ଶ୍ରୀୟଙ୍କା ଷଡ଼ଙ୍ଗୀ

ଶ୍ରୀୟଙ୍କା ଷଡ଼ଙ୍ଗୀ (ଜନ୍ମ ୧୦ ଜାନୁଆରୀ ୧୯୯୫) ଓଡ଼ିଶାରେ ଜନ୍ମିତ ଜଣେ ସୁଟର । ୧୦ମିଟର ଏୟାର ରାଇଫଲ ସୁଟିଂ ତାଙ୍କର ପ୍ରିୟ ଇଭେଣ୍ଟ । ଅନ୍ତର୍ଜାତୀୟ ସ୍ଥରରେ ସେ ଏଯାବତ ୪ଟି ସ୍ୱର୍ଣ୍ଣ ସହ ପ୍ରାୟ ୨୫ଟି ପଦକ ହାସଲ କରିସାରିଲେଣି ।

ଶ୍ରୀୟଙ୍କା ଷଡ଼ଙ୍ଗୀ
Born (1995-01-10) ୧୦ ଜାନୁଆରୀ ୧୯୯୫ (ବୟସ ୨୯)
Nationalityଭାରତୀୟ
Other namesସାକ୍ଷୀ
Educationଏକାଦଶ
Alma materଲୋରେଟୋ କନଭେଣ୍ଟ ସ୍କୁଲ, ସେଣ୍ଟ ଷ୍ଟିଫେନସ କଲେଜ
Known forଲକ୍ଷ୍ୟ ଭେଦ (ବନ୍ଧୁକ)
Parent(s)ସୀତାଂଶୁ ଚରଣ ଷଡ଼ଙ୍ଗୀ, ସୁଧା ଷଡ଼ଙ୍ଗୀ
Relativesସ୍ନେହାଂଶୁ ଷଡ଼ଙ୍ଗୀ(ଭାଇ)

ଜୀବନୀ

ଶ୍ରୀୟଙ୍କାଙ୍କ ପିତା ସୀତାଂଶୁ ଚରଣ ଷଡ଼ଙ୍ଗୀ ଭାରତୀୟ ସ୍ଥଳସେନା ଚାକିରି କରନ୍ତି । ସୀତାଂଶୁ ନିଜେ ଜଣେ କ୍ରିକେଟ ଖେଳାଳି । ସେ ସର୍ଭିସେସ ପକ୍ଷରୁ ୨୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ଭାରତୀୟ ସେନାର "ମିଶନ୍ ଅଲିମ୍ପିକ୍ସ କ୍ୟାଚ୍ ଦେମ୍ ୟଙ୍ଗ" କାର୍ଯ୍ୟକ୍ରମଦ୍ୱାରା ଶ୍ରୀୟଙ୍କା ସେନା ପକ୍ଷରୁ ଶୁଟିଂ ଖେଳ ପାଇଁ ବଛାଯାଇଥିଲେ । ଶ୍ରୀୟଙ୍କାଙ୍କ ପୈତୃକ ଘର ସମ୍ବଲପୁର ଜିଲ୍ଲାର ମୋଦିପଡ଼ା । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସେଣ୍ଟ ଷ୍ଟିଫେନସ କଲେଜରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ୨୦୧୧ମସିହାରୁ ଗଗନ ନାରଙ୍ଗଙ୍କ ପୁଣେସ୍ଥିତ "ଗନ୍ ଫର୍ ଗ୍ଲୋରୀ" ଅନୁଷ୍ଠାନରେ ଟ୍ରେନିଂ କରୁଛନ୍ତି । ସେଠାରେ ରୁଷୀୟ ପ୍ରଶିକ୍ଷକ "ଉରିଲ ମିଖାଲକିନ" ତାଙ୍କୁ ୨୦୧୧-୧୨ରେ ପ୍ରଶିକ୍ଷଣ କରିଥିଲେ । "ଦୀପାଳି ଦେଶପାଣ୍ଡେ" ତାଙ୍କର ନିୟମିତ ପ୍ରଶିକ୍ଷକ ଅଟନ୍ତି । "ଗୋସ୍ପୋର୍ଟ ଫାଉଣ୍ଡେସନ" ତାଙ୍କର ପ୍ରାୟୋଜକ ଅଟନ୍ତି । ମନସ୍ତାତ୍ତିକ ପ୍ରଶିକ୍ଷକ ବୈଭବ ଆଗାସେ ମଧ୍ୟ ତାଙ୍କୁ ମନସ୍ତାତ୍ତିକ ପ୍ରଶିକ୍ଷଣ ପ୍ରଦାନ କରନ୍ତି ।

