମା ଧର୍ମମହାଭାରତ୭ ଅପ୍ରେଲସାହି ଯାତତ୍ରିକୋଣମିତିବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୨ ଫେବୃଆରୀଜୟ ଜଗନ୍ନାଥଚନ୍ଦ୍ରଓଡ଼ିଶାର ଇତିହାସଭୂଗୋଳରେଭେନ୍‌ସା କଲିଜିଏଟ ସ୍କୁଲଦୀନନାଥ ପାଠୀବଳଦେବଜୀଉ ମନ୍ଦିରଅନନ୍ତ ପଟ୍ଟନାୟକଅଖିଳ ମୋହନ ପଟ୍ଟନାୟକଉତ୍କଳ ବ୍ରାହ୍ମଣଦାସକାଠିଆଅଟିଜିମ୍‌ଓଡ଼ିଆ ସାହିତ୍ୟର ଇତିହାସଇଂଲଣ୍ଡହିନ୍ଦୁ ବିବାହ ଅଧିନିୟମ, ୧୯୫୫ପକ୍ଷପଦ୍ମ ଲୋଚନ ପଣ୍ଡାଅଶୋକ ସମ୍ରାଟଅନୁଗୋଳ ଜିଲ୍ଲାଧର୍ମ୧୯୫୩ସୌର ଜଗତସୌଭାଗ୍ୟ କୁମାର ମିଶ୍ରଆଚାର୍ଯ୍ୟ ହରିହରକାଳୀଚରଣ ପଟ୍ଟନାୟକପାରୁଲ ଯାଦବଦାମୋଦର ରାଉତସରଳା ଦେବୀସୀତାକାନ୍ତ ମହାପାତ୍ରପ୍ରହ୍ଲାଦ ନାଟକକାଶୀ ବିଶ୍ୱନାଥ ମନ୍ଦିରପରିସଂଖ୍ୟାନଇଟାମାଟି ଗ୍ରାମକେନ୍ଦୁଝର ଜିଲ୍ଲାବର୍ଷାବନ୍ଦେ ଉତ୍କଳ ଜନନୀମଙ୍ଗଳ ପାଣ୍ଡେ🡆 More