ଚୈତନ୍ୟଦେବ (୧୪୮୬-୧୫୩୪), ଭାରତରେ ଭକ୍ତିବାଦର ଜଣେ ଜଣାଶୁଣା ପ୍ରଚାରକ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ୱୀପରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଶଚୀଦେବୀ ଓ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ରୂପେ ଦୋଳପୂର୍ଣ୍ଣମୀ ସଂଧ୍ୟା ଚନ୍ଦ୍ରଗ୍ରହଣ ସମୟରେ ୧୪୮୬ ଖ୍ରୀଷ୍ଟାବ୍ଦ ଫେବୃଆରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଇତିହାସ ଦୃଷ୍ଟିରୁ ତାଙ୍କ ପୂର୍ବ ପୁରୁଷ ଥିଲେ ଓଡ଼ିଆ ଓ ତାଙ୍କର ଅନେକ ପାର୍ଷଦ ମଧ୍ୟ ଥିଲେ ଓଡ଼ିଶାର । ତାଙ୍କ ନାମ ଥିଲା ବିଶ୍ୱମ୍ଭର ମିଶ୍ର, ଗୌରହରି, ନିମାଇଁ, ମହାପ୍ରଭୁ ଏବଂ ସନ୍ୟାସ ନାମ ଶ୍ରୀକୃଷ୍ଣ ଚୈତନ୍ୟ । ସେ ଅଳ୍ପ ବୟସରୁ ସେ କୃଷ୍ଣଙ୍କ ନାମ ଜପ କରିବା ସହ ଭଜନ ଗାଇବା ଆରମ୍ଭ କରିଥିଲେ । ତାଙ୍କ ଦୀକ୍ଷାଗୁରୁ ଥିଲେ ଈଶ୍ୱର ପୁରୀ ଏବଂ ସନ୍ୟାସ ଗୁରୁଙ୍କ ନାମ କେଶବ ଭାରତୀ ।
ଶ୍ରୀ ଚୈତନ୍ୟ | |
---|---|
ଜନ୍ମ | ବିଶ୍ୱମ୍ଭର ମିଶ୍ର (ନିମାଇଁ) ୧୮ ଫେବୃଆରୀ ୧୪୮୬ ନବଦ୍ୱୀପ, ବର୍ତ୍ତମାନ ପଶ୍ଚିମବଙ୍ଗର ନଦିଆ, |
ମୃତ୍ୟୁ | ୧୪ ଜୁନ ୧୫୩୪ ପୁରୀ | (ବୟସ ୪୮)
ଉପାଧି/ ସମ୍ମାନ | ଭଗବାନ ଶ୍ରୀକୃଷ୍ଣଙ୍କଠାରେ ଗଭୀର ଭକ୍ତି |
ଦର୍ଶନ | ଭକ୍ତି ଯୋଗ |
ଚୈତନ୍ୟ ନିଜେ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କ ପୂର୍ବଜ ଉତ୍କଳୀୟ ଥିଲେ ବୋଲି ବହୁ ଗବେଷକଙ୍କ ମତ ରହିଛି । ତାଙ୍କ ପୂର୍ବପୁରୁଷ ଯାଜପୁର ନିବାସୀ ଓଡ଼ିଆ ବ୍ରାହ୍ମଣ ଥିଲେ । ତଦନ୍ତୀନ ଉତ୍କଳ ରାଜା କପିଳେନ୍ଦ୍ରଦେବଙ୍କ ରାଜତ୍ୱ ସମୟରେ ଜଗନ୍ନାଥ ମିଶ୍ରଙ୍କ ପୂର୍ବପୁରୁଷଙ୍କର ରାଜାଙ୍କ ସହିତ ମନୋମାଳିନ୍ୟ ଘଟିବାରୁ ରାଜା ତାଙ୍କୁ ଓଡ଼ିଶାରୁ ବାହାର କରିଦେଇଥିଲେ ଓ ସେ ସପରିବାର ଯାଇ ଶ୍ରୀହଟ୍ଟ ଜିଲ୍ଲାରେ ବାସ କଲେ । ଏଣୁ ଶ୍ରୀଚୈତନ୍ୟଦେବ ବଙ୍ଗବାସୀ ଓଡ଼ିଆ ଥିଲେ । ତଳେ ତାଙ୍କ ବଂଶାବଳୀ ଦିଆଯାଇଛି ।
