ଶ୍ରୀନିବାସ ଉଦ୍‌ଗାତା: ଓଡ଼ିଆ ସାହିତ୍ୟିକ, ଅନୁବାଦକ

ଶ୍ରୀନିବାସ ଉଦ୍‌ଗାତା (ଜନ୍ମ: ୭ ଜାନୁଆରୀ ୧୯୩୫) ଜଣେ ଓଡ଼ିଆ କବି, ଲେଖକ, ଔପନ୍ୟାସିକ, ନାଟ୍ୟକାର ଏବଂ ଅନୁବାଦକ । ଉଦ୍‌ଗାତା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ଓଡ଼ିଆ ସାହିତ୍ୟର ପ୍ରଚାର କରିଛନ୍ତି । ତାଙ୍କର ଏଯାବତ ପ୍ରାୟ ୨୧୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି । ୧୯୯୪ରୁ ୧୯୯୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ କାର୍ଯ୍ୟନିର୍ବାହ କରିଛନ୍ତି । ସାହିତ୍ୟ ପାଇଁ ତାଙ୍କର ଅବଦାନ ନିମନ୍ତେ ୨୦୦୮ ମସିହାରେ ପଦ୍ମଶ୍ରୀ ଉପାଧୀରେ ସମ୍ମାନୀତ ।

ଶ୍ରୀନିବାସ ଉଦ୍‌ଗାତା
ଜନ୍ମ (1935-01-07) ୭ ଜାନୁଆରୀ ୧୯୩୫ (ବୟସ ୮୯)
ମାଣିକାଗୋଡ଼ା, ଦିବ୍ୟସିଂହପୁର ଶାସନ, ପୁରୀ, ଓଡ଼ିଶା
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର
ବୈବାହିକ-ସାଥୀସୌଦାମିନୀ ଉଦ୍‌ଗାତା
ପିତାମାତାଶ୍ରୀଧର ଉଦ୍‌ଗାତା (ବାପା)
ସମ୍ପର୍କୀୟଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା (ବଡ଼ ଭାଇ)
ପୁରସ୍କାରପଦ୍ମଶ୍ରୀ, ୨୦୦୮

ପ୍ରାରମ୍ଭିକ ଜୀବନ

ଶ୍ରୀନିବାସ ୧୯୩୫ ମସିହା ଜାନୁଆରୀ ୧୩ ତାରିଖରେ ପୁରୀ ଜିଲ୍ଲାର ମାଣିକାଗୋଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀନିବାସ ଉଦ୍‌ଗାତାଙ୍କର ପିତାମହ ସ୍ୱର୍ଗତ କପିଳ ରାୟଗୁରୁ ମୁକ୍ତି ମଣ୍ଡପ ସଭା ପଣ୍ଡିତ ଥିଲେ । ପିତା ଶ୍ରୀଧର ଉଦ୍‌ଗାତା, ଜଣେ ସିଦ୍ଧ କବି ଓ ଚିତ୍ରକର ତଥା ଗୋପବନ୍ଧୁଙ୍କର ସହକର୍ମୀ ଥିଲେ । ବଡ଼ଭାଇ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କୁ ଶ୍ରୀନିବାସ ନିଜର ଶିକ୍ଷାଗୁରୁ ଭାବରେ ସ୍ୱୀକାର କରିଛନ୍ତି । ପରିବାରର ଅନ୍ୟମାନେ ବଲାଙ୍ଗୀରରେ ସଂସ୍କୃତ ଶିକ୍ଷା, ଜ୍ୟୋତିଷ, କର୍ମକାଣ୍ଡ ଓ ସାରସ୍ୱତ ଭୂମିର ପ୍ରତିଷ୍ଠାତା ଭାବରେ ପରିଗଣିତ । ସେ ବର୍ତ୍ତମାନ କବି କୁଟୀର, ରାଧାରାଣୀପଡା, ବଲାଙ୍ଗୀରରେ ଅବସ୍ଥାନ କରୁଅଛନ୍ତି । ଶ୍ରୀନିବାସ ଉଦ୍‌ଗାତାଙ୍କର ସହଧର୍ମିଣୀ, ସୌଦାମିନୀ ଉଦ୍‌ଗାତା ଜଣେ ଲେଖିକା । ତାଙ୍କର ଏଯାବତ ୧୬ଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି ।

