ସଦାଶିବ ତ୍ରିପାଠୀ

ସଦାଶିବ ତ୍ରିପାଠୀ (୨୧ ଅପ୍ରେଲ ୧୯୧୦–୯ ସେପ୍ଟେମ୍ବର ୧୯୮୦), ଜଣେ ଓଡ଼ିଆ ରାଜନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୨୧ ଫେବୃଆରୀ ୧୯୬୫ଠାରୁ ୮ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱମନ୍ତ୍ରୀ ଥିଲାବେଳେ ସେ ପ୍ରଥମେ ଓଡ଼ିଶାରେ ଜମିଦାରୀ ପ୍ରଥାର ଉଚ୍ଛେଦ ପାଇଁ ବିଲ ଆଗତ କରିଥିଲେ ଯାହାକୁ ପରେ ସେ ଏକ ଆଇନ ଭାବରେ କାର୍ଯ୍ୟକାରୀ କରିଥିଲେ । ଓଡ଼ିଶାର ଜମିଜମା ସମ୍ବନ୍ଧୀୟ ନାନାଦି ଆଇନ ଓ ସମସ୍ୟା ସମ୍ବନ୍ଧରେ ସେ ଅନେକ ବିଷୟ ବିଧାନ ସଭାରେ ଉପାସ୍ଥାପନ କରିଥିଲେ ।

ସଦାଶିବ ତ୍ରିପାଠୀ
ସଦାଶିବ ତ୍ରିପାଠୀ
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୨୧ ଫେବୃଆରୀ ୧୯୬୫ – ୮ ମାର୍ଚ୍ଚ ୧୯୬୭
ପୂର୍ବ ଅଧିକାରୀବୀରେନ ମିତ୍ର
ପର ଅଧିକାରୀରାଜେନ୍ଦ୍ର ନାରାୟଣ ସିଂହଦେଓ
ବିଧାୟକ, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀରାଧାକୃଷ୍ଣ ବିଶ୍ୱାସରାୟ
ପର ଅଧିକାରୀରବି ସିଂହ ମାଝି
ନିର୍ବାଚନ ମଣ୍ଡଳୀଉମରକୋଟ
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀହରିଜନ ମୀରୁ
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-04-21)୨୧ ଅପ୍ରେଲ ୧୯୧୦
ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା
ମୃତ୍ୟୁ୯ ସେପ୍ଟେମ୍ବର ୧୯୮୦(1980-09-09) (ବୟସ ୭୦)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ

ପ୍ରାରମ୍ଭିକ ଜୀବନ

ସଦାଶିବ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରଠାରେ ଜନ୍ମଗ୍ରହଣ କରିଥିଲେ । ପ୍ରାରମ୍ଭିକ ଜୀବନ ଶିକ୍ଷକ ଭାବେ ଆରମ୍ଭ କରି ସଦାଶିବ ପରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୩୭ ମସିହାରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବେ ଯୋଗ ଦେଇ ୩୦ ବର୍ଷ ପର୍ଯ୍ୟନ୍ତ ଏଥିରେ ନିର୍ବାଚିତ ହୋଇଆସିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ସେ ରାଜସ୍ୱମନ୍ତ୍ରୀ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ବିଜୁ ପଟ୍ଟନାୟକ ତାଙ୍କୁ ସରକାରୀ ଦଳର ନେତା ଭାବେ ମନୋନୀତ କରିଥିଲର ଯାହା ଦଳର ବାକି ସଭ୍ୟ ଓ ମନ୍ତ୍ରୀମଣ୍ଡଳରେ ଅଶାନ୍ତି ସୃଷ୍ଟି କରିଥିଲା । ପରେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୬୯ ମସିହାରେ କଂଗ୍ରେସର ପ୍ରଥମ ବିଭାଜନ ପରେ ସେ ସଙ୍ଗଠନ କଂଗ୍ରେସରେ ଯୋଗଦାନ କରିଥିଲେ । ୧୯୭୧ ନିର୍ବାଚନରେ ନିଜର ସମ୍ପତ୍ତିଆଦି ବନ୍ଧା ପକାଇ ନିର୍ବାଚନରେ ଲଢ଼ିଥିଲେ । କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ପଠାଯାଇଥିବା ଖର୍ଚ ନ ପାଇବାରୁ ଏହି ଋଣ ସେ ପରିଶୋଧ କରିପାରିଲେ ନାହିଁ ।

