ସଦାନନ୍ଦ ଅଗ୍ରୱାଲ: ଲିପିତତ୍ତ୍ଵବିଦ ଓ ଐତିହାସିକ

ସଦାନନ୍ଦ ଅଗ୍ରୱାଲ ଜଣେ ଓଡ଼ିଆ ଐତିହାସିକ ଓ ଲିପିତତ୍ତ୍ୱ ବିଶାରଦ ଥିଲେ । ସେ ଓଡ଼ିଶାର ପ୍ରଥମ ଲିପିତତ୍ତ୍ୱବିଦ ଭାବରେ ପରିଗଣିତ । ଏହାସହ ଏକାଧାରରେ ଜଣେ ଗବେଷକ,ସାମ୍ବାଦିକ,ନାଟ୍ୟକାର, ସଂଗୀତଜ୍ଞ, ଲେଖକ, ସମାଜସେବୀ, ସାହିତ୍ଯିକ ଭାବରେ ପରିଚିତ ଥିଲେ। ମହିମା ଧର୍ମ ଓ ଭୀମଭୋଇଙ୍କ ପ୍ରଚାର ପ୍ରସାରରେ ତାଙ୍କର ଅନନ୍ୟ ଭୂମିକା ଥିଲା। କୌଣସି ବିଶ୍ବବିଦ୍ୟାଳୟରେ ନିଜେ ପାଠ ନପଢି ମଧ୍ୟ ସେ ବିଶ୍ବଭାରତୀ ଶାନ୍ତିନିକେତନରେ ପ୍ରାଚୀନ ଲିପି ଉପରେ ଶିକ୍ଷା ଦାନ କରିଥିଲେ।

ସଦାନନ୍ଦ ଅଗ୍ରୱାଲ
ଜନ୍ମ
ସଦାନନ୍ଦ ଅଗ୍ରୱାଲ

(1952-11-07)୭ ନଭେମ୍ବର ୧୯୫୨
ମେଣ୍ଡା, ତରଭା, ସୁବର୍ଣ୍ଣପୁର
ମୃତ୍ୟୁ୧ ଅଗଷ୍ଟ ୨୦୧୭(2017-08-01) (ବୟସ ୬୪)
ବଲାଙ୍ଗୀର
ଜାତୀୟତାସଦାନନ୍ଦ ଅଗ୍ରୱାଲ: ଜୀବନୀ, ରଚନାବଳୀ, ପୁରସ୍କାର ଓ ସମ୍ମାନ ଭାରତୀୟ
ଶିକ୍ଷାଏକାଦଶ ଶ୍ରେଣୀ ମେଣ୍ଡା ହାଇ ସ୍କୁଲରୁ ପ୍ରଥମ ସ୍ଥାନରେ ପାସ କରିଥିଲେ
ପ୍ରସିଦ୍ଧିଐତିହାସିକ, ଲିପିତତ୍ତ୍ୱବିଦ
ବୈବାହିକ-ସାଥୀତାରା ଅଗ୍ରୱାଲ
ସନ୍ତାନନମିତା, ଇତିସ୍ମିତା, ସିଦ୍ଧାର୍ଥ(ଆଶିଷ)
ପିତାମାତା(s)ଭାନିରାମ, ରାମବାଇ
ପୁରସ୍କାରଡିଲିଟ ଉପାଧି, ରାଷ୍ଟ୍ରୀୟ ସଂସ୍କୃତ ବିଦ୍ଯାପୀଠ ତିରୁପତି

ଜୀବନୀ

ସଦାନନ୍ଦ, ୧୯୫୨ ମସିହା ନଭେମ୍ବର ୭ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭାନିରାମ ଅଗ୍ରୱାଲ ଓ ମା'ଙ୍କ ନାମ ରାମବାଇ । ମାତାପିତାଙ୍କର ଚାରି ଝିଅ ଥିଲେ ଓ ଏକମାତ୍ର ପୁଅ ଥିଲେ ସଦାନନ୍ଦ । ସଦାନନ୍ଦ ମେଣ୍ଡା ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ ।

