ଶ୍ରୀନିବାସ ରାମାନୁଜନ: ଜଣେ ଭାରତୀୟ ଗଣିତଜ୍ଞ

{

ଶ୍ରୀନିବାସ ରାମାନୁଜନ: ରାମାନୁଜନଙ୍କ ଘଟନା ବହୁଳ ସଂକ୍ଷିପ୍ତ ଜୀବନ ଓ ତଦୁପରାନ୍ତ ଘଟନାକ୍ରମ[୪], ରାମାନୁଜନଙ୍କ ପ୍ରକାଶିତ କେତେକ ବହି, ରାମାନୁଜନ ଓ ତାଙ୍କର ଅବଦାନ ଉପରେ ପ୍ରକାଶିତ ପୁସ୍ତକମାନଙ୍କ ଭିତରୁ କେତୋଟି
ଶ୍ରୀନିବାସ ରାମାନୁଜନ୍

Use British English|date=November 2011}}

ଶ୍ରୀନିବାସ ରାମାନୁଜନ ଆୟାଙ୍ଗାର
ଶ୍ରୀନିବାସ ରାମାନୁଜନ: ରାମାନୁଜନଙ୍କ ଘଟନା ବହୁଳ ସଂକ୍ଷିପ୍ତ ଜୀବନ ଓ ତଦୁପରାନ୍ତ ଘଟନାକ୍ରମ[୪], ରାମାନୁଜନଙ୍କ ପ୍ରକାଶିତ କେତେକ ବହି, ରାମାନୁଜନ ଓ ତାଙ୍କର ଅବଦାନ ଉପରେ ପ୍ରକାଶିତ ପୁସ୍ତକମାନଙ୍କ ଭିତରୁ କେତୋଟି
ଜନ୍ମ(1887-12-22)୨୨ ଡିସେମ୍ବର ୧୮୮୭
ଏରୋଡ, ମାଡ୍ରାସ ପ୍ରେସିଡେନ୍ସୀ (ଏବେ ତାମିଲନାଡୁ)
ମୃତ୍ୟୁ୨୬ ଅପ୍ରେଲ ୧୯୨୦(1920-04-26) (ବୟସ ୩୨)
ଚେଟପୁଟ, ମାଡ୍ରାସ, ମାଡ୍ରାସ ପ୍ରେସିଡେନ୍ସୀ (ଏବେ ତାମିଲନାଡୁ)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସରକାରୀ କଳା ମହା ବିଦ୍ୟାଳୟ
ପଶାୟାପ୍ପା ମହାବିଦ୍ୟାଳୟ (Pachaiyappa's College)
ପ୍ରସିଦ୍ଧିLandau–Ramanujan constant
Mock theta functions
Ramanujan conjecture
Ramanujan prime
Ramanujan–Soldner constant
Ramanujan theta function
Ramanujan's sum
Rogers–Ramanujan identities
Ramanujan's master theorem
ବିଜ୍ଞାନୀ ଜୀବନ
କ୍ଷେତ୍ରଗଣିତ
ଶିକ୍ଷକୀୟ ଉପଦେଷ୍ଟାଜି.ଏଚ୍. ହାର୍ଡ଼ି
ଜେ.ଇ. ଲିଟଲହୁଡ(John Edensor Littlewood)]]
ପ୍ରଭାବିତ କରିଥିଲେଜି.ଏଚ୍. ହାର୍ଡି
ଦସ୍ତଖତ
ଶ୍ରୀନିବାସ ରାମାନୁଜନ: ରାମାନୁଜନଙ୍କ ଘଟନା ବହୁଳ ସଂକ୍ଷିପ୍ତ ଜୀବନ ଓ ତଦୁପରାନ୍ତ ଘଟନାକ୍ରମ[୪], ରାମାନୁଜନଙ୍କ ପ୍ରକାଶିତ କେତେକ ବହି, ରାମାନୁଜନ ଓ ତାଙ୍କର ଅବଦାନ ଉପରେ ପ୍ରକାଶିତ ପୁସ୍ତକମାନଙ୍କ ଭିତରୁ କେତୋଟି

