ସମଲେଶ୍ୱରୀ ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହରରେ ଥିବା ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର । ଏହା ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଅବସ୍ଥିତ ।

ସମଲେଶ୍ୱରୀ ମନ୍ଦିର
ସମଲେଶ୍ୱରୀ ମନ୍ଦିର: କିମ୍ବଦନ୍ତୀ, ବେଶ, ନବରାତ୍ର ଅଖଣ୍ଡ ଦୀପ
ସମଲେଶ୍ୱରୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନସମ୍ବଲପୁର
Stateଓଡ଼ିଶା
Countryଭାରତ
Architecture
TypeKalinga Architecture, Hindu Temple Architecture, Stone and Limestone

କିମ୍ବଦନ୍ତୀ

ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି ଅପମାନ ସହ୍ୟକରି ନ ପାରି ଲଙ୍କେଶ୍ୱରୀ ସେହି ସ୍ଥାନ ତ୍ୟାଗକରି ସମଲେଶ୍ୱରୀ ନାମ ଧାରଣ କରି ସମ୍ବଲପୁରରେ ଅବସ୍ଥାନ କଲେ ।


ବେଶ

ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ମାଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ । ପୁଅଜିଉଁତିଆ ପାର୍ବଣଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ମା’ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ ।

ନବରାତ୍ର ଅଖଣ୍ଡ ଦୀପ

ବିଜୟା ଦଶମୀ ଆଗରୁ ୯ ଦିନ ଧରି ମନ୍ଦିରରେ ନବରାତ୍ର ପୂଜା କରାଯାଏ । ଏହି ୯ ଦିନ ପାଇଁ ଅନେକ ଭକ୍ତ ଅଖଣ୍ଡ ଦୀପ ପ୍ରଜବାନ କରନ୍ତି । ଏହି ସବୁ ଦୀପକୁ ଭକ୍ତଙ୍କ ନାମ ଲେଖା ଯାଇ ଏକ ବଡ଼ ପ୍ରକୋଷ୍ଠରେ ରଖା ଯାଇ ଥାଏ ଓ ସେଥିରେ ଘୃତ ଅବିରାମ ଭାବେ ଦିଆ ଯାଉଥାଏ ଯେପରି ଦୀପ ନ ଲିଭିବ । ଭକ୍ତମାନଙ୍କର ବିଶ୍ୱାସ ଯେଉଁ ମାନସିକ କରି ଦୀପ ସ୍ଥାପନା କରନ୍ତି ମାଁ ସମଲେଶ୍ୱରୀ ତାକୁ ନିଶ୍ଚୟ ପୂରଣ କରନ୍ତି । ଏହି ପ୍ରଥା ଦିନକୁ ଦିନ ଏତେ ଲୋକପ୍ରିୟ ହୋଇ ଆସୁଛି ଯେ ମନ୍ଦିର ପ୍ରଶାସନ ଏଥି ନିମନ୍ତେ ଆହୁରି ଏକ ବୃହତ ପ୍ରକୋଷ୍ଠ ନିର୍ମାଣ କରୁଛନ୍ତି ।

ଅନ୍ୟ ପାର୍ବଣ ସବୁ

ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ମହାଳୟା ଦିନ ସବୁଠୁ ବେଶୀ ଜାକଜମକରେ ପାର୍ବଣ ହଉଥିଲେ ମଧ୍ୟ ଦୀପାବଳି , ଦଶହରା ଓ ଅନ୍ୟ ହିନ୍ଦୁ ପାର୍ବଣ , ତଥା ନୂଆଖାଇ ପରି ଗଣ ପର୍ବରେ ମଧ୍ୟ ସ୍ୱତନ୍ତ୍ର ପୂଜା ଆରାଧନା ସହ ଭୋଗର ବ୍ୟବସ୍ଥା ହୁଏ । ସମ୍ବଲପୁର ଅଞ୍ଚଳର ଅନେକ ବ୍ୟକ୍ତି ନୂଆ ଗାଡି କିଣିଲେ ଏହି ମନ୍ଦିରରେ ହିଁ ପୂଜା କଳା ପରେ ଯାଇ ଚଳେଇ ଥାଆନ୍ତି । ପୁନଶ୍ଛ କେହି ବିବାହ ଅନୁଷ୍ଠାନ କରିବା ଆଗରୁ ପ୍ରଥମ ନିମନ୍ତ୍ରଣ ମାଁ ସମଲେଇଙ୍କୁ ଦେଇ ତାଙ୍କୁନିମନ୍ତ୍ରଣ କଳା ପରେ ଅନ୍ୟମାନଙ୍କୁ ବଣ୍ଟନ ଆରମ୍ଭ କରିବାର ପ୍ରଥା ମଧ୍ୟ ରହିଛି ।

