ଶୀତଳ ଷଷ୍ଠୀ ଯାତ୍ରା: ଓଡ଼ିଶାର ପର୍ବପର୍ବାଣୀ

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ I

ଶୀତଳ ଷଷ୍ଠୀ ଯାତ୍ରା
ଶୀତଳ ଷଷ୍ଠୀ ଯାତ୍ରା: ପୌରାଣିକ, ଯାତ୍ରାର ଆରମ୍ଭ, ବିଧିବିଧାନ ଓ ପରମ୍ପରା
ଶିବ ବିବାହ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ବିଶେଷତାଶିବଙ୍କ ବିବାହୋତ୍ସବ
ପର୍ବ ପାଳନପୂଜା, ବ୍ରତ, ଉପବାସ
ତାରିଖଜ୍ୟୈଷ୍ଠ ଶୁକ୍ଳ ଷଷ୍ଠୀ
୨୦୨୪ ତାରିଖ୧୨ ଜୁନ (ବୁଧବାର)

କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍​ଧାମ୍​ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବପାର୍ବତୀଙ୍କ ପୂଜାରେ ଶେଷହୁଏ ।

ଲୋକନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ସହରର ଶିବ ମନ୍ଦିରମାନଙ୍କରେ ଏହା ବହୁ ଜାକଜମକରେ ପାଳନ କରାଯାଏ ।

ସମ୍ବଲପୁରରେ ଏଇ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ସଙ୍ଗୀତ ଓ ନାଚ । ଏହା ସମ୍ବଲପୁର, ବିଶେଷକରି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟକୁ ଉପଭୋଗ କରିବାରେ ଏକ ଦୁର୍ଲଭ ଅବସର ।

ପୌରାଣିକ

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛାରେ ସତ୍ତ୍ୱେ ଶ୍ମଶାନଚାରୀ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷପ୍ରଜାପତି ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ଦେବୀ ପାର୍ବତୀ ପିତ୍ରାଳୟ ଯାଆନ୍ତି । ଯଜ୍ଞସ୍ଥଳରେ ଦକ୍ଷପ୍ରଜାପତି ଶିବଙ୍କର ଅପମାନ କଲେ ଏହାକୁ ସହି ନପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ୱଂସକରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲିଲେ । ବିଷ୍ଣୁ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କଠାରୁ ଅଲଗା କରିଦେଲେ ।

ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ ।

ଯାତ୍ରାର ଆରମ୍ଭ

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେବେ ଆରମ୍ଭ ହେଲା, କିଏ ଆରମ୍ଭ କଲା, କାହିଁକି ଆରମ୍ଭ କଲା ସେ ସଂପର୍କରେ ସଠିକ୍ ତଥ୍ୟ ନାହିଁ । ତେବେ ଜନଶ୍ରୁତି ଅନୁସାରେ ଛତ୍ରପତି ରାଜା ବୀର ବଳିୟାର ସିଂଙ୍କ ରାଜତ୍ୱ କାଳରେ ସମ୍ଭବତଃ ଏହି ଯାତ୍ରା ଆରମ୍ଭ ହୋଇଥିଲା । ମାତ୍ର ତା'ର ନିର୍ଦ୍ଦିଷ୍ଟ ତିଥି କେହି କେବେ ନିର୍ଣ୍ଣୟ କରିନାହାଁନ୍ତି । ଜନଶ୍ରୁତି ଅନୁସାରେ ଛତ୍ରପତି ମହାରାଜ ବୀର ବଳିୟାର ସିଂହଙ୍କୁ ୧୮ ଗଡ଼ଜାତ ସମ୍ମାନ ଦେବା ପାଇଁ ପୁରୀ ମହାରାଜ ଆମନ୍ତ୍ରଣ କରିଥିଲେ । ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ବଳିୟାର ସିଂହ ପୁରୀ ଦରବାରରେ ଯାଇ ପହଞ୍ଚିଥିଲେ । ପୁରୀ ରାଜା ବୀର ବଳିୟାର ସିଂହଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ତାଙ୍କ ଦରବାରରେ ଥିବା ୭ଜଣ ଶ୍ରେଷ୍ଠ ମଲ୍ଲଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ । ବୀର ବଳିୟାର ସିଂହ ରାଜଦରବାରକୁ ପହଞ୍ଚି ମହାରାଜଙ୍କୁ ଅଭିବାଦନ କରିବା ସମୟରେ ଅତର୍କିତ ଭାବେ ଏହି ୭ଜଣ ମଲ୍ଲଯୋଦ୍ଧା ଆକ୍ରମଣ କରିଥିଲେ । ଏଥିରେ ବିଚଳିତ ନହୋଇ ବୀର ବଳିୟାର ସିଂହ ତାଙ୍କ ପଗଡି ଭିତରେ ଥିବା ମାଆ ସମଲେଶ୍ୱରୀଙ୍କ ଏକ ତରବାରୀ କାଢି ଆଣି ମଲ୍ଲଯୋଦ୍ଧାଙ୍କୁ ଧରାଶାୟୀ କରିଦେଇଥିଲେ । ବଳିୟାର ସିଂହଙ୍କ ବୀରତ୍ୱରେ ମୁଗ୍ଧ ହୋଇ ପୁରୀ ମହାରାଜ ସିଂହାସନରୁ ଓହ୍ଲାଇ ଆସି ତାଙ୍କୁ ପୁରସ୍କାର ଦେବାକୁ କହିଲେ । ସମ୍ବଲପୁରରେ ସେତେବେଳେ ବ୍ରାହ୍ମଣ ନଥିବାରୁ ବଳିୟାର ସିଂହ ପୁରୀ ମହାରାଜଙ୍କୁ ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ବ୍ରାହ୍ମଣମାନେ ପୁରୀରୁ ସମ୍ବଲପୁରକୁ ଆସିଥିଲେ ଓ ଶିବ ବିବାହ ଆରମ୍ଭ ହୋଇଥିବା ମନେ କରାଯାଏ । ପୂର୍ବେ ଅସ୍ପୃଶ୍ୟମାନଙ୍କୁ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିବା ବାରଣ ଥିଲା । ତେଣୁ ବର୍ଷରେ ଥରେ ଦେବଦମ୍ପତି ସେମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସୁଥିବାର କୁହାଯାଏ । ଦେବଦମ୍ପତିଙ୍କ ଏହି ଯୁଗଳ ଦର୍ଶନରେ ବହୁତ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