ଶ୍ରୀନିବାସ ରାମାନୁଜନ (ଶ୍ରୀନିବାସ ରାମାନୁଜନ: ରାମାନୁଜନଙ୍କ ଘଟନା ବହୁଳ ସଂକ୍ଷିପ୍ତ ଜୀବନ ଓ ତଦୁପରାନ୍ତ ଘଟନାକ୍ରମ[୪], ରାମାନୁଜନଙ୍କ ପ୍ରକାଶିତ କେତେକ ବହି, ରାମାନୁଜନ ଓ ତାଙ୍କର ଅବଦାନ ଉପରେ ପ୍ରକାଶିତ ପୁସ୍ତକମାନଙ୍କ ଭିତରୁ କେତୋଟିpronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ ।

ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।

ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ।

ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ? ଏହି ଉପପାଦ୍ୟଗୁଡିକ - ସ୍ପଷ୍ଟଭାବରେ ତାଙ୍କୁ ଦେଖାଯାଉଛି । ସେ କହୁଥିଲେ "An equation for me has no meaning unless it expresses a thought of God." ରାମାନୁଜନ୍ ଇଂଲଣ୍ଡରେ ପ୍ରାୟ ପାଞ୍ଚବର୍ଷ ପ୍ରଫେସର ହାର୍ଡିଙ୍କ ସହିତ ରହିଲେ। ଏହି ସ୍ୱଳ୍ପ ସମୟ ମଧ୍ୟରେ ରାମାନୁଜଙ୍କୁ ଅନାୟାସରେ ଦୃଶ୍ୟ ହେଉଥିବା ନୂଆ ନୂଆ ଉପପାଦ୍ୟଗୁଡ଼କିର ପ୍ରମାଣ କିପରି କରିବାକୁ ହୁଏ, ତାହା ପ୍ରଫେସର ହାର୍ଡି ଶିଖାଇଥିଲେ।

ହାର୍ଡିଙ୍କର ବକ୍ତବ୍ୟ ଥିଲା ସେ ରାମାନୁଜଙ୍କ ନିକଟରୁ ଅନେକ ଶିକ୍ଷାଲାଭ କରିଛନ୍ତି ଏବଂ ରାମାନୁଜଙ୍କୁ ସେ ଯେଉ ଶିକ୍ଷା ଦେଇଛନ୍ତି ତାହା ନିଜେ ଲାଭକରିଥିବା ଶିକ୍ଷାଠାରୁ ଯଥେଷ୍ଟ କମ୍। ବିନା ପ୍ରମାଣରେ ଉପପାଦ୍ୟ ସୃଷ୍ଟି କରିଥିବା ରାମାନୁଜଙ୍କୁ ହାର୍ଡି କଦାପି ଜୋର୍ କରି ପ୍ରମାଣ ସମ୍ବନ୍ଧରେ କହିନାହାନ୍ତି, କାରଣ ଏହା ଫଳରେ ରାମାନୁଜଙ୍କ ହୃଦୟରେ ଆଘାତ ଲାଗିବ ଓ ଏହାଦ୍ୱାରା ତାଙ୍କର ଅନ୍ତର୍ଦୃଷ୍ଟି (intution) ବାଧାପ୍ରାପ୍ତ ହେବ । ବରଂ ହାର୍ଡି କହୁଥିଲେ ଯଦି ରାମାନୁଜନ୍ ଯଥାସମୟରେ ପାଶ୍ଚାତ୍ୟ ଗଣିତ ଶିକ୍ଷା କରିଥାନ୍ତେ, ଯେ କୌଣସି ଇଉରୋପୀୟ ଗଣିତଜ୍ଞଙ୍କ ପରି ସେ ନିଶ୍ଚୟ ବିଶ୍ୱରେ ଏକ ପ୍ରସିଦ୍ଧ ଗଣିତଜ୍ଞ ହୋଇ ପାରିଥାଆନ୍ତେ; କିନ୍ତୁ ’ଗଣିତଜ୍ଞ ରାମାନୁଜନ୍' ହୋଇପାରିନଥାନ୍ତେ । କାରଣ ପାଶ୍ଚାତ୍ୟ ଗଣିତର ପ୍ରଭାବରେ ତାଙ୍କର ସ୍ୱଭାବିକ ବିଚାରବୁଦ୍ଧି ପ୍ରଭାବିତ ହୋଇଥାଆନ୍ତା ଏବଂ ଗଣିତ ଜଗତ ଲାଭବାନ ହେବା ଅପେକ୍ଷା ଅଧତ୍କ କ୍ଷତିଗ୍ରସ୍ତ ହୋଇଥାଆନ୍ତା । ଅନନ୍ତ ଶ୍ରେଣୀ, ଅବିରତ ଭଗ୍ନାଂଶ, ସଂଖ୍ୟାତତ୍ତ୍ୱ, ଉପବୃତୀୟ ଫଳନ ଆଦି କ୍ଷେତ୍ରରେ ସେ ସ୍ୱାଧୀନ ଭାବେ କାର୍ଯ୍ୟ କରିଥିଲେ ।