ସଫଳତା

  • ଜାନୁଆରୀ ୨୦୧୨ ଦୋହାର କାତାରଠାରେ ଅନୁଷ୍ଠିତ ଦ୍ୱାଦଶ ଏସୀୟ ସୁଟିଂ ଚାମ୍ପିଅନଶିପର ଜୁନିଅର ବିଭାଗରେ ରୌପ୍ୟ ପଦକ
  • ୨୦୧୧ରେ କୁଏତରେ ଅନୁଷ୍ଠିତ ଚତୁର୍ଥ ଏସୀୟ ଏୟାର ଗନ ସୁଟିଂ ଚାମ୍ପିଅନସିପର ୧୦ମିଟର ଏୟାର ରାଇଫଲ ଜୁନିଅର ମହିଳା ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ
  • ୨୦୧୧ ଜୁନରେ ଅନୁଷ୍ଠିତ ୫୫ତମ ଜାତୀୟ ସୁଟିଂ ଚାମ୍ପିଅନସିପରେ ଦୁଇଟି ରୌପ୍ୟ ପଦକ
  • ୨୦୧୧ର ଉତ୍ତରାଞ୍ଚଳ ସୁଟିଂ ଚାମ୍ପିଅନସିପରେ ଦୁଇଟି ସ୍ୱର୍ଣ୍ଣ ଓ ହରିୟାନା ରାଜ୍ୟ ସୁଟିଂ ଚାମ୍ପିଅନସିପରେ ଦୁଇଟି ସ୍ୱର୍ଣ୍ଣପଦକ
  • ଫେବୃଆରୀରେ ସାରଜାହଠାରେ ଅନୁଷ୍ଠିତ ଆରବ ଓମେନ ସୁଟିଂ ଚାମ୍ପିଅନଶିପରେ ଦୁଇଟି ରୌପ୍ୟ (ବ୍ୟକ୍ତିଗତ ଓ ଦଳଗତ)
  • ୨୧ମଇ-୨୮ମଇ ୨୦୧୨ରେ ଜର୍ମାନିର ମ୍ୟୁନିକ ସହରରେ ଆୟୋଜିତ ଆଇ. ଏସ ଏସ ଏଫ ବିଶ୍ୱକପ-୩ରେ ଭାରତୀୟ ସୁଟିଂ ଦଳ ପକ୍ଷରୁ ପ୍ରତିନିଧିତ୍ୱ
  • ୧୩ମଇ-୨୧ମଇ ୨୦୧୨ରେ ଇଟାଲୀର ମିଲାନ ସହରରେ ଆୟୋଜିତ ଆଇ. ଏସ ଏସ ଏଫ ବିଶ୍ୱକପ-୨ରେ ଭାରତୀୟ ସୁଟିଂ ଦଳ ପକ୍ଷରୁ ପ୍ରତିନିଧିତ୍ୱ

ଆଧାର

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଭିକାରୀ ବଳ୩୧ ମାର୍ଚ୍ଚWiki Foundationଭାରତୀୟ ଡାକ ସେବାଭାରତୀୟ ମହିଳା୮ ମାର୍ଚ୍ଚସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନଝାଲ ମୁଢ଼ିଭିଏତନାମହୋଲିମହିଳା ଯୌନାଙ୍ଗ ଛେଦନଅଷ୍ଟଶମ୍ଭୁ ପୀଠକଳସା ଚଉତିଶାକୁନ୍ତଳା କୁମାରୀ ସାବତଏଚଆଇଭି/ଏଡସରୋମନ ରେନ୍ସତ୍ରିନାଥ ମେଳା (ଓଡ଼ିଆ କଥାଚିତ୍ର)କୁଜିବର ପ‌ତ୍ରରାମାୟଣନେମାଳଉତ୍ତମ କୁମାର ପ୍ରଧାନତୁଳସୀ ଦାସତମନ୍ନା ବ୍ୟାସଉଇକିପିଡ଼ିଆବିଜ୍ଞାନବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଅରିନ୍ଦମ ରାୟଲୋକ ସଭାସଚ୍ଚିଦାନନ୍ଦ ରାଉତରାୟସାବିତ୍ରୀ ଓଷାଦୀନକୃଷ୍ଣ ଦାସନୀଳକଣ୍ଠ ଦାସଦକ୍ଷିଣାୟନ ଯାତ୍ରାକଳ୍କୀ (ଓଡ଼ିଆ କଥାଚିତ୍ର)ଆର୍ଯ୍ୟଭଟ୍ଟଓଡ଼ିଆ ବାହାଘରସୀତାକାନ୍ତ ମହାପାତ୍ରଘରସ୍ୱାମୀ ବିବେକାନନ୍ଦବାଜି ରାଉତଗ୍ରେଭସ ରୋଗମନୋଜ ଦାସଟଙ୍ଗ୍‌ଷ୍ଟନଭାରତଘୋଡ଼ାଢେଙ୍କାନାଳ ଜିଲ୍ଲାକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଓଉଶାଗପାରମିତା ଶତପଥୀମୌଳିକ ସଂଖ୍ୟା୯୮୮ରେବତୀ (କ୍ଷୁଦ୍ରଗଳ୍ପ)ବ୍ରଜ କିଶୋର ପ୍ରଧାନପାଳୁଅ ଲଡୁ୨୦୦୧ପୋଡୋଫାଇଲମ ରେଜିନପିଆଜବ୍ୟାଙ୍କଦାଶରଥି ପଟ୍ଟନାୟକଅଟିଜିମ୍ ସ୍ପେକ୍ଟ୍ରମକ୍ୟୁ. ଆର. କୋଡ଼ନାଗ ପଞ୍ଚମୀବରା୨ ନଭେମ୍ବରଗ୍ରହ୨୭ ମାର୍ଚ୍ଚହିରୋ🡆 More