ବିଧିବିଧାନ ଓ ପରମ୍ପରା

ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରେ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ସମ୍ବଲପୁରବାସୀ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି । ଶୀତଳଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବାଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଁଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା'ପରଦିନ ନୃସିଂହ ନିଉତା ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱରବାବା, ବଡ଼ବଜାରର ଶୀତଳେଶ୍ୱରବାବା ଏବଂ ଠାକୁରପଡାର ଗୁପ୍ତେଶ୍ୱରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀଗୋପୀନାଥ, ହନୁମାନ, ନୃସିଂହ ଦେବଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ ।

ନନ୍ଦପଡାର ବମ୍ ବରାଡ଼ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀଲୋକନାଥ ବାବା, ମୁଦିପଡାର ଶ୍ରୀଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ବାଲିବନ୍ଧର ସୋମନାଥ ବାବା, ଦୁର୍ଗାପାଲିର ଶ୍ରୀଗୁଡେଶ୍ୱର ବାବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବରେ ସ୍ଥାନୀୟ ତଥା ବହିରାଗତ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶରେ ସମ୍ବଲପୁର ଜନାରଣ୍ୟ ହୋଇଉଠେ । ପତରପେଣ୍ଠିରୁ ଶୀତଳଷଷ୍ଠୀ ଉତ୍ସବର ଶୁଭାରମ୍ଭ ହୋଇ, ତତ୍ ପରଦିନ ଦେବ ନିମନ୍ତ୍ରଣ, ଚତୁର୍ଥୀତିଥିରେ ସମସ୍ତ ମନ୍ଦିରରୁ ଦେବାଧିଦେବଙ୍କ ବରଯାତ୍ରା, ପରଦିନ କନ୍ୟାପିତାଙ୍କ ଗୃହରେ ରାତ୍ରିରେ ବିବାହୋତ୍ସବ ଏବଂ ତା’ପରଦିନ ମଧ୍ୟାହ୍ନରେ ଶିବପାର୍ବତୀ ବାହୁଡା ବରକନ୍ୟାଙ୍କର ଆଡ଼ମ୍ବରପୂର୍ଣ୍ଣ ଦିବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ସ୍ୱ ସ୍ୱ ମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ବେଶ୍ ମନୋଜ୍ଞ ଓ ମନମୁଗ୍ଧକର । ପ୍ରତ୍ୟେକ ସହରର ଭାଗ୍ୟଶାଳୀ ବିଭିନ୍ନ ଦମ୍ପତି କନ୍ୟାପିତା ଭାବରେ ଦେବାଧିଦେବଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ନୈସର୍ଗିକ ବିଧିବିଧାନ, ପରମ୍ପରା ଓ ପ୍ରକରଣରେ ନବଦମ୍ପତିଙ୍କର ବିବାହୋତ୍ସବ ଅନୁଷ୍ଠିତ ହୋଇ କନ୍ୟାଦାନ ସହିତ ଅଳଙ୍କାର, ବାସନକୁସନ ଅନ୍ୟ ଜାନିଯୌତୁକ ସାଧ୍ୟମତେ ପ୍ରଦାନ କରାଯାଏ । ବର ନିମନ୍ତ୍ରଣ ଓ କନ୍ୟା ବିଦାୟ ଦୃଶ୍ୟ ମଧ୍ୟ ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇଥାଏ ।