ରଚନାବଳୀ

ଶ୍ରୀନିବାସ ଉଦ୍‌ଗାତାଙ୍କ ରଚନାବଳୀସମୂହ ହେଲା:

କବିତା ସଙ୍କଳନ

  • ପୂରବୀ (୧୯୬୧)
  • ଆପଣାର ଗୀତ (୧୯୭୮)
  • ପୁନଶ୍ଚ..ପୁନଶ୍ଚ (୧୯୮୭)
  • ଚୈତ୍ରରଥ (୧୯୮୧)
  • ପ୍ରିୟତମାସୁ (୨୦୦୧)
  • ଅପ୍ରମେୟସୁ (୨୦୦୨)
  • ଭାବ ସମାଧି (୨୦୦୪)

ଉପନ୍ୟାସ

  • ନୀଳ ନୟନ ତଳେ (୧୯୫୭)
  • ଶେଷ ରାତ୍ରୀ ପ୍ରଥମ ସକାଳ (୧୯୬୧)
  • ଆଲୁଅର ଡାକ (୨୦୦୩)
  • ବ୍ୟାଘ୍ରାରୋହଣ (୧୯୯୯)

ଗଳ୍ପ ସଙ୍କଳନ

  • ପୂର୍ଣ୍ଣିମା (୧୯୫୭)
  • ପାର୍ବତୀ (୧୯୬୨)
  • ଦିବ୍ୟ ପୁରୁଷ (୧୯୯୦)

ଅନୁବାଦ ଗ୍ରନ୍ଥ

  • ନାଟ୍ୟଶାସ୍ତ୍ରମ୍‌ (ମୂଳଲେଖା: ସଂସ୍କୃତ, ୨୦୦୩)
  • କବି କାହାଣୀ (ମୂଳଲେଖା: ବଙ୍ଗଳା)
  • ଶୋଭାଯାତ୍ରା
  • ଭବଭୂତି (ମୂଳଲେଖା: ଇଂରାଜୀ)
  • ନୀଳ ହ୍ରଦ (ମୂଳଲେଖା: ହିନ୍ଦୀ, ଗଳ୍ପସଂଗ୍ରହ)
  • ଶବଯାତ୍ରା (ଉପନ୍ୟାସ)
  • ଉତ୍ସବା (କବିତା)
  • ମଧୁଶାଳା

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ, ୨୦୦୮
  • ଶାରଳା ପୁରସ୍କାର, ୨୦୦୨
  • ଝଙ୍କାର ପୁରସ୍କାର (୨୦୦୨ ଓ ୧୯୭୪)
  • ସାରଳା ସମ୍ମାନ, ୨୦୦୧
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ ନିମନ୍ତେ), ୧୯୯୨
  • ପ୍ରଜ୍ଞାପ୍ରଣାମ, ୨୦୧୩
  • ଆଚାର୍ଯ୍ୟ ବିଦ୍ୟାସାଗର ସମ୍ମାନ (୨୦୦୨)
  • ଡି.ଲିଟ୍ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
  • ବିଦ୍ୟାବାଚସ୍ପତି (ପ୍ରୟାଗ ସାହିତ୍ୟ ସମ୍ମେଳନ)
  • ୟୁ.ପି. ହିନ୍ଦୀ ସାହିତ୍ୟ ସଂସ୍ଥା ସମ୍ମାନ
  • ଲକ୍ଷ୍ନୌ-ସୌହାର୍ଦ୍ଦ୍ୟ ସମ୍ମାନ
  • ସାହିତ୍ୟ ଭାରତୀ ସମ୍ମାନ - ୨୦୨୩ (ଗଙ୍ଗଧର ରଥ ଫାଉଣ୍ଡେସନ ପ୍ରଦତ୍ତ)