ଆଧାର

ବାହାର ଆଧାର

Tags:

ସମଲେଶ୍ୱରୀ ମନ୍ଦିର କିମ୍ବଦନ୍ତୀସମଲେଶ୍ୱରୀ ମନ୍ଦିର ବେଶସମଲେଶ୍ୱରୀ ମନ୍ଦିର ନବରାତ୍ର ଅଖଣ୍ଡ ଦୀପସମଲେଶ୍ୱରୀ ମନ୍ଦିର ଅନ୍ୟ ପାର୍ବଣ ସବୁସମଲେଶ୍ୱରୀ ମନ୍ଦିର ଆଧାରସମଲେଶ୍ୱରୀ ମନ୍ଦିର ବାହାର ଆଧାରସମଲେଶ୍ୱରୀ ମନ୍ଦିରଓଡ଼ିଶାସମଲେଶ୍ୱରୀସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ଏ. ପି. ଜେ. ଅବଦୁଲ କଲାମସମ୍ବଲପୁରAnifrolumabଭାରତୀୟ ମୁଦ୍ରାଟିକୋନାଜୋଲଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରରସାୟନ ବିଜ୍ଞାନଏମିତି ଭାଇ ଜଗତେ ନାହିଁତ୍ରିକୋଣମିତିଅଂଶୁଘାତମିଳିତ ଜାତିସଂଘସ୍ପେନସୁଶାନ୍ତ ସିଂହମେଟ୍ରୋନିଡାଜୋଲଜିନା ସାମଲସ୍ଫୁଲିଙ୍ଗ (କବିତା ସଙ୍କଳନ)ଶୀତଳ ଷଷ୍ଠୀ ଯାତ୍ରାଓଡ଼ିଆ କଥାଚିତ୍ର ଜଗତକାହ୍ନୁଚରଣ ମହାନ୍ତିସୁନନ୍ଦା ଦାସସତୀ (ହିନ୍ଦୁ ଦେବୀ)ଚିତ୍ତରଞ୍ଜନ ଦାସବୃହସ୍ପତିହନୁମାନ ଜୟନ୍ତୀଓଡ଼ିଆ ନାଟକଉଇକିକମନ୍ସନକ୍ସଲବାଦଫିଫା ବିଶ୍ୱକପଔଷଧୀୟ ଗଛଲତାମାନଙ୍କର ତାଲିକାବେଦହିନ୍ଦୁଭାରତ ସରକାରମୋଗଲ ସାମ୍ରାଜ୍ୟଅରବିନ୍ଦ କେଜରିୱାଲବିଦ୍ୟାଳୟବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆମ୍ବଯୋଗଆସନଇଣ୍ଡୋନେସିଆପୃଥିବୀ୧୭୯୫ସୁକୁମାର ସେନଅଚ୍ୟୁତ ସାମନ୍ତପଞ୍ଚସଖାହିଙ୍ଗୁଳା ମନ୍ଦିର୫ ମଇଇଟାମାଟି ଗ୍ରାମବନ୍ଦେ ଉତ୍କଳ ଜନନୀଉତ୍କଳ ଦିବସଜାଭା (ପ୍ରୋଗ୍ରାମିଂ ଭାଷା)ଆଶ୍ୱିନ୧୯୮୮ଚନ୍ଦ୍ରଶେଖର ରଥ୨୭ ଅପ୍ରେଲଜଗନ୍ନାଥଆନିଫ୍ରୋଲୁମାବବିଜୁ ପଟ୍ଟନାୟକବ୍ରାଉଜରଓଡ଼ିଆ ସାହିତ୍ୟସୌର ଜଗତଯୌନ ସମ୍ଭୋଗଧର୍ମେନ୍ଦ୍ର ପ୍ରଧାନସାହି ଯାତବ୍ରହ୍ମୋତ୍ରୀ ମହାନ୍ତିଇଂଲଣ୍ଡଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୨୦ ଅପ୍ରେଲକୁଞ୍ଜବିହାରୀ ଦାଶରାସନ କାର୍ଡ଼ (ଭାରତ)ଜଣ୍ଡିସ୍ବିଶ୍ୱ ଘରଚଟିଆ ଦିବସ🡆 More