ସମ୍ବଲପୁରୀ ଭାଷା: ଓଡ଼ିଶାରେ ପ୍ରଚଳିତ ଏକ ଭାଷା

ସମ୍ବଲପୁରୀ ଭାଷା (କୋଶଳୀ ଓ କୋସଲି ନାମରେ ମଧ୍ୟ ଜଣା) ଏକ ଓଡ଼ିଶାରେ ପଶ୍ଚିମାଞ୍ଚଳରେ କଥିତ ଏକ ଭାଷା ପ୍ରକାର । ଏହା ପଶ୍ଚିମ ଓଡ଼ିଆ, କୋସଲି, ସମଲପୁରୀ ଆଦି ନାମରେ ମଧ୍ୟ ଜଣା । କୋଶଳ ଓ କୋଶଳୀ ନିକଟରେ ପ୍ରତିଷ୍ଠିତ ଏକ ବିବାଦୀୟ ନାମ ଓ କୋଶଳ ଅଞ୍ଚଳ ମଧ୍ୟରେ ପୁରାତନ କୋଶଳ ସାମ୍ରାଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ସମ୍ବଲପୁରୀ
ପଶ୍ଚିମ ଓଡ଼ିଆ, କୋଶଲି, କୋଶଳୀ
କେଉଁ ଅଞ୍ଚଳଭାରତ
ସ୍ଥାନଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହ (ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା)
Native ଭାଷାଭାଷୀ
Language family
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • ଇଣ୍ଡୋ-ଆର୍ଯ୍ୟ
      • ପୂର୍ବ
        • ଓଡ଼ିଆ
          • ସମ୍ବଲପୁରୀ
ଲିପି
ଓଡ଼ିଆ
ଭାଷା କୋଡ଼
ISO 639-3spv
ଗ୍ଲୋଟୋଲୋଗsamb1325

ଏହାର ବକ୍ତାମାନେ ସମ୍ବଲପୁରୀକୁ ଏକ ଭିନ୍ନ ଭାଷା ଭାବେ ଗଣନ୍ତି ଓ ଅନ୍ୟମାନେ ଏହାକୁ ଓଡ଼ିଆ ଭାଷାର ଏକ ଉପଭାଷା ଭାବେ ଗଣନ୍ତି । ସମ୍ବଲପୁରୀ କହୁଥିବା ଲୋକେ ଆନୁଷ୍ଠାନିକ ଯୋଗାଯୋଗରେ ମାନକ ଓଡ଼ିଆ ବ୍ୟବହାର କରିଥାନ୍ତି । ଚାରୋଟି ଜିଲ୍ଲାରେ କଥିତ ପ୍ରକାରକୁ ଭିତ୍ତିକରି ୨୦୦୬ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ସମ୍ବଲପୁରୀରେ ତିନି-ଚତୁର୍ଥାଂଶ ଶବ୍ଦ ମାନକ ଓଡ଼ିଆ ସହ ସମାନ ।

ସମ୍ବଲପୁରୀ ଓଡ଼ିଶାର ନିମ୍ନୋକ୍ତ ଜିଲ୍ଲାରେ କଥିତ: ସମ୍ବଲପୁର (ଏହି ଅଞ୍ଚଳର ମୁଖ୍ୟ ସାଂସ୍କୃତିକ ଏବଂ ବାଣିଜ୍ୟିକ କେନ୍ଦ୍ର ସମ୍ବଲପୁର ସହର), ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା । ସମ୍ବଲପୁରୀ ବକ୍ତାମାନେ ମଧ୍ୟ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବସବାସ କରିଥାନ୍ତି ।

ଲିପି 

ସମ୍ବଲପୁରୀକୁ ଓଡ଼ିଆ ଲିପିରେ ଲେଖାଯାଇଥାଏ । ଅତୀତରେ ଏହାକୁ ଦେବନାଗରୀ ଲିପିରେ ଲେଖାଯାଉଥିଲା ବୋଲି ମତ ପ୍ରକାଶ ପାଇ ପରେ ୨୦ଶ ଶତକ ପରଠାରୁ ଓଡ଼ିଆ ଲିପିରେ ଲେଖା ପ୍ରତିଷ୍ଠା ପାଇଲା । ଅଧୁନା ସାହିତ୍ୟିକ ରଚନାସମୂହରେ ମୁଖ୍ୟତଃ ଓଡ଼ିଆ ବ୍ୟବହାର ହୋଇଛି ।