ରାମାନୁଜନଙ୍କ ଜନ୍ମ ଦିବସ ୨୨ ଡିସେମ୍ବରକୁ ଭାରତରେ ଜାତୀୟ ଗଣିତ ଦିବସ (ଭାରତ) ଭାବେ ପାଳନ କରାଯାଉଛି ।

ରାମାନୁଜନଙ୍କ ଘଟନା ବହୁଳ ସଂକ୍ଷିପ୍ତ ଜୀବନ ଓ ତଦୁପରାନ୍ତ ଘଟନାକ୍ରମ

ତାରିଖ ଘଟନା
୨୨.୧୨.୧୮୮୭ ତାମିଲନାଡୁର ଇରୋଡ (ତାମିଲନାଡ଼ୁର ମାଡ୍ରାସ ପ୍ରେସିଡେନ୍ସିରେ) ଅଜାଙ୍କ ଘରେ ଜନ୍ମ;
  • ବାସସ୍ଥାନ : କୁମ୍ଭକୋଣମ୍,
  • ପୂରାନାମ : ଶ୍ରୀନିବାସ ରାମାନୁଜନ୍ ଆୟାଙ୍ଗାର
  • ମାତାଙ୍କ ନାମ : କୋମଲତମ୍ମାଲ (ମନ୍ଦିରରେ ଭଜନ ଗାୟିକା),
  • ପିତାଙ୍କ ନାମ :ଶ୍ରୀନିବାସ ଆୟାଙ୍ଗାର (ଗୁମାସ୍ତା)
  • ପରିବାର : ଆୟାଂଗାର ସଂପ୍ରଦାୟଭୁକ୍ତ ପାରମ୍ପରିକ ବ୍ରାହ୍ମଣ ପରିବାର
୦୧.୧୦.୧୮୯୨ ଚାଟଶାଳୀରେ ଶିକ୍ଷାରମ୍ଭ
୧୮୯୮-୧୯୦୦ ମାତ୍ର ଦଶ ବର୍ଷ ବୟସରୁ ଗଣିତ ସହିତ ପରିଚୟ ଆରମ୍ଭ। ଅସାଧାରଣ ପ୍ରତିଭା ସମ୍ପନ୍ନ ରାମାନୁଜନ ମାତ୍ର ୧୨ ବର୍ଷ ବୟସରେ ଏସ୍.ଏଲ୍. ଲୋନୀଙ୍କ ତ୍ରିକୋଣମିତି ପୁସ୍ତକ ଅଧ୍ୟୟନ କରି ସେଥିରେ ଦକ୍ଷତା ଅର୍ଜନ କରିଥିଲେ ଏପରିକି ସେ ନିଜେ ଏକ ଉପପାଦ୍ୟ ସୃଷ୍ଟି କରିଥିଲେ ଏବଂ ସେ ନିଜ ଚେଷ୍ଟାରେ ଇଉଲର୍ସ ଆଇଡେଣ୍ଟିଟିର ପୁନରାବିଷ୍କାର କରିଥିଲେ ।
ଡିସେମ୍ବର ୧୯୦୩ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ମାଟ୍ରିକୁଲେଶନ୍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ
  • ଜର୍ଜ୍ ସୂବ୍ରିଜ୍ କାର୍ରଙ୍କ 'A Synopsis of Elementary Results in Pure and Applied Mathematics' ପୁସ୍ତକ ପଢ଼ା ଆରମ୍ଭ ଓ ସେଥିରେ ନିମଗ୍ନ ।
୧୯୦୪ ଗଣିତରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ସେ ଆକୋଲାଡସ ପୁରସ୍କାର ପାଇଥିଲେ। ୧୭ ବର୍ଷ ବୟସରେ ସେ ବର୍ଣ୍ଣୌଲି ସଂଖ୍ୟା (Bernoulli number) ଓ ଇଉଲରଙ୍କ ମାସ୍ଚେରୋନି ସ୍ଥିରରାଶି (Euler–Mascheroni constant) ଉପରେ ସ୍ୱକୀୟ ଗବେଷଣା ଆରମ୍ଭ କରିଥିଲେ। ସେ କୁମ୍ଭକୋଣମ୍ କଲେଜରେ ନାଁଲେଖାଇଥିଲେ ଓ ସୁବ୍ରମଣ୍ୟମ୍ ବୃତ୍ତିଲାଭ କରିଥିବା ସହିତ ଶ୍ରେଷ୍ଠଛାତ୍ର ଭାବେ ଭି. ରଙ୍ଗନାଥ ରାଓ ପୁରସ୍କାରପ୍ରାପ୍ତ ହୋଇଥିଲେ ।