ଆର୍ଥିକ ଅନାଟନ ଯୋଗୁ ମାଟ୍ରିକରୁ ଆଗକୁ ପଢିପାରିନଥିଲେ ମଧ୍ୟ ସାହିତ୍ୟ, ଇତିହାସ, କଳାସଂସ୍କୃତି ଉପରେ ସେ ନିଜେ ଗବେଷଣା କରୁଥିଲେ । ୧୯୮୦ମସିହାରେ "ସୋନପୁର ଇତିହାସ" ନାମରେ ଗବେଷଣାଧର୍ମୀ ପୁସ୍ତକ ଦୁଇଭାଗରେ ପ୍ରକାଶ ପାଇଥିଲା । ଏହି ପୁସ୍ତକ ତାଙ୍କୁ ପରିଚିତି ଆଣି ଦେଇଥିଲା ଓ ପରବର୍ତ୍ତୀ ସମୟରେ ସେ ବହୁ ପୁସ୍ତକ, ପ୍ରବନ୍ଧ, ନାଟକ ଆଦି ରଚନା କରିଥିଲେ । ଭାରତ ସରକାରଙ୍କଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର "ଭୀମଭୋଇ" ନିର୍ମାଣରେ ସେ ଜଣେ ବିଶେଷ ବିଶେଷଜ୍ଞ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ମହିମା ଧର୍ମର ପ୍ରଚାର କ୍ଷେତ୍ରରେ ସେ କାର୍ଯ୍ୟ କରିଥିଲେ । "ଖଲିଆପାଲି"ରେ ଥିବା ଭୀମ ଭୋଇଙ୍କ ସମାଧି ପୀଠର ଉନ୍ନତି ପାଇଁ ସେ ନିଜ ଶେଷ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ବଲାଙ୍ଗୀରରେ ପ୍ରସ୍ତାବିତ ମେଡିକାଲ କଲେଜକୁ ସନ୍ତକବି ଭୀମ ଭୋଇ ମେଡିକାଲ କଲେଜ କରାଯିବାକୁ ସେ ଚେଷ୍ଟିତ ଥିଲେ ।

୨୦୧୭ ମସିହା ଅଗଷ୍ଟ ୧ତାରିଖ ଦିନ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ

  • ସୋନପୁର ଇତିହାସ( ପ୍ରଥମ ଓ ଦ୍ୱିତୀୟ ଭାଗ)
  • ଖାରବେଳ (ଓଡ଼ିଆ, ହିନ୍ଦୀ, ଇଂରାଜୀ)
  • ଓରିଶାନ ପଲାଓଗ୍ରାଫି
  • ଟୁ କପର ପ୍ଲେଟ ଗ୍ରାଣ୍ଟ ଫ୍ରମ ୱେଷ୍ଟର୍ଣ୍ଣ ଓରିଶା
  • ସୌରା ପେଣ୍ଟିସ ଅଫ୍ ଓରିଶା
  • ରକତ୍(କୋଶଳି ନାଟକ)
  • ସ୍ପର୍ଶର ପ୍ରଭାବ (ଅନୁବାଦ)
  • ବୃହତ୍ କୋଶଳ ଇତିହାସ

ପୁରସ୍କାର ଓ ସମ୍ମାନ

  • ଡିଲିଟ୍ ଉପାଧି(ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ତିରୁପତି)
  • ଆଚାର୍ଯ୍ୟ ବିଦ୍ୟା ସାଗର ସମ୍ମାନ(ଭାରତ ବର୍ଷୀୟ ଦିଗମ୍ବର ଜୈନ ମହାସଭା)
  • ଜ୍ଞାନୋଦୟ ସମ୍ମାନ(ଜୁନ୍ଦକୁନ୍ଦ ଜ୍ଞାନପୀଠ, ଇନ୍ଦୋର)
  • ରାଜକିଶୋର ରାୟ ସମ୍ମାନ(କେଦାରନାଥ ଗବେଷଣା ପ୍ରତିଷ୍ଠାନ)
  • ଏକାମ୍ର ସମ୍ମାନ
  • ପୂର୍ଣ୍ଣଚନ୍ଦ୍ର ରଥ ସ୍ମାରକୀ ସମ୍ମାନ
  • ପାଟଣା ଗୌରବ
  • ଏପିଗ୍ରାଫିଷ୍ଟ ଆଓର୍ତ
  • ଭକ୍ତି ତରଙ୍ଗ ସମ୍ମାନ
  • ନାଦବ୍ରହ୍ମ ସମ୍ମାନ
  • ମହିମାଶ୍ରୀ ସମ୍ମାନ
  • ମହିମା ଗୌରବ ସମ୍ମାନ
  • ମଠଖାଇ ସମ୍ମାନ
  • ସ୍ୱୀକାର ସମ୍ମାନ