ସାହିତ୍ୟ

ଉନବିଂଶ ଶତାବ୍ଦୀର ଶେଷ ଯାଏ ସମ୍ବଲପୁରୀ ଭାଷାରେ କୌଣସି ଲିଖିତ ସାହିତ୍ୟ ନଥିଲା । ଏହି ଭାଷାରେ ଲିଖିତ କିଛି ପ୍ରସ୍ତର ଖୋଦନ, ତାମ୍ର  ଫଳକ କିମ୍ବା ତାଳପତ୍ର ଲିଖନ ଅଦ୍ୟାବଧି ମିଳିନାହିଁ । ୧୮୯୧ ମସିହାରେ ଦେବଗଡ ରାଜ୍ୟରୁ ପ୍ରକାଶିତ ସମ୍ବଲପୁର ହିତୈଶିଣୀକୁ ପ୍ରଥମ ସମ୍ବଲପୁରୀ ପ୍ରକାଶନ ବୋଲି ଗ୍ରହଣ କରାଯାଏ । ଏଥିରେ ମଧୁସୂଦନ ନାମକ ବ୍ୟକ୍ତିଙ୍କଦ୍ୱାରା ଲିଖିତ ସମ୍ବଲପୁର ଅଞ୍ଚଳର ପ୍ରାଚୀନ କବିତା ନାମରେ ଏକ କବିତା ପ୍ରକାଶିତ ହୋଇଥିଲା । ତାହାର ଏକ ଅଂଶ ଏହିପରି ,

"କୁହ ଗୋ ଦୁତୀ ମୁଇ କେନତା କରସିଁ ଗୋ 

ନନ୍ଦପୁଅ ଆଙ୍ଖେ ଦେଖଲେ ବଡା କାବା ଲଗଶି ଗୋ "

" ଦିଶୁ ଥିସୀ କାଳିଆ ତାର୍ ତାର୍ 

ପିନ୍ଧି ଥିସୀ ହଳଦିଆ ଜର୍ ଜର୍

ଧୋବ ଫର୍ ଫର୍ ଟେ ଜନବାରୀର୍ ଟେ ବେକେ ଉଲେଇ ହେସୀ ଗୋ " 

ତାହାପରେ ୧୯୦୦ ମସିହାରୁ ୧୯୧୦ ମସିହା ମଧ୍ୟରେ ଭୁଲାମନ ଚଉତିଶା, ଯତନ ନାମକ ଜଣେ ବ୍ୟକ୍ତିଙ୍କଦ୍ୱାରା ରଚିତ ହେଇଥିଲା । 

ସେହି ସମୟ କାଳ ମଧ୍ୟରେ ଚଇତନ ଦାସଙ୍କଦ୍ୱାରା "ଚଢ଼େଇ ଚଉତିଶା" ରଚିତ ହେଇ ପ୍ରକାଶିତ ହେଇଥିଲା । ବାଲାଜି ମେହେର ନାମକ ବ୍ୟକ୍ତି "ଗୁଣ୍ଡିଆ" , "ଗଉଡ ଗମନ" , "କୁମ୍ଭାର ପସରା" ଓ "ସୁନାରି ପସରା " ନାମର ଲେଖନ ପ୍ରକାଶିତ କରିଥିଲେ । ୧୯୧୫ରୁ ୧୯୨୫ ମସିହା ମଧ୍ୟରେ "ଲକ୍ଷ୍ମଣ ପତି ଓ କପିଲେଶ୍ବର ମହାପାତ୍ର ମଧ୍ୟ କିଛି ସମ୍ବଲପୁରୀ ଲେଖାବଳି ପ୍ରକାଶ କରିଥିଲେ । 

ଏହି କ୍ରମରେ ୧୮୯୧ ମସିହାରୁ ୧୯୪୭ ମସିହା ଯାଏଁ ୩୫ଟି ସମ୍ବଲପୁରୀ କବିତା ପ୍ରକାଶିତ ହେଇଥିବାର ତଥ୍ୟ ମିଳେ ।  ୧୮୯୧ ପୂର୍ବବର୍ତ୍ତୀ ଯୁଗକୁ ସମ୍ବଲପୁରୀ ଭାଷାର "ଅନ୍ଧାର ଯୁଗ" କୁହାଯାଏ । ୧୯୭୦ ମସିହାରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣରେ ସମ୍ବଲପୁରୀ ସାହିତ୍ୟ ଲେଖିବା ସହ ଅନ୍ୟମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ସେ ସମ୍ବଲପୁରୀ ସାହିତ୍ୟକୁ ଏକ ସ୍ୱତନ୍ତ୍ର ଶୈଳୀର ଭାଷା ବୋଲି ସିଦ୍ଧ କରିବା ସହ ତାଙ୍କ ପରେ ଅନେକ ଲେଖକ ସେ ଦିଗରେ ଅଗ୍ରଣୀ ଭୂମିକା ନେଇ ଅନେକ ସମ୍ବଲପୁରୀ ଲେଖା ମାନ ପ୍ରକାଶ କରିଥିଲେ । ସେହିପରି କିଛି ଲେଖକ , ଯାହାଙ୍କର ଲେଖା ସମ୍ବଲପୁରୀ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲା ତାଙ୍କର ନାମ ନିମ୍ନରେ ଦିଆଗଲା , ( ଏହି ତାଲିକା କେବଳ ମାତ୍ର ଏକ ସୂଚକ ଓ ଏହା ସମ୍ପୂର୍ଣ୍ଣ ନୁହେଁ ) 