୧୯୦୫ ଗଣିତଭିନ୍ନ ଅନ୍ୟାନ୍ୟ ବିଷୟରେ ଅକୃତକାର୍ଯ୍ୟ ହୋଇ ବୃତ୍ତି କଟିଯିବାରୁ କଲେଜ ଛାଡ଼ି ଆନ୍ଧ୍ରକୁ ପଳାୟନ ଓ ମାସେ ପରେ ଫେରି ପଶାୟାପ୍ପା (Pachaiyappa's) କଲେଜରେ ଏଡମିଶନ୍; ଏଫ୍.ଏ. ପରୀକ୍ଷାରେ ଫେଲ୍
୧୯୦୬ ଏଫ୍.ଏ. ପରୀକ୍ଷାରେ ଆଉ ଥରେ ଫେଲ୍
୧୯୦୭ ଏଫ୍.ଏ. ପରୀକ୍ଷାରେ ତୃତୀୟ ଥର ଅକୃତକାର୍ଯ୍ୟ; ପାଠପଢ଼।ରେ ଡୋରିବନ୍ଧା
୧୪.୦୭.୧୯୦୯ ଜାନକୀଆମ୍ମାଲଙ୍କ ସହ ବିବାହ
୧୯୧୧ ପ୍ରଥମ ଗବେଷଣା ନିବନ୍ଧ ଭାରତୀୟ ଗଣିତ ସୋସାଇଟି ଜର୍ଣ୍ଣ।ଲରେ ପ୍ରକାଶ
୧୯୧୨ ଅନ୍ୟ ଏକ କଲେଜରେ ନାମ ଲେଖାଇ ସ୍ୱତନ୍ତ୍ର ଗବେଷଣା କରିବାକୁ ନିଷ୍ପତ୍ତି । ନିଜର ତଥା ପରିବାରର ଭରଣ ପୋଷଣ ପାଇଁ ମାନ୍ଦ୍ରାଜ ପୋର୍ଟ୍ ଟ୍ରଷ୍ଟ୍ ଅଫିସରେ କିରାଣି ଭାବେ କାର୍ଯ୍ୟାରମ୍ଭ
୧୯୧୩ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଗଣିତ ପ୍ରଫେସର ଜି.ଏଚ୍. ହାର୍ଡିଙ୍କ ସହ ପତ୍ରାଳାପ
୧୯୧୪ ଇଂଲଣ୍ଡ ଯାତ୍ରା (ମାର୍ଚ୍ଚ 17ରେ ଯାତ୍ରା ଆରମ୍ଭ - ଏପ୍ରିଲ୍ 18ରେ ଇଂଲଣ୍ଡରେ ପଦାର୍ପଣ)
  • ଟ୍ରିନିଟି କଲେଜରେ ବି.ଏ. ଛାତ୍ର ଭାବେ ଶିକ୍ଷାରମ୍ଭ
୧୧.୦୬.୧୯୧୪ ଲଣ୍ଡନ ମେଥମେଟିକାଲ୍ ସୋସାଇଟିରେ ପ୍ରଥମ ମିଳିତ ପେପର ହାର୍ଡି ପଠନ କଲେ
୧୯୧୫ ଇଂଲଣ୍ଡର ୫ଟି ଜର୍ଣ୍ଣ।ଲ୍ ଓ ଅନ୍ୟ ଜର୍ଣ୍ଣ।ଲରେ ୯ଟି ପେପର ପ୍ରକାଶିତ
୧୯୧୬ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ଲାଭ
୧୯୧୭ (ଡିସେମ୍ବର) ଲଣ୍ଡନ ଗାଣିତିକ ସୋସାଇଟିର ଫେଲୋ
୧୯୧୮ (ଫେବୃୟାରୀ) ଦ୍ୱିତୀୟ ଭାରତୀୟ ଭାବେ କେମ୍ବ୍ରିଜ୍ ଫିଲୋସଫିକାଲ୍ ସୋସାଇଟିର ଫେଲୋ, ଫେଲୋ ଅଫ୍ ରୟାଲ୍ ସୋସାଇଟି (FRS)
୧୯୧୮ (ଅକ୍ଟୋବର) ପ୍ରଥମ ଭାରତୀୟ ଭାବେ ଟ୍ରିନିଟି କଲେଜର ଫେଲୋ
୧୯୧୯ (ଏପ୍ରିଲ୍) ଭାରତ ପ୍ରତ୍ୟାବର୍ତ୍ତନ
୨୬.୦୪.୧୯୨୦ ମହାପ୍ରୟାଣ
ମହାପ୍ରୟାଣ ପରେ
୧୯୭୬ ହଜିଯାଇଥିବା ଟିପାଖାତା ପ୍ରକାଶିତ
୧୯୮୭ ଦେଶ ଓ ବିଶେଷତଃ ଦକ୍ଷିଣ ଭାରତରେ ଜନ୍ମ ଶତବାର୍ଷିକୀ ପାଳନ
୨୦୧୧ 125 ତମ ଜନ୍ମବାର୍ଷିକୀ ଉପଲକ୍ଷେ ୨୦୧୨ ମସିହାକୁ ଜାତୀୟ ଗଣିତ ବର୍ଷ ଭାବେ ଏବଂ ଶୁଭ ଜନ୍ମ ତିଥି ଡିସେମ୍ବର ୨୨ ତାରିଖକୁ ପ୍ରତିବର୍ଷ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା।