କାଳର ଅପ୍ରତିହିତ ଗତି ସହିତ ସମତାଳରେ ଅନେକ ଭଲ ଓ ମନ୍ଦ ପରମ୍ପରା ଏହି ଯାତ୍ରା ସହିତ ଯୋଡ଼ି ହୋଇଯାଇଛି । ବିବାହୋତ୍ସବରେ ସାଧାରଣତଃ ଆନନ୍ଦ, ଚିତ୍ତବିନୋଦନ ପ୍ରାଧାନ୍ୟ ଲାଭ କରିଥାଏ । ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ଏହାର ଆତିଶଯ୍ୟ ସହଜରେ ବାରି ହୋଇପଡେ । ନାଚ, ଗୀତ, ତାମସା ଏହାର ଏକ ସ୍ୱାଭାବିକ ଅଙ୍ଗ । ବିଭିନ୍ନ ଲୋକନୃତ୍ୟ, ଡାଲଖାଇ ନୃତ୍ୟର ସମାବେଶ ଆମ ସାଂସ୍କୃତିକ ଜୀବନଧାରାର ଏକ ସ୍ୱାଭାବିକ ଆଙ୍ଗିକ ସ୍ୱରୂପ । ସ୍ଥାନୀୟ ଏବଂ ବାହାର ପ୍ରଦେଶରୁ ସମାଗତ ବାଈ ଓ ହିଂଜଡାମାନେ ଏହିପର୍ବରେ ନୃତ୍ୟ କରନ୍ତି । ଲୋକମୁଖରୁ ଶୁଣାଯାଏ ‘ସେମାନେ ଏହି ଅଭିଶପ୍ତ ହିଂଜଡା ଜନ୍ମରୁ ମୁକ୍ତି ପାଇବା ପାଇଁ ମହାଦେବ ଶିବଙ୍କ ବିବାହୋତ୍ସବରେ ନୃତ୍ୟ କରନ୍ତି’ ।

ଯାତ୍ରା ସମ୍ପର୍କିତ ଦଲିଲ

ଯାତ୍ରା କେବେଠାରୁ ଆରମ୍ଭ ହେଲା ସେ ସଂପର୍କିତ କୌଣସି ନଥିପତ୍ର ନାହିଁ । ତେବେ ୧୭୬୨ ମସିହାରେ ବାଲୁଙ୍କେଶ୍ୱର ମନ୍ଦିର ଶୀତଳ ଷଷ୍ଠୀ ଯାତ୍ରା ନେଇ ଏକ ଏତଲା ଦାଏର ହୋଇଥିଲା । ମନ୍ଦିରର ପୂଜାରୀ ଚେରେଙ୍ଗା ମାଳୀ କୋର୍ଟରେ ଦେଇଥିବା ବୟାନ, ଷଷ୍ଠୀ ଯାତ୍ରା ସଂପର୍କରେ ସର୍ବ ପ୍ରଥମ ଲିପିବଦ୍ଧ ଦଲିଲ ବୋଲି କୁହାଯାଏ । ଚେରେଙ୍ଗା ମାଳୀ କୋର୍ଟରେ ବୟାନ ଦେଇଥିଲା ଯେ' ଷଷ୍ଠୀ ଯାତ୍ରା କେବେଠାରୁ ଆରମ୍ଭ ହେଲା ମୁଁ ଜାଣିନି । ମୋର ଅଜା, ପଣଅଜା କହୁଥିଲେ ଏହି ଯାତ୍ରା ବହୁ ଆଗରୁ ପାଳିତ ହୋଇଆସୁଛି । ଚେରେଙ୍ଗାମାଳୀଙ୍କର ଏହି ବୟାନ ଅନୁସାରେ ୧୭୬୨ର ବହୁ ପୂର୍ବରୁ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି । ଏହି ଅନୁସାରେ ୪୦୦ବର୍ଷରୁ ଉର୍ଦ୍ଧ୍ୱ ହେଲା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ହୋଇଆସୁଥିବାର ଅନୁମାନ କରାଯାଏ ।