ଆଧାର

Tags:

ଶ୍ରୀନିବାସ ଉଦ୍‌ଗାତା ପ୍ରାରମ୍ଭିକ ଜୀବନଶ୍ରୀନିବାସ ଉଦ୍‌ଗାତା ରଚନାବଳୀଶ୍ରୀନିବାସ ଉଦ୍‌ଗାତା ସମ୍ମାନ ଓ ପୁରସ୍କାରଶ୍ରୀନିବାସ ଉଦ୍‌ଗାତା ଆଧାରଶ୍ରୀନିବାସ ଉଦ୍‌ଗାତାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଓଡ଼ିଶା ସାହିତ୍ୟ ଏକାଡେମୀପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ଚାଣକ୍ୟଗୁରୁ ପ୍ରସାଦ ମହାନ୍ତିକୁମାର ପୂର୍ଣ୍ଣିମାଓଡ଼ିଶାରେ ଦେବୀପୂଜାର ଐତିହ୍ୟସିକ୍ଲ ସେଲ୍ ରୋଗଜଳବାୟୁଜାଭା (ପ୍ରୋଗ୍ରାମିଂ ଭାଷା)ସୁନ୍ଦରଗଡ଼ଦାସକାଠିଆମନୋଜ ଦାସବନମାଳୀ ଦାସଜଳ ପ୍ରଦୂଷଣବିଜୟ ମିଶ୍ରରାବଣଛାୟାଓଡ଼ିଶାକବିସୂର୍ଯ୍ୟ ବଳଦେବ ରଥଭାରତୀୟ ଜାତୀୟ କଂଗ୍ରେସପଦ୍ମଚରଣ ପଟ୍ଟନାୟକଶବ୍ଦ (ପଦ)ପାଳଙ୍ଗବେଲଗଞ୍ଜାମ ଜିଲ୍ଲାଟୁଇଟରଦରମାପାର୍ବତୀମହିମା ଧର୍ମମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ରାୟପ୍ରସନ୍ନ କୁମାର ଦାସwiki.phtmlଲିନକ୍ସ ବଣ୍ଟନବୈକୁଣ୍ଠନାଥ ପଟ୍ଟନାୟକଧର୍ମେନ୍ଦ୍ର ପ୍ରଧାନସୀତାକାନ୍ତ ମହାପାତ୍ରଓଡ଼ିଆ ଲିପିଲାରି ସାଙ୍ଗରମହାଭାରତରାମଶଙ୍କର ରାୟଅଂଶୁଘାତପିଙ୍କି ପ୍ରଧାନଲକ୍ଷ୍ମୀକାନ୍ତ ମହାପାତ୍ରନୂଆ ଦିଲ୍ଲୀନବଦୁର୍ଗାଶବ୍ଦ (ଧ୍ୱନି)ଏଡା ଲଭ୍‌ଲେସ୍‌ଭାରତହୃଷୀକେଶ ମଲ୍ଲିକଅଟଳ ବିହାରୀ ବାଜପେୟୀଋଷିଆକାଳୀଚରଣ ପଟ୍ଟନାୟକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗଙ୍ଗାଧର ମେହେରମେକ୍ସିକୋଗୋପୀନାଥ ମହାନ୍ତିହରେକୃଷ୍ଣ ମହତାବବଳରାମ ଦାସସଫ୍ଟୱେରମହାବୀର ଜୈନଦଶାବତାରବିଷ୍ଣୁକମ୍ପ୍ୟୁଟରୟୁ ଟ୍ୟୁବମୁମ୍ବାଇଜଗନ୍ନାଥ ମନ୍ଦିରୟାଓଇପଶ୍ଚିମ ବଙ୍ଗଶିବାଜୀକୋଷରାଧାମୋହନ ଗଡ଼ନାୟକବେଦଗୋଦାବରୀଶ ମହାପାତ୍ରରଜଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଭାରତର ଜାତୀୟ ପତାକାଗୋପାଳ ଚନ୍ଦ୍ର ପ୍ରହରାଜ🡆 More