ରାମାନୁଜନଙ୍କ ପ୍ରକାଶିତ କେତେକ ବହି

  • Srinivasa Ramanujan, G. H. Hardy, P. V. Seshu Aiyar, B. M. Wilson, Bruce C. Berndt (2000). Collected Papers of Srinivasa Ramanujan. AMS. ISBN 0-8218-2076-1.cite book}}: CS1 maint: multiple names: authors list (link)
    ଏଇ ବହିଟି ୧୯୨୭ ମସିହାରେ ରାମାନୁଜନଙ୍କ ମୃତ୍ୟୁ ପରେ ପ୍ରକାଶିତ ହୋଇଥିଲା। ଏଥିରେ ରାମାନୁଜନ ତାଙ୍କ ଜୀବନକାଳରେ ବିଭିନ୍ନ ପ୍ରକାଶନ ସଂସ୍ଥାରେ ପ୍ରକାଶ କରିଥିବା ୩୭ଟି ପେପର ରହିଛି। ଏହାର ତୃତୀୟ ସଂସ୍କରଣରେ ବ୍ରୁସ ସି. ବର୍ଣଡଟଙ୍କ(Bruce C. Berndt) ବକ୍ତବ୍ୟ ସନ୍ନିବେଶିତ ହୋଇଛି।
  • S. Ramanujan (1957). Notebooks (2 Volumes). Bombay: Tata Institute of Fundamental Research.
    ଏଇ ବହିରେ ରାମାନୁଜନ ନିଜେ ଲେଖିଥିବା ଟିପାଖାତାର ଅବିକଳ ନକଲ (ଫଟୋକପି) ରହିଛି ।
  • S. Ramanujan (1988). The Lost Notebook and Other Unpublished Papers. New Delhi: Narosa. ISBN 3-540-18726-X.
    ଏଇ ବହିରେ ରାମାନୁଜନଙ୍କ ହଜିଯାଇଥିବା ଟିପାଖାତାର ଅବିକଳ ନକଲ (ଫଟୋକପି) ରହିଛି ।
  • Problems posed by Ramanujan, Journal of the Indian Mathematical Society.
  • S. Ramanujan (2012). Notebooks (2 Volumes). Bombay: Tata Institute of Fundamental Research.
    ରୋଜା ମୁଥିଆ ଗବେଷଣା ପୁସ୍ତକାଗାର (Roja Muthiah Research Library) ଚେନ୍ନାଇଙ୍କଦ୍ୱାରା ସଂରକ୍ଷିତ ମୂଳ ପାଣ୍ଡୁଲିପିର ସ୍କାନରୁ ମିଳିଥିବା ମାଇକ୍ରୋ ଚିତ୍ରାବଳିରୁ ପ୍ରସ୍ତୁତ।