ଆଧାର

Tags:

ସଦାନନ୍ଦ ଅଗ୍ରୱାଲ ଜୀବନୀସଦାନନ୍ଦ ଅଗ୍ରୱାଲ ରଚନାବଳୀସଦାନନ୍ଦ ଅଗ୍ରୱାଲ ପୁରସ୍କାର ଓ ସମ୍ମାନସଦାନନ୍ଦ ଅଗ୍ରୱାଲ ଆଧାରସଦାନନ୍ଦ ଅଗ୍ରୱାଲଓଡ଼ିଆ ଲୋକଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଦାମୋଦର ରାଉତପ୍ରଧାନ ପୃଷ୍ଠାଆରଣ୍ୟକକଟକରାମ ନବମୀଯୁକ୍ତରାଷ୍ଟ୍ର ଆମେରିକାରାଜ୍ୟ ସଭାବେଣୁଧର ରାଉତପଠାଣି ସାମନ୍ତଧର୍ମର ହେବ ଜୟଅଫିମବଳରାମ ଦାସଶକ୍ତିଚିତ୍ତରଞ୍ଜନ ଦାସରମାଦେବୀ ଚୌଧୁରୀମହାନଦୀରୁକୁଣା ରଥଯାତ୍ରାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସେତୁ ପାର୍ବତୀ ବାୟୀପ୍ଲେକାନାଟାଇଡଯଶୋଧାରା ମିଶ୍ରପଖାଳ ଦିବସରାଉରକେଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରମଜାନଧର୍ମନବଦୁର୍ଗାମନୋରଞ୍ଜନ ଦାସତୁଳସୀ ଦାସଆହେ ଦୟାମୟ ବିଶ୍ୱ ବିହାରୀଓଡ଼ିଶୀବନମାଳୀ ଦାସରାଜା ରାମମୋହନ ରାୟରାମମଟର ସାଇକେଲଫେସବୁକକ୍ୟାବରଗୋଲିନଜିନା ସାମଲସାଲବେଗପାର୍ବତୀଭାରତୀୟ ସମ୍ବିଧାନଆର୍ଯ୍ୟଭଟ୍ଟଭାଦବ ହାଁସଦାହରିଶୟନ ଏକାଦଶୀମମତା ଦାଶବିଶ୍ୱନାଥ କରପ୍ରାଣବନ୍ଧୁ କରମଣିଷଆନ୍ତର୍ଜାତିକ ମହିଳା ଦିବସଧ୍ରୁବୀୟ ଜ୍ୟୋତି୧୫ ଅପ୍ରେଲମିନତି ମିଶ୍ରଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ପଦ୍ମ ଲୋଚନ ପଣ୍ଡାକାଟୁଲୁ ରବି କୁମାରରତ୍ନାକର ଚଇନିମାଂସର ବିଳାପଚୀନସାତକଡ଼ି ହୋତାରମାକାନ୍ତ ପଣ୍ଡାକାର୍ଲ୍ ଲିନିଅସ୍କଳାପାହାଡ଼ପଦାର୍ଥନୀଳମଣି ବିଦ୍ୟାରତ୍ନଚିଲିକା ହ୍ରଦ୨୧ ଅପ୍ରେଲଧଉଳିଆମାଜନ୍.କମ୍‌ବୈକୁଣ୍ଠନାଥ ପଟ୍ଟନାୟକଭୂଗୋଳ🡆 More