ଆଧାର

Tags:

ଶୀତଳ ଷଷ୍ଠୀ ଯାତ୍ରା ପୌରାଣିକଶୀତଳ ଷଷ୍ଠୀ ଯାତ୍ରା ଯାତ୍ରାର ଆରମ୍ଭଶୀତଳ ଷଷ୍ଠୀ ଯାତ୍ରା ବିଧିବିଧାନ ଓ ପରମ୍ପରାଶୀତଳ ଷଷ୍ଠୀ ଯାତ୍ରା ଯାତ୍ରା ସମ୍ପର୍କିତ ଦଲିଲଶୀତଳ ଷଷ୍ଠୀ ଯାତ୍ରା ଆଧାରଶୀତଳ ଷଷ୍ଠୀ ଯାତ୍ରାପଞ୍ଚମୀପାର୍ବତୀଶିବ

🔥 Trending searches on Wiki ଓଡ଼ିଆ:

ରାସନ କାର୍ଡ଼ (ଭାରତ)ରାଣୀ ଲକ୍ଷ୍ମୀବାଈଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକଳିଙ୍ଗ ଯୁଦ୍ଧଚଉଷଠି ଯୋଗିନୀ ମନ୍ଦିର, ହୀରାପୁରମରିସସମହାତ୍ମା ଗାନ୍ଧୀଙ୍କ ପରିବାରରାଷ୍ଟ୍ରପତି ଭବନବିଶ୍ୱଜିତ ଦାସଚିଲିକା ହ୍ରଦଖାଦ୍ୟପ୍ରତିଭା ରାୟବିରଜା ମନ୍ଦିର୬୩୩ସଞ୍ଜୁ ସାମସନବିମ୍ବାଧର କୁଅଁରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାହିଙ୍ଗୁଳା ମନ୍ଦିରଗୌତମ ବୁଦ୍ଧଇରା ମହାନ୍ତିଫିଲିପାଇନ୍ସସାଧୁ ମେହେରବିଭୂତି ପଟ୍ଟନାୟକଚୈତ୍ରସୋରିଷସଙ୍କୀର୍ତ୍ତନମଧୁସୂଦନ ଦାସଓଡ଼ିଆ ଯୁବକ ପାଠାଗାରଜୋହାନ୍ ସେବାଷ୍ଟିଆନ୍ ବାକ୍ରାଜେନ୍ଦ୍ର କିଶୋର ପଣ୍ଡାଜଳ ପ୍ରଦୂଷଣଭୀମ ଭୋଇବେଲପ୍ରଥମ ବିଶ୍ୱଯୁଦ୍ଧଅନାଦି ଚରଣ ସାହୁମହାପାତ୍ର ନୀଳମଣି ସାହୁଓଡ଼ିଶାର ମାପ ବ୍ୟବସ୍ଥାବିରିଫକୀର ମୋହନ ସେନାପତିରାଜ୍ୟ ସଭାରାସେଶ୍ୱରୀ ପାଣିଗ୍ରାହୀତରୁଣକାନ୍ତି ମିଶ୍ରବୌଦ୍ଧ ଧର୍ମକାନାଡ଼ାଲବଙ୍ଗଆକବରଉଇକିମିଡ଼ିଆ ମୁଭମେଣ୍ଟ୧୨ ଅପ୍ରେଲବଙ୍ଗୋପସାଗରଫୁଲସମ୍ବଲପୁରୀ ଭାଷାସୀତାକାନ୍ତ ମହାପାତ୍ର୧୨ ଫେବୃଆରୀଚିନ୍ତାମଣି ମହାନ୍ତିମାସଦୀପକ ମିଶ୍ରବିଧାନ ସଭା ସଭ୍ୟଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତରଭୁଜରାକ୍ଷୀ ପୂର୍ଣ୍ଣିମାଓଡ଼ିଶାର ଇତିହାସବୋବ୍ୱିଲିଭାରତୀୟ ଜାତୀୟ କଂଗ୍ରେସହିନ୍ଦୁ ଧର୍ମକୁଞ୍ଜବିହାରୀ ଦାଶଦୁର୍ଗାଶ୍ରାଦ୍ଧମହାଭାରତଅଦାଏ. ପି. ଜେ. ଅବଦୁଲ କଲାମ🡆 More