  1. ସତ୍ୟନାରାୟଣ ବହିଦାର (୧୯୧୩-୧୯୮୦) - ତାଙ୍କର ପ୍ରଥମ କବିତା "ଅନୁଭୂତି" ୧୯୩୧ ମସିହାରେ ପ୍ରକାଶିତ ହେଇଥିଲା । ସେ ୧୧୯ଟି କବିତା ସହ ଏକ ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ ।
  2. ଖଗେଶ୍ୱର ସେଠ - ସେ "ପାଏର୍ଚ୍ଛା ସତୀ" ୧୯୪୯ ମସିହାରେ ଲେଖିଥିଲେ ।
  3. ଇନ୍ଦ୍ରମଣି ସାହୁ (୧୯୨୩-୨୦୦୬‌) - ସେ "ଝରମଲ୍ଲୀ" (୧୯୫୩) ଏବଂ "କୋଶଳୀ ରାମାୟଣ" (୧୯୯୭) ଲେଖିଥିଲେ ।
  4. ହଳଧର ନାଗ (ଜନ୍ମ: ୩୧ ମାର୍ଚ୍ଚ ୧୯୫୦) - ସମ୍ବଲପୁରୀ ଭାଷାକୁ ସେ ବରଦାନ ସଦୃଶ । ସେ ବିଭିନ୍ନ ସମ୍ବଲପୁରୀ କବିତା ଲେଖିଛନ୍ତି, ଯଥା: "ମହାସତୀ ଉର୍ମିଳା", "ଅଛିଆ" ଇତ୍ୟାଦି । ତାଙ୍କ ଲେଖାଗୁଡ଼ିକ ଏକାଠି ଗୁନ୍ଥାଯାଇ "ଲୋକକବି ହଳଧର ଗ୍ରନ୍ଥାବଳୀ" ଏବଂ "ସୁରାଟ" ପ୍ରସ୍ତୁତ କରାଯାଇଛି । ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଆଭୂଷିତ କରାଯାଇଥିଲା ।

ଆଧାର 

Tags:

ଓଡ଼ିଶାଭାଷା

🔥 Trending searches on Wiki ଓଡ଼ିଆ:

ପାଟଦେଇପୋଡୋଫାଇଲମ ରେଜିନବଣ୍ଡା ଜନଜାତିବଳରାମ ଦାସମଣିପୁରବିରାଟ କୋହଲୀବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୀବନାନନ୍ଦ ପାଣିଗୋପାଳ ଚନ୍ଦ୍ର ପ୍ରହରାଜଆଇସଲ୍ୟାଣ୍ଡବୀଣାପାଣି ମହାନ୍ତିତମନ୍ନା ବ୍ୟାସନୀଳକଣ୍ଠ ଦାସଓଡ଼ିଶାର ପର୍ବପର୍ବାଣିଛ ମାଣ ଆଠ ଗୁଣ୍ଠସୌର ଜଗତଓଡ଼ିଆ ସାହିତ୍ୟର ଇତିହାସମାର୍କଣ୍ଡେୟ ପୁରାଣଅଭିରାମ ପରମହଂସ୮ ମାର୍ଚ୍ଚଉଇକିକମନ୍ସସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସସିଲଡେନାଫିଲଦିବ୍ୟସିଂହ ଦେବ୧୯୨୨ଇବୋଲା ଭୂତାଣୁ ରୋଗନେଲସନ ମଣ୍ଡେଲାବିଶ୍ୱତାପନ୨୦୧୧ କ୍ରିକେଟ ବିଶ୍ୱ କପ୧୬୬୨୨୦୦୫ଓଡ଼ିଶାର ଇତିହାସସୁଭାଷ ଚନ୍ଦ୍ର ବୋଷମାଟିର ମଣିଷ (ଉପନ୍ୟାସ)ବିକ୍ରମ କେଶରୀ ଦେଓପୁରୁଣିମଙ୍ଗଳୁ ଚରଣ ବିଶ୍ୱାଳକମ୍ପ୍ୟୁଟରଭାରତୀୟ ପକ୍ଷୀଗାଲୁଆଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ନବକଳେବର ୨୦୧୫ସାଉଦି ଆରବଇଣ୍ଡିଆନ ପ୍ରିମିଅର ଲିଗଅରବିନ୍ଦ କେଜରିୱାଲନିର୍ମାଲ୍ୟପଣସ୧୮ ମାର୍ଚ୍ଚକୁନ୍ତଳା କୁମାରୀ ସାବତଶାରଳା ପୁରସ୍କାରନାଗ ପଞ୍ଚମୀମନମୋହନ ସାମଲବୀର ସୁରେନ୍ଦ୍ର ସାଏଅଟିଜିମ୍‌ଦିସପୁରwiki.phtmlପ୍ଲେଗଆତ୍ମହତ୍ୟାଓଡ଼ିଆ ନାଟକ୧୧ ମାର୍ଚ୍ଚବିଦ୍ୟାଳୟପୃଥିବୀଜର୍ମାନୀ🡆 More