ଶ୍ରାଦ୍ଧ ବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଅମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ,ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି । ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ଦିନମାନଙ୍କରେ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବଦୀପାବଳି କୁହାଯାଏ । ଶ୍ରୀଜଗନ୍ନାଥଙ୍କ ପିତାମାତା ଯଥା ଦଶରଥ, ନନ୍ଦ, ବସୁଦେବଙ୍କ ଉଦ୍ଦେଶ୍ୟରେ ଦୀପଦାନ ପୂର୍ବକ ସେ ଶ୍ରାଦ୍ଧତ୍ସବ ପାଳନ କରିଥାନ୍ତି । ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ଦିନ ମହାପ୍ରଭୁ ଦୀପଦାନ ଦେଇଥାନ୍ତି । ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା । ମହର୍ଷି କଶ୍ୟପ ଏହାନକ୍ ସ୍ୱାମୀ । ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା । ଜଗନ୍ନାଥ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି । ନିର୍ବଂଶ ହୋଇଯିବା ପାଇଁ ବରମାଗିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଜଗନ୍ନାଥ ନିଜେ ଶ୍ରାଦ୍ଧ ଦେଉଥିବା ମତ ରହିଛି ।

ଏହି ବେଶରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇଥାନ୍ତି । ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ । ଏଥିରେ ଠାକୁରମାନେ ଧଳା ବସ୍ତ୍ର ପରିହିତ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଠାକୁରଙ୍କ ଧଡ଼ିଗୁଡ଼ିକ ଭିନ୍ନ ରଙ୍ଗର ହୋଇଥାଏ । ନିମ୍ନରେ ଠାକୁରମାନଙ୍କ ବସ୍ତ୍ରର ମାପ ଓ ଧଡ଼ି ରଙ୍ଗର ବର୍ଣ୍ଣନା ପ୍ରଦତ୍ତ କରାଗଲା ।

  • ଶ୍ରୀଜଗନ୍ନାଥ : ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲମ୍ବା ୧୬ ହାତ କିମ୍ବା ୧୮ ହାତ, ଧଡ଼ି ଓସାର ଏକ ଫୁଟ ଅଟେ । ଉକ୍ତ ବସ୍ତ୍ରରେ କୁମ୍ଭ ଥାଇ ଧଡ଼ିର ବର୍ଣ୍ଣ ହେଉଛି ନାଲି ।
  • ଶ୍ରୀବଳଭଦ୍ର: ଲମ୍ବା ୧୪ ହାତ , ଓସାର ୪ ହାତ ,ଧଡ଼ି ଓସାର ୧ ଫୁଟ ,ଉକ୍ତ ବସ୍ତ୍ରର ଧଡ଼ି ବର୍ଣ୍ଣ ହେଉଛି କଳା ।
  • ଶ୍ରୀସୁଭଦ୍ରା :ଲମ୍ବା ୧୨ ହାତ , ଓସାର ସାଢେ ୩ ଫୁଟ,ଧଡ଼ି ଓସାର ଏକ ଫୁଟ, ଉକ୍ତ ବସ୍ତ୍ର ଧଡ଼ି ବର୍ଣ୍ଣ ହେଉଛି ହଳଦିଆ ।

ଏତଦବ୍ୟତିତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ । ଶିର ଦେଶରେ ଶ୍ରୀକାପଡା ବସ୍ତ୍ର (ସୂତା ବସ୍ତ୍ର)ରେ ଆବୃତ କରାଯାଏ । ଚାଦରିଟି ଶ୍ରୀଭୁଜରେ ପ୍ରସରି ଥାଏ । ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତ୍ରକୁ କାଶୀ ଧଡ଼ିଆ (ନାଗପୁରୀ) ଲୁଗା କୁହାଯାଏ । ଶ୍ରାଦ୍ଧବେଶରେ ଠାକୁରମାନଙ୍କୁ ଲାଗି କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ତଡ଼ଗୀ, ନଳିଭୁଜ,ଚନ୍ଦ୍ର,ସୂର୍ଯ୍ୟ,କୁଣ୍ଡଳ,ଆଡ଼କାନି, ହରିଡା ମାଳି, ଅଣ୍ଟା କମରପଟି ପ୍ରଭୂତି ଅନ୍ୟତମ ।

ଆଧାର

ଅଧିକ ତଥ୍ୟ

Tags:

ଅମାବାସ୍ୟାଇନ୍ଦ୍ରଦ୍ୟୁମ୍ନଜଗନ୍ନାଥଦଶରଥଦୀପାବଳିଦେବକୀଦେବଦୀପାବଳିବସୁଦେବବିଷ୍ଣୁମାର୍ଗଶୀର

🔥 Trending searches on Wiki ଓଡ଼ିଆ:

ହିନ୍ଦୁଓଡ଼ିଆ ନାଟକଓଡ଼ିଶାର ସଂସ୍କୃତିପଣା ସଂକ୍ରାନ୍ତିଚନ୍ଦ୍ରଗୁପ୍ତକାନାଡ଼ାଶବ୍ଦ (ଧ୍ୱନି)ହନୁମାନବ୍ୟଞ୍ଜନ ବର୍ଣ୍ଣଶ୍ରୀରାମ ପଣ୍ଡାଦଅଣାପରିସଂଖ୍ୟାନ୧୫୭୨ଓଟାୱାକର୍କଟ ରୋଗଫିଫା ବିଶ୍ୱକପଇଷ୍ଟ ଇଣ୍ଡିଆ କମ୍ପାନୀଗ୍ରହବର୍ଷା ପ୍ରିୟଦର୍ଶିନୀବିର୍ସା ମୁଣ୍ଡାଚୈତ୍ରବିଜୁ ପଟ୍ଟନାୟକସରସ୍ୱତୀଉପେନ୍ଦ୍ର ଭଞ୍ଜଓଡ଼ିଆ ଖାଦ୍ୟକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୨୦୦୬ବେଣୁଧର ରାଉତଉତ୍କଳ ସମ୍ମିଳନୀରାଧାମୋହନ ଗଡ଼ନାୟକଚିନ୍ତାମଣି ମହାନ୍ତି୧୭ ଅପ୍ରେଲଦୁଃଖୀରାମ ସ୍ୱାଇଁଖାଦ୍ୟଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସମାର୍ଚ୍ଚପ୍ରାଣୀମହେଶ ସାହୁତରଳ ଝାଡ଼ାକୋଣାର୍କ ସୂର୍ଯ୍ୟ ମନ୍ଦିରନନ୍ଦ କିଶୋର ବଳଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରତ୍ରିକୋଣମିତିପୃଥିବୀଓଧକିଶୋର ପାଣିଗ୍ରାହୀ୪ ଅପ୍ରେଲସୀତାକାନ୍ତ ମହାପାତ୍ରପ୍ରଧାନ ପୃଷ୍ଠାବୈଷୟିକ ବିଜ୍ଞାନଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡସାମାଜିକ ବିଜ୍ଞାନଯୋଗଓଡ଼ିଶାର ଭୂଗୋଳହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ମନୋଜ ଦାସଙ୍କ କଥା ଓ କାହାଣୀଗଙ୍ଗା ଦଶହରାଅନୁଗୋଳ ଜିଲ୍ଲାଫକୀର ମୋହନ ସେନାପତିଗୌରୀଶଙ୍କର ରାୟଫତୁରାନନ୍ଦଇଟାମାଟି ଗ୍ରାମକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଲିଙ୍ଗରାଜ ମନ୍ଦିରପଦାର୍ଥସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More