ମଧୁକର ମିଶ୍ର | |||||||||||||||||||||||||||||||||||||||||||||||
କୀର୍ତ୍ତିଦ ମିଶ୍ର | ରଙ୍ଗଦ ମିଶ୍ର | ଉପେନ୍ଦ୍ର ମିଶ୍ର | କୃତ୍ତିବାସ ମିଶ୍ର | ||||||||||||||||||||||||||||||||||||||||||||
କଂସାରି ମିଶ୍ର | ପରମାନନ୍ଦ ମିଶ୍ର | ଜଗନ୍ନାଥ ମିଶ୍ର | |||||||||||||||||||||||||||||||||||||||||||||
ଗଙ୍ଗା ଦାସ | ବିଷ୍ଣୁ ଦାସ | ବିଶ୍ୱରୂପ | ବିଶ୍ୱମ୍ଭର (ଚୈତନ୍ୟ) | ||||||||||||||||||||||||||||||||||||||||||||
ଗଙ୍ଗାଧର | ମଧୁରେଶ ଦାସ | ||||||||||||||||||||||||||||||||||||||||||||||
ହରିନାଥ ବିଦ୍ୟାଭୂଷଣ | ରୂପେଶ୍ୱର ପଞ୍ଚାନନ | ||||||||||||||||||||||||||||||||||||||||||||||
ଶିବରାମ ସାର୍ବଭୌମ | |||||||||||||||||||||||||||||||||||||||||||||||
ତାଙ୍କ ବଡ଼ ଭାଇ ବିଶ୍ୱରୂପ ସନ୍ୟାସ ହୋଇ ଯାଇଥିଲେ, ନିମାଇଁ ପାଠ ପଢ଼ିବା ସମୟରେ ତାଙ୍କ ପିତୃ ବିୟୋଗ ହୁଏ । ସେ ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ପରେ ଛଅ ବର୍ଷ କାଳ ଦକ୍ଷିଣ ଭାରତରେ ଅତିବାହିତ କରିଥିଲେ ଓ ଜୀବନର ଶେଷ ୨୪ବର୍ଷ ସେ ପୁରୀରେ ଅତିବାହିତ କରିଥିଲେ । ପୁରୀକୁ କେନ୍ଦ୍ର କରି ସେ ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପରିପ୍ରସାର କରିଥିଲେ । ରାକ୍ଷସ ସ୍ୱଭାବ ଜଗାଇ ମାଧାଇଙ୍କ ଚିତ୍ତ ପରିବର୍ତ୍ତନ କରି ଦେଇଥିଲେ । ତାଙ୍କୁ ସଂକୀର୍ତ୍ତନର ପିତା ବୋଲି କୁହାଯାଏ, ଓଡ଼ିଶାର ସଂକୀର୍ତ୍ତନ ଗାୟକମାନେ କୀର୍ତ୍ତନ ଆରମ୍ଭରେ "ମମ ପ୍ରାଣ ଗୌରାଙ୍ଗ ହେ' ବୋଲି ଉଚ୍ଚାରଣ କରନ୍ତି । ତାଙ୍କ ଧର୍ମ ପ୍ରଚାର ଫଳରେ ଓଡ଼ିଶା ଦୁର୍ବଳ ହୋଇଯିବା କେହି କେହି କହିଥାଆନ୍ତି, ଏହି ମତକୁ କିନ୍ତୁ ଐତିହାସିକ ପ୍ରଭାତ ମୁଖାର୍ଜୀ ଇତ୍ୟାଦି ଖଣ୍ଡନ କରିଛନ୍ତି । ଯୁବକ ସମୟରେ ସେ ସଂସ୍କୃତ ଅଧ୍ୟାପକ ଥାଇ ଦିଗବିଜୟୀ ପଣ୍ଡିତମାନଙ୍କୁ ପରାସ୍ତ କରିଥିଲେ ମଧ୍ୟ ତାଙ୍କର ସ୍ୱଭାବ ଥିଲା ନମ୍ର । ଭାରତବର୍ଷର ବିଶିଷ୍ଟ ପଣ୍ଡିତମାନେ ତାଙ୍କ ପ୍ରଭାବରେ କୃଷ୍ଣ ଭକ୍ତ ହୋଇଥିଲେ । ସେ ବହୁ ଭକ୍ତଙ୍କୁ ବିଷ୍ଣୁଙ୍କର ବିଭିନ୍ନ ଅବତାର ରୂପେ ଦର୍ଶନ ଦେଇଛନ୍ତି । ଓଡ଼ିଶାରେ ସେ ଦେଖାଇଥିବା ଷଡ଼ଭୂଜ ଗୌରାଙ୍ଗ ମୂର୍ତ୍ତିି ଓ ତାଙ୍କ ଶ୍ରୀପାଦପଦ୍ମ ପୁରୀ ଶ୍ରୀମନ୍ଦିର ବେଢ଼ାରେ ପୂଜା ପାଉଛନ୍ତି ।
ସେ ତାଙ୍କର ଶତ ଶତ ଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାଯ୍ୟରେ ସ୍ୱ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ୱ ହେଲା ପ୍ରେମ ଓ ଭଗବାନ କୃଷ୍ଣଙ୍କଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।
ତତ୍କାଳୀନ ଶାସକଙ୍କ ବିରୋଧରେ ଆଇନ ଅମାନ୍ୟ କୃଷ୍ଣ ନାମ ସଂକୀର୍ତ୍ତନ ଆନ୍ଦୋଳନ କରି ଚାନ୍ଦକାଜୀଙ୍କୁ ସାଧୁ କରାଇ ଦେଇଥିଲେ । ଚୈତନ୍ୟ ଦେବ ବେଦ ଓ ଭାଗବତୋକ୍ତ ସାମ୍ୟବାଦର ପ୍ରବର୍ତ୍ତକ । ଜାତିଭେଦକୁ ସେ ଦୂର କରି ଯବନ ହରିଦାସ ଠାକୁରଙ୍କୁ ତାଙ୍କ ନାମ ଆନ୍ଦୋଳନର ଆଚାର୍ଯ୍ୟ କରାଇଥିଲେ । ରାମାନନ୍ଦ ରାୟଙ୍କଦ୍ୱାରା ଭକ୍ତି ତତ୍ତ୍ୱର ଶିକ୍ଷା ପ୍ରଚାର କରାଇଥିଲେ । ତାଙ୍କର ଅନୁଜ ଶ୍ରୀ ରୂପ ସନାତନାଦି ବ୍ରଜର ଗୋସ୍ୱାମୀମାନେ ସଂସ୍କୃତରେ ବହୁ ଉଚ୍ଚକୋଟୀର ଗ୍ରନ୍ଥ ପ୍ରଣୟକରିଛନ୍ତି । ତାଙ୍କ ଦାର୍ଶନିକ ମତବାଦର ନାମ ଅଚିନ୍ତ୍ୟ ଭେଦାଭେଦବାଦ, ବେଦାନ୍ତର ଏହି ପ୍ରାଚୀନ ମତବାଦ ଉପରେ ଶ୍ରୀଚେତନ୍ୟାନୁଜ ଓଡ଼ିଶାର ବଳଦେବ ବିଦ୍ୟାଭୂଷଣ ଗୋବିନ୍ଦ ଭାଷ୍ୟ ପ୍ରଣୟନ କରିଛନ୍ତି । ଠାକୁର ନିଗମାନନ୍ଦ ସରସ୍ୱତୀ ଚୈତନ୍ୟଙ୍କୁ ଶେଷ ଅବତାର ବୋଲି କହିଛନ୍ତି ।
This article uses material from the Wikipedia ଓଡ଼ିଆ article ଚୈତନ୍ୟ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.