ରାମାନୁଜନ ଓ ତାଙ୍କର ଅବଦାନ ଉପରେ ପ୍ରକାଶିତ ପୁସ୍ତକମାନଙ୍କ ଭିତରୁ କେତୋଟି

  • Berndt, Bruce C. (1998). Butzer, P. L.; Oberschelp, W.; Jongen, H. Th. (ed.). Charlemagne and His Heritage: 1200 Years of Civilization and Science in Europe (PDF). Turnhout, Belgium: Brepols Verlag. pp. 119–146. ISBN 2-503-50673-9 CS1 maint: multiple names: editors list (link) CS1 maint: postscript (link)
  • Berndt, Bruce C.; Andrews, George E. (2005). Ramanujan's Lost Notebook. Vol. Part I. New York: Springer. ISBN 0-387-25529-X CS1 maint: postscript (link)
  • Berndt, Bruce C.; Andrews, George E. (2008). Ramanujan's Lost Notebook. Vol. Part II. New York: Springer. ISBN 978-0-387-77765-8 CS1 maint: postscript (link)
  • Berndt, Bruce C.; Rankin, Robert A. (1995). Ramanujan: Letters and Commentary. Vol. 9. Providence, Rhode Island: American Mathematical Society. ISBN 0-8218-0287-9 CS1 maint: postscript (link)
  • Berndt, Bruce C.; Rankin, Robert A. (2001). Ramanujan: Essays and Surveys. Vol. 22. Providence, Rhode Island: American Mathematical Society. ISBN 0-8218-2624-7 CS1 maint: postscript (link)
  • Berndt, Bruce C. (2006). Number Theory in the Spirit of Ramanujan. Vol. 9. Providence, Rhode Island: American Mathematical Society. ISBN 0-8218-4178-5 CS1 maint: postscript (link)
  • Berndt, Bruce C. (1985). Ramanujan's Notebooks. Vol. Part I. New York: Springer. ISBN 0-387-96110-0 CS1 maint: postscript (link)
  • Berndt, Bruce C. (1999). Ramanujan's Notebooks. Vol. Part II. New York: Springer. ISBN 0-387-96794-X CS1 maint: postscript (link)
  • Berndt, Bruce C. (2004). Ramanujan's Notebooks. Vol. Part III. New York: Springer. ISBN 0-387-97503-9 CS1 maint: postscript (link)
  • Berndt, Bruce C. (1993). Ramanujan's Notebooks. Vol. Part IV. New York: Springer. ISBN 0-387-94109-6 CS1 maint: postscript (link)
  • Berndt, Bruce C. (2005). Ramanujan's Notebooks. Vol. Part V. New York: Springer. ISBN 0-387-94941-0 CS1 maint: postscript (link)
  • Hardy, G. H. (1978). Ramanujan. New York: Chelsea Pub. Co. ISBN 0-8284-0136-5 CS1 maint: postscript (link)
  • Hardy, G. H. (1999). Ramanujan: Twelve Lectures on Subjects Suggested by His Life and Work. Providence, Rhode Island: American Mathematical Society. ISBN 0-8218-2023-0 CS1 maint: postscript (link)
  • Henderson, Harry (1995). Modern Mathematicians. New York: Facts on File Inc. ISBN 0-8160-3235-1 CS1 maint: postscript (link)
  • Kanigel, Robert (1991). The Man Who Knew Infinity: a Life of the Genius Ramanujan. New York: Charles Scribner's Sons. ISBN 0-684-19259-4 CS1 maint: postscript (link)
  • Kolata, Gina (19 Jun. 1987). "Remembering a 'Magical Genius'". Science, New Series. American Association for the Advancement of Science. 236 (4808): 1519–1521 ; CS1 maint: postscript (link)
  • Leavitt, David (2007). The Indian Clerk (paperback ed.). London: Bloomsbury. ISBN 978-0-7475-9370-6 CS1 maint: postscript (link)
  • Narlikar, Jayant V. (2003). Scientific Edge: the Indian Scientist From Vedic to Modern Times. New Delhi, India: Penguin Books. ISBN 0-14-303028-0 CS1 maint: postscript (link)
  • Sankaran, T. M. (2005). "Srinivasa Ramanujan- Ganitha lokathile Mahaprathibha" (in Malayalam). Kochi, India: Kerala Sastra Sahithya Parishath ; CS1 maint: postscript (link) CS1 maint: unrecognized language (link)

