ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ମାଲିକ | ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ |
---|---|
ପ୍ରତିଷ୍ଠାତା | ସୌମ୍ୟରଞ୍ଜନ ପଟ୍ଟନାୟକ |
ପ୍ରକାଶକ | ବିଜୟ କୁମାର ପଟ୍ଟନାୟକ |
ସମ୍ପାଦକ | ସୌମ୍ୟରଞ୍ଜନ ପଟ୍ଟନାୟକ |
ପ୍ରତିଷ୍ଠିତ | ୧୯୮୪ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର |
ୱେବସାଇଟ | http://sambadepaper.com |
ସମ୍ବାଦ କେବଳ ଏକ ଖବରକାଗଜ ନରହି, ଏକ ସାମାଜିକ ଅନୁଷ୍ଠାନ ରୂପରେ ନିଜକୁ ଗଢିତୋଳିଛି । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ସମ୍ବାଦର ନିଜର ଅବଦାନ ରଖିଛି । ସମ୍ବାଦ, ଆମ ଓଡ଼ିଶା ନାମକ ଏକ ସଂସ୍ଥା ଗଠନ କରି, ଓଡ଼ିଶାର କୋଣ ଅନୂକୋଣରେ ବିଭିନ୍ନ ପ୍ରତିଯୋଗିତା ଆଦି ଆୟୋଜନ କରି, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ, ଆଗ୍ରହ ସୃଷ୍ଟିକରିବାକୁ ଚେଷ୍ଟା ହୋଇଛି । ସେହି ଆମ ଓଡ଼ିଶା ମାଧ୍ୟମରେ ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ପରବର୍ତ୍ତୀ ସମୟରେ 'ଆମ ଓଡ଼ିଶା' ଏକ ରାଜନୈତିକ ଦଳ ଭାବରେ ରୂପାନ୍ତରିତ ହୋଇଛି ।
This article uses material from the Wikipedia ଓଡ଼ିଆ article ସମ୍ବାଦ (ଖବରକାଗଜ), which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.