ଆଧାର

Tags:

ଓଡ଼ିଶାନବକୃଷ୍ଣ ଚୌଧୁରୀ

🔥 Trending searches on Wiki ଓଡ଼ିଆ:

ଚଇତି ଘୋଡ଼ା ନାଚwiki.phtmlବେଣୁଧର ରାଉତନବକଳେବରଧର୍ମ ନିକିତିଭାରତର ଜାତୀୟ ପତାକାସୀତାଚାଖି ଖୁଣ୍ଟିଆଘରଭକ୍ତ ଚରଣ ଦାସଗୋପାଳ ଚନ୍ଦ୍ର ପ୍ରହରାଜ୨୫ ନଭେମ୍ବରପଣା ସଂକ୍ରାନ୍ତିରୁକୁଣା ରଥଯାତ୍ରାଶୁକ୍ରବାରଜୟ ଜବାନ ଜୟ କିଶାନରାଶି ଓ ନକ୍ଷତ୍ରବାଲିଯାତ୍ରା୧୫ ଡିସେମ୍ବରଉଦ୍‌ବେଗବୈଦେହୀଶ ବିଳାସଗୁରୁପ୍ରସାଦ ମହାନ୍ତିଜୁଲାଇବୀଜାଣୁ୧୭ ଅଗଷ୍ଟଜ୍ଞାନକୋଷଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଓଡ଼ିଆ ନବବର୍ଷଗଇଁଠାଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଖାଳମାଛ ଭଜାବିଦ୍ୟାଳୟଗୋଟେ ଶୁଆ ଗୋଟେ ଶାରୀସାକ୍ଷୀଗୋପାଳ ମନ୍ଦିର୧ ଜାନୁଆରୀରାମଚନ୍ଦ୍ର ମିଶ୍ରରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଗ୍ନିରାଜକିଶୋର ପଟ୍ଟନାୟକବନ୍ଦେ ଉତ୍କଳ ଜନନୀଶ୍ରବଣ ( ରାମାୟଣ ର ଚରିତ୍ର )ଖୋର୍ଦ୍ଧା ଜିଲ୍ଲାଗୋପୀନାଥ ମହାନ୍ତିନଅଙ୍କ ଦୁର୍ଭିକ୍ଷଅପ୍ରେଲଗୁରୁ ପ୍ରସାଦ ମହାନ୍ତି୧୯ ଜୁନଚନ୍ଦନ ଯାତ୍ରାମୟୂରଭଞ୍ଜ ଜିଲ୍ଲାହସ୍ତମୈଥୁନହେପାଟାଇଟିସଜୈନବାଦଓଡ଼ିଆ କବି ମାନଙ୍କର ତାଲିକାହନୁମାନଅନ୍ନଦା ଶଙ୍କର ରାୟଭଗବତୀ ଚରଣ ପାଣିଗ୍ରାହୀକାମଧେନୁ୨୬ ଅଗଷ୍ଟଗୀତଗୋବିନ୍ଦରାସନ କାର୍ଡ଼ (ଭାରତ)କାର୍ଲ୍ ଲିନିଅସ୍ଗୋଦାବରୀଶ ମିଶ୍ରତୁଳସୀ ମୁଣ୍ଡାଉଇକିମିଡ଼ିଆ ମୁଭମେଣ୍ଟପ୍ରସନ୍ନ କୁମାର ପାଟ୍ଟଶାଣୀହୋ ଜନ‌ଜାତିକଦଳୀବାଘସମ୍ବଲପୁର ଜିଲ୍ଲାନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More