ବାହାର ସ୍ରୋତ

ଅଡ଼ିଓ ଭିଜୁଆଲ ସ୍ରୋତ

ଜୀବନୀ ସମ୍ବନ୍ଧିୟ ସ୍ରୋତ

ଆଉ କିଛି ସ୍ରୋତ

Tags:

ଶ୍ରୀନିବାସ ରାମାନୁଜନ ରାମାନୁଜନଙ୍କ ଘଟନା ବହୁଳ ସଂକ୍ଷିପ୍ତ ଜୀବନ ଓ ତଦୁପରାନ୍ତ ଘଟନାକ୍ରମ[୪]ଶ୍ରୀନିବାସ ରାମାନୁଜନ ରାମାନୁଜନଙ୍କ ପ୍ରକାଶିତ କେତେକ ବହିଶ୍ରୀନିବାସ ରାମାନୁଜନ ରାମାନୁଜନ ଓ ତାଙ୍କର ଅବଦାନ ଉପରେ ପ୍ରକାଶିତ ପୁସ୍ତକମାନଙ୍କ ଭିତରୁ କେତୋଟିଶ୍ରୀନିବାସ ରାମାନୁଜନ ବାହାର ସ୍ରୋତଶ୍ରୀନିବାସ ରାମାନୁଜନ

🔥 Trending searches on Wiki ଓଡ଼ିଆ:

୬ ଫେବୃଆରୀସ୍ୱାମୀ ବିବେକାନନ୍ଦମନୋରଞ୍ଜନ ଦାସଗୁଗଲଗୋଦାବରୀଶ ମିଶ୍ରବିରଜା ମନ୍ଦିରଓଡ଼ିଆ ସାହିତ୍ୟବିଷ୍ଣୁୱିଲିଅମ ସେକ୍ସପିଅରତାରିଣୀ ମନ୍ଦିର, ଘଟଗାଁବନ୍ଦେ ମାତରମଚିଲିକା ହ୍ରଦଦୀପକ ମିଶ୍ର୧୨ ଫେବୃଆରୀଚିତ୍ତରଞ୍ଜନ ଦାସବନ୍ଧୁ ମହାନ୍ତିବିଶ୍ୱତାପନଚୈତ୍ର ପୂର୍ଣ୍ଣିମାଅଭିରାମ ପରମହଂସଗୋପାଳ ଛୋଟରାୟବିର୍ସା ମୁଣ୍ଡାପଠାଣି ସାମନ୍ତସୌର ଜଗତସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଲକ୍ଷ୍ମୀକାନ୍ତ ମହାପାତ୍ରତରଭୁଜଭାରତର ସଂସ୍କୃତିଉତ୍କଳଯୌନ ସମ୍ଭୋଗଚୈତ୍ରପୃଥିବୀଇବାଣ୍ଡ୍ରୋନିକ ଏସିଡଭୀମ ପୃଷ୍ଟିଋଷିଆଅମର ପ୍ରସାଦ ଶତପଥୀରେଭେନ୍‌ସା କଲିଜିଏଟ ସ୍କୁଲଓଡ଼ିଶାର ସଂସ୍କୃତିଜହ୍ନଦାମୋଦର ରାଉତହୋଲିଅଚ୍ୟୁତାନନ୍ଦ ଦାସଜୋହାନ୍ ସେବାଷ୍ଟିଆନ୍ ବାକ୍ଉପେନ୍ଦ୍ର କିଶୋର ଦାସସ୍ନେହସାରତପସ୍ୱିନୀପଣା ସଂକ୍ରାନ୍ତିଚତୁର ବିନୋଦୟୁ ଟ୍ୟୁବକେଶବ କୋଇଲିୟୁରୋପମହାଭାରତବିଦ୍ୟୁତସମୀର ରଞ୍ଜନ ଦାଶଓଡ଼ିଆ ବାହାଘରବାଘଜ୍ଞାନକୋଷସଂଗୀତଇଣ୍ଡିଆନ ପ୍ରିମିଅର ଲିଗଜ୍ଞାନପୀଠ ପୁରସ୍କାରହିଙ୍ଗୁଳା ମନ୍ଦିରମହିଳା ଯୌନାଙ୍ଗ ଛେଦନମଧୁସୂଦନ ରାଓକଳାପାହାଡ଼ଭୂମିକମ୍ପସୁନାବିଶ୍ୱନାଥ କର🡆 More